Posted inଖେଳ

ସଚିନଙ୍କ ପୁଅ ସପକ୍ଷରେ ବାହାରିଲେ ଅଭିନେତା, କହିଲେ ଏମିତି

ମୁମ୍ବାଇ,୨୦।୨: ଭାରତର କିମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ କିଣିଛି। ଚେନ୍ନାଇରେ ଆୟୋଜିତ ଆଇପିଏଲର ୧୪ଶ ସଂସ୍କରଣର ଅକ୍ସନରେ ଅର୍ଜୁନଙ୍କୁ ୨୦ ଟଙ୍କାର ବେସ ପ୍ରାଇସରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ। ୨୧ ବର୍ଷୀୟ ଅର୍ଜୁନ ପ୍ରଥମଥର ଲାଗି ଆଇପିଏଲ ନିଲାମରେ ସାମିଲ ହୋଇଛନ୍ତି। ତାଙ୍କୁ ମୁମ୍ବାଇ ଦଳରେ ସାମିଲ କରାଯିବ ପରେ ଏହାକୁ ନେଇ ବିବାଦ ଦେଖାଯାଇଛି। ଅନେକ ଲୋକ ଏହାକୁ ନେପୋଟିଜ୍‌ମ ଆଖ୍ୟା ଦେଇଛନ୍ତି। ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି। ତାଙ୍କ ଚୟନ ଉପରେ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏହା ଉପରେ ସଚିନଙ୍କ ପ୍ରତିକ୍ରିୟା ଆସି ନ ଥିଲେ ମଧ୍ୟ ତାଙ୍କ ସପକ୍ଷରେ ବାହାରିଛନ୍ତି ବଲିଉଡ୍‌ ଅଭିନେତା ତଥା ନିର୍ମାତା ଫରହାନ ଅଖତର୍‌। ଟୁଇଟ୍‌ କରି ସେ ଲେଖିଛନ୍ତି,ମୁଁ ଅର୍ଜୁନଙ୍କ ଉପରେ କିଛି କହିବାକୁ ଚାହୁଁଛି। ଥରେ ଆମେ ଗୋଟିଏ ଜିମ୍‌କୁ ଯାଇଥିଲୁ। ସେଠାରେ ତାଙ୍କ ପ୍ରରିଶ୍ରମ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସେ ଜଣେ ବଡ କ୍ରିକେଟର୍‌ ହେବାର ସ୍ବପ୍ନ ଦେଖୁଛନ୍ତି। ତେଣୁ ନେପୋଟିଜ୍‌ମ କହି ତାଙ୍କୁ ଜୋଶ୍‌କୁ ଭାଙ୍ଗନ୍ତୁ ନାହିଁ ବୋଲି ସେ କହିଛନ୍ତି।
ପୂର୍ବରୁ ସୋଶିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା ଯେ ଅର୍ଜୁନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ କିଣିବ। କାରଣ ଏହି ଟିମରେ ତାଙ୍କ ପିତା ସଚିନ ଖେଳିସାରିଛନ୍ତି। ସଚିନ ବର୍ତ୍ତମାନ ଟିମର ମେଣ୍ଟର ଅଛନ୍ତି। ଏପରିକି ଅର୍ଜୁନ ମଧ୍ୟ ଏହି ଟିମର କ୍ୟାମ୍ପରେ ମଧ୍ୟ ସାମିଲ ହୋଇସାରିଛନ୍ତି। ଟିମରେ ଅର୍ଜୁନଙ୍କ ଭୂମିକା ଅଲରାଉଣ୍ଡର ରହିବ। ୬ ଫୁଟରୁ ଅଧିକ ଲମ୍ବା ବିଶିଷ୍ଟ ଏହି ଖେଳାଳି ନା କେବଳ ବଡ ବଡ ଶଟ ମାରନ୍ତି ବରଂ ନିଜର ଦ୍ରୁତ ବୋଲିଂ ଦ୍ୱାରା ଟିମ ପାଇଁ ଲାଭଦାୟକ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୬ ବର୍ଷ ପରେ ପାକିସ୍ତାନ ଗସ୍ତ କରିବ ଇଂଲଣ୍ଡ

କରାଚୀ,୧୯।୧୧(ପି.ଟି.): ଦୀର୍ଘ ୧୬ ବର୍ଷ ପରେ ଇଂଲଣ୍ଡ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିବ। ଦୁଇ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଖେଳିବାକୁ ଉଭୟ ଦେଶର କ୍ରିକେଟ...

ପ୍ରଶ୍ନ ଶୁଣି ରାଗିଲେ ବିରାଟ

ଖ୍ରୀଷ୍ଟଚର୍ଚ୍ଚ,୨ା୩(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଘରୋଇ ଦଳର ଅଧିନାୟକ କେନ ଓ୍ବିଲିୟମସନ ଆଉଟ୍‌ ହେବା ପରେ...

ଧୋନୀଙ୍କ ଗ୍ଲୋଭ୍ସରେ ସ୍ବତନ୍ତ୍ର ଚିହ୍ନ

ସାଉଥାମ୍ପଟନ, ୬।୬- ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୁଧବାର ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ବତନ୍ତ୍ର ଗ୍ଲୋବ୍ସ...

ସୌରଜିତ, ସୁବ୍ରତ ଏନ୍‌ସିଏ ଲେଭଲ-ବି କୋଚ୍‌

କଟକ ଅଫିସ,୧୫ା୫- ଓଡ଼ିଶାର ଦୁଇ ପୂର୍ବତନ ଖ୍ୟାତିସମ୍ପନ୍ନ କ୍ରିକେଟର ସୌରଜିତ ମହାପାତ୍ର ଓ ସୁବ୍ରତ କୁମାର ବେହେରା ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର ଲେଭଲ-ବି କୋଚ୍‌...

କୋପା ଆମେରିକା ଫୁଟ୍‌ବଲ: ଆର୍ଜେଣ୍ଟିନା- କଲମ୍ବିଆ ସେମି ମୁକାବିଲା

ରିଓ ଡି ଜେନିରୋ,୫।୭: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଅନ୍ୟତମ ଫେଭରାଇଟ ଦଳ ଆର୍ଜେଣ୍ଟିନା ସେମିଫାଇନାଲରେ ପ୍ରବେଶ କରିଛି। ଶନିବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମୁକାବିଲାରେ...

ପ୍ରଥମ ଟି୨୦: ଓ୍ବେଷ୍ଟଇଣ୍ଡିଜର ବୃହତ୍‌ ବିଜୟ

ପାଲିକେଲ,୫।୩- ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ୨୫ ରନରେ ବିଜୟୀ ହୋଇଛି। ସ୍ଥାନୀୟ ପାଲିକେଲ ଅନ୍ତର୍ଜାତୀୟ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଏହି...

ସେଲ୍‌ଫ ଆଇସୋଲେଶନରେ ବିଶ୍ୱ ଚାମ୍ପିୟନ ଜୋଶୁଆ

ଲଣ୍ଡନ,୨୬।୩- ବିଶ୍ୱ ହେବିଓ୍ବେଟ ବକ୍ସିଂ ଚାମ୍ପିୟନ ଆନ୍ଥୋନୀ ଜୋଶୁଆ ନିଜକୁ ସେଲ୍‌ଫ ଆଇସୋଲେଶନରେ ରଖିଛନ୍ତି। ସେ କରୋନାରେ ପୀଡ଼ିତ ପ୍ରିନ୍ସ ଚାଲର୍‌ସଙ୍କୁ ଭେଟିଥିଲେ। ବ୍ରିଟେନର ରାଣୀ...

ମର୍ସିଡିଜ୍‌ ସହ ଆଉ ୨ ବର୍ଷ ରହିବେ ହାମିଲ୍‌ଟନ

ସ୍ପିଲବର୍ଗ, ୪ା୭(ଏପି)-ଫର୍ମୁଲା ଓ୍ବାନ ଚାମ୍ପିୟନ ଲୁଇସ୍‌ ହାମିଲଟନ ମର୍ସିଡିଜ ସହ ତାଙ୍କ ଚୁକ୍ତିନାମାକୁ ଆହୁରି ୨ ବର୍ଷ ବୃଦ୍ଧି କରିଛନ୍ତି। ଫଳରେ ଏହି ଟିମ୍‌ ସହ...

Advertisement
Archives

Model This Week