ସବାଇ ଘାସ: ବର୍ଷକୁ ୩୦୦ କୋଟି କାରବାର

ବାରିପଦା ଅଫିସ, ୮।୭-ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା ଗରିବ ଆଦିବାସୀ ପରିବାର ଲୋକେ ସବାଇ ଘାସରୁ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ସବାଇଘାସରୁ ପ୍ରସ୍ତୁତ ଉନ୍ନତ ମାନର ହସ୍ତତନ୍ତ ସାମଗ୍ରୀର ଦେଶ ବିଦେଶରେ ଚାହିଦା ଥିବାରୁ ଏହାକୁ ଜିଆଇ ଟ୍ୟାଗ୍‌ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରାଯାଇଛି। ଏ ନେଇ କୃଷି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୭୬୪/୨୮ ଜୁନ ୨୦୨୧ରେ ଆବେଦନ କରାଯାଇଛି ା ଅର୍ଥନୀତି ବିକାଶରେ ସବାଇ ଘାସ ଚାଷର ଉଲ୍ଲେଖନୀୟ ଅବଦାନ ରହିଥିବାରୁ ସମଗ୍ର ମୟୂରଭଞ୍ଜ ଜିଲା ରାଜ୍ୟ ତଥା ଦେଶ ପାଇଁ ଗର୍ବ ଓ ଗୌରବ। ବର୍ଷ ତମାମ ଗରିବଙ୍କ ପାଇଁ ଦୀର୍ଘଦିନ ଧରି ପ୍ରମୁଖ ରୋଜଗାରର ପନ୍ଥା ଭାବେ ଏହା ସହାୟକ ହୋଇଥାଏ ା
ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା ଅଧିକାଂଶ ଲୋକ ଚାଷବାସ ଅପେକ୍ଷା ଜଙ୍ଗଲଜାତ ଦ୍ରବ୍ୟ, ଶାଳପତ୍ର ଓ ସବାଇଘାସକୁ ସେମାନଙ୍କର ଜୀବନ ଜୀବିକାର ପ୍ରମୁଖ ମାର୍ଗ ଭାବେ ବାଛି ନେଇଛନ୍ତି। ଅଣଜଳସେଚିତ ଜମି ବା ଟାଙ୍ଗର କିସମ ଜମିରେ ସବାଇଘାସ ଭଲ ଭାବରେ ବଢ଼ିଥାଏ। ଥରେ ଘାସ ଚାଷ ଆରମ୍ଭ ହେଲେ ତାହା ୧୦/୧୨ବର୍ଷ ଲଗାତର ଅମଳ ଦେଇଥାଏ ା ସବାଇଘାସରୁ ପ୍ରସ୍ତୁତ ଦଉଡ଼ି ଓ ଘାସ ସେମାନଙ୍କ ପାଇଁ ‘ଟଙ୍କା ଗଛ’ (ମନି ପ୍ଲାଣ୍ଟ) ସଦୃଶ୍ୟ। ବର୍ତ୍ତମାନ ପ୍ରଶାସନ ସହାୟତାରେ ଏଥିରୁ ବିଭିନ୍ନ ସୌଖିନ ସାମଗ୍ରୀ ଓ ଗୃହ ଉପକରଣ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ଏହା ଜିଲାର ଆର୍ଥିକ ମାନଦଣ୍ଡକୁ ସ୍ବଚ୍ଛଳ କରିଛି ା ଜିଲାରେ ୨୨ହଜାର ୭୫୮ହେକ୍ଟର ଜମିରେ ସବାଇଘାସ ଚାଷ ହେଉଥିବା ବେଳେ ବିଶେଷ ଭାବେ ବାରିପଦା, ମୋରଡ଼ା, ଶୁଳିଆପଦା, କୁଳିଅଣା, ବେତନଟୀ ଓ କପ୍ତିପଦା ଅଞ୍ଚଳରେ ଏହି ଚାଷ ହୋଇଥାଏ। ନଭେମ୍ବରରୁ ଜୁନ ମାସ ମଧ୍ୟରେ ଘାସ ଆବଶ୍ୟକତା ଅନୁଯାୟୀ ବୃଦ୍ଧି ପାଇଲେ ଚାଷୀ ତାକୁ କାଟି ବିଡ଼ା ବାନ୍ଧି ସ୍ବତନ୍ତ୍ର ଭାବେ ଶୁଖାଇ ଉପତ୍ାଦନ ଆରମ୍ଭ କରିଥାନ୍ତି। ଜିଲାରେ ବର୍ଷକୁ ୨୦ହଜାର ମେଟ୍ରିକ ଟନ ଘାସ ଉପତ୍ାଦନ ହେଉଥିବା ବେଳେ ୩ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥାଏ। ଏହି ଘାସରୁ ୨୧ଟି ଏସ୍‌ଏଚ୍‌ଜି ଗ୍ରୁପର ମହିଳାମାନେ ଅତ୍ୟାଧୁନିକ ସାମଗ୍ରୀର ୟୁନିଟ ସ୍ଥାପନ କରି ୧୦୬୨ପ୍ରକାର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏହାର ବିକ୍ରିବଟା ପାଇଁ ଜିଲା ସଦର ମହକୁମାରେ ଥିବା ସାମଗ୍ରୀର ବିକ୍ରୟ କେନ୍ଦ୍ର ଓ ଇ-କର୍ମସ, ପ୍ଲିପ୍‌କାର୍ଟ, ଜବାଙ୍ଗ ଓ ଆମାଜନ ପରି ଅନଲାଇନ ବିକ୍ରୟ ସଂସ୍ଥାରେ ସାମଗ୍ରୀ ମାନଙ୍କର ଚାହିଦା ବଢୁଛି। ସବାଇରୁ ପ୍ରସ୍ତୁତ ସାମଗ୍ରୀ ପ୍ରଦୂଷଣ ମୁକ୍ତ ତଥା ଇକୋ ପ୍ରେଣ୍ଡଲି ହୋଇଥିବାରୁ ଜିଲାରେ ଥିବା ଓରମାସ ମାଧ୍ୟମରେ ଏହାର ସୁବିନିଯୋଗ ହୋଇପାରୁଛି ା ଜିଲାରେ ଥିବା ମୟୂରଭଞ୍ଜ ସବାଇ ଫାର୍ମସ ପ୍ରଡ୍ୟୁସର କମ୍ପାନୀ ଲି. ପକ୍ଷରୁ ଶାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା କୃଷି ବିଶ୍ୱ ବିଦ୍ୟାଳୟକୁ ଆବେଦନ କରାଯାଇଥିଲା ା ଜିଆଇ ଟ୍ୟାଗର ମାନ୍ୟତା ମିଳିଲେ ଜିଲାବାସୀଙ୍କ ସମେତ ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି କୃଷି ବିଜ୍ଞାନ କେନ୍ଦ୍ର(୧)ର ବୈଜ୍ଞାନିକ ଡ.ସଂଘମିତ୍ରା ପଟ୍ଟନାୟକ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିଲୁପ୍ତି ପଥେ ତାଳପତ୍ର ଜାତକ

ଖୋର୍ଦ୍ଧା ଅଫିସ,୨୬।୩: ଭାରତୀୟ ସଂସ୍କୃତି, ପରମ୍ପରାରେ ତାଳପତ୍ରର ବହୁଳ ବ୍ୟବହାର ରହିଛି। ପ୍ରାଚୀନ କାଳରୁ ସଂସ୍କୃତି, ଶାସ୍ତ୍ରୀୟ ମତ ବିଚାର, ଗ୍ରନ୍ଥ ଆଦି ତାଳପତ୍ରରେ ଲେଖାଯାଇଛି।...

ଆସିଲେନି ଦୀନେଶ, ଆଲୋଚନା ବିଫଳ

ଭୁବନେଶ୍ୱର,୧୫।୧୦ (ବ୍ୟୁରୋ): ବ୍ରହ୍ମପୁର ବଡ଼ବଜାର ଦେଶୀବେହେରା ସାହିର କେ. ଦୀପିକା ଓ କେ. ଦୀନେଶ ବିବାଦ ଜଟିଳ ହେବାରେ ଲାଗିଛି। ଆପୋସ ସମାଧାନ ଲାଗି ଉଭୟଙ୍କୁ...

ଆସିଲା କି ତୃତୀୟ ଲହର! ଭୀମସାର ୨ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ

ସମ୍ବଲପୁର ଅଫିସ,୧୪ା୮: ବୁର୍ଲା ବଡ଼ ଡାକ୍ତରଖାନାରେ ଦୁଇ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୮ ମାସର ଶିଶୁ ଥିବାବେଳେ ଆଉ...

CORONAVIRUS UPDATE: ରାଜ୍ୟରେ ୩୬,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୩୮୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩ା୮(ବ୍ୟୁରୋ) : ସୋମବାର ୨୬ଟି ଜିଲାରୁ ୧୩୮୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୯୭କୁ ବୃଦ୍ଧି ପାଇଥିବା ରାଜ୍ୟ...

ଟଙ୍କା ନ ଦେଲେ ଫାଇଲ ଘୁଞ୍ଚୁ ନାହିଁ

ଯାଜପୁର ଅଫିସ,୧୨ା୩: ଯାଜପୁର ଜିଲା ଯୋଗାଣ ବିଭାଗରେ ଲାଞ୍ଚ ନ ଦେଲେ ଟେବୁଲରୁ ଫାଇଲ ଘୁଞ୍ଚେ ନାହିଁ। ପ୍ରତ୍ୟେକ କାର୍ଯ୍ୟରେ ଏହି ବିଭାଗର ଜୁନିୟର ଆସିଷ୍ଟାଣ୍ଟ...

ପାଠକ ବାପ-ପୁଅଙ୍କୁ ଜାମିନ

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୨ା୩:ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ସୋମବାର ଜାମିନ ମିଳିଛି। ସ୍କାଏ କିଙ୍ଗ...

ବୁଲ୍‌ବୁଲ୍‌ ପ୍ରଭାବ: ଜଗତ୍‌ସିଂହପୁର ଜିଲାର ଧାନ,ପରିବା ଫସଲ ଅଧିକ କ୍ଷତିଗ୍ରସ୍ତ

ଜଗତ୍‌ସିଂହପୁର ଅଫିସ,୧୦ା୧୧: ବାତ୍ୟା ବୁଲ୍‌ବୁଲ ପ୍ରଭାବରେ ଜଗତ୍‌ସିଂହପୁର ଜିଲାର ତଳିଆ ଅଞ୍ଚଳ ଲୋକେ ପ୍ରଭାବିତ ହେବା ସହ ବ୍ୟାପକ ଧାନ ଓ ପନିପରିବା କ୍ଷତିଗ୍ରସ୍ତ ହୋଇଛି।...

କୋଟିଆରେ ଆନ୍ଧ୍ର ଅନୁପ୍ରବେଶକୁ ପଣ୍ଡକଲା ପୋଲିସ

ପଟ୍ଟାଙ୍ଗି/କୋରାପୁଟ,୭।୧(ଡି.ଏନ.ଏ./ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତରେ ଆନ୍ଧ୍ର ପ୍ରଦେଶ ବାରମ୍ବାର ଅନୁପ୍ରବେଶ ଜାରି ରଖିଛି। ଅଧିକାଂଶ ସମୟରେ ପଞ୍ଚାୟତର ଅନେକ ଗ୍ରାମରେ ସଭା...

Advertisement
Archives

Model This Week