ସବାଇ ଘାସ: ବର୍ଷକୁ ୩୦୦ କୋଟି କାରବାର

ବାରିପଦା ଅଫିସ, ୮।୭-ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା ଗରିବ ଆଦିବାସୀ ପରିବାର ଲୋକେ ସବାଇ ଘାସରୁ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ସବାଇଘାସରୁ ପ୍ରସ୍ତୁତ ଉନ୍ନତ ମାନର ହସ୍ତତନ୍ତ ସାମଗ୍ରୀର ଦେଶ ବିଦେଶରେ ଚାହିଦା ଥିବାରୁ ଏହାକୁ ଜିଆଇ ଟ୍ୟାଗ୍‌ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରାଯାଇଛି। ଏ ନେଇ କୃଷି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୭୬୪/୨୮ ଜୁନ ୨୦୨୧ରେ ଆବେଦନ କରାଯାଇଛି ା ଅର୍ଥନୀତି ବିକାଶରେ ସବାଇ ଘାସ ଚାଷର ଉଲ୍ଲେଖନୀୟ ଅବଦାନ ରହିଥିବାରୁ ସମଗ୍ର ମୟୂରଭଞ୍ଜ ଜିଲା ରାଜ୍ୟ ତଥା ଦେଶ ପାଇଁ ଗର୍ବ ଓ ଗୌରବ। ବର୍ଷ ତମାମ ଗରିବଙ୍କ ପାଇଁ ଦୀର୍ଘଦିନ ଧରି ପ୍ରମୁଖ ରୋଜଗାରର ପନ୍ଥା ଭାବେ ଏହା ସହାୟକ ହୋଇଥାଏ ା
ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା ଅଧିକାଂଶ ଲୋକ ଚାଷବାସ ଅପେକ୍ଷା ଜଙ୍ଗଲଜାତ ଦ୍ରବ୍ୟ, ଶାଳପତ୍ର ଓ ସବାଇଘାସକୁ ସେମାନଙ୍କର ଜୀବନ ଜୀବିକାର ପ୍ରମୁଖ ମାର୍ଗ ଭାବେ ବାଛି ନେଇଛନ୍ତି। ଅଣଜଳସେଚିତ ଜମି ବା ଟାଙ୍ଗର କିସମ ଜମିରେ ସବାଇଘାସ ଭଲ ଭାବରେ ବଢ଼ିଥାଏ। ଥରେ ଘାସ ଚାଷ ଆରମ୍ଭ ହେଲେ ତାହା ୧୦/୧୨ବର୍ଷ ଲଗାତର ଅମଳ ଦେଇଥାଏ ା ସବାଇଘାସରୁ ପ୍ରସ୍ତୁତ ଦଉଡ଼ି ଓ ଘାସ ସେମାନଙ୍କ ପାଇଁ ‘ଟଙ୍କା ଗଛ’ (ମନି ପ୍ଲାଣ୍ଟ) ସଦୃଶ୍ୟ। ବର୍ତ୍ତମାନ ପ୍ରଶାସନ ସହାୟତାରେ ଏଥିରୁ ବିଭିନ୍ନ ସୌଖିନ ସାମଗ୍ରୀ ଓ ଗୃହ ଉପକରଣ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ଏହା ଜିଲାର ଆର୍ଥିକ ମାନଦଣ୍ଡକୁ ସ୍ବଚ୍ଛଳ କରିଛି ା ଜିଲାରେ ୨୨ହଜାର ୭୫୮ହେକ୍ଟର ଜମିରେ ସବାଇଘାସ ଚାଷ ହେଉଥିବା ବେଳେ ବିଶେଷ ଭାବେ ବାରିପଦା, ମୋରଡ଼ା, ଶୁଳିଆପଦା, କୁଳିଅଣା, ବେତନଟୀ ଓ କପ୍ତିପଦା ଅଞ୍ଚଳରେ ଏହି ଚାଷ ହୋଇଥାଏ। ନଭେମ୍ବରରୁ ଜୁନ ମାସ ମଧ୍ୟରେ ଘାସ ଆବଶ୍ୟକତା ଅନୁଯାୟୀ ବୃଦ୍ଧି ପାଇଲେ ଚାଷୀ ତାକୁ କାଟି ବିଡ଼ା ବାନ୍ଧି ସ୍ବତନ୍ତ୍ର ଭାବେ ଶୁଖାଇ ଉପତ୍ାଦନ ଆରମ୍ଭ କରିଥାନ୍ତି। ଜିଲାରେ ବର୍ଷକୁ ୨୦ହଜାର ମେଟ୍ରିକ ଟନ ଘାସ ଉପତ୍ାଦନ ହେଉଥିବା ବେଳେ ୩ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥାଏ। ଏହି ଘାସରୁ ୨୧ଟି ଏସ୍‌ଏଚ୍‌ଜି ଗ୍ରୁପର ମହିଳାମାନେ ଅତ୍ୟାଧୁନିକ ସାମଗ୍ରୀର ୟୁନିଟ ସ୍ଥାପନ କରି ୧୦୬୨ପ୍ରକାର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏହାର ବିକ୍ରିବଟା ପାଇଁ ଜିଲା ସଦର ମହକୁମାରେ ଥିବା ସାମଗ୍ରୀର ବିକ୍ରୟ କେନ୍ଦ୍ର ଓ ଇ-କର୍ମସ, ପ୍ଲିପ୍‌କାର୍ଟ, ଜବାଙ୍ଗ ଓ ଆମାଜନ ପରି ଅନଲାଇନ ବିକ୍ରୟ ସଂସ୍ଥାରେ ସାମଗ୍ରୀ ମାନଙ୍କର ଚାହିଦା ବଢୁଛି। ସବାଇରୁ ପ୍ରସ୍ତୁତ ସାମଗ୍ରୀ ପ୍ରଦୂଷଣ ମୁକ୍ତ ତଥା ଇକୋ ପ୍ରେଣ୍ଡଲି ହୋଇଥିବାରୁ ଜିଲାରେ ଥିବା ଓରମାସ ମାଧ୍ୟମରେ ଏହାର ସୁବିନିଯୋଗ ହୋଇପାରୁଛି ା ଜିଲାରେ ଥିବା ମୟୂରଭଞ୍ଜ ସବାଇ ଫାର୍ମସ ପ୍ରଡ୍ୟୁସର କମ୍ପାନୀ ଲି. ପକ୍ଷରୁ ଶାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା କୃଷି ବିଶ୍ୱ ବିଦ୍ୟାଳୟକୁ ଆବେଦନ କରାଯାଇଥିଲା ା ଜିଆଇ ଟ୍ୟାଗର ମାନ୍ୟତା ମିଳିଲେ ଜିଲାବାସୀଙ୍କ ସମେତ ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି କୃଷି ବିଜ୍ଞାନ କେନ୍ଦ୍ର(୧)ର ବୈଜ୍ଞାନିକ ଡ.ସଂଘମିତ୍ରା ପଟ୍ଟନାୟକ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri