Posted inଖେଳ

ଶ୍ରୀସନ୍ଥଙ୍କ ୭ ବର୍ଷର ବାସନ୍ଦ ଅବଧି ଶେଷ

ନୂଆଦିଲ୍ଲୀ, ୧୩।୯: ସ୍ପଟ୍‌ ଫିକ୍ସିଂ ମାମଲାରେ ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ୭ ବର୍ଷର ବାସନ୍ଦ ଅବଧି ରବିବାର (ସେପ୍ଟେମ୍ବର ୧୩) ଶେଷ ହୋଇଛି। ଶ୍ରୀସନ୍ଥଙ୍କ ଉପରେ ପ୍ରଥମେ ଆଜୀବନ ବାସନ୍ଦାଦେଶ ଲାଗୁ ହୋଇଥିଲା। କିନ୍ତୁ ସେ ଏହି ନିଷ୍ପତ୍ତି ବିରୋଧରେ ଆଇନଗତ ଯୁଦ୍ଧ ଲଢ଼ିଥିଲେ। ପରେ ଏହା ୭ ବର୍ଷକୁ କମି ଯାଇଥିଲା। ୩୭ ବର୍ଷୀୟ ଏହି କେରଳ ଦ୍ରୁତ ବୋଲର ବହୁ ପୂର୍ବରୁ ସ୍ପଷ୍ଟ କରି ଦେଇଛନ୍ତି ଯେ, ବାସନ୍ଦ ଅବଧି ସମାପ୍ତ ହେବା ପରେ ଅନ୍ତତଃ ପକ୍ଷେ ସେ ଘରୋଇ କ୍ରିକେଟ୍‌ ପୁଣିଥରେ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିଭଳି ଶ୍ରୀସନ୍ଥଙ୍କ ଘରୋଇ ଦଳ କେରଳ ପକ୍ଷରୁ ମଧ୍ୟ କୁହାଯାଇଛି, ଯଦି ଏହି ଦ୍ରୁତ ବୋଲର ଫିଟ୍‌ନେସ ପ୍ରମାଣିତ କରିପାରନ୍ତି ତେବେ ତାଙ୍କ ନାମ ବିଚାରକୁ ନିଆଯିବ।
ଅବଧି ଶେଷ ହେବାର ୨ ଦିନ ପୂର୍ବରୁ ଅର୍ଥାତ୍‌ ଶୁକ୍ରବାର ଶ୍ରୀସନ୍ଥ ଟୁଇଟରରେ ଉଲ୍ଲେଖ କରିଥିଲେ, ‘ମୁଁ ବର୍ତ୍ତମାନ କୌଣସି ପ୍ରକାର ଅଭିଯୋଗରୁ ସମ୍ପୂର୍ଣ୍ଣ ମୁକ୍ତ। ଏବେ ମୁଁ ସେହି ଖେଳକୁ ଖେଳିପାରିବି ଯାହାକୁ ସବୁଠୁ ଅଧିକ ପସନ୍ଦ କରେ। ପ୍ରତ୍ୟେକ ବଲ୍‌ରେ ମୁଁ ମୋ ଶ୍ରେଷ୍ଠତ୍ୱ ଦେବାକୁ ଚେଷ୍ଟା କରିବି। ମୋ ନିକଟରେ ଏବେ ଆହୁରି ୫-୭ ବର୍ଷର ଖେଳ ବାକି ରହିଛି। ଯେଉଁ ଟିମ୍‌ ପକ୍ଷରୁ ଖେଳିବି ଶ୍ରେଷ୍ଠତ୍ୱ ଦେବାକୁ ଚେଷ୍ଟା କରିବି।’ ଏଠାରେ ସ୍ମରଣଯୋଗ୍ୟ, ୨୦୧୩ ଆଇପିଏଲ୍‌ରେ ସ୍ପଟ୍‌ ଫିକ୍ସିଂ ମାମଲାରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥ୍‌ତ୍ବା ଶ୍ରୀସନ୍ଥଙ୍କୁ ପ୍ରଥମେ ଆଜୀବନ ବାସନ୍ଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ ଘଟଣା: ଅଭିଯୁକ୍ତ ରୋଡ଼ ରୋମିଓଙ୍କୁ ବାନ୍ଧିଲା ପୋଲିସ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ କଲେଜ ରୋଡ଼ ନାକାଛକ ନିକଟରେ ବିଚ ରାସ୍ତା ଉପରେ ଜଣେ ଯୁବତୀ(ଛାତ୍ରୀ)ଙ୍କୁ ଅସଦାଚରଣ ପ୍ରଦର୍ଶନ ଘଟଣାର ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ସେ…

ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା: ପ୍ରଭାବିତ ହେବ ଏ ସବୁ ଅଞ୍ଚଳ, ସୂଚନା ଦେଲେ…

ଭୁବନେଶ୍ୱର, ୨୮।୭: ଉତ୍ତର ଓଡ଼ିଶାରେ ଗତ ୨୪ ଘଣ୍ଟାରେ ବାଦଲ ଫଟା ବର୍ଷା ହୋଇଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ଜନଜୀବନ…

ସର୍ପ ଦଂଶନରେ ଚାଲିଗଲା ବର୍ଷୀୟାନ ସଂଗଠକଙ୍କ ଜୀବନ: ଅଞ୍ଚଳ ଜଣେ ମୂରବୀଙ୍କୁ ହରାଇଲା ବୋଲି କହିଲେ…

  ପାଟଣା ୨୮।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷା ଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ବେଜ (୮୫) ଙ୍କ…

ପରିବାର ନିୟୋଜନ ଅସ୍ତ୍ରୋପଚାର ବାଟବଣା: ଅସ୍ତ୍ରୋପଚାର ତ୍ରୁଟିରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ):ଛୋଟ ପରିବାର, ସୁଖୀ ପରିବାର। ଏହି ଶ୍ଲୋଗାନ ଦେଇ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହି ଅସ୍ତ୍ରୋପଚାର କେବଳ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ…

ଥରହର… ୭.୧ ତୀବ୍ରତାର ଭୂକମ୍ପ ଝଟକା, ସୁନାମି ଆଲର୍ଟ ଜାରି

ଟୋକିଓ,୨୮।୭: ଜାପାନର କ୍ୟୁଶୁ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରହିଥିବା ବେଳେ ୩.୨୮ ଫୁଟ ଉଚ୍ଚତା ପର୍ଯ୍ୟନ୍ତ…

ଥାନା ଭିତରେ ଜନ୍ମ ଦିନ, ବିବାହ ବାର୍ଷିକୀ କେକ୍‌ କଟା, ଫଟୋ ଭାଇରାଲ୍‌

ଗୋପ,୨୮।୭(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ଥାନା ପରିସରରେ ଜନ୍ମ ଦିନ ଏବଂ ବିବାହ ବାର୍ଷିକୀ ଲାଗି କେକ କଟା ଘଟଣା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ…

ଇସ୍ତଫା ଦେଲେ ସ୍ବିଗି ଇନଷ୍ଟାମାର୍ଟର ସିଇଓ ଅମିତେଶ ଝା; ଦାୟିତ୍ୱ ନେବେ ନନ୍ଦିତା ସିହ୍ନା

ନୂଆଦିଲ୍ଲୀ,୨୮।୭: ସ୍ବିଗି ଇନଷ୍ଟାମାର୍ଟରେ ଏକ ବଡ଼ ପରିବର୍ତ୍ତନ ଆସିଛି। କମ୍ପାନୀର ସିଇଓ ଅମିତେଶ କୁମାର ଝା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ, ନନ୍ଦିତା…

ବିଷ ଦେଇ ଟ୍ରମ୍ପଙ୍କ ପରିବାରକୁ ହତ୍ୟା କରିବାକୁ ରଚାଯାଉଛି ଷଡ଼ଯନ୍ତ୍ର! ହେଲେ ଏହା ପଛରେ କାହାର ରହିଛି ହାତ? ଜାଣନ୍ତୁ…

ଓ୍ବାଶିଂଟନ,୨୮।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନର ଏକ ଅତ୍ୟନ୍ତ ଚିନ୍ତାଜନକ ଏବଂ ଚାଞ୍ଚଲ୍ୟକର ପ୍ରଚାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri