ଋଷି ସୁନକ ନିରାଶ

ଲଣ୍ଡନ,୬।୯: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଦୌଡ଼ରେ ପଛରେ ପଡ଼ିଯାଇଥିବା ୪୨ ବର୍ଷୀୟ ରିଚ୍‌ମଣ୍ଡ ଏମ୍‌ପି ଋଷି ସୁନକ ଶେଷ ପର୍ଯ୍ୟାୟ ମତଦାନରେ ଫ୍ରଣ୍ଟରନର୍‌ ଲିଜ୍‌ ଟ୍ରସ୍‌ଙ୍କଠାରୁ ପ୍ରାୟ ୨୧ ହଜାର ଭୋଟରେ ପରାଜିତ ହୋଇଛନ୍ତି। ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ ତଥା ଭାରତୀୟ ବଂଶୋଦ୍ଭବ ସୁନକ ବୋରିସ୍‌ ଜନ୍‌ସନ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଥିବାବେଳେ କରୋନା ମହାମାରୀ ସମୟରେ ସଂସ୍କାରମୂଳକ ପଦକ୍ଷେପ ନେଇ ବ୍ରିଟେନବାସୀଙ୍କ ପ୍ରିୟପାତ୍ର ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ବୋରିସ୍‌ଙ୍କ ନେତୃତ୍ୱ ପ୍ରତି ସନ୍ଦେହ ବ୍ୟକ୍ତ କରି ସେ ହିଁ ତାଙ୍କ ଉପରେ ଇସ୍ତଫା ଦେବା ପାଇଁ ଚାପ ସୃଷ୍ଟି କରିଥିଲେ। ସୁନକଙ୍କ ଇସ୍ତଫା ପରେ କଞ୍ଜରଭେଟିଭ୍‌ ପାର୍ଟିର ଅନେକ ନେତା ଓ ମନ୍ତ୍ରୀ ନିଜ ପଦ ଛାଡ଼ିଥିଲେ। ଜୁଲାଇ ୧୩ରେ ୧୦ ଡାଉନିଂ ଷ୍ଟ୍ରିଟ୍‌ ଦୌଡ଼ରେ ଶାସକ ଦଳର ୮ ଏମ୍‌ପି ସାମିଲ ଥିଲେ। ସେମାନେ ହେଲେ ଲିଜ୍‌ ଟ୍ରସ୍‌, ଋଷି ସୁନକ, ପେନି ମୋର୍ଡଣ୍ଟ, ନଧିମ୍‌ ଜହାଓ୍ବି, ଟମ୍‌ ଟୁଗେନ୍‌ଧାତ୍‌, ସୁଲେଲା ବ୍ରେଭର୍‌ମ୍ୟାନ, ଜେରେମି ହଣ୍ଟ ଏବଂ କେମି ବେଡେନୋକ୍‌। ବ୍ରିଟେନ୍‌ରେ ବସବାସ କରୁଥିବା ୧.୫ ନିୟୁତ ଭାରତୀୟ ବଂଶୋଦ୍ଭବ ଏବଂ କଞ୍ଜରଭେଟିଭ୍‌ ପାର୍ଟିର ଏକ ବଡ଼ ଗୋଷ୍ଠୀ ତାଙ୍କୁ ସମର୍ଥନ କରିଥିଲେ। ଏସବୁ ସତ୍ତ୍ୱେ ସୁନକଙ୍କ ପରାଜୟ ତାଙ୍କୁ ନିରାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲଓସି ଆକ୍ସନ ପରେ ପାକିସ୍ତାନ ଛାନିଆ: ଇମ୍ରାନ ଡକାଇଲେ ବୈଠକ

ଇସଲମାବାଦ୍‌, ୪।୮: ନିୟନ୍ତ୍ରଣ ରେଖା (ଏଲଓସି)ରେ ପାକିସ୍ତାନ ବର୍ଡର ଆକ୍ସନ ଟିମ (ବିଏଟି)ର ଏକ ଅନୁପ୍ରବେଶ ଯୋଜନାକୁ ଭାରତୀୟ ସେନା ପଣ୍ଡ କରିଛି। ସେନା କହିବା...

ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ଝିଅକୁ ଆଲିଙ୍ଗନ କରି ଭାବପ୍ରବଣ ହେଉଛନ୍ତି ୟୁକ୍ରେନ୍ ଯବାନ: ଭିଡିଓ ଭାଇରାଲ

କ୍ୱିଭ୍‌,୨୫ ।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଯୁଦ୍ଧ ଘୋଷଣା ହେବା ପରେ ଗୁରୁବାର ଅର୍ଥାତ୍ ୨୪ ଫେବୃୟାରୀରେ ରୁଷିଆ ପ୍ରଥମେ ୟୁକ୍ରେନ ଉପରେ...

ଚାଇନାର ୨୫ ଶତ୍ରୁଙ୍କ ସହିତ ସର୍ବବୃହତ୍‌ ଯୁଦ୍ଧାଭ୍ୟାସ କରିବେ ଆମେରିକା-ଭାରତ…

ନୂଆଦିଲ୍ଲୀ/ଓ୍ବାଶିଂଟନ/ବେଜିଂ/ଟୋକିଓ, ୨।୬ : ତାଇୱାନରୁ ଲଦାଖ ପର୍ଯ୍ୟନ୍ତ ବିସ୍ତାରବାଦୀ ନୀତି ଆପେଣଉଥିବା ଚାଇନାକୁ ଘେରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। କ୍ୱାଡ୍‌ ସଦସ୍ୟ ଦେଶମାନଙ୍କ ସହିତ...

ଅଭିଶପ୍ତ ପ୍ରଧାନମନ୍ତ୍ରୀ ସିଂହାସନ, କାହାର ବି ନାହିଁ ୫ ବର୍ଷ କାର୍ଯ୍ୟକାଳ…

ଇସଲାମାବାଦ୍‌, ୪।୪ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଆସନ ଆଜି ପର୍ଯ୍ୟନ୍ତ ଅଭିଶପ୍ତ ରହିଛି। ଦେଶର କୌଣସି ପ୍ରଧାନମନ୍ତ୍ରୀ ନିଜର ୫ ବର୍ଷ କାର୍ଯ୍ୟକାଳ ପୂରଣ କରି...

ଭାରତକୁ ପ୍ରଶଂସା କଲା ବିଶ୍ୱ ବ୍ୟାଙ୍କ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭।୧୦: କରୋନା ମହାମାରୀ ବିରୋଧରେ ସଫଳ ଟିକାକରଣ କାର୍ଯ୍ୟକ୍ରମ ପାଇଁ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ ମାଲପାସ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ...

ଆଲୋଚନା ପୂର୍ବରୁ ପାକ୍‌ କଠୋର ପଦକ୍ଷେପ ନେଉ

ଜାତିସଂଘ,୨୬ା୯(ପି.ଟି.): ପାକିସ୍ତାନ ସହ ଆଲୋଚନା ପୂର୍ବରୁ ଇସ୍‌ଲାମାବାଦକୁ କେତେକ କଠୋର ପଦକ୍ଷେପ ନେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ...

ଚାଇନାରେ ଜଳବାୟୁ ପରିବର୍ତ୍ତନ ସ୍ଥିତି ସଙ୍ଗିନ

ବେଜିଂ,୨୭ା୮: ଆଜିକାଲି ଚାଇନା ପ୍ରତିକୂଳ ପରିବେଶ ଦେଇ ଗତି କରୁଛି। ଦେଶର ଅନେକ ଭାଗରେ ପ୍ରବଳ ଉତ୍ତାପ ସାଙ୍ଗକୁ ମରୁଡ଼ି ଦେଖା ଦେଇଥିବାବେଳେ ଅନେକ ଅଞ୍ଚଳରେ...

ତାଲିବାନ୍‌କୁ ଆମେରିକାର ନାଲି ଆଖି, ହିଂସା ବନ୍ଦ ନ କଲେ ଆକାଶରୁ ହେବ ବୋମା ମାଡ଼…

କାବୁଲ୍‌,୩୦।୬: ଆଫଗାନିସ୍ତାନରେ ମୁତୟନ ଥିବା ଆମେରିକାର ଶୀର୍ଷ କମାଣ୍ଡର ଅଷ୍ଟିନ୍‌ ସ୍କଟ୍‌ ମିଲର ତାଲିବାନ୍‌ ଆତଙ୍କବାଦୀ ସଂଗଠନକୁ ନାଲି ଆଖି ଦେଖାଇଛନ୍ତି। ଦେଶରେ ହିଂସା ବନ୍ଦ...

Advertisement
Archives

Model This Week