ଏଥର ବି ଦେଲେନି ରାଜ୍ୟ ଶିକ୍ଷକ ପୁରସ୍କାର

ଭୁବନେଶ୍ୱର, ୬ା୯(ବ୍ୟୁରୋ):ପ୍ରୋତ୍ସାହନ ବଦଳରେ ପ୍ରହସନ କରୁଛି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଥର ବି ଗୁରୁଦିବସରେ ଦିଆଗଲାନି ରାଜ୍ୟ ଶିକ୍ଷକ ପୁରସ୍କାର। ୫ ବର୍ଷ ହେବ ଏହି ପୁରସ୍କାର ବନ୍ଦ ରହିଥିବାବେଳେ ଚଳିତ ବର୍ଷ ପୁରସ୍କାର ଦିଆଯିବ ଓ ଏଥିପାଇଁ ପ୍ରକ୍ରିୟା ଚାଲିଛି ବୋଲି କିଛିଦିନ ତଳେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଉପନିର୍ଦ୍ଦେଶକ କହିଥିଲେ। ହେଲେ ପୁରସ୍କାର ପାଇବାକୁ ୫ବର୍ଷ ହେବ ଅପେକ୍ଷା କରିଥିବା ଶିକ୍ଷକମାନଙ୍କୁ ପୁଣି ନିରାଶ ହେବାକୁ ପଡିଛି। ଏହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
୨୦୧୭ ବର୍ଷ ପାଇଁ ରାଜ୍ୟ ଶିକ୍ଷକ ପୁରସ୍କାର ପାଇବା ନିମନ୍ତେ ୫୭ ଜଣ ଶିକ୍ଷକ ମନୋନୀତ ହୋଇଥିଲେ। ୨୦୧୮ରେ ସେମାନଙ୍କୁ ପୁରସ୍କାର ଦିଆଯିବାର ଥିଲା। କିନ୍ତୁ ହାଇକୋର୍ଟରେ ଶିକ୍ଷକ ପୁରସ୍କାରକୁ ନେଇ ଏକ ମାମଲା ରୁଜୁ ହୋଇଥିବାରୁ ୨୦୧୮ରେ ରାଜ୍ୟ ଶିକ୍ଷକ ପୁରସ୍କାର ଦିଆଗଲାନାହିଁ। ଶିକ୍ଷକ ଚୟନ ପାଇଁ ନୂଆ ରିଜୋଲୁଶନ ଆଣି ୨୦୧୮ରୁ ଏହାକୁ ଲାଗୁ କରି ପୁରସ୍କାର ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ। ଏଥିସହ ୨୦୧୭ ପାଇଁ ମନୋନୀତ ଶିକ୍ଷକଙ୍କୁ ପୁରସ୍କାର ପ୍ରଦାନ ଲାଗି ମଧ୍ୟ ନିର୍ଦ୍ଦେଶ ଦେଲେ। ହେଲେ ବିଭାଗ ପକ୍ଷରୁ ତୁରନ୍ତ ରିଜୋଲୁଶନ କରାଗଲା ନାହିଁ କି ପୁରସ୍କାର ମଧ୍ୟ ଦିଆଗଲା ନାହିଁ। ୪ବର୍ଷ ବିତିଯିବା ପରେ ଚଳିତବର୍ଷ ଏପ୍ରିଲରେ ରାଜ୍ୟ ସରକାର ନୂଆ ରିଜୋଲୁଶନ ଆଣିଲେ। ସେପ୍ଟେମ୍ବର ୫ ଗୁରୁଦିବସ ଅବସରରେ ଗତ ୪ବର୍ଷ ପାଇଁ ଏବଂ ୨୦୧୭ରେ ମନୋନୀତ ଶିକ୍ଷକଙ୍କୁ ପୁରସ୍କାର ଦିଆଯିବ ବୋଲି ନିଷ୍ପତ୍ତି ହେଲା। ଏ ନେଇ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ବିଭାଗକୁ ଚିଠି ମଧ୍ୟ ଲେଖାଗଲା। ୨୦୧୮, ୨୦୧୯, ୨୦୨୦ ଓ ୨୦୨୧ ବର୍ଷ ପାଇଁ ଶିକ୍ଷକ ଚୟନ କରିବା ସହ ୨୦୧୭ ପୁରସ୍କାର ତାଲିକା ପଠାଇବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏପ୍ରିଲ ୧୯ରେ ଚିଠି କରାଗଲା। ଜିଲାସ୍ତରରେ ଶିକ୍ଷକ ଚୟନ କରି ଜୁନ୍‌ ୭ ସୁଦ୍ଧା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ତାଲିକା ପଠାଇବାକୁ ନିର୍ଦ୍ଦେଶ ଦିଆଗଲା। ହେଲେ ଏହି ସମୟସୀମା ମଧ୍ୟରେ କୌଣସି ତାଲିକା ପ୍ରସ୍ତୁତ ହୋଇପାରିଲା ନାହିଁ। ସବୁଠାରୁ ବଡ଼ କଥା ହେଲା ବିଭାଗର ଅଧିକାରୀ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ କଥାରେ ତାଳମେଳ ରହିଲା ନାହିଁ। ଗତ ୨୯ ତାରିଖରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଉପନିର୍ଦ୍ଦେଶକ ମର୍କତ କେଶରୀ ରାଏ ‘ଧରିତ୍ରୀ’କୁ ପ୍ରତିକ୍ରିୟା ରଖି କହିଥିଲେ, ଚଳିତବର୍ଷ ପୁରସ୍କାର ଦିଆଯିବ। ଏପରି କି ସବୁ ଜିଲାରୁ ମନୋନୀତ ଶିକ୍ଷକଙ୍କ ତାଲିକା ଆସିସାରିଛି ବୋଲି ମଧ୍ୟ ଦମ୍ଭର ସହ ପ୍ରକାଶ କରିଥିଲେ। ତେଣୁ ଶିକ୍ଷକଙ୍କ ମନରେ ଆନନ୍ଦ ପ୍ରକାଶ ପାଇଥିଲା। ଚଳିତବର୍ଷ ପୁରସ୍କାର ପାଇବାକୁ ସେମାନେ ଆଶା ରଖିଥିଲେ। ହେଲେ ପୁରସ୍କାର ନ ମିଳିବା ପ୍ରସଙ୍ଗରେ ଏବେ କରୋନାକୁ ଆଳ ଦେଖାଯାଇଛି। ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଜୁଲାଇ ମାସରୁ ଶିକ୍ଷକମାନେ ଆବେଦନ କରିଥିଲେ ମଧ୍ୟ ମନୋନୟନ ପ୍ରକ୍ରିୟା ସାରିବାକୁ ସମୟ ଲାଗୁଛି। ତେଣୁ ଏଥର ପୁରସ୍କାର ଦିଆଯାଇ ପାରିଲା ନାହିଁ। ଖୁବ୍‌ଶୀଘ୍ର ଶିକ୍ଷକଙ୍କୁ ସମ୍ମାନ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ଏଥର ବି ପୁରସ୍କାରରୁ ବଞ୍ଚତ୍ତ ହୋଇଥିବାରୁ ୨୦୧୭ରେ ମନୋନୀତ ଶିକ୍ଷକଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାରଣ ସେହି ୫୭ଜଣଙ୍କ ମଧ୍ୟରୁ ୧୧ଜଣ ଅବସର ନେଇସାରିଥିବାବେଳେ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିସାରିଛି। ତେବେ ଗତବର୍ଷର ତାଲିକା ଯଦି ପ୍ରସ୍ତୁତ ହୋଇନାହିଁ, ୨୦୧୭ ମନୋନୀତ ଶିକ୍ଷକଙ୍କୁ କାହିଁକି ପୁରସ୍କାର ଦିଆଯାଉ ନାହିଁ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

କ୍ରିକେଟ ଜଗତରେ ଖୁବ ଚର୍ଚ୍ଚା, କାହାକୁ ଭୁଲ ମାଗିଲେ ଆକୃତି? ନିର୍ବନ୍ଧ ଭାଙ୍ଗିବାର ୨୬ ଦିନ ପରେ ପୁଣି ଏକାଠି ହୋଇଛନ୍ତି ଆକୃତି ଅଗ୍ରୱାଲ-ପୃଥ୍ବୀ ଶ’

ନୂଆଦିଲ୍ଲୀ,୧୩।୧୦: ଭାରତୀୟ ଦଳର ଓପନର୍‌ ପୃଥ୍ବୀ ଶ’ଙ୍କ ମଙ୍ଗେତର (fianc଼e) ଆକୃତି ଅଗ୍ରୱାଲ ଗତ ସେପ୍ଟେମ୍ବର ୧୭ରେ ସେମାନଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ…

ବିଶ୍ୱକପ୍‌ ୨୦୨୭ ପୂର୍ବରୁ ଗମ୍ଭୀରଙ୍କୁ କୈଫ୍‌ଙ୍କ ଚେତାବନୀ, ବିରାଟ-ରୋହିତ ନୁହେଁ….

ନୂଆଦିଲ୍ଲୀ,୧୩।୧୦: ଆସନ୍ତା ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। କେଉଁ ଖେଳାଳି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବେ, ତାହାକୁ ନେଇ…

ପନ୍ତଙ୍କ ସ୍ଥାନ ନେବାର ସୁଯୋଗ ପାଇପାରନ୍ତି ଏହି ଖେଳାଳି, ଟି ୨୦ ପରେ ଏବେ ଟେଷ୍ଟ ଟିମରେ…

ନୂଆଦିଲ୍ଲୀ,୧୩।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ମ୍ୟାଚରେ ଭାରତୀୟ ୱିକେଟ କିପର-ବ୍ୟାଟର ଋଷଭ ପନ୍ତଙ୍କ ଅଂଶଗ୍ରହଣ ତାଙ୍କ ଫିଟନେସ ଉପରେ ନିର୍ଭର କରିବ। ଆହତ ସମସ୍ୟା ଯୋଗୁ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଲେ ରଶ୍ମିକା-ବିଜୟ; ଫଟୋ ଶେୟାର କରି ପ୍ରକାଶ କଲେ ହୃଦୟସ୍ପର୍ଶୀ ଭାବନା

ଚେନ୍ନାଇ,୧୩।୧୦: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସହ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ଭେଟିଛନ୍ତି।…

ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?