ଏଥର ବି ଦେଲେନି ରାଜ୍ୟ ଶିକ୍ଷକ ପୁରସ୍କାର

ଭୁବନେଶ୍ୱର, ୬ା୯(ବ୍ୟୁରୋ):ପ୍ରୋତ୍ସାହନ ବଦଳରେ ପ୍ରହସନ କରୁଛି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଥର ବି ଗୁରୁଦିବସରେ ଦିଆଗଲାନି ରାଜ୍ୟ ଶିକ୍ଷକ ପୁରସ୍କାର। ୫ ବର୍ଷ ହେବ ଏହି ପୁରସ୍କାର ବନ୍ଦ ରହିଥିବାବେଳେ ଚଳିତ ବର୍ଷ ପୁରସ୍କାର ଦିଆଯିବ ଓ ଏଥିପାଇଁ ପ୍ରକ୍ରିୟା ଚାଲିଛି ବୋଲି କିଛିଦିନ ତଳେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଉପନିର୍ଦ୍ଦେଶକ କହିଥିଲେ। ହେଲେ ପୁରସ୍କାର ପାଇବାକୁ ୫ବର୍ଷ ହେବ ଅପେକ୍ଷା କରିଥିବା ଶିକ୍ଷକମାନଙ୍କୁ ପୁଣି ନିରାଶ ହେବାକୁ ପଡିଛି। ଏହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
୨୦୧୭ ବର୍ଷ ପାଇଁ ରାଜ୍ୟ ଶିକ୍ଷକ ପୁରସ୍କାର ପାଇବା ନିମନ୍ତେ ୫୭ ଜଣ ଶିକ୍ଷକ ମନୋନୀତ ହୋଇଥିଲେ। ୨୦୧୮ରେ ସେମାନଙ୍କୁ ପୁରସ୍କାର ଦିଆଯିବାର ଥିଲା। କିନ୍ତୁ ହାଇକୋର୍ଟରେ ଶିକ୍ଷକ ପୁରସ୍କାରକୁ ନେଇ ଏକ ମାମଲା ରୁଜୁ ହୋଇଥିବାରୁ ୨୦୧୮ରେ ରାଜ୍ୟ ଶିକ୍ଷକ ପୁରସ୍କାର ଦିଆଗଲାନାହିଁ। ଶିକ୍ଷକ ଚୟନ ପାଇଁ ନୂଆ ରିଜୋଲୁଶନ ଆଣି ୨୦୧୮ରୁ ଏହାକୁ ଲାଗୁ କରି ପୁରସ୍କାର ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ। ଏଥିସହ ୨୦୧୭ ପାଇଁ ମନୋନୀତ ଶିକ୍ଷକଙ୍କୁ ପୁରସ୍କାର ପ୍ରଦାନ ଲାଗି ମଧ୍ୟ ନିର୍ଦ୍ଦେଶ ଦେଲେ। ହେଲେ ବିଭାଗ ପକ୍ଷରୁ ତୁରନ୍ତ ରିଜୋଲୁଶନ କରାଗଲା ନାହିଁ କି ପୁରସ୍କାର ମଧ୍ୟ ଦିଆଗଲା ନାହିଁ। ୪ବର୍ଷ ବିତିଯିବା ପରେ ଚଳିତବର୍ଷ ଏପ୍ରିଲରେ ରାଜ୍ୟ ସରକାର ନୂଆ ରିଜୋଲୁଶନ ଆଣିଲେ। ସେପ୍ଟେମ୍ବର ୫ ଗୁରୁଦିବସ ଅବସରରେ ଗତ ୪ବର୍ଷ ପାଇଁ ଏବଂ ୨୦୧୭ରେ ମନୋନୀତ ଶିକ୍ଷକଙ୍କୁ ପୁରସ୍କାର ଦିଆଯିବ ବୋଲି ନିଷ୍ପତ୍ତି ହେଲା। ଏ ନେଇ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ବିଭାଗକୁ ଚିଠି ମଧ୍ୟ ଲେଖାଗଲା। ୨୦୧୮, ୨୦୧୯, ୨୦୨୦ ଓ ୨୦୨୧ ବର୍ଷ ପାଇଁ ଶିକ୍ଷକ ଚୟନ କରିବା ସହ ୨୦୧୭ ପୁରସ୍କାର ତାଲିକା ପଠାଇବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏପ୍ରିଲ ୧୯ରେ ଚିଠି କରାଗଲା। ଜିଲାସ୍ତରରେ ଶିକ୍ଷକ ଚୟନ କରି ଜୁନ୍‌ ୭ ସୁଦ୍ଧା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ତାଲିକା ପଠାଇବାକୁ ନିର୍ଦ୍ଦେଶ ଦିଆଗଲା। ହେଲେ ଏହି ସମୟସୀମା ମଧ୍ୟରେ କୌଣସି ତାଲିକା ପ୍ରସ୍ତୁତ ହୋଇପାରିଲା ନାହିଁ। ସବୁଠାରୁ ବଡ଼ କଥା ହେଲା ବିଭାଗର ଅଧିକାରୀ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ କଥାରେ ତାଳମେଳ ରହିଲା ନାହିଁ। ଗତ ୨୯ ତାରିଖରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଉପନିର୍ଦ୍ଦେଶକ ମର୍କତ କେଶରୀ ରାଏ ‘ଧରିତ୍ରୀ’କୁ ପ୍ରତିକ୍ରିୟା ରଖି କହିଥିଲେ, ଚଳିତବର୍ଷ ପୁରସ୍କାର ଦିଆଯିବ। ଏପରି କି ସବୁ ଜିଲାରୁ ମନୋନୀତ ଶିକ୍ଷକଙ୍କ ତାଲିକା ଆସିସାରିଛି ବୋଲି ମଧ୍ୟ ଦମ୍ଭର ସହ ପ୍ରକାଶ କରିଥିଲେ। ତେଣୁ ଶିକ୍ଷକଙ୍କ ମନରେ ଆନନ୍ଦ ପ୍ରକାଶ ପାଇଥିଲା। ଚଳିତବର୍ଷ ପୁରସ୍କାର ପାଇବାକୁ ସେମାନେ ଆଶା ରଖିଥିଲେ। ହେଲେ ପୁରସ୍କାର ନ ମିଳିବା ପ୍ରସଙ୍ଗରେ ଏବେ କରୋନାକୁ ଆଳ ଦେଖାଯାଇଛି। ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଜୁଲାଇ ମାସରୁ ଶିକ୍ଷକମାନେ ଆବେଦନ କରିଥିଲେ ମଧ୍ୟ ମନୋନୟନ ପ୍ରକ୍ରିୟା ସାରିବାକୁ ସମୟ ଲାଗୁଛି। ତେଣୁ ଏଥର ପୁରସ୍କାର ଦିଆଯାଇ ପାରିଲା ନାହିଁ। ଖୁବ୍‌ଶୀଘ୍ର ଶିକ୍ଷକଙ୍କୁ ସମ୍ମାନ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ଏଥର ବି ପୁରସ୍କାରରୁ ବଞ୍ଚତ୍ତ ହୋଇଥିବାରୁ ୨୦୧୭ରେ ମନୋନୀତ ଶିକ୍ଷକଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାରଣ ସେହି ୫୭ଜଣଙ୍କ ମଧ୍ୟରୁ ୧୧ଜଣ ଅବସର ନେଇସାରିଥିବାବେଳେ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିସାରିଛି। ତେବେ ଗତବର୍ଷର ତାଲିକା ଯଦି ପ୍ରସ୍ତୁତ ହୋଇନାହିଁ, ୨୦୧୭ ମନୋନୀତ ଶିକ୍ଷକଙ୍କୁ କାହିଁକି ପୁରସ୍କାର ଦିଆଯାଉ ନାହିଁ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନୀତି ନିଜକୁ ଅଡ଼ୁଆ

ପ୍ରେମାନନ୍ଦ ଖମାରୀ ବରଗଡ଼ ଅଫିସ, ୨୬ା୧୦: ରାଜ୍ୟ ସରକାର ଧାନ ସଂଗ୍ରହ ପାଇଁ ନୀତି ନିର୍ଦ୍ଧାରଣ କରିଥାନ୍ତି। ହେଲେ ସେହି ନୀତି ବେଳେ ବେଳେ ସରକାରଙ୍କ...

ରାଜ୍ୟରେ କରୋନା ନେଲା ଆଉ ୧୦ ମୁଣ୍ଡ: ଗଞ୍ଜାମରୁ ଅଛନ୍ତି ୫ଜଣ

ଭୁବନେଶ୍ୱର, ୧।୮(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆକ୍ରାନ୍ତରେ ଆଉ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ଜନୀତ ମୃତ୍ୟୁସଂଖ୍ୟା ୧୮୭ରେ ପହଞ୍ଚିଛି। ଏ ନେଇ...

ଉନ୍ନତି ଭବନ ଲୋକାର୍ପିତ: ଓଏମ୍‌ଏସ୍‌, ଓଏମ୍‌ପିଏସ୍‌ ଅଧିକାରୀଙ୍କୁ ନିଯୁକ୍ତିପତ୍ର

ଭୁବନେଶ୍ୱର,୧।୩(ବ୍ୟୁରୋ): ନୂତନ ଭାବେ ଚୟନ ହୋଇଥିବା ଓଡିଶା ପୌର କ୍ୟାଡର ଅନ୍ତଭୁର୍କ୍ତ ଓଡିଶା ପୌର ପ୍ରଶାସନ ସେବା (ଓଏମ୍‌ଏସ୍‌) ଏବଂ ଓଡିଶା ପୌର ଯୋଜନା ସେବା...

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର, ୧।୩(ବ୍ୟୁରୋ): ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟରେ ପରିବର୍ତ୍ତନ ହୋଇଛି। ପର୍ଯ୍ୟଟକଙ୍କ ପାଇଁ ମାର୍ଚ୍ଚ ୧ ଅର୍ଥାତ୍‌ ବୁଧବାରଠୁ ସକାଳ ୬ଟାରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟଦ୍ୱାର...

ଗଣେଶ ପୂଜା ପ୍ରସଙ୍ଗ: ସ୍ଥାନୀୟ ପ୍ରଶାସନ ନେବ ନିଷ୍ପତ୍ତି

କଟକ ଅଫିସ,୨୦ା୮: ଟ୍ବିନ୍‌ ସିଟି ଭୁବନେଶ୍ୱର ଏବଂ କଟକରେ ଗଣେଶ ପୂଜା ପାଇଁ ଅନୁମତି ଦେବାକୁ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ରୁଜୁ ହୋଇଥିଲା।...

ଭାଇ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ବାରିପଦା ଅଫିସ,୧୩।୧୧: ମୟୂରଭଞ୍ଜ ଜିଲା ବାରିପଦା ଅତିରିକ୍ତ ଜିଲା ଦୌରା ଜଜ୍‌(୧)କୋର୍ଟରେ ଶୁକ୍ରବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ଚୌଧୁରୀ ପ୍ରବୀର...

ଆଇଆର୍‌ଇ ପ୍ଲାଣ୍ଟରେ ମହିଳା ଶ୍ରମିକଙ୍କ ମୃତ୍ୟୁ, ପ୍ରତିବାଦରେ ଧାରଣା

ଛତ୍ରପୁର,୧୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଇଆର୍‌ଇ ପ୍ଲାଣ୍ଟ ପରିସରରେ କାର୍ଯ୍ୟ କରୁଥିବା ସମୟରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେହେଲେ ଛତ୍ରପୁର ନିକଟବର୍ତ୍ତୀ...

୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ୧୪...

Advertisement
Archives

Model This Week