ପ୍ରଦୂଷଣମୁକ୍ତ ହେବ ୨୮୧ ଜଳାଶୟ

ଯାଜପୁର ଅଫିସ,୬ା୯:ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପୋଖରୀ ପାଣି ବ୍ୟବହାର ଅନୁପଯୋଗ ହୋଇ ପଡ଼ିଛି। ବର୍ଷ ବର୍ଷ ଧରି ପଙ୍କ ଉଦ୍ଧାର କରାଯାଉ ନାହିଁ। ଏହାସହ ପୋଖରୀରେ ନର୍ଦ୍ଦମା ପାଣି ପଶି ଜଳକୁ ପ୍ରଦୂଷିତ କରୁଛି। ଫଳରେ ସଂରକ୍ଷିତ ପାଣି ଅପରିଷ୍କାର ହୋଇଯାଉଛି। ଏହିକ୍ରମରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜଟି)ରେ ୩୨୫/୨୦୧୫ ମାମଲାର ନିର୍ଦ୍ଦେଶ ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ୧୦ ହେକ୍ଟର କିମ୍ବା ଊର୍ଦ୍ଧ୍ୱ ପରିମିତ ଅଞ୍ଚଳର ୨୮୧ ଜଳାଶୟକୁ ପ୍ରଦୂଷଣମୁକ୍ତ କରାଯିବ। ପାଣି ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ କ୍ଷୁଦ୍ର ଜଳସେଚନ ମୁଖ୍ୟ ଯନ୍ତ୍ରୀଙ୍କୁ ସୋମବାର ନିର୍ଦ୍ଦେଶ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ସହାୟତା ନେଇ ଏହି ପ୍ରକ୍ରିୟା ୨୦ା୯ା୨୦୨୨ ସୁଦ୍ଧା ସମ୍ପନ୍ନ କରିବାକୁ ଜଳ ସମ୍ପଦ ବିଭାଗ ନୋଡାଲ ଅଫିସର ଡି.ଡି.ଆର୍‌.ଆର୍‌. ପଟ୍ଟନାୟକ ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି। ଉକ୍ତ ଜଳାଶୟଗୁଡିକର ସ୍ଥାନ ନିରୂପଣ କରିବାକୁ ଏକ ନକ୍ସା ପ୍ରସ୍ତୁତ କରାଯାଇଛି। ଜଳନମୁନା ସଂଗ୍ରହ କରିବା ପରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ପ୍ରସ୍ତୁତ ଫର୍ମାଟ ଅନୁସାରେ ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଏହା ଯଦି ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୁଏ ତେବେ ଜଳାଶୟଗୁଡିକ ପ୍ରଦୂଷଣମୁକ୍ତ ହୋଇପାରିବ ବୋଲି ମତପ୍ରକାଶ ପାଇଛି।
ରାଜ୍ୟରେ ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ଶିଳ୍ପ କାରଖାନା ବୃଦ୍ଧି ସାଙ୍ଗକୁ ମୋରମ ଓ ପଥର ଖାଦାନରେ ବେଆଇନ ବିସ୍ପୋରଣ ଯୋଗୁ ଶତାଧିକ ଜଳାଶୟ ସମେତ ଭୂତଳ ଜଳ ପ୍ରଦୂଷିତ ହେଉଛି। ଏଭଳି ସ୍ଥିତିରେ ଜଳାଶୟ କିସମ ଜମି ହ୍ରାସ ପରିବେଶ ପାଇଁ ବିପଦ ସୃଷ୍ଟି କରିଛି। ପୋଖରୀ ପୁନରୁଦ୍ଧାର ଅବା ଖୋଲାଯିବା ପରିବର୍ତ୍ତେ ପୁରାତନ ପୋଖରୀକୁ ପୋତା ଚାଲିଛି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୮ ଜାନୁୟାରୀରେ ରାଜ୍ୟର ସମସ୍ତ ମହାନଗର ନିଗମର କମିଶନର ଏବଂ ପୌରାଞ୍ଚଳ ଓ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଏନେଇ ତାଗିଦ କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଳାଶୟ କିସମ ଜମିକୁ ସୁରକ୍ଷିତ ରଖିବାକୁୁ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। ଏଥିରେ ଜିଲାପାଳ ଆବାହକ, ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ, ନିର୍ବାହୀ ଅଧିକାରୀ, ଉନ୍ନୟନ ପରିଷଦର ଯୋଜନା ଅଧିକାରୀ ପ୍ରମୁଖ ସଭ୍ୟ ରହିଥିଲେ। ହେଲେ ଜଳାଶୟଗୁଡିକର ସୁରକ୍ଷା ତ ଦୂରର କଥା କ୍ରମଶଃ ସେଗୁଡିକୁ ପୋତାଯାଉଥିବା ଅଭିଯୋଗ ହେଉଛି। ଏଭଳି ପୋଖରୀ ସଂଖ୍ୟା ହ୍ରାସ ପାଇବା ଯୋଗୁ କ୍ରମବର୍ଦ୍ଧିଷ୍ଣୁ ଉତ୍ତପ୍ତ ପରିବେଶରୁ ସାଧାରଣ ଲୋକେ ଆଶ୍ୱସ୍ତ ହେବାର ବାଟ ବନ୍ଦ ହୋଇଯାଇଛି।
ରାଜାରାଜୁଡା ସମୟରେ ପୋଖରୀ ଖୋଳିଲେ ମହାପୁଣ୍ୟ ବୋଲି ବିଶ୍ୱାସ ରହିଥିଲା। ତେଣୁ ପ୍ରତ୍ୟେକ ଗ୍ରାମରେ ୫/୬ ପୋଖରୀ ଖୋଲାଯାଉଥିଲା। ମନ୍ଦିର ପାର୍ଶ୍ୱରେ ପୋଖରୀଟିଏ ନିଶ୍ଚିତ ଭାବେ ଖନନ ହେଉଥିଲା। ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ। ଏଠାରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ଜଳାଶୟ ଥିଲା, ଯାହା ଏବେ ୨୦୦୦କୁ ହ୍ରାସ ପାଇଥିବା କୁହାଯାଉଛି। ବର୍ଷାଜଳର ସଂରକ୍ଷଣ ସହ ସହର ବସତିକୁ ଅତିବୃଷ୍ଟି ଜନିତ କ୍ଷୟକ୍ଷତିରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଯୋଜନାବଦ୍ଧ ଭାବେ ଖୋଳାଯାଇଥିବା ଶହ ଶହ ବର୍ଷର ପୋଖରୀଗୁଡ଼ିକ ହଜିଯାଉଛି। ଅନ୍ୟପକ୍ଷରେ ଜଳାଶୟ ବକ୍ଷରେ ବଡ଼ ଅଟ୍ଟାଳିକା, ଶିଳ୍ପ ଆଦି ଗଢ଼ି ଉଠିଛି। ଏହିସବୁ ଜମିକୁ ପ୍ରଶାସନ ଫେରାଇ ଆଣିଲେ ବାସ୍ତବରେ ଜଳାଶୟ ଜମିର ପୁନରୁଦ୍ଧାର ହୋଇପାରିବ ବୋଲି ମତପ୍ରକାଶ ପାଉଛି।
ଏସ୍‌ପିସିିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ପୂର୍ବରୁ ଜଳାଶୟଗୁଡିକର ଜଳ ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏଥିରେ ଏସ୍‌ପିସିବିକୁ ସହାୟତା କରିବାକୁ ପରାମର୍ଶ ହୋଇଥିଲା। ହେଲେ ପରବର୍ତ୍ତୀ ପଦକ୍ଷେପ ସଂକ୍ରାନ୍ତରେ ତାଙ୍କୁ କୌଣସି ନିର୍ଦ୍ଦେଶ ହୋଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…

ଦିଲ୍ଲୀରେ ସକାଳୁ ସକାଳୁ CJPର ବିକ୍ଷୋଭ; ଆଶୁତୋଷ ରଙ୍କା ଅଟକ, ସୌରଭ ଦାସ ପୋଲିସ ହେପାଜତରେ

ନୂଆଦିଲ୍ଲୀ,୧୩।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସକାଳେ ପ୍ରାୟ…

IPLକୁ ଫେରିପାରନ୍ତି ଏହି ଖେଳାଳି; କେଉଁ ଫ୍ରାଞ୍ଚାଇଜ ତାଙ୍କ ପାଇଁ ଉପଯୁକ୍ତ ହେବ? ପୂର୍ବତନ କ୍ରିକେଟର୍‌ କହିଲେ…

ନୂଆଦିଲ୍ଲୀ,୧୩।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ବର୍ତ୍ତମାନ ପାଞ୍ଚ-ମ୍ୟାଚ ବିଶିଷ୍ଟ T20 ସିରିଜ ଚାଲିଛି, ଯେଉଁଥିରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି। ଏହି ସିରିଜର ଚତୁର୍ଥ…

ଦ୍ରାବିଡ଼-ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ ଜୋରଦାର ଲଢେଇ: ଜାଣନ୍ତୁ କିଏ ମାରିଲେ ବାଜି

ନୂଆଦିଲ୍ଲୀ,୧୩।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ରାହୁଲ ଦ୍ରାବିଡ଼ ଓ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ କ୍ରିକେଟ ମଇଦାନରେ ଲଢ଼େଇ ଦେଖିବାକୁ ମିଳିଛି। ବିନୁ ମାଙ୍କଡ଼…

ବଡ଼ ସୂଚନା; ଆଇସିୟୁ, ଭେଣ୍ଟିଲେଟର୍‌ ବିନା ଆୟୁଷ୍ମାନ୍‌ ଅପରେଶନ ମନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଆଇସିୟୁ ଓ ଭେଣ୍ଟିଲେଟର୍‌ ନ ଥିଲେ ଆୟୁଷ୍ମାନ ଅନୁଦାନରେ ଅପରେଶନ ହୋଇପାରିବନି । ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ…

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?