ଏହି ସରକାରଙ୍କ ଆସିଲା ବଡ଼ ଯୋଜନା: ପିଲା ଜନ୍ମ କଲେ ଛାତ୍ରୀଙ୍କୁ ମିଳିବ ଲକ୍ଷେ ରୁବଲ ପ୍ରୋତ୍ସାହନ ରାଶି

ମସ୍କୋ,୧୦ା୧: ରୁଷିଆର କରେଲିଆ ଅଞ୍ଚଳର ସ୍ଥାନୀୟ ସରକାରଙ୍କ ଦ୍ୱାରା ୨୫ ବର୍ଷରୁ କମ୍‌ ବୟସର ଛାତ୍ରୀମାନଙ୍କୁ ପିଲା ଜନ୍ମ କଲେ ୧ ଲକ୍ଷ ରୁବଲ (ପ୍ରାୟ ୮୧ ହଜାର ଟଙ୍କା)ର ପ୍ରୋତ୍ସାହନ ରାଶି ଦିଆଯିବ। ‘ଦି ମସ୍କୋ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରେଲିଆର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ୨୫ ବର୍ଷ ବୟସ୍କା ଛାତ୍ରୀମାନଙ୍କ ପାଇଁ ଏହି ଯୋଜନା ଲାଗୁ ହେବ। ଦେଶରେ ଲଗାତର ହ୍ରାସ ପାଉଥିବା ଜନ୍ମହାରରେ ଉନ୍ନତି ଆଣିବା ପାଇଁ ଗତ ଜାନୁଆରୀ ୧ରୁ କରେଲିଆ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ତେବେ ମୃତ ପିଲାଙ୍କୁ ଜନ୍ମ ଦେଇଥିବା ମା’ଙ୍କ ପାଇଁ ଏହି ଯୋଜନା ଅନୁଯାୟୀ ପ୍ରୋତ୍ସାହନ ରାଶି ଦିଆଯିବ ନାହିଁ।

ତେବେ ଏପରି ନୀତିକୁ କାର୍ଯ୍ୟକାରୀ କରିବାରେ କାରୋଲିନା ରୁଷିଆର ପ୍ରଥମ ଅଞ୍ଚଳ ନୁହେଁ। ରୁଷିଆର ଅତି କମ୍‌ରେ ୧୧ରୁ ଅଧିକ ଆଞ୍ଚଳିକ ସରକାର ଛାତ୍ରୀମାନଙ୍କୁ ପିଲା ଜନ୍ମ କରିବା ପାଇଁ ପ୍ରୋତ୍ସାହନ ରାଶି ଦେଉଛନ୍ତି। ତେବେ ବିଶେଷଜ୍ଞମାନେ ଏପରି ପଦକ୍ଷେପକୁ ଅନୁପଯୁକ୍ତ ଏବଂ ଦୂରଦୃଷ୍ଟିସମ୍ପନ୍ନ ନୁହେଁ ବୋଲି କହିଛନ୍ତି। ମା’ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏବଂ ସେମାନେ ଆର୍ଥିକ ଭାବେ ସ୍ବଚ୍ଛଳ ନ ଥିବା କାରଣରୁ ଏହି ଯୋଜନା ଫଳପ୍ରଦ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

୨୦୨୪ର ପ୍ରଥମ ୬ ମାସ ମଧ୍ୟରେ ରୁଷିଆରେ କେବଳ ୫,୯୯,୬୦୦ ଶିଶୁ ଜନ୍ମ ହୋଇଥିଲେ। ଗତ ୨୫ ବର୍ଷର ରୁଷିଆ ଇତିହାସରେ ଏହି ସଂଖ୍ୟା ସବୁଠୁ କମ୍‌ ଥିଲା। ୧୯୯୦ ଦଶକର ଆରମ୍ଭରେ ରୁଷିଆର ଜନସଂଖ୍ୟା ୧୪.୮ କୋଟି ଥିବା ବେଳେ ଏବେ ଏହା କମି ୧୪.୬ କୋଟିରେ ପହଞ୍ଚିଛି। ଜାତିସଂଘର ଅନୁମାନ ଅନୁଯାୟୀ, ୨୧୦୦ ମସିହା ବେଳକୁ ରୁଷିଆର ଜନସଂଖ୍ୟା ଆହୁରି ହ୍ରାସ ପାଇ ୭.୪ କୋଟିରୁ ୧୧.୨ କୋଟି ମଧ୍ୟରେ ରହିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏତିକି ବର୍ଷ ପରେ ଧ୍ୱଂସ ପାଇଯିବ ପୃଥିବୀ: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ଲଣ୍ଡନ,୨୨।୧: ଇଂଲଣ୍ଡର ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପୃଥିବୀର ଭବିଷ୍ୟତ ଉପରେ ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦିଆଯାଇଛି। ଆମର...

ଆମେରିକାରେ ଜୟଶଙ୍କରଙ୍କୁ ଅପମାନ! ପଛଧାଡିକୁ ଯିବାକୁ କହିଲେ…ଭିଡିଓ ଭାଇରାଲ

ଓ୍ବାଶିଂଟନ୍‌,୨୨।୧:ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେଇ ସାରିଛନ୍ତି। ତାଙ୍କ ଶଫଥ ସମାରୋହରେ ଭାରତ ସମେତ ଅନେକ ଦେଶ ଏଥିରେ ଯୋଗ ଦେଇଥିଲେ।...

ଭାରତ ସହ ପଙ୍ଗା ନେଉଥିଲା ବାଂଲାଦେଶ, ହେଲେ ଟ୍ରମ୍ପଙ୍କ ଗୋଟିଏ ନିଷ୍ପତ୍ତିରେ ଛାନିଆ ହୋଇଗଲେ ୟୁନୁସ୍‌

ଓ୍ବାଶିଂଟନ୍‌,୨୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆମଦାନୀ ଶୁଳ୍କ ନିଷ୍ପତ୍ତି ବିଶ୍ୱ ବାଣିଜ୍ୟରେ ହଇଚଇ ସୃଷ୍ଟି କରିଛି। ବିଶେଷକରି ବାଂଲାଦେଶର ଗାର୍ମେଣ୍ଟ ଇଣ୍ଡଷ୍ଟ୍ରି ଏହି ନିଷ୍ପତ୍ତି...

ଟ୍ରମ୍ପଙ୍କ ଆଉ ଏକ ବଡ଼ ନିଷ୍ପତ୍ତି, ଚିନ୍ତାରେ ପଡ଼ିଲାଣି ଭାରତ

ଓ୍ବାଶିଂଟନ,୨୨ା୧: ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ ତାରିଖରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଶପଥ ନେବାର କିଛି ସମୟ ପରେ, ସେ...

ଭୟରେ ଟ୍ରମ୍ପ! ଚାଇନାର ଉଡିଲା ହୋସ୍‌, ମୋଦି ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୨।୧: ଦାୟିତ୍ୱ ନେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ (ବ୍ରାଜିଲ, ଋଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା) ଦେଶଗୁଡ଼ିକ ଉପରେ ୧୦୦ପ୍ରତିଶତ...

ପଦ ସମ୍ଭାଳିବା ପରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଦୌଡି ଦୌଡି କୋର୍ଟରେ ପହଞ୍ଚିଲେ ୨୦ ରାଜ୍ୟ

ଓ୍ବାଶିଂଟନ୍‌,୨୨।୧: ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ନେବା ପରଠାରୁ ଆକ୍ସନ ମୋଡରେ ଅଛନ୍ତି। ପଦ ଗ୍ରହଣ କରିବା ମାତ୍ରେ ଟ୍ରମ୍ପ ଏପରି...

ପୁଟିନଙ୍କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ: ୟୁକ୍ରେନ ସହ ଯୁଦ୍ଧ ବନ୍ଦ ନ କଲେ ଭୋଗିବ ପରିଣାମ

ବର୍ଲିନ/ଓ୍ବାଶିଂଟନ,୨୨।୧: -ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ୟୁକ୍ରେନ ଯୁଦ୍ଧ ବନ୍ଦ...

କୋଟିପତି ସଫେଇ କର୍ମଚାରୀ

ଲଣ୍ଡନ: ବ୍ରିଟେନ୍‌ର କାର୍ଲିସ୍ଲେରେ ରହୁଥିବା ଜେମ୍ସ କ୍ଲାର୍କସନ(୨୦) ୭.୫ ମିଲିୟନ ପାଉଣ୍ଡ (ପ୍ରାୟ ୮୦ କୋଟି ଟଙ୍କା)ର ଲଟେରି ଜ୍ୟାକ୍‌ପଟ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri