୧୦ ବର୍ଷ ମଧ୍ୟରେ ରୁଷିଆର ପତନ ହେବ: ସର୍ଭେ ରିପୋର୍ଟ…

ଓ୍ବାଶିଂଟନ,୧୨।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉଭୟ ଦେଶ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୟୁକ୍ରେନ ଏଥିରେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଛି। କିନ୍ତୁ ବିଶେଷଜ୍ଞମାନେ ମପୋଷଣ କରିଛନ୍ତି ଯେ ଏହି ଯୁଦ୍ଧର ପ୍ରଭାବ ଦୀର୍ଘ ଦିନ ପର୍ଯ୍ୟନ୍ତ ରୁଷିଆ ଉପରେ ରହିବ ଏବଂ ଦେଶ ଯୁଦ୍ଧ ପରବର୍ତ୍ତୀ ଭାର ବହନ କରିପାରିବ ନାହିଁ। ଗ୍ଲୋବାଲ ଷ୍ଟ୍ରାଟେଜିଷ୍ଟ ଏବଂ ଆନାଲିଷ୍ଟର ଏକ ସର୍ଭେରେ କୁହାଯାଇଛି ଯେ ଆସନ୍ତା ୧୦ ବର୍ଷ ମଧ୍ୟରେ ରୁଷିଆ ଅସ୍ତିତ୍ୱ ରହିବ ନାହିଁ। ଏହାର ମୁଖ୍ୟ କାରଣ ହେଉଛି ୟୁକ୍ରେନ ଯୁଦ୍ଧ।

ସ୍କଟକ୍ରଫ୍ଟ ସେଣ୍ଟର ଫର ଷ୍ଟ୍ରାଟେଜୀ ଏବଂ ଆଟଲାଣ୍ଟିକ କାଉନସିଲର ସୁରକ୍ଷା ପକ୍ଷରୁ ସର୍ଭେରେ ୧୬୭ ବିଶ୍ୱସ୍ତରୀୟ ରଣନୀତିଜ୍ଞଙ୍କ ମତକୁ ଅନ୍ତର୍ଭୁକ୍ତ କରିଛି। ଯାହା ଅନୁଯାୟୀ ଆସନ୍ତା ଦଶନ୍ଧି ମଧ୍ୟରେ ରୁଷିଆର ପତନ ହେବାର ଆଶଙ୍କା ଅଛି।

ଏହି ସର୍ଭେରେ ଘରୋଇ କ୍ଷେତ୍ର, ଏକାଡେମୀ, ଏନଜିଓ ତଥା ସ୍ବାଧୀନ ପରାମର୍ଶଦାତା ମଧ୍ୟ ସାମିଲ ହୋଇଥିଲେ। ୟୁକ୍ରେନ ସହିତ ରୁଷିଆର ଯୁଦ୍ଧ ପୃଥିବୀର ବୃହତ୍ତମ ଆଣବିକ ଅସ୍ତ୍ରଶସ୍ତ୍ର ସହିତ ଏକ ବୃହତ ଶକ୍ତିସ୍ତରର ଅଶାନ୍ତିକୁ ତ୍ୱରାନ୍ବିତ କରିପାରେ ବୋଲି ଆମେରିକାର ଏକ ଥିଙ୍କଟକ ଏକ ସର୍ଭେରେ କହିଛି।

ସର୍ବେକ୍ଷଣ କରାଯାଇଥିବା ୪୬ ପ୍ରତିଶତ ଲୋକ ଭୟ ପ୍ରକାଶ କରିଥିଲେ ଯେ ୨୦୩୩ ସୁଦ୍ଧା ରୁଷିଆର ପତନ ଘଟିବ। ପ୍ରାୟ ୪୦ ପ୍ରତିଶତ ଉତ୍ତରଦାତା କହିଛନ୍ତି ଆଭ୍ୟନ୍ତରୀଣ ବିପ୍ଳବ, ଗୃହଯୁଦ୍ଧ କିମ୍ବା ରାଜନୈତିକ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି। ୪ ପ୍ରତିଶତ ଲୋକ ପରମାଣୁ ଯୁଦ୍ଧର ବିପଦର ମଧ୍ୟ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri