ରାସାୟନିକ ଆକ୍ରମଣ ପରେ ରାସ୍ତାରେ ପଡ଼ିରହିଛି ହଜାର ହଜାର ମୃତଦେହ

କ୍ୱିଭ୍‌,୧୨।୪: ରୁଷିଆ ଓ ୟୁକ୍ରେନରେ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୪୮ଦିନରେ ପହଞ୍ଚିଛି। ଏହି ଯୁଦ୍ଧର କେବେ ସମାପ୍ତି ହେବ ତାହା କାହାକୁ ଜଣାନାହିଁ। ଉକ୍ତ ଦେଶ ଉପରେ ରୁଷିଆ ସୈନ୍ୟଙ୍କ ଆକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ୟୁକ୍ରେନର ମାରିୟୁପୋଲ ସହରରେ ରୁଷିଆ ସୈନ୍ୟ ରାସାୟନିକ ଅସ୍ତ୍ର ପ୍ରୟୋଗ କରିଥିବା ଦାବି କରାଯାଉଛି। ଏହି ଆକ୍ରମଣରେ ପ୍ରାୟ ୧୦ହଜାର ସାଧାରଣନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ଆହୁରି ବୃଦ୍ଧି ପାଇ ୨୦ହଜାରରୁ ଊର୍ଦ୍ଧ୍ୱ ହୋଇପାରେ ବୋଲି ଆକଳନ କରାଯାଛଛି। ମାରିୟୁପୋଲ ମେୟର ଭାଡିମ ବଏଚେନ୍‌କୋ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି। ଅନ୍ୟପଟେ ୟୁକ୍ରେନର ଗୃହମନ୍ତ୍ରଣାଳୟର ପରାମର୍ଶଦାତା ଆଣ୍ଟୋନ ଗେରେଶେଚେନ୍‌କୋ ଏକ ଟୁଇଟ୍‌ କରି ଦାବି କରିଛନ୍ତି ଯେ, ମାରିୟୁପୋଲରେ ରୁଷିଆ ସୈନ୍ୟମାନେ ରାସାୟନିକ ଆକ୍ରମଣ କରିଛନ୍ତି। ଏଥିସହ ସେ କହିଛନ୍ତି, ରୁଷିଆ ମାନବିକତାର ସମସ୍ତ ସୀମା ଅତିକ୍ରମ କରିସାରିଲାଣି। ବର୍ତ୍ତମାନ ରୁଷିଆ ସହ କଡ଼ା ଲଢ଼େଇରେ ୟୁକ୍ରେନ ଆହୁରି ଅସ୍ତ୍ରଶସ୍ତ୍ର ଲୋଡୁଛି ବୋଲି ଆଣ୍ଟୋନ ଗେରେଶେଚେନ୍‌କୋ କହିଛନ୍ତି। ଏଥିସହ କ୍ୱିଭ୍‌ ସହର ପରିଷଦର ଡେପୁଟି ଏଲିନା ମିଖାଇଲୋଭା ମଧ୍ୟ ଟୁଇଟ କରି ଏହା ରାସାୟନିକ ଆକ୍ରମଣ ବୋଲି ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରୁଷୀୟ ସୈନ୍ୟମାନେ ୟୁକ୍ରେନ ସୈନ୍ୟ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ମାରିୟୁପୋଲରେ ଏକ ବିଷାକ୍ତ ପଦାର୍ଥ ବ୍ୟବହାର କରିଛନ୍ତି। ରୁଷୀୟ ସୈନ୍ୟ ଏହି ରାସାୟନିକ ପଦାର୍ଥକୁ ଡ୍ରୋନ ମାଧ୍ୟମରେ ମାରିୟୁପୋଲ ଉପରେ ପକାଇଛନ୍ତି ବୋଲି ଏଲିନା ଦାବି କରିଛନ୍ତି। ଅନ୍ୟପଟେ ଏହି ଆକ୍ରମଣ ପରେ ମାରିୟୁପୋଲର ଲୋକମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ତେବେ ଏଥିରେ କେଉଁ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଛି ସେ ସମ୍ବନ୍ଧରେ କୌଣସି ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri