ସୁରକ୍ଷା ସମ୍ମିଳନୀକୁ ରୁଷିଆର ବର୍ଜନ

ମ୍ୟୁନିକ୍‌,୧୯।୨: ୟୁକ୍ରେନ୍‌ ସୀମାରେ ବିପୁଳ ସୈନ୍ୟ ମୁତୟନ କରି ସାରା ବିଶ୍ୱର ମୁଣ୍ଡବ୍ୟଥା ବଢ଼ାଇ ଦେଇଥିବା ରୁଷିଆ ମୁନିକ୍‌ ସୁରକ୍ଷା ସମ୍ମିଳନୀ (ଏମ୍‌ଏସ୍‌ସି)କୁ ବର୍ଜନ କରିଛି। ଜର୍ମାନୀର ମ୍ୟୁନିକ୍‌ ସହରରେ ଶୁକ୍ରବାର ଆରମ୍ଭ ହୋଇଥିବା ଏହି ତିନିଦିନିଆ ସମ୍ମିଳନୀରେ ୟୁକ୍ରେନ୍‌ ସଙ୍କଟ ଉପରେ ସବୁ ଦେଶର ଫୋକସ୍‌ ରହିଛି। ଏଥିରେ ଶତାଧିକ ମନ୍ତ୍ରୀ ଓ ୩୦ରୁ ଅଧିକ ରାଷ୍ଟ୍ରମୁଖ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜର୍ମାନୀ ଚାନ୍ସଲର ଓଲାଫ ସ୍କୋଲ୍ଡ ଏବଂ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ ମଧ୍ୟ ସମ୍ମିଳନୀରେ ସାମିଲ ହୋଇଛନ୍ତି। ତେବେ ରୁଷିଆର ଅନୁପସ୍ଥିତି ସମସ୍ତଙ୍କୁ ଚକିତ କରିଛି। ଏମ୍‌ଏସ୍‌ସିରେ ୧୪ ବର୍ଷ ଧରି ଅଧ୍ୟକ୍ଷତା କରିଆସୁଥିବା ଉଲ୍ଫଗେଙ୍ଗ୍‌ ଇସ୍କିଙ୍ଗେର ଏହାକୁ ଦୁର୍ଭାଗ୍ୟଜନକ ବୋଲି ଅଭିହିତ କରିଛନ୍ତି।ୟୁକ୍ରେନ୍‌ ସେନାର ଜଣେ ଅଧିକାରୀଙ୍କ ମତରେ ରୁଷିଆ ସୈନ୍ୟଙ୍କ ଆକ୍ରମଣରେ ସୀମାନ୍ତ ଷ୍ଟାନିସିଆ ଲୁହାନ୍‌ସ୍କାସ୍ଥିତ ଏକ କିଣ୍ଡରଗାର୍ଟେନ୍‌ ସ୍କୁଲ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି।

ବିପତ୍ତି ଆଣିବ ଯୁଦ୍ଧ: ଜାତିସଂଘ

ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଯୁଦ୍ଧର ରୂପ ନେଲେ ବିପତ୍ତି ଆସିବ ବୋଲି ଶୁକ୍ରବାର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସତର୍କ କରାଇଛନ୍ତି। ମ୍ୟୁନିକ୍‌ ସମ୍ମିଳନୀକୁ ସମ୍ବୋଧନ କରି ଗୁଟେରେସ୍‌ କହିଛନ୍ତି, ୟୁକ୍ରେନ୍‌କୁ ରୁଷିଆ ସୈନ୍ୟ ଘେରିରହିଥିବା ସ୍ଥିତିକୁ ନେଇ ସେ ଚିନ୍ତିତ। ଏହା ୟୁରୋପରେ ସାମରିକ ସଂଘର୍ଷକୁ ଜନ୍ମ ଦେବା ଆଶଙ୍କା ଦେଖାଦେଇଛି। ଯଦି ତାହା ହୁଏ ତେବେ ବିପତ୍ତି ଆସିବ। କୂଟନୀତିର କିଛି ବିକଳ୍ପ ନାହିଁ ବୋଲି ଗୁଟେରେସ୍‌ ଚେତାଇ ଦେଇଛନ୍ତି।

*ସୀମାରେ ରୁଷିଆ ପକ୍ଷରୁ ୧୯୦,୦୦୦ ସୈନ୍ୟ ମୁତୟନ କରାଯାଇଥିବା ଆମେରିକୀୟ ଅଧିକାରୀମାନେ କହିଛନ୍ତି। ସେମାନଙ୍କ ମତରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ଏହା ହେଉଛି ସର୍ବାଧିକ ସାମରିକ ମୁତୟନ।
*ଇତିମଧ୍ୟରେ ୟୁକ୍ରେନ୍‌ ପକ୍ଷରୁ ପୂର୍ବାଞ୍ଚଳରେ ସ୍ଥିତି ଖରାପ ହେବାରେ ଲାଗିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ୨୦୧୪ ପରଠାରୁ ରୁଷିଆ ସମ୍ପୃକ୍ତ କ୍ଷେତ୍ରରେ ବିଚ୍ଛିନ୍ନତାବାଦୀମାନଙ୍କୁ ପ୍ରୋତ୍ସାହନ ଦେଇଆସୁଛି।
*ୟୁକ୍ରେନ୍‌ ଉପରେ ଆକ୍ରମଣ ଖବରକୁ ମସ୍କୋ ଲଗାତର ଖଣ୍ଡନ କରିବା ସହ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଯୁଦ୍ଧ ଉନ୍ମାଦ ସୃଷ୍ଟି କରୁଥିବା ଅଭିଯୋଗ ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ସୁସ୍ଥ ହେବାର ୬ ମାସ ପରେ ବି ଗନ୍ଧ କି ସ୍ବାଦ ବାରି ପାରୁନାହାନ୍ତି ଏହି ଯୁବତୀ

ଓ୍ବାଶିଂଟନ,୧ା୮: କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱବାସୀ ଚିନ୍ତାରେ। ଏଥିରେ କୋଟି କୋଟି ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି।...

ଶରଣାର୍ଥୀ ସଙ୍କଟ, ୧୨ ଦେଶ ପାଇଁ ସତର୍କ ଘଣ୍ଟି…

କାବୁଲ,୨୬।୮: ଆଫଗାନିସ୍ତାନ ଶରଣାର୍ଥୀ ସଙ୍କଟ ଧିରେ ଧିରେ ବଢ଼ିବାରେ ଲାଗିଛି। ଏତେ ସଂଖ୍ୟକ ଲୋକଙ୍କୁ ଥଇଥାନ କରାଯିବା ବିଶ୍ୱସ୍ତରରେ ଏକ ଆହ୍ବାନ ସୃଷ୍ଟି କରିଛି। ଜୀବନ...

ପୃଥିବୀରେ ୩୦ ହଜାର ୮୭୩ ଲୋକଙ୍କ ଜୀବନ ନେଲାଣି କରୋନା: ୬ ଲକ୍ଷ ୬୩ ହଜାର ୫୪୧ ସଂକ୍ରମିତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି। ଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବହୁ...

ଲକ୍‌ଡାଉନ ଯୋଗୁ ୭୦ଲକ୍ଷ ଅନିଚ୍ଛାକୃତ ଗର୍ଭଧାରଣ ସମ୍ଭବ !

ଓ୍ବାଶିଂଟନ,୧।୫: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଏହା ଯଦିଓ ପ୍ରକୃତି ଉପରେ ଭଲ ପ୍ରଭାବ ପକାଇଛି, ଅନ୍ୟ ଦିଗରେ...

କ୍ରିଶ୍‌ଙ୍କୁ କ୍ଷମା ମାଗିଲେ ସ୍ମିଥ୍‌

ଓ୍ବାଶିଂଟନ,୩୦ା୩: ଲସ୍‌ ଏଞ୍ଜେଲ୍ସରେ ଆୟୋଜିତ ଓସ୍କାର ସମାରୋହରେ ହୋଇଥିବା ହାଇଡ୍ରାମାକୁ ନେଇ ହଲିଉଡ୍‌ ଅଭିନେତା ଓ୍ବିଲ୍‌ ସ୍ମିଥ୍‌ କମେଡିଆନ୍‌ କ୍ରିସ୍‌ ରକ୍‌ଙ୍କୁ କ୍ଷମା ମାଗିଛନ୍ତି। ଏ...

‘ଏମିତି ବ୍ରିଟେନ ଗଢିବି ଯେଉଁଠି ଆମ ପିଲା ଦୀପ ଜାଳି ପାରିବେ’…

ଲଣ୍ଡନ,୨୭ ।୧୦: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଯାଇଛନ୍ତି । ଏହାସହ ୟୁନାଇଟେଡ କିଙ୍ଗଡମର ସବୁଠାରୁ ମହତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ସେ ଦାୟିତ୍ୱ ସମ୍ଭାଳିଛନ୍ତି...

ଗୁରୁଦ୍ୱାରାରେ ଗୁଳି ଚାଳନା, ୨ ଗୁରୁତର…

ଓ୍ବାଶିଂଟନ,୨୭।୩ : ଆମେରିକାର କାଲିଫର୍ନିଆର ସାକ୍ରାମେଣ୍ଟୋ କାଉଣ୍ଟିରେ ରବିବାର ବିଳମ୍ବିତ ରାତିରେ ଏକ ଗୁରୁଦ୍ୱାରାରେ ଗୁଳି ବିନିମୟ ହୋଇଥିବାର ଖବର ମିଳିଛି। ଖବର ଅନୁଯାୟୀ, ଏଠାରେ...

ଯୁଦ୍ଧ ଘୋଷଣା…

ମସ୍କୋ,୨୪।୨ : ଯୁଦ୍ଧ ଟାଳିବା ପାଇଁ ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ବୈଠକ ଚାଲିଥିବାବେଳେ ରୁଷ୍‌ଇଆ ରାଷ୍ଠ୍ରପତି ବ୍ଲାଡିମୀର ପୁଟିନ୍‌ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା...

Advertisement
Archives

Model This Week