୨ ଘଣ୍ଟା ଜାତୀୟ ରାଜପଥ ଅବରୋଧ

ଚଣ୍ଡିଖୋଲ,୧୯ା୨(ଡି.ଏନ.ଏ.): ବଡ଼ଚଣା ବ୍ଲକରେ ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ବ୍ଲକର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁରଠାରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ନଳୀପୁରଠାରେ ୨ ଘଣ୍ଟାକାଳ ୫୩ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ, ଡିଏସ୍‌ପି ସଂଗ୍ରାମ ଟୁଡୁ, ଏସ୍‌ଡିପିଓ ଚିନ୍ମୟ ନାୟକ, ତହସିଲଦାର ପ୍ରଦୀପ କୁମାର ସେଠୀ, ବାଲିଚନ୍ଦ୍ରପୁର ଥାନାଧିକାରୀ ରମାକାନ୍ତ ମୁଦୁଲି, ଧର୍ମଶାଳା ଥାନାଧିକାରୀ ରାକେଶ ତ୍ରିପାଠୀ, ଜେନାପୁର ଥାନାଧିକାରୀ ଉମାକାନ୍ତ ନାୟକ ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନକାରୀ ରାସ୍ତା ଅବରୋଧରୁ ଓହରି ଯାଇଥିଲେ।
ପୋଲିସ ସୂଚନା ମୁତାବକ, ନଳୀପୁର ନୋଡାଲ ବିଦ୍ୟାଳୟରେ ମତଦାନ ବୁଥ୍‌ ହୋଇଥିଲା। ତେବେ ସେଠାରେ ୨ ନମ୍ବର ବୁଥ୍‌ ଜବରଦଖଲ ହେଉଥିବା ନେଇ ଖବର ମିଳିବା ପରେ ନଳୀପୁର ଗ୍ରାମର ସେକ୍‌ ଫର୍ଜୁଲ ହକ୍‌ ସେଠାକୁ ଯାଇଥିଲେ। ସକ୍‌ ଫର୍ଜୁଲ ହକ୍‌ ସରପଞ୍ଚ ପ୍ରାର୍ଥୀ ହୋଇଥିବା ଅବଦୁଲ ଗନିଙ୍କ ସମର୍ଥକ ହୋଇଥିବାରୁ ସେ ଯାଇ ବୁଥ୍‌ ଜବରଦଖଲକୁ ବିରୋଧ କରିଥିଲେ। ତେବେ ସେଠାରେ ଅନ୍ୟତମ ସରପଞ୍ଚ ପ୍ରାର୍ଥୀ ରଶ୍ମିରଞ୍ଜନ ବଳ ଓ ତାଙ୍କ ସାନଭାଇ ମିହିର ରଞ୍ଜନ ବଳ, ପୂର୍ବତନ ସରପଞ୍ଚ ମନ୍ମଥକେଶରୀ ସାହେବରାୟ ଓ ଜ୍ୟୋତିରଞ୍ଜନ ବଳ ପ୍ରମୁଖ ଫର୍ଜୁଲଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ଅବଦୁଲ ଗନିଙ୍କ ହଜାର ହଜାର ସମର୍ଥକ ଜାତୀୟ ରାଜପଥ ଅବରୋଧ କରିବା ସହ ଟାୟାରଜାଳି ପ୍ରତିବାଦ କରିଥିଲେ। ୨ ନମ୍ବର ବୁଥକୁ ଜୋର ଜବରଦସ୍ତ ରଶ୍ମିରଞ୍ଜନ ବଳ ଓ ତାଙ୍କ ସମର୍ଥକ ଦଖଲ କରିଥିବା ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ। ତେଣୁ ତୁରନ୍ତ ପୁନଃମତଦାନ କରିବାକୁ ଦାବି କରିଥିଲେ। ପ୍ରିଜାଇଡିଂ ଅଫିସର ଯଦି ବୁଥ ଦଖଲ ନେଇ ଅଭିଯୋଗ କରନ୍ତି ତେବେ ନିର୍ବାଚନ କମିଶନ ପୁନଃ ମତଦାନ ନେଇ ନିଷ୍ପତ୍ତି ନେବେ ବୋଲି ପ୍ରଶାସନିକ ଅଧିକାରୀ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଧୁନିକତାର ସ୍ପର୍ଶ ଅପେକ୍ଷାରେ କାଠ କଣ୍ଢେଇ

କେନ୍ଦୁଝର, ୯।୯(ସ୍ବ.ପ୍ର.)-କାଠ କଣ୍ଢେଇ ସହ ସେ ବିତାଇଛନ୍ତି ଜୀବନର ଅନେକ ବୟସ। ବୁଝିଛନ୍ତି କାଠ କଣ୍ଢେଇ ମନର କଥା। ଆଧୁନିକତାର ରଙ୍ଗ ମାଖି ପୁରୁଣା କାଠ...

ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ବିଧାୟକ

କୋକସରା,୫।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର ଜବାହର ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ ହୋଇଛି। ଶୁକ୍ରବାର ଧର୍ମଗଡ ବିଧାୟକ ମୌଷଧି ବାଗ ସ୍ମାର୍ଟ...

ସାମାଜିକ ଦୂରତା ଉଲ୍ଲଂଘନ: ୩ ଦୋକାନ ସିଲ୍‌ କଲା ପ୍ରଶାସନ

କେନ୍ଦୁଝର, ୧୪ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଆଗାମୀ ମେ’ ୩ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି। ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ...

ପୁରୀରୁ ଆସୁଥିବା ବସ୍‌ ଓଲଟିଲା

ପୁରୀ ଅଫିସ,୧୧ା୭: ପୁରୀରୁ ଭୁବନେଶ୍ୱର ଆସୁଥିବା ‘ଶାରଳା’ ନାମକ ଏକ ବସ୍‌ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍‌ଟି ସାତଶଙ୍ଖ ନିକଟ ଡିଭାଇଡରରେ ପିଟି...

ଚାକିରି କରାଇଦେବା ନାଁରେ ୭୦ ଲକ୍ଷ ଠକେଇ କରି ମହିଳା ଫେରାର, ଟାଉନ୍‌ ଥାନାରେ ମାମଲା ରୁଜୁ

ବଲାଙ୍ଗୀର ଅଫିସ,୭।୧୨: ବଲାଙ୍ଗୀର ସହରରେ ଘର ଭଡ଼ା ନେଇ ରହୁଥିବା ଯାଜପୁର ଜିଲାର ଜଣେ ମହିଳା ଚାକିରି କରାଇଦେବା ନାଁରେ ପ୍ରାୟ ୭୦ ଲକ୍ଷ ଟଙ୍କା...

ପାହାଡ଼ରୁ ଅସୁସ୍ଥ ଭାଲୁ ଉଦ୍ଧାର

ଜେନାପୁର,୧୧।୧୨(ଡି.ଏନ୍‌.ଏ): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତ ବଳରାମପୁର ଉପରଗଡ଼ ପାହାଡ଼ରୁ ଅସୁସ୍ଥ ଅବସ୍ଥାରେ ଏକ ଭାଲୁକୁ ମଙ୍ଗଳବାର ଉଦ୍ଧାର କରାଯାଇଛି। ଭାଲୁକୁ...

ବିଜେପୁର ଉପନିର୍ବାଚନ: ୭୨% ମତଦାନ

ବରଗଡ଼ ଅଫିସ /ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ସା ୫ଟାରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ନିର୍ବାଚନ ମଣ୍ଡଳୀର ୨୮୫...

ବିଜେଡି, କଂଗ୍ରେସର ଷ୍ଟାର କ୍ୟାମ୍ପେନର ତାଲିକା

ଭୁବନେଶ୍ୱର,୩।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ଶୁକ୍ରବାର ନିଜର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛନ୍ତି। ପୂର୍ବରୁ ଭାଜପା ନିଜର ଷ୍ଟାର କ୍ୟାମ୍ପେନର...

Advertisement
Archives

Model This Week