ଶୁଖିଲା ପଡ଼ିଛି ଋଷିକୁଲ୍ୟା

ଧରାକୋଟ,୧ା୪ (ବିଷ୍ଣୁକେଶରୀ ଆଚାର୍ଯ୍ୟ): ପୁଣ୍ୟତୋୟା ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲାର ଜୀବନ ରେଖା ଭାବେ ପରିଚିତ। ଧାର୍ମିକ ଓ ଆଧ୍ୟାତ୍ମିକ ଭାବନା ସହ ଏହି ନଦୀ ଯେତିକି ଜଡ଼ିତ, ପିଇବା ପାଣି ସହ ଜିଲାର ଜଳ ସେଚନ ବ୍ୟବସ୍ଥା ପାଇଁ ମଧ୍ୟ ଏହା ସେତିକି ଗୁରୁତ୍ୱପୂର୍ଣ୍ଣ। କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ବାହାରି ଏହା ଗଞ୍ଜାମ ଜିଲାରେ ପ୍ରବାହିତ ହୋଇ ବଙ୍ଗୋପ ସାଗରରେ ମିଶିଛି। ଏହା ଉପରେ ଧରାକୋଟ ନିକଟସ୍ଥ ଜାନବିଲିଠାରେ ବ୍ରିଟିଶମାନଙ୍କ ଅମଳରୁ ୧୮୯୧ ମସିହାରେ ନିର୍ମାଣ କରାଯାଇଥିବା ଆନ୍ନିକଟ ଦ୍ୱାରା ଜିଲାର ଶତାଧିକ ହେକ୍ଟର ଜମିରେ ଜଳସେଚନ ହେଉଥିବା ବେଳେ ବ୍ରହ୍ମପୁର ସହର ସମେତ ସଂଖ୍ୟାଧିକ ଗ୍ରାମର ଲୋକେ ଏହି ନଦୀ ଉପରେ ପିଇବା ପାଣି ପାଇଁ ନିର୍ଭର କରନ୍ତି। ଏପରିକି କେତେକ ଶିଳ୍ପ ସଂସ୍ଥା ମଧ୍ୟ ଏହି ନଦୀର ପାଣି ବ୍ୟବହାର କରୁଛନ୍ତି। ଚିରସ୍ରୋତା ରୁଷିକୂଲ୍ୟା ନଦୀ ଏବେ ଶୁଖିଲା ପଡ଼ିଛି। ଅଭାବୀ ବର୍ଷା ସାଙ୍ଗକୁ ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ ଯୋଗୁଁ ଖରାର ପ୍ରକୋପ ଦିନକୁ ଦିନ ବଢୁଥିବା ବେଳେ ଜଳସ୍ତର ନିମ୍ନଗାମୀ ହେଉଛି। ବିଭିନ୍ନ ଧାର୍ମିକ କାର୍ଯ୍ୟ ଓ ପରମ୍ପରା ସହ ମଧ୍ୟ ଏହି ନଦୀ ଜଡ଼ିତ। ମନ୍ଦିର ପ୍ରତିଷ୍ଠା, ଯଜ୍ଞ, ବାରୁଣୀ ସ୍ନାନ, ସକ୍ରାନ୍ତି ସ୍ନାନ ପାଇଁ ଏହି ନଦୀର ଜଳ ବ୍ୟବହାର ହୁଏ। ଆସନ୍ତା ୬ ତାରିଖ ଶନିବାର ପବିତ୍ର ବାରୁଣୀ ସ୍ନାନ। ଏହି ନଦୀ ତଟରେ ଥିବା ଆସିକା, ପୁରୁଷୋତ୍ତମପୁର ଓ ପ୍ରତାପୁରରେ ଥିବା ଘାଟରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇ ବାରୁଣୀ ସ୍ନାନ କରିଥାନ୍ତି। କିନ୍ତୁ ପାଣି ନଥିବା ଯୋଗୁଁ ଚଳିତ ବର୍ଷ ସ୍ନାନ ବାଧାପ୍ରାପ୍ତ ହେବା ନିଶ୍ଚିତ। ନଦୀ ଶୁଖିଲା ପଡ଼ିଥିବା ଯୋଗୁ ନଈକୂଳିଆ ଗାଁଗୁଡ଼ିକର ପିଇବା ପାଣି ସମସ୍ୟା ଦିନକୁ ଦିନ ବଢୁଥିବା ଦେଖାଯାଉଛି। ନଦୀରେ ମାତ୍ର ଗୋଟିଏ ଧାର ପାଣି ଯାଉଥିବା ଯୋଗୁଁ ଜଳଯୋଗାଣ ପ୍ରକଳ୍ପଗୁଡ଼ିକର ଇନ୍‌ଟେକ ଓ୍ବେଲରେ ପର୍ଯ୍ୟାପ୍ତ ପାଣି ଗଛିତ ହୋଇପାରୁନାହିଁ। ଅନ୍ୟପଟରେ ଗାଁ ଗାଁରେ କୂଅ, ପୋଖରୀ ଶୁଖିଲା ପଡ଼ିଛି। ଆସନ୍ତା ଦୁଇମାସ ଖରାର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଲାଣି। ଏହା ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ସୋରଡ଼ା ନିକଟସ୍ଥ ପିପଳପଙ୍କା, ଧରାକୋଟ ନିକଟସ୍ଥ ଜାନବିଲି ଓ ଛତ୍ରପୁର ନିକଟସ୍ଥ କଂସାରୀଗଣ୍ଡଠାରେ ନୂତନ ବ୍ୟାରେଜ ନିର୍ମାଣ କରାଯାଇ ଜଳ ସଂରକ୍ଷଣ ବ୍ୟବସ୍ଥା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାଦ୍ବାରା ଋଷିକୁଲ୍ୟା ନଦୀର ଜଳକୁ ନିୟନ୍ତ୍ରଣରେ ରଖାଯାଇ ପିଇବା ପାଣି, ଜଳସେଚନ ଓ ଧାର୍ମିକ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ। ଏଣୁ ଭଞ୍ଜନଗର ଜଳସେଚନ ବିଭାଗ ତରଫରୁ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?