Posted inଖେଳ

ବିଶ୍ୱର ପ୍ରଥମ ଉଇକେଟ୍‌କିପର୍‌ ଭାବେ ଏମିତି କାରନାମା କଲେ ଧୋନୀ

ବିଶାଖାପାଟନମ,୧।୪: ଆଇପିଏଲ୍‌ ୨୦୨୪ର ଏମଏସ ଧୋନୀ ପ୍ରଥମ ଦୁଇଟି ମ୍ୟାଚରେ ଏମଏସ ଧୋନୀ କେବଳ ଉଇକେଟକିପିଂ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପି ବିପକ୍ଷରେ ଆଇପିଏଲ ୨୦୨୪ର ତୃତୀୟ ମ୍ୟାଚ ଖେଳିଥିଲା ଏବଂ ଏଥିରେ ମାହିଙ୍କ ବ୍ୟାଟିଂ ମଧ୍ୟ ଦେଖିବାକୁ ମିଳିଥିଲା। ବ୍ୟାଟିଂରେ ଧୋନୀ ୪ ଚୌକା ଓ ୩ ଛକା ସହାୟତାରେ ୧୬ ବଲରେ ୩୭ ରନ ସ୍କୋର କରିଥିଲେ। କିନ୍ତୁ ଏହାପୂର୍ବରୁ ସେ ଉଇକେଟ କିପିଂରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲେ ଏବଂ ଏକ ସ୍ବତନ୍ତ୍ର ତ୍ରିଶତକ ପୂରଣ କରିଥିଲେ ଏବଂ ଏହି ମାଇଲଖୁଣ୍ଟ ହାସଲ କରିବାରେ ସେ ଦୁନିଆର ପ୍ରଥମ ଉଇକେଟକିପର ହୋଇଥିଲେ।
ଧୋନୀ ଟି-୨୦ କ୍ରିକେଟରେ ଷ୍ଟମ୍ପ ପଛରୁ ୩୦୦ ବ୍ୟାଟ୍ସମ୍ୟାନଙ୍କ ତାଙ୍କ ଶିକାର କରିଥିଲେ। ଟି-୨୦ର ୩୬୭ ଇନିଂସରେ ମାହି ଉଇକେଟକିପର ଭାବରେ ୩୦୦ ବ୍ୟାଟ୍ସମ୍ୟାନଙ୍କ ପାଭିଲିୟନକୁ ରାସ୍ତା ଦେଖାଇଥିଲେ। ଧୋନୀ ୩୦୦ ମାର୍କ ଛୁଇଁ ଦୁନିଆର ପ୍ରଥମ ଉଇକେଟ କିପର ହୋଇଥିଲେ। ପାକିସ୍ତାନର ପୂର୍ବତନ ଉଇକେଟ କିପର କମ୍ରାନ ଆକମଲ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୨୮୧ ଇନିଂସରେ ୨୭୧ ବ୍ୟାଟ୍ସମ୍ୟାନ ଶିକାର କରିଛନ୍ତି।

ଟି -୨୦ରେ ଉଇକେଟ କିପର ଭାବରେ ସର୍ବାଧିକ ଶିକାର

ଏମ୍‌ଏସ୍‌ ଧୋନୀ- ୩୦୦ (୩୬୭ ଇନିଂସରେ)

କମ୍ରାନ ଆକମଲ- ୨୭୪ (୨୮୧ ଇନିଂସରେ)

ଦୀନେଶ କାର୍ତ୍ତିକ- ୨୭୪ (୩୨୫ ଇନିଂସରେ)

କ୍ୱିଣ୍ଟନ ଡି କକ- ୨୭୦ (୨୯୦ ଇନିଂସରେ)

ଜୋସ ବଟଲର୍‌- ୨୦୯ (୨୫୯ ଇନିଂସରେ)


Enter your email to get our daily news in your inbox.

All Right Reserved By Dharitri.Com

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ବଡ଼ ଖବର! ଏହି ରାଜ୍ୟରେ ଅକ୍ଟୋବର ୧ରୁ ମିଳିବନି ପେଟ୍ରୋଲ୍-ଡିଜେଲ୍

ଚଣ୍ଡିଗଡ଼,୧୬।୯: ହରିୟାଣାରେ ୧ ଅକ୍ଟୋବର ୨୦୨୬ରୁ ଯାନବାହନ ଚଳାଚଳକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏନ୍‌ସିଆର ଅଞ୍ଚଳରେ ପୁରୁଣା…

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଜ୍ବରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ, ଅଞ୍ଚଳରେ ଶୋକର ଛାୟା

ପାତ୍ରପୁର,୧୬।୯(ଉମା ଚରଣ ନେପାକ): ପାତ୍ରପୁର ବ୍ଲକ ଗୁଣ୍ଡୁରା ଗ୍ରାମର ପ୍ରତାପ ବାଡ଼ତ୍ୟା ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ…

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ବାପାଙ୍କ ଛୁରାମାଡ଼ରେ ପୁଅଙ୍କ ଚାଲିଗଲା ଜୀବନ, ନୂଆଁଖାଇରେ ହୋଇଥିଲା ରକ୍ତପାତ

ଝରିଗାଁ,୧୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ମଙ୍ଗଳବାର ରାତିରେ ବାପାର ଛୁରା ମାଡ଼ରେ…

କନ୍ନଡ ଅଭିନେତା ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ନୂଆଦିଲ୍ଲୀ,୧୬।୯: ଭାରତୀୟ ସିନେମାରେ ନିଜର ଦୀର୍ଘ ଓ ସ୍ମରଣୀୟ ଅବଦାନ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ କନ୍ନଡ଼ ସିନେମାର ଭେଟେରାନ୍‌ ଅଭିନେତା ଅନନ୍ତ ନାଗ ।…

ଦେଶରେ ହଇଚଇ! Gen-Z ଙ୍କୁ ନୂଆ ମେସେଜ୍ ଦେଲେ ଓୱେସି, ଯିଏ ସ୍ତ୍ରୀଙ୍କ କଥା ମାନି ଚଳେ….

ଭୋପାଳ,୧୬।୯: ୟୁନିଫର୍ମ ସିଭିଲ୍ କୋଡ୍ (UCC) ବିରୋଧରେ ଭୋପାଳରେ ଆୟୋଜିତ ରାଲିରେ AIMIM ମୁଖ୍ୟ ତଥା ଲୋକସଭା ଏମପି ଅସଦୁଦ୍ଦିନ ଓୱେସି Gen Z ଯୁବପିଢ଼ିଙ୍କୁ ସମ୍ବୋଧିତ…

ଆଶାକର୍ମୀଙ୍କୁ ବଡ଼ ଉପହାର, ୨ଗୁଣା ବଢିଲା ଦରମା; ଏବେ ମିଳିବ…

ନୂଆଦିଲ୍‌ଲୀ,୧୬।୯: ଆଶା କର୍ମୀ (ASHA Workers) ମାନଙ୍କୁ ଏକ ବଡ଼ ଉପହାର। ଦିଲ୍ଲୀ ସରକାର ଆଶା କର୍ମୀମାନଙ୍କୁ ମିଳୁଥିବା ମାସିକ ପ୍ରୋତ୍ସାହନ ଭତ୍ତାକୁ ୩,୦୦୦ ଟଙ୍କାରୁ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?