ପୁରୁଷୋତ୍ତମପୁର,୨୪।୯, (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ତିନି ଦିନ ହେଲା ବର୍ଷା ଲାଗିରହି ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏହି ଲଗାଣ ବର୍ଷା ଯୋଗୁ ଋଷିକୂଲ୍ୟାନଦୀର ଜଳପତନ ଧିରେଧିରେ ବଢିବା ସହ ଦୁଇକୂଳ ଲଙ୍ଘି ନଦୀ ଫୁଲିଉଠିବାରେ ଲାଗିଛି। ଫଳରେ ଏହାକୁନେଇ ବନ୍ୟାର ଆଶଙ୍କାକରି ନଇକୂଳିଆ ଲୋକେ ଭୟଭିତ ହୋଇପଡିଛନ୍ତି। ସନ୍ଧ୍ୟାସୁଧା ଏଠାରେ ୬୦.୮ ମିଲିମିଟର ବର୍ଷାହୋଇଥିବା ବେଳେ ପବନରବେଗ ଘଣ୍ଟାପ୍ରତି ୧୦.୩୯୮ କିଲୋମିଟର ରହିଛି। ରୁଷିକୂଲ୍ୟା ନଦୀ ଜଳସ୍ତର ବିପଦସଂକେତ ୧୬.୮୩୫ମିଟର ରହିଥିବାବେଳେ ଶତର୍କ ସଂକେତ ୧୫.୮୩୫ମିଟର ରହିଛି। ମାତ୍ର ବର୍ତ୍ତମାନ ନଦୀରେ ଜଳସ୍ଥର ୧୫.୩୬୦ ମିଟର ଉଚ୍ଚତାରେ ପ୍ରବାହିତ ହେବାରେ ଲାଗିଛି। ଏହାକୁ ନେଇ ପ୍ରଶାସନ ସମ୍ପୂର୍ଣ୍ଣରୁପେ ସଜାଗ ହୋଇଉଠିଛି। କାଳେ କେଉଁଠାରେ ନଦୀବନ୍ଧର ବ୍ରିଜ ଓ ହିଡ ଭାଙ୍ଗିଯିବାର ସନ୍ଦେହ କରି ପ୍ରଶାସନ ଅନ୍ତିରିଗାଁ ଠାରୁ ଅଲାଡିଗାଁ ପର୍ଯ୍ୟନ୍ତ ତନଖିକରିବାରେ ଲାଗିପଡିଛନ୍ତି। ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରାଙ୍କ ସମେତ ଏନଏସି ନିର୍ବାହୀ ଅଧିକାରୀ ସଂଗିତା ସେଠୀ, ଅତିରିକ୍ତ ତହସିଲଦାର ଦେବାଶିଶ ମହାପାତ୍ର, ଜଳଶେଚନବିଭାଗିୟ ମୁଖ୍ୟଯନ୍ତ୍ରୀ ତଥା ପରିଚାଳକ ବେସିନ ଜଗନ୍ନାଥ ପାଣି, ସୁପରିଟେଣ୍ଟ ଇନଜିନିୟର ନିରଞ୍ଜନ ସାହୁ, ସହକାରୀଯନ୍ତ୍ରୀ ସଦାଶିବ ପାତ୍ର, କନିଷ୍ଟଯନ୍ତ୍ରୀ ସାଗରକୁମାର ଦାଶ ଓ ରାଜସ୍ବବିଭାଗିୟ କର୍ମଚାରିମାନେ ଗ୍ରାମକୁଯାଇ କୁଳଘାଇ,ବ୍ରିଜମାନକୁ ତଦାରଖକରିବାରେ ଲାଗିଛନ୍ତି।

