ଫାସ୍‌ଟାଗ୍‌ ପାଇଁ ପୁଣି ଦୌଡ଼

କୁହାଯାଉଛି ଟୋଲ୍‌ ପ୍ଲାଜାରେ ଗାଡ଼ିଗୁଡ଼ିକର ସହଜ ଯାତାୟାତ ଲାଗି ଫାସ୍‌ଟାଗ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। ଦୀର୍ଘ ସମୟ ଯାନଗୁଡ଼ିକ ଧାଡ଼ିରେ ନ ରହି ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେଶନ (ଆର୍‌ଏଫ୍‌ଆଇଡି) ପ୍ରଯୁକ୍ତି ମାଧ୍ୟମରେ ଏହା ଚଳାଚଳ କରିପାରିବ। ଗାଡ଼ି ମାଲିକମାନେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକାରୀ ସଂସ୍ଥା ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ନିୟମ ମାନି ଫାସ୍‌ଟାଗ୍‌ କଲେ। ଏବେ ପୁଣି ଏଥିରେ କେଁ ପୂରାଇ ଦିଆଯାଇ କୁହାଗଲାଣି, ବୈଧ ବାଲାନ୍ସ ଥାଇ ମଧ୍ୟ ‘ତୁମ ଗ୍ରାହକଙ୍କୁ ଜାଣ’ ବା କଓ୍ବୋଇସି ସମ୍ପୂର୍ଣ୍ଣ ହୋଇ ନ ଥିଲେ ଜାନୁଆରୀ ୩୧ ପରେ ବ୍ୟାଙ୍କଗୁଡ଼ିକ ଫାସ୍‌ଟାଗ୍‌କୁ ଅକାମୀ କରିଦେବେ। ‘ଓ୍ବାନ୍‌ ଭେହିକିଲ୍‌ ଓ୍ବାନ୍‌ ଫାସ୍‌ଟାଗ୍‌’କୁ ପ୍ରୋତ୍ସାହନ ଦେବା ଲାଗି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଘୋଷଣା କରାଯାଇଛି, ଯାହା ଏବେ ଗାଡ଼ି ମାଲିକଙ୍କୁ ଅଧିକ ହଇରାଣ କରିବ।
ଦେଖିବାକୁ ଗଲେ ସରକାରଙ୍କ ଦ୍ୱାରା ନିର୍ମିତ ରାସ୍ତାରେ ଚଳପ୍ରଚଳ କରୁଥିବା ଯାନବାହନ ଅତ୍ୟଧିକ ମାତ୍ରାର ଅର୍ଥ ଦେଇ ପଞ୍ଜୀକରଣ କରାଇଥାଆନ୍ତି। ଏଥିରେ ରୋଡ୍‌ ଟ୍ୟାକ୍ସ ଭଳି ଟିକସ ମଧ୍ୟ ଅନ୍ତର୍ଭୁକ୍ତ। ତା’ଉପରେ ଲଦି ଦିଆଗଲା ଟୋଲ୍‌ ଟିକସ, ଯାହାଫଳରେ ବାହନ ମାଲିକଙ୍କୁ ଆହୁରି ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଏଥିରେ ଜନସାଧାରଣ କୌଣସି ଆପତ୍ତି ଉଠାଇ ନ ଥିଲେ। ସମସ୍ତେ ମେଣ୍ଢାଙ୍କ ଭଳି ସ୍ବୀକାର କରି ଟୋଲ୍‌ ଟିକସ ଦେଉଛନ୍ତି। ପଚାରିଲେ ସରକାରୀ ସୂତ୍ରରୁ ଯୁକ୍ତି ଦର୍ଶାଯାଉଛି ଯେ, ପୃଥିବୀର ସବୁ ଦେଶରେ ଟୋଲ୍‌ ଟିକସ ରହିଛି। ସେଥିପାଇଁ ଭାରତରେ ରାଜରାସ୍ତା ନିର୍ମାଣକୁ ସାହାଯ୍ୟ କରିବା ପାଇଁ ଏହି ଟିକସ ଦିଆଯିବା ଉଚିତ। ଏଭଳି ଯୁକ୍ତିକୁ କେହି ପ୍ରଶ୍ନ କରୁନାହାନ୍ତି। ବିଦେଶରେ ଯେଉଁସବୁ ରାସ୍ତାରେ ଟୋଲ୍‌ ଟିକସ ଦେବାକୁ ପଡ଼ିଥାଏ, ସେଥିରେ ଦୁର୍ଘଟଣା ଘଟିଲେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଡାକ୍ତର ସହିତ ଆମ୍ବୁଲାନ୍ସ ପହଞ୍ଚେ। ନିର୍ଦ୍ଧାରିତ ବ୍ୟବଧାନରେ ଟ୍ରମା କେନ୍ଦ୍ର ସ୍ଥାପନ କରାଯାଇଥାଏ। ପୋଲିସ କ୍ୟାମେରା ମାଧ୍ୟମରେ ଟ୍ରାଫିକ୍‌ ନିୟନ୍ତ୍ରଣ କରାଯାଉଥିବାରୁ ସେହି ଟିକସ ନିଆଯାଉଥିବା ରାସ୍ତାରେ ପ୍ରାୟତଃ ଭିଡ଼ରେ ଗାଡ଼ି ଅଟକିବାର ଦେଖାଯାଏ ନାହିଁ। ଗାଡ଼ି ଖରାପ ହେଲେ ମୁଖ୍ୟ ରାସ୍ତାରେ ରହିବାକୁ ଦିଆଯାଏ ନାହିଁ ଏବଂ ପ୍ରାୟ ସବୁ ଟୋଲ୍‌ ରାସ୍ତାରେ ‘ଲେ-ବାଇ’ ସୁବିଧା ସୃଷ୍ଟି କରାଯାଇଥାଏ, ଯେଉଁଥିରେ ସମସ୍ୟା ସମୟରେ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁ ମୋଟରଗାଡ଼ି ମୁଖ୍ୟ ରାସ୍ତାରୁ ଯାଇ ‘ଲେ-ବାଇ’ରେ ପାର୍କ ହୋଇପାରିବ। ଟୋଲ୍‌ ରାସ୍ତାରେ ବିଜୁଳି ଆଲୋକ ଦେବା ସହିତ ସାମ୍ନାରୁ ଆସୁଥିବା ଗାଡ଼ିର ଅତ୍ୟଧିକ ହେଡ୍‌ଲାଇଟ୍‌ ଚାଳକର ଆଖିରେ ଯେମିତି ପଡ଼ିବ ନାହିଁ ସେଥିପାଇଁ ମଝି (ମିଡିଆନ୍‌)ରେ ବ୍ୟବସ୍ଥା କରାଯାଇଥାଏ। ଦେଖିବାକୁଗଲେ ଟୋଲ୍‌ ଟିକସ ପଡ଼ୁଥିବା ରାସ୍ତାରେ ଗାଡ଼ିଚାଳକ ଓ ଯାତ୍ରୀଙ୍କୁ ଅନେକ ସୁରକ୍ଷା ଓ ସୁବିଧା ଯୋଗାଇ ଦିଆଯାଏ, ଯାହାକି ଭାରତବର୍ଷରେ କୌଣସି ରାଜପଥରେ ଦେଖିବାକୁ ମିଳୁନାହିଁ। ଏପରିକି ଭାରତରେ ମହିଳାମାନଙ୍କ ପାଇଁ ରାଜପଥ କଡ଼ରେ ପରିଚ୍ଛନ୍ନ ଶୌଚାଳୟର ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଯାଇ ନାହିଁ। ଅଧିକାଂଶ ପେଟ୍ରୋଲ୍‌ ପମ୍ପରେ ଥିବା ଶୌଚାଳୟ ବ୍ୟବହାରଯୋଗ୍ୟ ହୋଇପାରୁ ନାହିଁ। ତଥାପି ନାଗରିକଙ୍କ ତଥ୍ୟ ଜାଣିବା ପାଇଁ ଆମ ସରକାର ଗଛପତ୍ରରେ ପଡ଼ିଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଗୁଥିବା ସ୍ବପ୍ନ

ମଣିଷ ସ୍ବପ୍ନ ତ ଦେଖେ କିନ୍ତୁ ସବୁ ସ୍ବପ୍ନ ସତ ହୁଏନା। ଅନେକ ସ୍ବପ୍ନ ଅଧୁରା ରହେ। ଆଉ କିଛି ସ୍ବପ୍ନ ପୂରଣ ହୁଏ ସତ। ସ୍ବପ୍ନ…

ମନମୁଖି ଛଟେଇ

କିଛିଦିନ ତଳେ ସକାଳେ ଓରାକଲ କମ୍ପାନୀ କୌଣସି ପୂର୍ବ ଆଲୋଚନା ନ କରି ବା ସୂଚନା ବା ଚେତାବନୀ ନ ଦେଇ ସ୍ବୟଂଚାଳିତ ଇ-ମେଲ୍‌ରେ ଏକା ଥରକେ…

ନିର୍ଦ୍ଦେଶରେ ଦ୍ୱନ୍ଦ୍ୱ

ଯଦି ଆପଣ ଭାବୁଛନ୍ତି ଯେ ଦିଲ୍ଲୀରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦ୍ୱନ୍ଦ୍ୱାତ୍ମକ ଥିଲା ତାହା ନୁହେଁ, ଏବେ ତାମିଲନାଡୁରେ ସମାନ ପ୍ରକାର କାହାଣୀ ଦେଖିବାକୁ ମିଳିିଛି;…

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri