ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ ସମାଜ। ପଶୁପାଳକ ଜୀବନଠାରୁ ଆରମ୍ଭ କରି ସ୍ଥାୟୀ କୃଷିଭିତ୍ତିକ ସାମାଜିକ ବ୍ୟବସ୍ଥା ପର୍ଯ୍ୟନ୍ତ, ଏହି ସମାଜ ଦୀର୍ଘ ଅସମାନ ପରିବର୍ତ୍ତନକୁ ଦର୍ଶାଏ। ସମୟକ୍ରମେ କ୍ଷମତା, ସ୍ଥିତି, ସମ୍ପତ୍ତି ଓ ପ୍ରଭାବକୁ ନେଇ ସାମାଜିକ ପଦାନୁକ୍ରମ କିଭଳି ସୃୃଷ୍ଟି ହୋଇଛି ତାହାକୁ ମଧ୍ୟ ଏହି ସମାଜ ସୂଚିତ କରେ। ଋକ୍‌ବେଦର ସ୍ତୋତ୍ରଗୁଡ଼ିକ ଗୋଟିଏ ସାମାଜିକ ସ୍ଥିତିକୁ ବର୍ଣ୍ଣନା କରିନାହିଁ; ବରଂ ସେଗୁଡ଼ିକ ସ୍ଥାନାନ୍ତର, ସଂଘର୍ଷ, ବସ୍ତି ସ୍ଥାପନ ଏବଂ ବିଭେଦକୁ ଦର୍ଶାଇଛି। ଏଥିରେ ବର୍ଣ୍ଣିତ ଗ୍ରାମ, ସଂଗ୍ରାମ, ଅରଣ୍ୟ, ଗବିଷ୍ଠି ଏବଂ ଯଅ ଭଳି ଶାବ୍ଦିକ ଅବଧାରଣା ଏହି ପରିବର୍ତ୍ତନକୁ ଠିକ୍‌ ଭାବେ ବୁଝିବାରେ ଆମକୁ ସାହାଯ୍ୟ କରେ।
ପୁରାତନ ଋକ୍‌-ବୈଦିକ ଅର୍ଥ ବ୍ୟବସ୍ଥା ଦୃଢ଼ ଭାବେ ପଶୁପାଳନଭିତ୍ତିକ ଥିଲା। ପଶୁ ଥିଲେ ସମ୍ପଦର ମୁଖ୍ୟ, ବିନିମୟର ପ୍ରମୁଖ ବସ୍ତୁ ଏବଂ ସଂଘର୍ଷର ମୂଳ କାରଣ। ଗବିଷ୍ଠି ହେଉଛି ଋକ୍‌ବେଦର ଏକ ସଂସ୍କୃତ ଶବ୍ଦ, ଯାହାର ଆକ୍ଷରିକ ଅର୍ଥ ହେଉଛି ‘ଗୋ ଅନ୍ୱେଷଣ’, କିନ୍ତୁ ଏହାକୁ ‘ଗୋ ପାଇଁ ଯୁଦ୍ଧ’ ବର୍ଣ୍ଣନାରେ ବ୍ୟବହାର କରାଯାଏ। ଏହା ଦର୍ଶାଏ ଯେ, ପ୍ରାରମ୍ଭରୁ ଯେଉଁ ସଂଘର୍ଷ ହେଉଥିଲା ତାହା କୌଣସି ଅଞ୍ଚଳ ପାଇଁ ନୁହେଁ, ବରଂ ପଶୁଧନ ଲୁଟ୍‌ପାଟକୁ ନେଇ ଘଟୁଥିଲା। ଏଭଳି ଏକ ପଶୁପାଳକ ସମାଜରେ ସାମାଜିକ ସମ୍ପର୍କ ଏତେ ଦୃଢ଼ ନ ଥିଲା। ଏହି କ୍ରମରେ, ପରେ ଜାଣିବାକୁ ମିଳିଲା ଯେ, ଗ୍ରାମ ଶବ୍ଦ ବିଶେଷକରି ଗୋଟିଏ ଗଁାକୁ ବୁଝାଉ ନ ଥିଲା। ବରଂ ପରେ ଜଣାପଡ଼ିଲା ଯେ, ଏହା ଗୋଟିଏ ଗୋଷ୍ଠୀର ଲୋକଙ୍କ ସ୍ଥାନାନ୍ତର, ଏକ ଯୁଦ୍ଧରେ ଲିପ୍ତ ଗୋଷ୍ଠୀ କିମ୍ୱା ପଶୁ ଓ ସମ୍ପର୍କୀୟଙ୍କୁ ନେଇ ସଙ୍ଗଠିତ ବଂଶଗତ ଗୋଷ୍ଠୀକୁ ସୂଚିତ କରୁଥିଲା।
ଗ୍ରାମ ଓ ଅରଣ୍ୟ ମଧ୍ୟରେ ଅନ୍ତର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅରଣ୍ୟ ସାଧାରଣତଃ ଜଙ୍ଗଲ କିମ୍ୱା ସାମାଜିକ ନିୟନ୍ତ୍ରଣ ବାହାରେ ଥିବା ଅଣଚାଷ ଅଞ୍ଚଳକୁ ବୁଝାଏ। ଏହା ବିପଦ, ଅବ୍ୟବସ୍ଥା ଏବଂ ଅଣ-ଆର୍ଯ୍ୟ ଅଞ୍ଚଳକୁ ଦର୍ଶାଏ। ଗ୍ରାମରୁ ଅରଣ୍ୟକୁ ସ୍ଥାନାନ୍ତର ମୁଖ୍ୟତଃ ବିସ୍ତାର ଓ ମୁକାବିଲାକୁ ସୂଚିତ କରେ। ସ୍ଥାନୀୟ ପ୍ରତିରୋଧ କାରଣରୁ ପଶୁପାଳକ ଗୋଷ୍ଠୀଗୁଡ଼ିକ ଜଙ୍ଗଲକୁ ବିତାଡ଼ିତ ହେବା ପରେ ସେଠାରେ ସେମାନେ ବସତି ସ୍ଥାପନ କଲେ ଏବଂ କୃଷି ସେମାନଙ୍କର ମୁଖ୍ୟ ବୃତ୍ତି ହୋଇଗଲା। ଏଭଳି ସ୍ଥାନୀୟ ପ୍ରତିରୋଧ ଏକ ପରିବର୍ତ୍ତନକୁ ଦର୍ଶାଇଥିଲା, ଯେଉଁଥିରେ ଲୋକେ ଏତେତେଣେ ନ ଯାଇ ସ୍ଥାୟୀ ବସତି ସ୍ଥାପନ କରିଥିଲେ। ଏହାବ୍ୟତୀତ ପଶୁପାଳକରୁ କୃଷିଭିତ୍ତିକ ଜୀବନ ଆରମ୍ଭ ହୋଇଥିଲା। ଋକ୍‌ବେଦ ଯଅ କିମ୍ୱା ବାର୍ଲି ସମ୍ପର୍କରେ ବର୍ଣ୍ଣନା କରି ସ୍ପଷ୍ଟ ଭାବେ କୃଷିକୁ ପ୍ରତିପାଦିତ କରିଛି। ଯଅ ଥିଲା ପୌଷ୍ଟିକ କୃଷି ଉତ୍ପାଦ ଏବଂ ଏହାକୁ ଧର୍ମୀୟକ୍ରିୟାରେ ଖାଦ୍ୟ ଭାବେ ବ୍ୟବହାର କରାଯାଉଥିଲା। ଏଣୁ ସେତେବେଳେ ଏକ ବ୍ୟବସ୍ଥିତ ଚାଷ ବ୍ୟବସ୍ଥା ଥିଲା ବୋଲି ସୂଚନା ମିଳେ। ସ୍ତୋତ୍ରରେ ମଧ୍ୟ ବର୍ଷା, ନଦୀ ଏବଂ ଉର୍ୱର ମାଟି ସମ୍ପର୍କରେ ବର୍ଣ୍ଣନା ରହିଛି, ଯାହା ଫସଲ ଉପରେ ସମାଜର ନିର୍ଭରଶୀଳତାକୁ ନିଶ୍ଚିତ କରେ। କୃଷି ଉତ୍ପାଦନର ଯୋଜନା ଏବଂ ଶସ୍ୟ ଭଣ୍ଡାରରୁ ଜଣାପଡ଼େ ଯେ, ଯାଯାବର ପଶୁପାଳକ ଗୋଷ୍ଠୀ ବଦଳରେ ଏକ ସ୍ଥାୟୀ ବସତିର ସାମାଜିକ ବ୍ୟବସ୍ଥା ରହିଥିଲା। କୃଷି ବିସ୍ତାର ହେବାରୁ ଗୋ ବଦଳରେ ଜମି ସାମାଜିକ ଜୀବନର ମୁଖ୍ୟ ପାଲଟିଗଲା।
ଆର୍ଥିକ ପରିବର୍ତ୍ତନ ସଂଘର୍ଷ ଓ ରାଜନୀତିକୁ ନୂଆ ରୂପ ଦେଲା। ସଂଗ୍ରାମ ଅର୍ଥ ସଙ୍ଗଠିତ ଯୁଦ୍ଧ। ଏହା ଆରମ୍ଭ ହେବା ପରେ ଯାହା ଗବିଷ୍ଠି ବା ଗୋ ପାଇଁ ଯୁଦ୍ଧ ଦୂରେଇଗଲା। ପଶୁଧନ ଲୁଟ୍‌ପାଟକୁ ନେଇ ଯେଉଁ ଛୋଟ ଧରଣର ସଂଘର୍ଷ ହେଉଥିଲା, ତାହା ଆଉ ରହିଲା ନାହିଁ। ବିଶେଷକରି ଜମି, ସମ୍ୱଳ ଏବଂ ବର୍ଦ୍ଧିତ ଜନସଂଖ୍ୟା ନିୟନ୍ତ୍ରଣକୁ କେନ୍ଦ୍ରକରି ଅଧିକ ବ୍ୟବସ୍ଥିତ ଯୁଦ୍ଧ ପ୍ରକାଶ ପାଇଲା। ଜମି ମୂଲ୍ୟବାନ୍‌ ହେଲା, ରାଜନୈତିକ କ୍ଷମତା ଅଧିକ ଆଞ୍ଚଳିକଭିତ୍ତିକ ହେବାରେ ଲାଗିଲା। ଫଳରେ ମୁଖିଆମାନେ ବିଭିନ୍ନ ସ୍ଥାନକୁ ଯାଇ ଯୁଦ୍ଧ କରୁଥିବା ଗୋଷ୍ଠୀଙ୍କ ନେତୃତ୍ୱ ନ ନେଇ ବସତି ସ୍ଥାପନ କରି ରହୁଥିବା ଜନସମୁଦାୟଙ୍କ ଜମି ଓ ବଳକା ଶସ୍ୟକୁ ନିୟନ୍ତ୍ରଣ କରିବା ସକାଶେ କାର୍ଯ୍ୟ କଲେ। ଏହିପରି ଭାବେ ଜଣେ ମୁଖିଆ ବ୍ୟକ୍ତି ଶାସକ ହୋଇପାରିଥିଲେ। କୃଷି ଉତ୍ପାଦ ସେମାନଙ୍କୁ ଅଧିକ ସ୍ଥାୟୀ ଓ ଶକ୍ତିଶାଳୀ କରିଥିଲା। ବସତି ସ୍ଥାପନ ଏବଂ ବଳକା ସମ୍ପତ୍ତିରୁ ସାମାଜିକ ଭେଦଭାବ ବା ଅସମାନତା ସୃଷ୍ଟି ହୋଇ ବଢ଼ିିବାରେ ଲାଗିଲା। ଯେଉର୍ଁମାନେ ଜଙ୍ଗଲ ଜମି ସଫା କରି ଦଖଲ କଲେ ଏବଂ ଜଳଉତ୍ସକୁ ନିୟନ୍ତ୍ରଣ କଲେ, ସେମାନେ ଅନ୍ୟମାନଙ୍କଠାରୁ ଅଧିକ ଶସ୍ୟ ଉତ୍ପାଦନ କରିପାରିଲେ। ଯେଉଁସବୁ ଗୋଷ୍ଠୀ ହାରିଗଲେ, ସେମାନେ ଜଙ୍ଗଲରେ ଦାସ ଭାବେ ରହିଲେ ଏବଂ ଧୀରେ ଧୀରେ ଗୌଣ ସ୍ଥିତିକୁ ଚାଲିଗଲେ। ଫଳରେ ଆରମ୍ଭ ହୋଇଥିବା ଜାତିଗତ ଏବଂ ରାଜନୈତିକ ବିଭେଦୀକରଣ କ୍ରମଶଃ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଦୃଢ଼ ହେଲା।
କୃଷି ବିସ୍ତାର ହେବା ସହ ଧର୍ମୀୟ ପଦାନୁକ୍ରମ ମଧ୍ୟ ସାମ୍ନାକୁ ଆସିଲା। କୃଷି ବର୍ଷା, ଉର୍ୱରତା ଏବଂ ଶସ୍ୟ ସୁରକ୍ଷା ଉପରେ ନିର୍ଭରଶୀଳ ଥିଲା। ଫଳରେ ଧର୍ମୀୟ କର୍ମକାଣ୍ଡ ସହ ଜଡ଼ିତ ବ୍ୟକ୍ତିଙ୍କ କ୍ଷମତା ବୃଦ୍ଧି ପାଇଲା ଏବଂ ଜ୍ଞାନ ବଳରେ ବ୍ରାହ୍ମଣ କ୍ଷମତାଶାଳୀ ବ୍ୟକ୍ତି ରୂପରେ ଉଭାହେଲେ। ଏହାଦ୍ୱାରା ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରୁଥିବା ବ୍ୟକ୍ତିଙ୍କ ହାତରୁ କ୍ଷମତା କ୍ରମଶଃ ପୂଜକ ଗୋଷ୍ଠୀଙ୍କ ହାତକୁ ଯିବାରେ ଲାଗିଲା, ଯଦ୍ଦ୍ୱାରା ସେମାନଙ୍କ ସାମାଜିକ ସ୍ଥିତି ଦୃଢ଼ ହେଲା। ଧର୍ମୀୟ ରୀତିନୀତି ବିଚାର ସାମାଜିକ ବ୍ୟବସ୍ଥାକୁ ଏକ ଐଶ୍ୱରୀୟ ବ୍ୟବସ୍ଥା ଭାବେ ପ୍ରତିପାଦନ କରି ସାମାଜିକ ପଦାନୁକ୍ରମକୁ ସିଦ୍ଧ କଲା।
ସମୟକ୍ରମେ ଗ୍ରାମର ରୂପାନ୍ତରୀକରଣ ପ୍ରକାଶ ପାଇଛି। ଯାଯାବର ପଶୁପାଳକ ଗୋଷ୍ଠୀ ସ୍ଥାୟୀ ଭାବେ ଗ୍ରାମରେ ରହିଲେ। ଏହି ପରିବର୍ତ୍ତନ ଏକ କୃଷିପ୍ରଧାନ ସମାଜର ଏକ ବଳିଷ୍ଠ ପ୍ରମାଣ। ଗ୍ରାମ ସୃଷ୍ଟି ହେବା ପରେ ନିୟମ, ନେତୃତ୍ୱ ଏବଂ ଶ୍ରମ ସମନ୍ୱୟର ଆବଶ୍ୟକତା ପଡ଼ିଲା। ସାମାଜିକ ଭୂମିକା ଅଧିକ ନିଶ୍ଚିତ ହେଲା ଏବଂ ବୃତ୍ତିଗତ ବିଭେଦ ଦୃଢ଼ ହେବାରେ ଲାଗିଲା। କ୍ରମଶଃ ଏହା ବଂଶଗତ ହୋଇଗଲା।
ପୁରୁଷ ସୂକ୍ତ ଏହି ବିଚାରର ପରିପକ୍ୱ ସ୍ଥିତିକୁ ପ୍ରକାଶ କରେ। ଏହା ପୁରାତନ ଋକ୍‌ବୈଦିକ ସମାଜ ସମ୍ପର୍କରେ ବର୍ଣ୍ଣନା କରିନାହିଁ, ବରଂ ପଦାନୁକ୍ରମଭିତ୍ତିକ ବୈଶ୍ୱିକ ବ୍ୟବସ୍ଥାର ଏକ ସାଙ୍କେତିକ ଦୃଷ୍ଟିକୋଣ ଉପସ୍ଥାପନ କରିଛି। ଆର୍ଥିକ ଏବଂ ସାମାଜିକ ଅସମାନତାକୁ ବୈଚାରିକ ଭାବରେ କିଭଳି ସ୍ଥାୟୀ ଏବଂ ସ୍ୱାଭାବିକ କରାଯାଇଥିଲା, ସେ ସମ୍ପର୍କରେ ଏହି ସ୍ତୋତ୍ରରେ ବର୍ଣ୍ଣନା ରହିଛି। ତେବେ ଋକ୍‌ବୈଦିକ ସମାଜରେ ଘଟିଥିବା ପରିବର୍ତ୍ତନ ଯୋଗୁ ଲିଙ୍ଗଗତ ସମ୍ପର୍କ ମଧ୍ୟ ପ୍ରଭାବିତ ହୋଇଥିଲା। ବଳକା ଜମି ଓ ସମ୍ପତ୍ତି ହାସଲ କରିବା ପ୍ରକ୍ରିୟା ପୈତୃକ ଅଧିକାରକୁ ମଜଭୁତ କରିଥିଲା। ଧର୍ମୀୟ କ୍ରିୟା ଏବଂ ରାଜନୈତିକ କ୍ଷମତା ଅଧିକ ପୁରୁଷପ୍ରାଧାନ୍ୟ ହୋଇଗଲା ଏବଂ ପରିବାର ଓ ଗୋଷ୍ଠୀ ମଧ୍ୟରେ ପଦାନୁକ୍ରମ ସୁଦୃଢ଼ ହେଲା। ମୋଟ ଉପରେ ଋକ୍‌-ବୈଦିକ ସମାଜ ଗ୍ରାମର ରୂପାନ୍ତରୀକରଣ କରି ଏବଂ ଅଧିକ ଯଅ ଉତ୍ପାଦନ କରି ସ୍ଥାୟୀ କୃଷିିଭିତ୍ତିକ ବସତି ଆଡ଼କୁ ଗତି କରିଥିଲା। ରାଜନୈତିକ ଅଧିକାର ଆଞ୍ଚଳିକ ହୋଇଥିଲା ଏବଂ ଧର୍ମୀୟ କ୍ରିୟାରୁ ଅସମାନତା ଗଭୀର ହୋଇଥିଲା। ସାମାଜିକ ପଦାନୁକ୍ରମ ହଠାତ୍‌ ସୃଷ୍ଟି ହୋଇ ନଥିଲା, ବରଂ ଏହା ଆର୍ଥିକ ପରିବର୍ତ୍ତନ, ସ୍ଥାନୀୟ ବିସ୍ତାର, ସାମାଜିକ ଅସମାନତା ଏବଂ ବୈଚାରିକ ସୁଦୃଢ଼ୀକରଣର ଏକ ସମ୍ମିଳିତ ପରିଣାମ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri