କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ ପର୍ସଟି ଖସିପଡିଛି ା ବିରା ବଡ଼ ହଇରାଣ ହେଉଥିବେ ନିଶ୍ଚୟ। ଏହା ଦିନେ ତାଙ୍କର ଥିଲା, କାଲି ଆଉ କାହାର ହୋଇଯିବ। ମୁଁ କାହିଁକି ଏଇ ପର୍ସଟିକୁ ଉଠାଇ ଧର୍ମଦାଣ୍ଡରେ ଦୋଷୀ ହେବି କିମ୍ବା କାହା ପାଖରେ ଋଣୀ ହୋଇ ପରଜନ୍ମରେ ଅମୃତଭଣ୍ଡା କିମ୍ବା ଲଙ୍କାଗଛ ହୋଇ ଶୁଝିବି ବରଂ ପର୍ସଟି ତା’ ଜାଗାରେ ଥାଉ ମୁଁ ମୋ ବାଟରେ ଚାଲିଯିବି।
କିଛି ସମୟ ପରେ ଆଉ ଜଣେ ଲୋକ ଆସିଲେ। ପର୍ସଟିକୁ ଦେଖିଦେଇ ତାଙ୍କର ମନ ନାଚିଉଠିଲା। ସିଏ କହି ଉଠିଲେ, ଏହି ପର୍ସଟି କାହାର କେଜାଣି କିନ୍ତୁ ଯିଏ ବି ହୋଇଥାଉ ନିଶ୍ଚିତ ଧନୀ ହୋଇଥିବ ନ ହେଲେ ପର୍ସରେ ଖୁନ୍ଦାଖୁନ୍ଦି ହୋଇ ନୋଟ୍‌ ରହିବା କ’ଣ ସମ୍ଭବ? ଭଗବାନ୍‌ ବଡ ଦୟାଳୁୁ ଆଜି ସକାଳୁ କାହା ମୁହଁ ଦେଖିଥିଲି କେଜାଣି! ଏହି ଟଙ୍କା ପଇସା ସବୁ ମୋତେ ପ୍ରାପ୍ତ ହେଲା ା ଆଗପଛ କିଛି ବିଚାର ନ କରି ପର୍ସଟିକୁ ଉଠାଇବାକୁ ଯାଉଛନ୍ତି ପଛରୁ ପୋଲିସ ଗାଡି ଆସିବାର ଶବ୍ଦ ଶୁଣିଦେଇ ମନେ ମନେ ନିଜର ମନ୍ଦ କପାଳ କଥା ଭାବି ପଥଚାରୀ ଜଣକ ନିଜ ବାଟରେ ନିଜେ ଚାଲିଲେ ା ପୋଲିସ ଗାଡ଼ିଟି ଚାଲିଯିବା ପରେ ଆଉ ଜଣେ ବ୍ୟକ୍ତି ଉକ୍ତ ପର୍ସଟିକୁ ଦେଖି ଭାବିଲେ ଏଇ ପର୍ସଟି କାହାର କେଜାଣି ା ଏହା ଭିତରେ ତାଙ୍କର ଠିକଣା କିମ୍ବା ଫୋନ୍‌ ନମ୍ବର ଥାଇପାରେ ଏହା ବିଚାର କରି ଅତି ସନ୍ତର୍ପଣରେ ପର୍ସଟିକୁ ଖୋଲି ତନଖି କଲେ କିନ୍ତୁ ସେଥିରୁ କୌଣସି ସୂଚନା ନ ମିଳିବାରୁ ସିଧା ନିକଟରେ ଥିବା ଥାନାକୁ ଗଲେ ଏବଂ ଉପସ୍ଥିତ ପୋଲିସ କର୍ମଚାରୀମାନଙ୍କୁ ତାହା ହସ୍ତାନ୍ତର କରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହାର ସୂନା ଦେଲେ। ଯାହା ଫଳରେ ପର୍ସଟିକୁ ହଜାଇ ଦେଇଥିବା ଲୋକ ଜଣକ ନିଜର ସମସ୍ତ ସୂନା ଏବଂ ପ୍ରମାଣ ଦେଇ ତାକୁ ପ୍ରାପ୍ତ ହୋଇ ଆନନ୍ଦିତ ହେଲେ ା ଶେଷରେ ପର୍ସଟିକୁ ପାଇ ତାକୁ ହସ୍ତାନ୍ତର କରିଥିବା ମହାନୁଭବୀ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଗଲା ା ଏଠାରେ ତିନିଜଣ ଲୋକଙ୍କର ନୀତି, ଆଦର୍ଶ ଏବଂ କାର୍ଯ୍ୟଶୈଳୀର ବିଭେଦତା ସେମାନଙ୍କ ବ୍ୟକ୍ତିତ୍ୱର ଭିନ୍ନ ଦିଗନ୍ତକୁ ଦର୍ଶାଉଛି ା ସେମାନଙ୍କ ମଧ୍ୟରୁ କାହାରି ପାଖରେ ପର୍ସ ହଜାଇଥିବା ଲୋକର ପରିଚୟ ନ ଥିଲା ା ସମସ୍ତଙ୍କ ପାଟିରୁ ସେଇ ଗୋଟିଏ କଥା ବାହାରିଥିଲା ‘କେଜାଣି କାହାର’ ା କିନ୍ତୁ ତା’ରି ଭିତରେ କିଏ ସମସ୍ୟାଟିର ସମାଧାନ କରିପାରିଲା ତ ଆଉ କିଏ ତଥାକଥିତ ଆଧ୍ୟାତ୍ମିକତାର ଦ୍ୱାହି ଦେଇ ଉକ୍ତ ପର୍ସ ଠାରୁ ଦୂରେଇଗଲେ କିମ୍ବା ନିଜେ ଭୋଗ କରିବା ପାଇଁ ମନରେ ଆଶା ପୋଷଣ କଲେ ା କିଛିି ସମୟ ପୂର୍ବରୁ ଏହି ପର୍ସଟି ଜଣକର ଥିଲା ଏବେ ତାହା ଆଉ କାହାର ହୋଇଯାଇ ପାରେ କିମ୍ବା ଭାଗ୍ୟବଳରୁ ଉକ୍ତ ଲୋକକୁ ପ୍ରାପ୍ତ ହୋଇପାରେ ା ଗୀତାବାଣୀ ପରା କହେ ତୁମର ହଜିଗଲା ବୋଲି କାହିଁକି ମନ ଦୁଃଖ କରୁଛ, ତୁମେ ଜନ୍ମ ହେଲାବେଳେ କ’ଣ ଆଣିଥିଲ ନା ମୃତ୍ୟୁବେଳକୁ କିଛି ନେଇଯିବ ା ଯାହା ପାଇଲ କିମ୍ବା ହରାଇଲ ସବୁ ଏଇଠି। ତେଣୁ ହାନି କିମ୍ବା ଲାଭକୁ ନେଇ ଦୁଃଖୀ କିମ୍ବା ସୁଖୀ ହେବାର କୌଣସି କାରଣ ନାହିଁ ା
ଆମେ ସମସ୍ତେ ଅନେକ କଥା, ବ୍ୟଥା, ତଥ୍ୟ ଏବଂ ସତ୍ୟକୁ ଆଧାର କରି କଥା ହେଉଥିଲେ ମଧ୍ୟ ତାହା କାହାର ବୋଲି ଜାଣି ନ ଥାଉ ା ତେଣୁ ‘କାହାର କେଜାଣି’ କହିଦେଇ ନିଶ୍ଚିନ୍ତରେ ରହିବା ଧର୍ମକୁ ଆଖିଠାର ସଦୃଶ ା ଆମେ ସମସ୍ତେ ଜାଣୁ ଯେ କାହାର କେଜାଣି ଆସି ମୃତ୍ୟୁକାଳ ହୋଇଯିବ ଉପଗତ ା କିନ୍ତୁ ଏହାକୁ ଆଧାର କରି ଆମେ କ’ଣ ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇଥାଉ ? ନା’ ଅନ୍ୟମାନଙ୍କ ପ୍ରତି ଯେମିତି କାହାର କେଜାଣି କହିଦେଇ ନିଜକୁ ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ରଖିଥାଉ ସେହିଭଳି ଅନ୍ୟମାନେ ଯଦି ଆମମାନଙ୍କ ପ୍ରତି ବ୍ୟବହାର କରନ୍ତି ତାହାକୁ କ’ଣ ଆମେ ସହି ପାରିବା? ତା’ଛଡା ଯେତେବେଳେ ଏହି କାହାର କେଜାଣି କଥାଟି ନିଜର କେହି ସମ୍ପର୍କୀୟ ଭାଇ ବନ୍ଧୁକୁଟୁମ୍ବ ପ୍ରତି ବ୍ୟବହାର କରେ ତାକୁ କ’ଣ ଆମେ ହଜମ କରିପାରିବା? ଯେତେବେଳେ କୌଣସି କାରଣରୁ କେହି ତା’ର ଅବୈଧ ସନ୍ତାନକୁ ରାସ୍ତାକଡ଼ରେ ପକେଇ ଦେଇ ଯାଇଥାଆନ୍ତି ସେତେବେଳେ ଅନେକ ଲୋକ କହିଥାଆନ୍ତି କାହାର କେଜାଣି ଏ ପାପର ଫଳ ?
ଶିଶୁଟି କ’ଣ ଅପରାଧ କରିଥିଲା ଯେ ତାକୁ ଏ ପ୍ରକାର ଶାସ୍ତି ! ତା’ରି ଭିତରେ ଅନ୍ୟ କିଛି ଥାଆନ୍ତି ଯେଉଁମାନେ ଉକ୍ତ ଶିଶୁକୁ ପାଳି ପୋଷି ମଣିଷ କରିଥାଆନ୍ତି ା ପ୍ରକୃତରେ ବିଭିନ୍ନ ସୁବିଧା ଓ ଅସୁବିଧା ସମୟରେ ଏହି କାହାର କେଜାଣି କଥାଟି ବାହାରି ଆସେ ଏବଂ କଥାଟିକୁ ଟାଳି ଦେବାର ଖୋରାକ ଜୁଟେ ା ତାକୁ ଯଦି ଆମେ ସମ୍ବେଦନଶୀଳ ଦୃଷ୍ଟିରେ ନ ଦେଖିବା ତା’ହେଲେ ଆମେ କ’ଣ ପ୍ରକୃତରେ ମଣିଷ ହୋଇ ପାରିବା ?

ଡ. ସୀତାକାନ୍ତ ତ୍ରିପାଠୀ
ଅର୍ଣ୍ଣପାଳ, ଭଦ୍ରକ
ମୋ:୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri