Posted inଖେଳ

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ବେଙ୍ଗାଲୁରୁ,୧୭ା୧(ପି.ଟି.): ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳା ଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ବୁଧବାର ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ପୂର୍ବରୁ ସିରିଜ୍‌ ଜିତି ସାରିଥିବା ବେଳେ ଭାରତ ଏହି ମ୍ୟାଚ୍‌ ଜିତି କ୍ଲିନ୍‌ ସୁଇପ୍‌ କରିବାକୁ ପ୍ରୟାସ କରିବ। ଏହାସହିତ ସଞ୍ଜୁ ସାମସନ୍‌, କୁଲଦୀପ୍‌ ଯାଦବ ଓ ଆଭେଶ୍‌ ଖାନ୍‌ଙ୍କ ପରି ଖେଳାଳିଙ୍କୁ ଏହି ମ୍ୟାଚ୍‌ରେ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଜୁନ୍‌ରେ ଟି୨୦ ବିଶ୍ୱକପ୍‌ ପୂର୍ବରୁ ଏହା ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ରହିଥିବା ବେଳେ ଭାରତ ନିଜର ବେଞ୍ଚ ଷ୍ଟ୍ରେନ୍ଥ ପରୀକ୍ଷା ନିଶ୍ଚୟ କରିବାକୁ ଚାହିଁବ। ଦୁଇଟି ଯାକ ମ୍ୟାଚ୍‌ରେ ଖାତା ଖୋଲିବାରେ ବିଫଳ ହୋଇଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟରୁ ଏକ ବଡ ଇନିଂସ ଆଶା କରିବେ ଭାରତୀୟ ସମର୍ଥକ। ସେହିପରି ୧୪ ମାସ ପରେ ପ୍ରତ୍ୟାବର୍ତ୍ତନ କରିଥିବା ବିରାଟ କୋହଲି ଏକ ଚମତ୍କାର ୨୯ ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସରେ କୋହଲିଙ୍କ ଷ୍ଟ୍ରାଇକ ରେଟ୍‌ ୧୮୧ ରହିଥିଲା। ଏହା ଭାରତୀୟ ମ୍ୟାନେଜ୍‌ମେଣ୍ଟ ପାଇଁ ଏକ ସବୁଜ ସଙ୍କେତ।
ତେବେ ଭାରତ ପାଇଁ ଏହି ସିରିଜ୍‌ରେ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି ଅଲରାଉଣ୍ଡର ଶିବମ ଦୁବେ। ଆୟର୍ଲାଣ୍ଡ ଓ ଏସିଆନ୍‌ ଗେମ୍ସ ପରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସିରିଜ୍‌ ପାଇଁ ଦୁବେଙ୍କୁ ଅଣଦେଖା କରାଯାଇଥିଲା। ତେବେ ସୁଯୋଗ ମିଳିବା ମାତ୍ରକେ ଏହାର ଭରପୂର ଫାଇଦା ଉଠାଇଥିଲେ। ଦୁଇଟି ଯାକ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିବା ସହିତ ଦୁଇଟି ଉଇକେଟ ମଧ୍ୟ ନେଇଥିଲେ। ଓପନର ଯଶସ୍ବୀ ଜୟସ୍ବାଲ ଦ୍ୱିତୀୟ ଟି୨୦ରେ ଚମତ୍କାର ବ୍ୟାଟିଂ କରିବା ପରେ ସମାନ ଫର୍ମ ଜାରି ରଖିବାକୁ ପ୍ରୟାସ କରିବେ। ବୋଲିଂରେ ଭାରତ ଏହି ମ୍ୟାଚ୍‌ରେ ଜଣେ ସ୍ପିନରଙ୍କୁ ବିଶ୍ରାମ ଦେଇପାରେ। ଓ୍ବାଶିଂଟନ୍‌ ସୁନ୍ଦର ବଲ୍‌ ଜରିଆରେ ପ୍ରଭାବୀ ପ୍ରଦର୍ଶନ ଦେବାରେ ବିଫଳ ହୋଇଥିବା ବେଳେ ତାଙ୍କ ସ୍ଥାନରେ କୁଲଦୀପ୍‌ ଯାଦବଙ୍କୁ ସାମିଲ କରାଯାଇପାରେ। ସେହିପରି ମୁକେଶ କୁମାରଙ୍କ ସ୍ଥାନରେ ଆଭେଶ ଖାନ୍‌ଙ୍କୁ ସାମିଲ କରିପାରେ ଭାରତ।


Enter your email to get our daily news in your inbox.

All Right Reserved By Dharitri.Com

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଝାଡ଼ାବାନ୍ତିରେ ୩୩ ଛାତ୍ରୀ ଆକ୍ରାନ୍ତ

କପ୍ତିପଦା,୬ା୮(ବିଷ୍ଣୁଚରଣ ପୁଥାଳ): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ବଡ଼ସିମୁଳିଆ କନ୍ୟାଶ୍ରମର ୩୩ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି…

ଭାଜପା ନେତାଙ୍କ ଶେଷକୃତ୍ୟ ସମ୍ପନ୍ନ: ୪ଜଣଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

ମ. ରାମପୁର,୬।୮(ଶଶି ଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ରାମପୁର ବ୍ଲକ ଡମ୍ବ କରଲାଖୁଣ୍ଟା ପଞ୍ଚାୟତ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ବାମୀ ତଥା ଭାଜପା ମଣ୍ଡଳ ଉପସଭାପତି ଫକିର…

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

ଅମିତ ଶାହାଙ୍କୁ ଭେଟି ବଡ଼ ଦାବି କଲେଣି ତିନି ବିଦ୍ରୋହୀ ମୁସଲିମ ଟିଏମସି ଏମପି

ନୂଆଦିଲ୍ଲୀ,୬।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ (TMC) ବିରୋଧରେ ବିଦ୍ରୋହ କରିଥିବା ତିନି ଜଣ ଏମପି ଆବୁ ତାହିର ଖାନ, ୟୁସୁଫ ପଠାନ ଏବଂ ଖଲିଲୁର…

ରିଷିଡା ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ; ଛୁଟିରେ ଡାକ୍ତର, ରୋଗୀ ହନ୍ତସନ୍ତ

ରିଷିଡା, ୬।୮(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଆଜକୁ ପ୍ରାୟ ୨ମାସ ହେଲା ଛୁଟିରେ ରହିଛନ୍ତି । ଫଳରେ ରୋଗୀ…

ଗିଲଙ୍କୁ ନେଇ ବଢିଲା ଟିମ ଇଣ୍ଡିଆର ଟେନସନ! ଶ୍ରୀଲଙ୍କା ଟେଷ୍ଟ ସିରିଜ ପୂର୍ବରୁ…

ନୂଆଦିଲ୍ଲୀ,୬।୮: ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅଗଷ୍ଟ ୧୫ରୁ ଶ୍ରୀଲଙ୍କାରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ଏହା ପୂର୍ବରୁ, ‘ମେନ ଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri