Posted inଜାତୀୟ

ମେଡ ଇନ୍ ଇଣ୍ଡିଆର ଦମ୍ : ଆଣ୍ଟି ବିକିରଣ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, ୯ ।୧୦: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ବା ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ(ଡିଆର୍‌ଡିଓ) ପୁଣିଥରେ ଇତିହାସ ରଚିଛି । ଭାରତ ଶୁକ୍ରବାର ଆଣ୍ଟି ରେଡିଏଶନ ମିଶାଇଲ ‘ରୁଦ୍ରମ’ର ସଫଳ ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ରକୁ ଡିଆର୍‌ଡିଓ ଦ୍ୱାରା ନିର୍ମାଣ କରାଯାଇଛି । ଏହାର ପରୀକ୍ଷଣ ସୁଖୋଇ-୩୦ ଯୁଦ୍ଧ ବିମାନରୁ କରାଯାଇଛି । ଭାରତରେ ପ୍ରସ୍ତୁତ କରାଯାଇଥିବା ଏହା ପ୍ରଥମ କ୍ଷେପଣାସ୍ତ୍ର ଯାହା ଯେ କୌଣସି ଉଚ୍ଚତାରୁ ନିକ୍ଷେପ କରିହେବ । ରୁଦ୍ରମ କ୍ଷେପଣାସ୍ତ୍ର ସବୁ ପ୍ରକାର ସିଗ୍‌ନାଲ ଓ ରେଡିଏଶନକୁ ଧରି ପାରିବାରେ ସକ୍ଷମ । ଏହାସହ ନିଜ ରାଡରକୁ ଆଣି ଏହା କ୍ଷେପଣାସ୍ତକୁ ନଷ୍ଟ କରିଦେଇ ପାରିବାର କ୍ଷମତା ରଖିଛି । ଏବେ ଏହା ଡେଭଲପମେଣ୍ଟ ଟ୍ରାଏଲରେ ଜାରି କରାଯାଇଛି । ଏହା ସମ୍ପୂର୍ଣ୍ଣ ହେବା ପରେ ଏହାକୁ ସୁଖୋଇ ଓ ସ୍ୱେଦେଶୀ ବିମାନ ତେଜସରେ ବ୍ୟବହାର କରାଯିବ । ସୂଚନାଯୋଗ୍ୟ, ଚଳିତ ସପ୍ତାହାର ଆରମ୍ଭରେ ଡିଆର୍‌ଡିଓ ସୁପରସୋନିକ ମିଶାଇଲ ଆସିଷ୍ଟେଡ ରିଲିଜ ଅଫ୍ ଟାରପୋଡେ(ସ୍ମାର୍ଟ)ର ସଫଳ ପରୀକ୍ଷଣ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri