Posted inଜାତୀୟ

ମେଡ ଇନ୍ ଇଣ୍ଡିଆର ଦମ୍ : ଆଣ୍ଟି ବିକିରଣ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, ୯ ।୧୦: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ବା ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ(ଡିଆର୍‌ଡିଓ) ପୁଣିଥରେ ଇତିହାସ ରଚିଛି । ଭାରତ ଶୁକ୍ରବାର ଆଣ୍ଟି ରେଡିଏଶନ ମିଶାଇଲ ‘ରୁଦ୍ରମ’ର ସଫଳ ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ରକୁ ଡିଆର୍‌ଡିଓ ଦ୍ୱାରା ନିର୍ମାଣ କରାଯାଇଛି । ଏହାର ପରୀକ୍ଷଣ ସୁଖୋଇ-୩୦ ଯୁଦ୍ଧ ବିମାନରୁ କରାଯାଇଛି । ଭାରତରେ ପ୍ରସ୍ତୁତ କରାଯାଇଥିବା ଏହା ପ୍ରଥମ କ୍ଷେପଣାସ୍ତ୍ର ଯାହା ଯେ କୌଣସି ଉଚ୍ଚତାରୁ ନିକ୍ଷେପ କରିହେବ । ରୁଦ୍ରମ କ୍ଷେପଣାସ୍ତ୍ର ସବୁ ପ୍ରକାର ସିଗ୍‌ନାଲ ଓ ରେଡିଏଶନକୁ ଧରି ପାରିବାରେ ସକ୍ଷମ । ଏହାସହ ନିଜ ରାଡରକୁ ଆଣି ଏହା କ୍ଷେପଣାସ୍ତକୁ ନଷ୍ଟ କରିଦେଇ ପାରିବାର କ୍ଷମତା ରଖିଛି । ଏବେ ଏହା ଡେଭଲପମେଣ୍ଟ ଟ୍ରାଏଲରେ ଜାରି କରାଯାଇଛି । ଏହା ସମ୍ପୂର୍ଣ୍ଣ ହେବା ପରେ ଏହାକୁ ସୁଖୋଇ ଓ ସ୍ୱେଦେଶୀ ବିମାନ ତେଜସରେ ବ୍ୟବହାର କରାଯିବ । ସୂଚନାଯୋଗ୍ୟ, ଚଳିତ ସପ୍ତାହାର ଆରମ୍ଭରେ ଡିଆର୍‌ଡିଓ ସୁପରସୋନିକ ମିଶାଇଲ ଆସିଷ୍ଟେଡ ରିଲିଜ ଅଫ୍ ଟାରପୋଡେ(ସ୍ମାର୍ଟ)ର ସଫଳ ପରୀକ୍ଷଣ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଗ୍ରାରୁ ହଟିଲେ ଭାରତ, ଚାଇନା ସୈନ୍ୟ

ନୂଆଦିଲ୍ଲୀ, ୭।୮: ପୂର୍ବ ଲଦାଖର ଗୋଗ୍ରା ଫ୍ରିକ୍ସନ ପଏଣ୍ଟରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତିର ପ୍ରାୟ ୧୫ ମାସ ପରେ ଉଭୟ...

ପୋଡ଼ିଗଲା ୧୫ଘର

ଶିମ୍‌ଲା,୨୭।୧୦:ହିମାଚଳ ପ୍ରଦେଶର ଏକ ପ୍ରାଚୀନ ଗାଁ ମଲାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛିି। ନିଆଁ ଲାଗିବା ଦ୍ୱାରା ୧୫ଟି କାଠ ଘର ପୋଡ଼ି ଯାଇଛି। ଏହି ଘଟଣାରେ...

ଆସିପାରେ କରୋନା ବଜେଟ

ନୂଆଦିଲ୍ଲୀ,୨୦ ।୪: କରୋନା ବିରୋଧୀ ଲଢ଼େଇରେ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ଶିଳ୍ପଜଗତ...

ମହାରାଷ୍ଟ୍ର ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି: ୫ ବରିଷ୍ଠ ନେତାଙ୍କୁ ମିଳିଲା ଦାୟିତ୍ୱ

ପୁନେ,୨୦।୯: ଆସନ୍ତା ମାସରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗତ ଲୋକ ସଭା ନିର୍ବାଚନ ପରାଜୟକୁ...

ନବଜାତ ଶିଶୁ ପଛରେ ଲାଞ୍ଜ

ନୂଆଦିଲ୍ଲୀ,୨୫।୯: ବେଳେ ବେଳେ କତେକ ନବଜାତ ଶିଶୁଙ୍କ ଶରୀରରେ ନିଆରା ଅଙ୍ଗପ୍ରତ୍ୟେଙ୍ଗ ଦେଖିବାକୁ ମିଳିଥାଏ। ପ୍ରାୟ ସମୟରେ କେତେକଙ୍କ ଶରୀରରେ ଅଧିକ କେଶ ରହିଥାଏ ତ...

ବିହାର କଂଗ୍ରେସରେ ଫାଟ: ବାଡ଼ ଡେଇଁବାକୁ ୧୧ ବିଧାୟକ ପ୍ରସ୍ତୁତ !

ପାଟନା,୬।୧: ବିହାରରେ କଂଗ୍ରେସରେ ଫାଟ ବଢ଼ିବାରେ ଲାଗିଛି। ଦଳର ୧୯ ଜଣ ବିଧାୟକଙ୍କ ମଧ୍ୟରୁ ଖୁବ୍‌ ଶୀଘ୍ର ୧୧ ଜଣ ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା...

୪୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ...

ନିର୍ବାଚନ ଆୟୋଗ ଅଫିସରଙ୍କ ବିରୋଧରେ ହତ୍ୟା ମାମଲା ଦାଏର କରାଯିବା ଆବଶ୍ୟକ: ହାଇକୋର୍ଟ…

ଚେନ୍ନାଇ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ବିଭିନ୍ନ ରାଜ୍ୟରେ ନିର୍ବାଚନ କରାଯାଉଛି। ନିର୍ବାଚନ ରାଲି ସହିତ ଅନ୍ୟ ପ୍ରଚାର କାର୍ଯ୍ୟକ୍ରମ...

Advertisement
Archives

Model This Week