Posted inଜାତୀୟ

ଭେଟେନାରୀ ଅଫିସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ମୋହନ ଭାଗବତ: ଏପରି ଥିଲା ଆର୍‌ଏସ୍‌ଏସ୍‌ ମୁଖ୍ୟ ହେବାର ଯାତ୍ରା

ନୂଆଦିଲ୍ଲୀ,୧୧।୯: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)କୁ ବିଶ୍ୱର ସବୁଠାରୁ ବଡ଼ ସ୍ବୟଂସେବକ ସଂସ୍ଥା ବୋଲି କୁହାଯାଏ। ବର୍ତ୍ତମାନ ଆର୍‌ଏସ୍‌ଏସ୍‌ର ମୁଖ୍ୟ ଅଛନ୍ତି ମୋହନ ଭାଗବତ। ଆଜି ଅର୍ଥାତ ଶୁକ୍ରବାର ସେ ନିଜର ୭୦ତମ ଜନ୍ମଦିବସ ପାଳନ କରୁଛନ୍ତି। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ୧୯୫୦ ସେପ୍ଟେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ସେ। ୨୦୦୯ରେ ତାଙ୍କୁ ସଂଘର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା।

ତିନି ପିଢ଼ି ଧରି ଭାଗବତଙ୍କ ପରିବାର ଆରଏସ୍‌ଏସ୍‌ ସହ ଜଡ଼ିତ ରହିଆସିଛି। ଭାଗବତଙ୍କ ଜେଜେବାପା ଏବଂ ବାପାଙ୍କ ସହ ମା’ ମଧ୍ୟ ସଂଘର ସଦସ୍ୟ ରହିଥିଲେ। ଜେଜେବାପା ନାରାୟଣ ଭାଗବତ ସଂଘର ସଂସ୍ଥାପକ ଡା. କେଶବରାଓ ବଲିରାମ ହେଡଗେବାରଙ୍କ ସହପାଠୀ ଥିଲେ। ବାପା ମଧୁକର ଭାଗବତଙ୍କ ପରି ମୋହନଙ୍କ ପିଲାଦିନ ସଂଘର ଶାଖାରେ ବିତିଥିଲା। ସେ ଦ୍ୱାଦଶ ପଢ଼ା ଚନ୍ଦ୍ରପୁରରେ ଶେଷ କରିଥିଲେ। ଏହାପରେ ସେ ଡା. ପଞ୍ଜାବରାଓ ଦେଶମୁଖ ଭେଟେନାରୀ କଲେଜରୁ ଡିଗ୍ରୀ ହାସଲ କରିଥିଲେ। ଏହାପରେ ତାଙ୍କୁ ଚନ୍ଦ୍ରପୁରରେ ପଶୁ ବିଭାଗରେ ଭେଟେନାରୀ ଅଫିସର(ଭିଏସ୍‌) ଭାବେ ନିଯୁକ୍ତି ମିଳିଥିଲା।

ଭାରତରେ ଜରୁରିକାଳୀନ ପରିସ୍ଥିତି ଲାଗୁ ହେବାର କିଛି ଦିନ ପୂର୍ବରୁ ମୋହନ ସଂଘର ପ୍ରଚାରକ ହୋଇଥିଲେ। ସେତେବେଳେ ତାଙ୍କୁ ଅଣ୍ଡରଗ୍ରାଉଣ୍ଡ ହେବାକୁ ପଡ଼ିଥିଲା। ୯୦ ଦଶକ ଆର୍‌ଏସ୍‌ଏସ୍‌ ଏବଂ ପୁରା ଦେଶ ପାଇଁ ବହୁତ ଭଲ ରହିଥିଲା। ଏହି ସମୟରେ ରାମ ମନ୍ଦିର ଏବଂ କଶ୍ମୀର ପ୍ରସଙ୍ଗ ଉଠିଥିଲା। ସଂଘର ଶାଖାରେ ଏହି ବିଷୟକୁ ନେଇ ଆଲୋଚନା କରିବାରେ ଭାଗବତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

୨୦୦୦ରେ ସେ ସଂଘର ସହ ସଂଚାଳକ ନିଯୁକ୍ତ ହୋଇଥିଲେ। ପରେ ମାର୍ଚ୍ଚ ୨୦୦୯ରେ କେ.ଏସ୍‌. ସୁଦର୍ଶନଙ୍କ ପରେ ମୋହନ ଭାଗବତ ୬ଷ୍ଠ ଆର୍‌ଏସ୍‌ଏସ୍‌ ମୁଖ୍ୟ ଭାବେ ଚୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗେହଲଟ୍‌, ପାଇଲଟଙ୍କୁ ବଡ଼ ଦାୟିତ୍ୱ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୧୫।୧୦: ମହାରାଷ୍ଟ୍ର ନିର୍ବାଚନ ପାଇଁ କଂଗ୍ରେସ ରାଜ୍ୟର ବିଭିନ୍ନ ଅଞ୍ଚଳ ପାଇଁ ଏହାର ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌...

ଜନତା ଭୋଟରେ ଦିଅନ୍ତି ଜବାବ, କଂଗ୍ରେସକୁ କଡା ଜବାବ ଦେଲେ ECI ରାଜୀବ କୁମାର

ନୂଆଦିଲ୍ଲୀ,୧୫।୧୦: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଇଭିଏମ ଉପରେ ବିରୋଧୀ ଦଳ ଉଠାଇଥିବା...

ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ମିଳିଲା ‘ଓ୍ବାଇ ପ୍ଲସ୍‌’ ସିକ୍ୟୁରିଟି

ମୁମ୍ବାଇ,୧୫।୧୦: ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ବଲିଉଡର ଶ୍ରେଷ୍ଠ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ମୁମ୍ବାଇ ପୋଲିସ ଏବେ ସଲମାନଙ୍କ ସୁରକ୍ଷା ଉପରେ...

୪୦% ଅଧିକ ଭିନ୍ନକ୍ଷମ ଥିବା ଛାତ୍ରୀଛାତ୍ର ହୋଇପାରିବେ ଡାକ୍ତର, ମିଳିବ MBBSରେ ଆଡମିଶନ୍‌

ନୂଆଦିଲ୍ଲୀ,୧୫।୧୦: ଏମ୍‌ବିବିଏସ୍‌ରେ ଦାଖଲ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ଛାତ୍ର/ଛାତ୍ରୀ ୪୦%ରୁ ଅଧିକ ଦିବ୍ୟାଙ୍ଗତା ଯୋଗୁ ଭାଷା କହିବା ଏବଂ...

ସୁପରଷ୍ଟାର ସଲମାନଙ୍କ ପଛରେ କାହିଁକି ପଡ଼ିଛି ବିଶ୍ନୋଇ ଗ୍ୟାଙ୍ଗ? ପୁରା ଘଟଣାକ୍ରମକୁ ଜାଣନ୍ତୁ…

ବମ୍ବେ: ଜଣେ ବଲିଉଡ୍‌ ସୁପରଷ୍ଟାର ତ ଅନ୍ୟଜଣେ ଅଣ୍ଡରଓ୍ବାଲ୍ଡର ବଡ଼ ଗ୍ୟାଙ୍ଗଷ୍ଟର। ଫିଲ୍ମ କାହାଣୀ ହୋଇଥିଲେ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଥାନ୍ତା, ହିରୋ ଜିତି ହୋଇଥାନ୍ତା ହାପି...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ମହାରାଷ୍ଟ୍ର, ଝାଡଖଣ୍ଡ ନିର୍ବାଚନରେ ହରିୟାଣା ଭଳି ଅବସ୍ଥା ହେବ କି! ସଙ୍କଟରେ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ,୧୫।୧୦: ନିର୍ବାଚନ ଆୟୋଗ ଆଜି ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ। ଅପରାହ୍ନ ୩.୩୦ରେ ଏ ସମ୍ପର୍କରେ ଏକ ଖବରଦାତା ସମ୍ମିଳନୀ...

ନିର୍ବାଚନ ପୂର୍ବରୁ କାହିଁକି ଏମିତି ଘୋଷଣା କଲେ ଶରଦ ପାଓ୍ବାର?

ମୁମ୍ବାଇ,୧୫।୧୦: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ମଙ୍ଗଳବାର ନିର୍ବାଚନ ବିଗୁଲ ବାଜିବାକୁ ଯାଉଛି। ନିର୍ବାଚନ ଆୟୋଗ ମଙ୍ଗଳବାର ଏଥିପାଇଁ ତାରିଖ (ମହାରାଷ୍ଟ୍ର ନିର୍ବାଚନ ତାରିଖ) ଘୋଷଣା କରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri