ବଡ଼ବିଲ ପୌର ବ୍ୟାଙ୍କ ଖାତାରୁ ୨.୪୫ କୋଟି ଟଙ୍କା ହଡ଼ପ ଘଟଣା: ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ବଡ଼ବିଲ, ୨୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ପୌରକାର୍ଯ୍ୟାଳୟର ବ୍ୟାଙ୍କ ଖାତାରୁ ୨.୪୫ କୋଟି ଟଙ୍କା ଗାଏବ ଘଟଣାରେ ଇଓଡବ୍ଲ୍ୟୁ (ଇକୋନୋମିକ ଅଫେନ୍ସ ୱିଙ୍ଗ) ରବିବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ବଡବିଲ ଜେଏମଏଫସି କୋର୍ଟରେ ହାଜର କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଛତିଶଗଡ ରାଜ୍ୟ ରାୟପୁର ଜିଲା ମୁଜଗାହାନ ଥାନା ଅନ୍ତର୍ଗତ ପ୍ରଗତି କଲେଜ ନିକଟ ଛତିଶଗଡ ହାଉସିଂ ବୋର୍ଡ କଲୋନିର ଏଲଆଇଜି-୧୬୯ରେ ସୈଦ ଶାହବାଜ ନାକ୍‌ଭି । ପରେ ତାଙ୍କୁ ବଡ଼ବିଲ୍‌ ସବ୍‌ଜେଲ୍‌କୁ ପଠାଇ ଦିଆଯାଇଛି।
ସୁଚନା ଅନୁଯାୟୀ, ବଡବିଲ ପୌରକାର୍ଯ୍ୟାଳୟର ବ୍ୟାଙ୍କ ଖାତାରୁ ୪ଟି ନକଲି ଚେକ୍‌ ବ୍ୟବହାର କରି ୨.୪୫ କୋଟି ଟଙ୍କା ହେବା ଘଟଣାର ତଦନ୍ତକୁ ଜୋରଦାର କରିଛି ଭୂବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ବିଭାଗର ଇଓଡବ୍ଲ୍ୟୁ ପୋଲିସ। ଏହି କାରବାରରେ ସମ୍ପୃକ୍ତ ସୁଭାଷ ଘିସିଙ୍ଗ ଗିରି ନାମକ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରି ଶନିବାର ବଡ଼ବିଲ ଜେଏମଏଫସି କୋର୍ଟରେ ହାଜର କରାଇଥିଲାବେଳେ ରବିବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ଏହି ଘଟଣାରେ ବ୍ୟାଙ୍କ କର୍ମଚାରୀ ଓ ପୌର କର୍ମଚାରୀଙ୍କ ସଂପୃକ୍ତି ନେଇ ଇଓଡବ୍ଲ୍ୟୁ ସନ୍ଦେହଘେରକୁ ନେଇ ତଦନ୍ତ ଜାରୀ ରଖିଛି। ତେବେ ପୌର ବ୍ୟାଙ୍କ ଆକାଉଣ୍ଟରୁ ୪ଟି ବିଭିନ୍ନ ଆକାଉଣ୍ଟକୁ ଯାଇଥିବା ମୋଟ ୨.୪୫ କୋଟି ଟଙ୍କାରୁ ପ୍ରାୟ ୧କୋଟି ୧୫ ଲକ୍ଷ ଟଙ୍କାକୁ ଫ୍ରିଜ୍‌ କରି ରଖାଯାଇଥିବା ସୂଚନା ମିଳିଛି। ହେଲେ ଏ ଯାଏଁ ପୌର ବ୍ୟାଙ୍କ ଆକାଉଣ୍ଟକୁ କୌଣସି ଟଙ୍କା ଫେରିପାରି ନ ଥିବା ବଡବିଲ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସେଲ ଖଣିରେ ସ୍ଥାନୀୟଙ୍କୁ ଉପେକ୍ଷା: ପରିବହନ ବନ୍ଦ କଲେ ଅଞ୍ଚଳବାସୀ

ଯୋଡ଼ା, ୧୩।୯ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ଜୁରୁଡିସ୍ଥିତ ଏସେଲ ଖଣିରେ ଖଣିଜ ପରିବହନକୁ ନେଇ କମ୍ପାନୀର ପରିବହନ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ବନ୍ଦ...

ହଷ୍ଟେଲରୁ ନିଖୋଜ ୫ମ ଶ୍ରେଣୀ ଛାତ୍ରଙ୍କ ମିଳୁନି ପତ୍ତା

ବଡ଼ବିଲ,୧୫ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ବଜାରସ୍ଥିତ ନୋଡାଲ ସ୍କୁଲ ପରିସରରେ ଥିବା ଅର୍ବାନ ଡେପ୍ରାଭ୍‌ଡ ହଷ୍ଟେଲରୁ ଜଣେ ପଞ୍ଚମ ଶ୍ରେଣୀଛାତ୍ର ଗତ ୯ ତାରିଖ ସକାଳୁ...

ଆଦିବାସୀଙ୍କୁ ମିଳୁନି ଶାଳମଞ୍ଜିର ମୂଲ୍ୟ

କେନ୍ଦୁଝର, ୯ା୬ (ସ୍ବ.ପ୍ର.)- ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ବଣ ଜଙ୍ଗଲ ଅର୍ଥନୀତି ଉପରେ ବନବାସୀମାନେ ନିର୍ଭରଶୀଳ। ବର୍ଷର ପ୍ରାୟ ୮ମାସ...

ଦୁଇବର୍ଷର ଶିଶୁପୁତ୍ରକୁ ଶେଯରେ ଶୁଆଇ ଜୀବନ ହାରିଲେ ଶିକ୍ଷୟିତ୍ରୀ

କେନ୍ଦୁଝର,୧୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଓସ୍ତପଙ୍ଗା ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ରହୁଥିବା ଭଡ଼ା ଘରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା...

ଦାରିଦ୍ର୍ୟ ନେଲା ଜୀବନ: ୩ ଭଉଣୀ ଏବେ ଅନାଥ, ଅସହାୟ

ଝୁମ୍ପୁରା, ୭।୧୨(ଡି.ଏନ.ଏ.)- ବର୍ଷକ ପୂର୍ବରୁ ମା’ ନିଆଁରେ ପୋଡ଼ିହୋଇ ମୃତ୍ୟୁବରଣ କରିଥିଲେ। ଏବେ ବେକରେ ଦଉଡ଼ି ଲଗାଇ ବାପା ରାମ ମୁଣ୍ଡା (୫୩) ଆତ୍ମହତ୍ୟା କରିବା...

ସୀମା ସିଲ୍‌ ବେଳେ ବିବାଦ: ଓଡ଼ିଶାରେ ପଶି ଟେଣ୍ଟ ବାନ୍ଧିଲା ଝାଡଖଣ୍ଡ ପୋଲିସ

ବଡବିଲ, ୩୧ା୩ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ସମସ୍ତ ରାଜ୍ୟ ସୀମାନ୍ତଗୁଡିକୁ ସିଲ୍‌ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଝାଡଖଣ୍ଡ...

ମାଟୋଆ ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୫ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

ଯୋଡ଼ା, ୩୧।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏଶନ(ମାଟୋଆ)ର ଦ୍ୱିତୀୟ ପଯର୍ର୍‌ୟାୟ ନିର୍ବାଚନ ନିମନ୍ତେ ଗୁରୁବାର ୫...

ଯୋଡ଼ାରେ ବନ୍ଦ ପାଳନର ପ୍ରଭାବ

ଯୋଡ଼ା,୮।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳରେ ବନ୍ଦର ପ୍ରଭାବ ପଡ଼ିଛି। ବାମ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ଯୋଡ଼ା ଖଣି ମଣ୍ଡଳରେ ଥିବା...

Advertisement
Archives

Model This Week