Posted inଜାତୀୟ

୧୦୦ ଲକ୍ଷ କୋଟିର ଗତିଶକ୍ତି ପ୍ରକଳ୍ପ ଜାତୀୟ ମାଷ୍ଟର ପ୍ଲାନ୍‌ ଶୁଭାରମ୍ଭ…

ନୂଆଦିଲ୍ଲୀ,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତିଶକ୍ତି ପ୍ରକଳ୍ପ ଅନ୍ତର୍ଗତ ୧୦୦ ଲକ୍ଷ କୋଟିର ଜାତୀୟ ମାଷ୍ଟର ପ୍ଲାନ୍‌ ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଦେଶର ଭିତ୍ତିଭୂମିକୁ ମଜବୁତ କରାଯିବା ସହିତ ରେଳବାଇ ଏବଂ ସଡକ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ। ସେହିପରି ବିମାନ ଯାତ୍ରା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ତଥା ବିମାନବନ୍ଦର ସଂଯୋଗ, ଜଳପଥ ବିକାଶ, ସହରରେ ସ୍ମାର୍ଟ କନେକ୍ଟିଭିଟି, ଇ-ହାଇଓ୍ବେ ଭଳି ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ।

ଏଥିରେ ରେଳବାଇ, ପେଟ୍ରୋଲିୟମ, ଶକ୍ତି, ବିମାନ ଚଳାଚଳ, ସଡକ ପରିବହନ, ଜାହାଜ, ଆଇଟି, ଟେକ୍ସଟାଇଲ ଇତ୍ୟାଦି ୧୬ ଟି ମନ୍ତ୍ରଣାଳୟକୁ ଅନ୍ତର୍ଭୁକ୍ତ କରାଯାଇଛି। ସମସ୍ତ ବିଭାଗ ମଧ୍ୟରେ ସମନ୍ବୟ ସୃଷ୍ଟି କରି ବିକାଶ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ସମସ୍ତ ପ୍ରକଳ୍ପକୁ ଜିଆଇଏସ ମୋଡରେ ରଖାଯାଇଛି। ପ୍ରକଳ୍ପଗୁଡ଼ିକୁ ୨୦୨୪-୨୫ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରଖାଯାଇଛି।

ଏହା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଗତି ପାଇଁ ଇଛାଶକ୍ତି, ପ୍ରଗତି ଲାଗି କାର୍ଯ୍ୟ, ସମୃଦ୍ଧି ପାଇଁ ପ୍ରଗତି, ପ୍ରଗତି ପାଇଁ ଯୋଜନା, ପ୍ରଗତି ହିଁ ପସନ୍ଦ। ଗତି ଶକ୍ତି ଯୋଜନା ଦ୍ୱାରା ଭାରତର ଇଛାଶକ୍ତି ବୃଦ୍ଧି ପାଇବା ସହିତ ଆତ୍ମନିର୍ଭର ଭାରତ ଗଠନ କ୍ଷେତ୍ରରେ ନୂଆ ଆଧ୍ୟାୟ ଯୋଡ଼ିି ହେବ। ଏହା ସହିତ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଲଞ୍ଚ କରିପାରେ ‘ଭାରତ ଯୋଡୋ ଯାତ୍ରା’ର ଲୋଗୋ, କ୍ୟାମ୍ପେନ

ନୂଆଦିଲ୍ଲୀ,୨୩ ।୮: ରାଜଧାନୀ ଦିଲ୍ଲୀରେ କଂଗ୍ରେସ ମଙ୍ଗଳବାର ‘ଭାରତ ଯୋଡୋ ଯାତ୍ରା’ର ଲୋଗୋ, କ୍ୟାମ୍ପେନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କଂଗ୍ରେସ ପାର୍ଟି ମୁଖ୍ୟାଳୟରେ...

ଟିକାକରଣରେ ଭାରତ ଆଗରେ

ନୂଆଦିଲ୍ଲୀ, ୬।୨: କରୋନା ମହାମାରୀ ବିରୋଧରେ ଭାରତରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପୃଥିବୀରେ ଟିକାକରଣ କ୍ଷେତ୍ରରେ ଭାରତ ଆଗୁଆ ରହିଛି। ଦେଶରେ ୨୧...

୧୦ ବର୍ଷ ମଧ୍ୟରେ ଦେଶର ୪୦ ପ୍ରତିଶତ ଲୋକ ସହରରେ କରିବେ ବାସ

ନୂଆଦିଲ୍ଲୀ, ୧୮।୮: ଦେଶର ୪୦ ପ୍ରତିଶତ ଜନସଂଖ୍ୟା ସହରରେ ବାସ କରିବେ। ଆସନ୍ତା ୧୦ ବର୍ଷ ମଧ୍ୟରେ ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହେବ...

ମୋଦି ସରକାରଙ୍କ ଇସାରାରେ ହୋଇଛି ଜେଏନ୍‌ୟୁ ହିଂସା: ସୋନିଆ

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁ ହିଂସା ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଶ୍ୱବିଦ୍ୟାଳୟରେ ହୋଇଥିବା...

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ୨.୫୧ କୋଟି

ବାରାଣସୀ,୨୭ା୪(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଲୋକ ସଭା ଆସନ ଲାଗି ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ସତ୍ୟପାଠରେ ପ୍ରଧାନମନ୍ତ୍ରୀ...

ଅଗଷ୍ଟ ୧୩ରେ ଏନ୍‌ଏଲ୍‌ଏଫ୍‌ଟି ଉଗ୍ରବାଦୀ ସଂଗଠନର ୮୮ ସଦସ୍ୟ କରିବେ ଆତ୍ମ ସମର୍ପଣ

ନୂଆଦିଲ୍ଲୀ/ଅଗରତଲା,୧୧।୮: ଅଗଷ୍ଟ ୧୩ରେ ତ୍ରିପୁରାର ଏନ୍‌ଏଲ୍‌ଏଫ୍‌ଟି ଉଗ୍ରବାଦୀ ସଂଗଠନର ୮୮ ସଦସ୍ୟ ଆତ୍ମ ସମର୍ପଣ କରିବେ। ଏନେଇ କେନ୍ଦ୍ର ସରକାର ଏବଂ ଏନ୍‌ଏଲ୍‌ଏଫ୍‌ଟି ମଧ୍ୟରେ ଶାନ୍ତି...

ଅନିଦ୍ରା ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଅଧାକପ୍‌ ଏହି ଜୁସ୍‌…

ପ୍ରତିଦିନ ସକାଳେ ଅଧାକପ୍‌ ଗାଜର ଜୁସ୍‌ ପିଇଲେ ରାତିରେ ଭଲ ନିଦ ହେବା ସହିତ ଶରୀର ନିରୋଗ ରହିଥାଏ । ଅନିଦ୍ରା ସମସ୍ୟାରେ ଏହା ମହୌଷଧୀ...

ୟୁପିରେ ଏଏପି ସରକାର ଗଢିଲେ ମାଗଣା ମିଳିବ ବିଜୁଳି

ଲକ୍ଷ୍ନୌ,୧୬ ।୯: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଗୁରୁବାର ଏକ ବଡ ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶରେ ଏକ ଖବରଦାତା ସମ୍ମିଳନୀରେ ସେ...

Advertisement
Archives

Model This Week