Posted inଫୁରସତ

୧.୫ କୋଟି ଟଙ୍କା ଦରମା, ପାର୍ଟନରଙ୍କ ସହ ରହିବାକୁ ମିଳିବ ପୂରା ଆଇଲାଣ୍ଡ: ଅରବପତିଙ୍କ ନିଯୁକ୍ତି ଅଫର୍‌

ଅନେକ ଥର କୌଣସି ଏକ ସ୍ଥାନକୁ ବୁଲିବାକୁ ଗଲେ ସେଠାକାର ସୌନ୍ଦର୍ଯ୍ୟ ଏତେ ଭଲ ଲାଗେ ଯେ ସେଠାରୁ ଫେରିବାକୁ ଆଦୌ ଇଛା ହୁଏ ନାହିଁ। କିନ୍ତୁ ସେଠାରେ ରହିବା ଏବଂ ଖାଇବା ପାଇଁ ଅଧିକ ଖର୍ଚ୍ଚ ହୁଏ। ଯଦି ଏପରି ଜାଗାରେ ମାଗଣାରେ ରହିବା ଏବଂ ମାସିକ ଦରମାରେ ଚାକିରି କରିବାକୁ ମିଳେ ତେବେ ଲଟେରୀ ଲାଗିଗଲା ବୋଲି ଜାଣ। ଜଣେ ଅରବପତି କପଲଙ୍କୁ ଟଙ୍କା ଦେଇ ଏକ ପ୍ରାଇଭେଟ୍‌ ଆଇଲାଣ୍ଡରେ ରହିବାକୁ ସୁଯୋଗ ଦେଉଛନ୍ତି।
ଫେୟାରଫ୍ୟାକ୍ସ ଆଣ୍ଡ୍‌ କେନ୍ସିଙ୍ଗଟନ(Fairfax and Kensington) ନାମକ ଏକ ନିଯୁକ୍ତି ଏଜେନ୍ସି ଏହି ତାଲିକା ପ୍ରସ୍ତୁତ କରିଛି। ଏହା ଏକ ଫୁଲ୍‌ ଟାଇମ୍‌ କାମ, ଯାହା ଆପଣଙ୍କ ସାଥୀଙ୍କ ସହିତ କରିବାକୁ ହେବ। ଏହାର ପ୍ରତିବଦଳରେ କପଲ୍‌ଙ୍କୁ ଉଚ୍ଚ ବେତନ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ।
ଏହି ସୁନ୍ଦର ଆଇଲାଣ୍ଡରେ ରହିବାକୁ କପଲ୍‌ଙ୍କୁ ଦରମା ଦିଆଯିବ। ଅରବପତି ଏହି ସ୍ଥାନର ସୌନ୍ଦର୍ଯ୍ୟ ସାରା ବିଶ୍ୱକୁ ଦେଖାଇବାକୁ ଚାହୁଁଛନ୍ତି। ନିଯୁକ୍ତି ପାଇଥିବା କପଲ୍‌ british Virgin Islandsରେ ରହିବାର ସୁଯୋଗ ପାଇବେ ଏବଂ ଏହି ସ୍ଥାନର ସୌନ୍ଦର୍ଯ୍ୟ ସାରା ବିଶ୍ୱ ସହ ଶେୟାର କରିବେ। ଏହି ସ୍ଥାନରେ ରହିବା ପାଇଁ କପଲ୍‌ ୧,୫୪,୦୩,୭୨୯ ଟଙ୍କା ପାଇବେ। ଏଠାରେ ରହୁଥିବା କପଲ୍‌ଙ୍କୁ ବର୍ଷକୁ ଥରେ ଘରକୁ ଆସିବାର ସୁଯୋଗ ମଧ୍ୟ ଦିଆଯିବ।
ଏଥି ସହିତ ଦମ୍ପତିଙ୍କୁ ସପ୍ତାହରେ ୬ ଦିନ କାମ କରିବାକୁ ପଡିବ। ସେମାନେ ବର୍ଷକୁ ଥରେ ଘରକୁ ଆସିବେ ଏବଂ ସେମାନଙ୍କୁ ୨୫ଟି ଛୁଟି ମଧ୍ୟ ଦିଆଯିବ। ଏହି ରିପୋର୍ଟ ବାହାରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନେକ ଲୋକ ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି। ଏଥି ସହିତ କିଛି ଲୋକ ଏହାକୁ କେବଳ ଗୁଜବ ବୋଲି କହୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?