Posted inTrending, ଖେଳ

ଦିନେ ଭାରତ ପାଇଁ ଖେଳିବାର ଦେଖିଥିଲେ ସ୍ବପ୍ନ, ଏବେ UAE ଜର୍ସିରେ ଇଣ୍ଡିଆ-A ବିପକ୍ଷରେ ମାରିଲେ ଶତକ

ନୂଆଦିଲ୍ଲୀ, ୨୪।୧୧: ଦିନେ ଭାରତୀୟ କ୍ରିକେଟର ଭବିଷ୍ୟତ ହେବାର ସ୍ବପ୍ନ ଦେଖିଥିବା ଖେଳାଳି ଏବେ UAE ଟିମ ପକ୍ଷରୁ ଖେଳି ଚମତ୍କାର ପ୍ରଦର୍ଶନ କରୁଛନ୍ତି। ହରପ୍ରୀତ ସିଂହ ଭାଟିଆ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ର ୧୧ତମ ମ୍ୟାଚରେ UAE ପକ୍ଷରୁ ଖେଳି ବଡ଼ କମାଲ କରିଛନ୍ତି। ନଭେମ୍ବର ୨୪ ତାରିଖରେ ଦୋହାରେ ଇଣ୍ଡିଆ-A ବିପକ୍ଷରେ ସେ ଏକ ଚମତ୍କାର ଶତକୀୟ ଇନିଂସ ଖେଳିଛନ୍ତି। ୧୨୦ଟି ବଲରେ ସେ ନିଜର ଶତକ ପୂରଣ କରିଥିଲେ।

୩୫ ବର୍ଷୀୟ ଏହି ବ୍ୟାଟର୍‌ ତିଳକ ବର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବୋଲର୍ସମାନଙ୍କୁ ଦୃଢ଼ ମୁକାବିଲା କରିଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବାମହାତୀ ବ୍ୟାଟର୍‌ ହରପ୍ରୀତ ଭାରତୀୟ ବୋଲିଂ ଆକ୍ରମଣ ବିପକ୍ଷରେ ଅତ୍ୟନ୍ତ ଧୈର୍ଯ୍ୟର ସହ ଖେଳିଥିଲେ। ତାଙ୍କ ଇନିଂସରେ ୧୧ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ହର୍ଷିତ ରାଣାଙ୍କ ବଲରେ ଛକା ମାରି ସେ ନିଜର ଶତକ ପୂରଣ କରିଥିଲେ।

ଏହି ଇନିଂସ ମଧ୍ୟରେ ସେ ମହମ୍ମଦ ଶହଜାଦ ଓ ଏଥନ ଡିସୁଜାଙ୍କ ସହ ୫୦ରୁ ଅଧିକ ରନର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି କରିଥିଲେ। ପ୍ରାରମ୍ଭିକ ଝଟକାରୁ UAE ଦଳକୁ ସମ୍ଭାଳିବାରେ ତାଙ୍କ ଇନିଂସ ବେଶ ସହାୟକ ହୋଇଥିଲା। ହରପ୍ରୀତ ୧୪୪ଟି ବଲରେ ୧୩୦ ରନ କରି ଆଉଟ ହୋଇଥିଲେ। ତାଙ୍କ ଇନିଂସରେ ୧୨ଟି ଚୌକା ଓ ୪ଟି ଛକା ରହିଥିଲା। ତାଙ୍କ ଶତକୀୟ ଇନିଂସ ବଳରେ UAE ଦଳ ୫୦ ଓଭରରେ ୮ ଉଇକେଟ୍‌ ହରାଇ ୨୪୯ ରନ କରିବାରେ ସଫଳ ହୋଇଥିଲା।

ହରପ୍ରୀତ ସିଂହ ଭାଟିଆଙ୍କର ଭାରତୀୟ କ୍ରିକେଟ ସହ ପୁରୁଣା ସମ୍ପର୍କ ରହିଛି। ନିଜ କ୍ୟାରିୟର ଆରମ୍ଭରୁ ସେ ଦେଶର ବୟସଭିତ୍ତିକ କ୍ରିକେଟରେ ଜଣେ ପ୍ରତିଭାବାନ ବ୍ୟାଟର୍‌ ଭାବେ ପରିଚିତ ହୋଇଥିଲେ। ୨୦୦୮-୦୯ କୁଚ ବିହାର ଟ୍ରଫିରେ ୭ଟି ମ୍ୟାଚରୁ ୭୦୯ ରନ କରି ସେ ନିଜ ପ୍ରତିଭାର ପରିଚୟ ଦେଇଥିଲେ। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ସିଜିନ୍ର ଶ୍ରେଷ୍ଠ ଅଣ୍ଡର-୧୯ କ୍ରିକେଟର୍‌ ଭାବେ ଚୟନ କରାଯାଇଥିଲା।

ଏହାପରେ ୨୦୦୯ରେ ଅଷ୍ଟ୍ରେଲିଆ ଗସ୍ତ କରିଥିବା ଭାରତୀୟ ଅଣ୍ଡର-୧୯ ଦଳର ଉପଅଧିନାୟକ ଦାୟିତ୍ୱ ତାଙ୍କୁ ମିଳିଥିଲା। ଏହି ଗସ୍ତରେ ସେ ୫୨.୪୦ ହାରରେ ୨୬୨ ରନ କରିଥିଲେ। ୨୦୧୦ ଅଣ୍ଡର-୧୯ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ଭାରତୀୟ ଦଳରେ ମଧ୍ୟ ସେ ସାମିଲ ଥିଲେ। ସେହି ଦଳରେ କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ଭଳି ଖେଳାଳି ମଧ୍ୟ ରହିଥିଲେ।

 

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜନଗରରେ ବୋଇତ ବନ୍ଦାଣ ଉତ୍ସବ, ୨୬ ବର୍ଷ ଧରି ଚାଲିଛି ପରମ୍ପରା

ପାଟଣା,୨୪।୧୧(ବୀର କିଶୋର ଦାଶ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ଅବସରରେ କେନ୍ଦୁଝର ଜିଲା ରାଜନଗରସ୍ଥିତ ବୈତରଣୀ ନଦୀର ଶୈବ୍ୟା କାବେରୀ ପୀଠ ମଙ୍ଗଳବାରଉତ୍ସବମୁଖର ହୋଇ…

ପଞ୍ଜାବରେ କିଏ ହେବେ NDAର ମୁଖ୍ୟମନ୍ତ୍ରୀ ଚେହେରା? BJP-ଅକାଳୀ ଦଳ ମେଣ୍ଟ ପରେ ବଡ଼ ଘୋଷଣା କଲେ ଶାହା

ନୂଆଦିଲ୍ଲୀ,୨୪।୧୧: ପଞ୍ଜାବ ରାଜନୀତିରେ ବଡ଼ ସମୀକରଣ: ୬ ବର୍ଷ ପରେ ପୁଣି ଏକାଠି ହେଲେ ଭାଜପା ଓ ଅକାଳୀ ଦଳ; ଜାଣନ୍ତୁ କିଏ ହେବେ NDA ର…

୨୨ ଶତକ ମାରିବା ପରେ ଭାରତ ଛାଡ଼ିଥିଲେ ଏହି କ୍ରିକେଟର୍‌: ଏବେ ଅନ୍ୟ ଦେଶ ପାଇଁ ଖେଳି ରଚିଲେ ଇତିହାସ

ନୂଆଦିଲ୍ଲୀ,୨୪।୧୧:ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ର ୧୧ତମ ମ୍ୟାଚରେ ଚମକିଲେ ୟୁଏଇର ବ୍ୟାଟର ହରପ୍ରୀତ ସିଂହ ଭାଟିଆ। ଇଣ୍ଡିଆ-ଏ ଦଳର ଶକ୍ତିଶାଳୀ ବୋଲିଂ ଆକ୍ରମଣ ବିପକ୍ଷରେ ଦମଦାର…

ଭକ୍ତିମୟ ପରିବେଶରେ କମ୍ପିଲା ପଟ୍ଟାଙ୍ଗି, କାଉଡ଼ିରେ କ୍ଷୀର ଧରି ନଗର ପରିକ୍ରମା କଲେ ଆୟାପ୍ପା ସ୍ୱାମୀ

ପଟ୍ଟାଙ୍ଗି, ୨୪।୧୧ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାରେ ଚାଲିଥିବା ସ୍ୱାମୀ ଆୟାପ୍ପାଙ୍କ ପୂଜା ଅବସରରେ ଆୟୋଜିତ ନଗର ପରିକ୍ରମା ଯାତ୍ରା…

ମେଣ୍ଟ ଘୋଷଣା ପରେ ବଡ଼ ବୟାନ ଦେଲେ ମୋଦି, ପଞ୍ଜାବ ରାଜନୀତିରେ ହଲଚଲ!

ନୂଆଦିଲ୍ଲୀ,୨୪।୧୧: ପଞ୍ଜାବ ବିଧାନସଭା ନିର୍ୱାଚନନରେ ଭାଜପା ଓ ଶିରୋମଣି ଅକାଳୀ ଦଳ (SAD) ମେଣ୍ଟ କରି ନିର୍ୱାଚନ ଲଢ଼ିବେ। ଏହାର ବିଧିବଦ୍ଧ ଘୋଷଣା ପରେ ପିଏମ ମୋଦି…

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ : ବର୍ଷ ଶେଷ ପୂର୍ବରୁ ବଦଳିବ ଏହି ୫ ରାଶିର ଭାଗ୍ୟ! ପ୍ରବଳ ଧନବର୍ଷା, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଡିସେମ୍ବର ମାସରେ ସୂର୍ଯ୍ୟ ଗ୍ରହ ୩ ଥର ନକ୍ଷତ୍ର ପରିବର୍ତ୍ତନ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟଙ୍କ ଏହି ନକ୍ଷତ୍ର ଗୋଚର ୫ଟି ରାଶି ପାଇଁ ଶୁଭଫଳ…

ଭାଙ୍ଗିଯିବ କି ଅଖିଳେଶ-ରାହୁଲ ମେଣ୍ଟ? କଂଗ୍ରେସକୁ ଜମା ୨୬ଟି ଆସନ ଦେଲା ଏସପି, ବାକି ଆସନ ପାଇଁ ହେଲା ବଡ଼ ଡିଲ୍‌!

ନୂଆଦିଲ୍ଲୀ,୨୪।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ୱାଚନ ୨୦୨୭ ପାଇଁ କଂଗ୍ରେସ ସମାଜବାଦୀ ପାର୍ଟି ଆଗରେ ୧୩୦ଟି ଆସନର ତାଲିକା ରଖିଛି। ସେଥିମଧ୍ୟରୁ ୨୬ଟି ଆସନ କଂଗ୍ରେସକୁ ଦେବା ପାଇଁ…

ଶୁଭମନ ଗିଲଙ୍କୁ ବଡ଼ ଝଟ୍‌କା ଦେଲା ଆଇସିସି! ଜାଣନ୍ତୁ କ’ଣ ହେଲା ନିଷ୍ପତ୍ତି, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୪।୧୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୦ରେ ବଲ୍‌କୁ ଚମକାଇବା ପାଇଁ ଲାଳ ବ୍ୟବହାର ଉପରେ ଅସ୍ଥାୟୀ ଭାବେ କଟକଣା ଲଗାଇଥିଲା। ପରେ ସେପ୍ଟେମ୍ବର ୨୦୨୨ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?