ୟୁପି ରାଜନୀତିରେ ହଲଚଲ: ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବଡ଼ ବୟାନ ଦେଲା ଭାଜପା

ନୂଆଦିଲ୍ଲୀ,୨୪।୧୧: ୟୁପି ବିଧାନସଭା ନିର୍ୱାଚନ ୨୦୨୭: ‘କୌଣସି ବ୍ୟକ୍ତି ନୁହେଁ, ପଦ୍ମ ଫୁଲ ହେବ ମୁଖ୍ୟମନ୍ତ୍ରୀ ଚେହେରା’; ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ର୍ମୌଯ୍ୟ

ଉତ୍ତରପ୍ରଦେଶରେ ଆଉ କିଛି ମାସ ପରେ ବିଧାନସଭା ର୍ନିବାଚନ ହେବାକୁ ଯାଉଛି। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ସହିତ ରାଜନୈତିକ ହଲଚଲ ମଧ୍ୟ ତେଜିବାରେ ଲାଗିଛି। ଗୋଟିଏ ପଟେ ସପା ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣାକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ଅନ୍ୟପଟେ ଶାସକ ଭାଜପା ମଧ୍ୟ ସହଯୋଗୀ ଦଳଗୁଡ଼ିକ ସହ ତାଳମେଳ ରଖି ର୍ନିବାଚନୀ ପ୍ରସ୍ତୁତିରେ ଲାଗିପଡ଼ିଛି।

ଏହି କ୍ରମରେ ମଙ୍ଗଳବାର ଜାଲୌନ ଗସ୍ତରେ ଆସିଥିବା ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏକ ବଡ଼ ବୟାନ ଦେଇଛନ୍ତି। ୟୁପି ବିଧାନସଭା ର୍ନିବାଚନ ୨୦୨୭ର ମୁଖ୍ୟମନ୍ତ୍ରୀ ଚେହେରା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ, ୟୁପିରେ ‘ପଦ୍ମ ଫୁଲ’ ହିଁ ମୁଖ୍ୟମନ୍ତ୍ରୀଙ୍କ ଚେହେରା ହେବ।

ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦର ଚେହେରାକୁ ନେଇ ପଚରାଯାଇଥିବା ପ୍ରଶ୍ନରେ କେଶବ ପ୍ରସାଦ ମୌର୍ଯ୍ୟ ସ୍ପଷ୍ଟ ଭାବେ କହିଛନ୍ତି ଯେ ବିଜେପିରେ ମୁଖ୍ୟମନ୍ତ୍ରୀ ପଦର ଚେହେରା କୌଣସି ବ୍ୟକ୍ତି ନୁହନ୍ତି, ବରଂ ପଦ୍ମ ଫୁଲ ହେବ। ସେହିପରି ପଞ୍ଜାବରେ ଅକାଳୀ ଦଳ ସହିତ ମେଣ୍ଟକୁ ନେଇ ସେ କହିଛନ୍ତି ଯେ ଅକାଳୀ ଦଳ ସହିତ ମିଶି ପଞ୍ଜାବରେ ମଧ୍ୟ ବିଜେପି ସରକାର ଗଠନ କରିବ।

ପ୍ରକୃତରେ ଜାଲୌନର ଉରଇଠାରେ ଦଳୀୟ ପଦାଧିକାରୀ ଏବଂ କର୍ମୀମାନଙ୍କ ସହିତ ବୈଠକ କରି ଉପମୁଖ୍ୟମନ୍ତ୍ରୀ ସାଙ୍ଗଠନିକ କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ। ଏହାପରେ ସେ ସାମ୍ୱାଦିକମାନଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ବିରୋଧୀ ଦଳ, ବିଶେଷ କରି ସମାଜବାଦୀ ପାର୍ଟି ଏବଂ କଂଗ୍ରେସର ମେଣ୍ଟ ଉପରେ ଜୋରଦାର ଟାର୍ଗେଟ କରିଥିଲେ। ୨୦୨୭ ବିଧାନସଭା ର୍ନିବାଚନରେ ବିଜେପି ପ୍ରଚଣ୍ଡ ବହୁମତ ସହିତ ପୁଣି ଥରେ ଉତ୍ତରପ୍ରଦେଶରେ ସରକାର ଗଠନ କରିବ ବୋଲି ସେ ଦାବି କରିଛନ୍ତି। ସପା ଏବଂ କଂଗ୍ରେସ ମେଣ୍ଟକୁ ନେଇ କଟାକ୍ଷ କରି ମୌର୍ଯ୍ୟ କହିଛନ୍ତି ଯେ ଉଭୟ ଦଳ ମଧ୍ୟରେ ’ଖିଚିଡ଼ି ପାକ’ ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଥାନାଧିକାରୀ ବଦଳୁଛନ୍ତି, କିନ୍ତୁ ଧରାପଡ଼ୁନାହାନ୍ତି ଅଭିଯୁକ୍ତ: ୫ କୋଟିର ଜାଲି ଗ୍ୟାରେଣ୍ଟି ଦେଇ ଚମ୍ପଟ ମାରିଛନ୍ତି ଲିଜଧାରୀ

ହାଟଡିହୀ, ୨୪।୧୧ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅନ୍ତର୍ଗତ ଗିରିଗାଁ ବୈତରଣୀ ବାଲି ଘାଟ ନିଲାମରେ ୫.୧୫ କୋଟି ଟଙ୍କାର ଜାଲି ବ୍ୟାଙ୍କ ଗ୍ୟାରେଣ୍ଟି…

୨୮ ଛକା, ୨୦୪ ରନ୍‌ର ଝଡ଼; UAEକୁ ଧୂଳି ଚଟାଇଲେ ବୈଭବ: ସେମିଫାଇନାଲରେ ଭାରତ କଲା ଏଣ୍ଟ୍ରି

ନୂଆଦିଲ୍ଲୀ, ୨୪।୧୧: ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍‌ରେ ରନର ଝଡ଼। ମାତ୍ର ୫୩ଟି ବଲରେ ୭ଟି ଚୌକା ଓ ୨୮ଟି ଛକା ସହାୟତାରେ ୨୦୪ ରନର ଧୂଆଁଧାର ଇନିଂସ…

କ୍ରିକେଟ ଜଗତରେ ଚହଳ ପକାଇଲେ ବୈଭବ: ମାତ୍ର ଏତିକି ବଲରେ ଦ୍ୱିଶତକ ହାସଲ କରି କଲେ ବିଶ୍ୱ ରେକର୍ଡ, ସମସ୍ତେ ଚକିତ

ନୂଆଦିଲ୍ଲୀ, ୨୪।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ଶେଷରେ ଫର୍ମକୁ ଫେରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। UAE ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଲିଷ୍ଟ-A କ୍ରିକେଟରେ ଦ୍ରୁତତମ ଦ୍ୱିଶତକ…

ଡିସେମ୍ୱର ୧ରୁ ବଦଳୁଛି ୭ ବଡ଼ ନିୟମ: LPG ଦର, SBI କାର୍ଡ ଚାର୍ଜରୁ ପେନଶନ ଯାଏ ପଡ଼ିବ ସିଧା ପ୍ରଭାବ

ନୂଆଦିଲ୍ଲୀ,୨୪।୧୧: ନଭେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ମାତ୍ର କିଛି ଦିନ ମଧ୍ୟରେ ଡିସେମ୍ୱର ୨୦୨୬ ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟେକ ନୂଆ ମାସର ପ୍ରଥମ…

ଛକା ପରେ ଛକା ବର୍ଷା କଲେ ବୈଭବ, ମାତ୍ର ୧୬ ରନ୍‌ରେ କଲେ ଏତେ ରନ୍‌…ସବୁ ଖେଳାଳି ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ, ୨୪।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୨୦୨୬ରେ ଏପର୍ଯ୍ୟନ୍ତ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ବଡ଼ ଇନିଂସ ଦେଖିବାକୁ ମିଳିନଥିଲା। ନେପାଳ ଓ ପାକିସ୍ତାନ ବିପକ୍ଷରେ ସେ…

ୟୁପି ରାଜନୀତିରେ ହଲଚଲ: କଂଗ୍ରେସ ସହ ସିଟ୍‌ ବୁଝାମଣାକୁ ନେଇ ଅଖିଳେଶ ଦେଲେ ଏମିତି ବୟାନ, ସମସ୍ତେ ତାଜୁବ!

ନୂଆଦିଲ୍ଲୀ,୨୪।୧୧: ଏସପି ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣାକୁ ନେଇ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ସ୍ପଷ୍ଟ କରିଛନ୍ତି ଯେ ଉଭୟ ଦଳ ମଧ୍ୟରେ…

ଟି-୨୦ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କାହା ନାଁରେ? ଟପ୍‌ ୧୦ରେ ଜଣେ ଭାରତୀୟ ଖେଳାଳି, ଶୀର୍ଷରେ ଅଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ, ୨୪।୧୧: ଭାରତର ଷ୍ଟାର୍‌ ବ୍ୟାଟର୍‌ ପ୍ରିୟାଂଶ ଆର୍ଯ୍ୟ ଟି-୨୦ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି। ଟି-୨୦ ଫର୍ମାଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଭାରତୀୟ ଖେଳାଳି…

ଦିନେ ଭାରତ ପାଇଁ ଖେଳିବାର ଦେଖିଥିଲେ ସ୍ବପ୍ନ, ଏବେ UAE ଜର୍ସିରେ ଇଣ୍ଡିଆ-A ବିପକ୍ଷରେ ମାରିଲେ ଶତକ

ନୂଆଦିଲ୍ଲୀ, ୨୪।୧୧: ଦିନେ ଭାରତୀୟ କ୍ରିକେଟର ଭବିଷ୍ୟତ ହେବାର ସ୍ବପ୍ନ ଦେଖିଥିବା ଖେଳାଳି ଏବେ UAE ଟିମ ପକ୍ଷରୁ ଖେଳି ଚମତ୍କାର ପ୍ରଦର୍ଶନ କରୁଛନ୍ତି। ହରପ୍ରୀତ ସିଂହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?