Posted inTrending, ଖେଳ

ମାତ୍ର ୧୪.୨ ଓଭରରେ ୨୫୦ ରନ୍‌ ଚେଜ କରି ଇତିହାସ ରଚିଲା ଭାରତ; ଭାଙ୍ଗିଲା ୨୩ ବର୍ଷ ପୁରୁଣା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୪।୧୧: ଦୋହାରେ ଖେଳାଯାଉଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ରେ ଇଣ୍ଡିଆ-ଏ ର ମୁକାବିଲା ୟୁଏଇ-ଏ (UAE-A) ସହିତ ହୋଇଥିଲା। ଏହି ମୁକାବିଲାରେ ୟୁଏଇ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୨୪୯ ରନ ସଂଗ୍ରହ କରିଥିଲା। ୟୁଏଇ ଏକ ସମ୍ମାନଜନକ ସ୍କୋର କରି ଟିମ ଇଣ୍ଡିଆକୁ କଡ଼ା ଟକ୍କର ଦେବାକୁ ନିଶ୍ଚୟ ଭାବିଥିବ, କିନ୍ତୁ ସେମାନଙ୍କ ଆଶାରେ ପାଣି ପଡ଼ିଯାଇଥିଲା। ଭାରତ ମାତ୍ର ୧୪.୨ ଓଭରରେ ହିଁ ୨୫୦ ରନ୍‌ର ଲକ୍ଷ୍ୟ ହାସଲ କରିନେଇଥିଲା। ଖୁବ କମ ଲୋକଙ୍କୁ ବିଶ୍ୱାସ ହେଉଛି ଯେ ଟିମ ଇଣ୍ଡିଆ ମାତ୍ର ୮୬ଟି ବଲରେ ହିଁ ଏହି ବ୍ଲକବଷ୍ଟର ବିଜୟ ହାସଲ କରିଛି। ତେବେ ଏହା ଜରିଆରେ ଭାରତୀୟ ଦଳ ଏକ ୨୩ ବର୍ଷ ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗି ଦେଇଛି। ଆସନ୍ତୁ ଏ ବିଷୟରେ ଜାଣିବା।

ଭାରତ ପାଇଁ ୟୁଏଇ ବିପକ୍ଷ ମୁକାବିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ପାକିସ୍ତାନ ବିପକ୍ଷରେ ୪୮ ରନ୍ରେ ପରାଜୟ ପରେ ସେମିଫାଇନାଲରେ ପହଞ୍ଚିବା ପାଇଁ ଏହି ମ୍ୟାଚ ଜିତିବା ଜରୁରୀ ଥିଲା। ଟିମ ଇଣ୍ଡିଆ ସହଜରେ ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିଛି। ଲିଷ୍ଟ-ଏ କ୍ରିକେଟରେ ୨୦୦୩ ମସିହାରେ ପାକିସ୍ତାନର ଆଲାଏଡ ବ୍ୟାଙ୍କ ଲିମିଟେଡ ୨୦ ଓଭରରେ ୨୦୦ରୁ ଅଧିକ ରନ ଚେଜ କରି ଏକ ରେକର୍ଡ ସୃଷ୍ଟି କରିଥିଲା। ପ୍ୟାଟ୍ରନ କପ ମୁକାବିଲାରେ ହୋଇଥିବା ଏହି ରେକର୍ଡକୁ ଭାରତ ଧ୍ୱଂସ କରିଦେଇଛି। ଦଳ ମାତ୍ର ୧୪.୨ ଓଭରରେ ହିଁ ୨୫୦ ରନ୍‌ର ଲକ୍ଷ୍ୟ ହାସଲ କରି ଇତିହାସ ରଚିଛି। ଟିମ ଇଣ୍ଡିଆ ତିନୋଟି ୱିକେଟ ହରାଇ ଏହି ଜବରଦସ୍ତ ବିଜୟ ନିଜ ନାମରେ କରିଛି।


ଭାରତ ୟୁଏଇକୁ ହରାଇ ନୂଆ ରେକର୍ଡ ସୃଷ୍ଟି କରିଛି। ଏହା ପଛରେ ସବୁଠାରୁ ବଡ଼ ହାତ ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କର ରହିଛି। ସେ ବିସ୍ଫୋରକ ପାଳି ଖେଳି ଦ୍ୱିଶତକ ହାସଲ କରିଛନ୍ତି। ସୂର୍ଯ୍ୟବଂଶୀ ୟୁଏଇ ବୋଲରମାନଙ୍କର ଖୁବ ଧୁଲାଇ କରିଥିଲେ, ଯାହାଫଳରେ ୨୫୦ ରନ୍ର ଲକ୍ଷ୍ୟ ମଧ୍ୟ ଛୋଟ ପଡ଼ିଯାଇଥିଲା। ସେ ୫୩ ବଲ୍‌ରେ ୨୦୪ ରନ୍ର ଐତିହାସିକ ପାଳି ଖେଳିଛନ୍ତି। ନିଜ ପାଳିରେ ସେ ୨୮ଟି ଛକା ଏବଂ ୭ଟି ଚୌକା ମାରିଥିଲେ। ବୈଭବ ମାତ୍ର ୨୮ ବଲ୍‌ରେ ହିଁ ନିଜର ଶତକ ପୂରଣ କରିଥିଲେ। ସେ ଲିଷ୍ଟ-ଏ କ୍ରିକେଟ୍ର ବଡ଼ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ସୂର୍ଯ୍ୟବଂଶୀ ୫୨ ବଲ୍ରେ ଦ୍ୱିଶତକ ଲଗାଇ ନ୍ୟୁଜିଲାଣ୍ଡର ଚାଡ ବୋଏସଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ବୋଏସ ଲିଷ୍ଟ-ଏ କ୍ରିକେଟରେ ୧୦୩ ବଲ୍ରେ ଦ୍ୱିଶତକ ଲଗାଇଥିଲେ।

ବୈଭବଙ୍କ ସାଥୀ ଓପନର ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଏଥର ବଡ଼ ସ୍କୋର କରିପାରି ନଥିଲେ। ୧୨ ରନ୍ରେ ଆଉଟ ହୋଇ ସେ ପାଭିଲିୟନ ଫେରିଯାଇଥିଲେ। ପ୍ରଭସିମରନ ମଧ୍ୟ ୩ ରନ କରି ଆଉଟ ହୋଇଥିଲେ। ତଥାପି ସୂର୍ଯ୍ୟବଂଶୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା ଏବଂ ସେ ଦ୍ରୁତ ଗତିରେ ରନ ସଂଗ୍ରହ ଜାରି ରଖିଥିଲେ। ଶେଷରେ ରିଙ୍କୁ ସିଂହ ଛକା ମାରି ଟିମ ଇଣ୍ଡିଆକୁ ବିଜୟୀ କରାଇଥିଲେ। ରିଙ୍କୁ ୧୯ ବଲ୍ରେ ୨୭ ରନ କରି ଅପରାଜିତ ରହିଥିଲେ। ସେ ନିଜ ପାଳିରେ ୨ଟି ଚୌକା ଏବଂ ୨ଟି ଛକା ଲଗାଇଥିଲେ। ନେପାଳ ଏବଂ ପାକିସ୍ତାନ ବିପକ୍ଷରେ ରିଙ୍କୁଙ୍କ ବ୍ୟାଟ୍ରୁ ଆଦୌ ରନ ବାହାରିନଥିଲା, କିନ୍ତୁ ଏଥର ସେ ଲୟରେ ଥିବା ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ବଡ଼ ଝଟ୍‌କା! ସିଟ୍‌ ସେୟାରିଂ ନ ହେଉଣୁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଏସପି, କଂଗ୍ରେସର ବଢିଲା ଟେନଶନ

ନୂଆଦିଲ୍ଲୀ,୨୪।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ୱାଚନ ପାଇଁ ସମାଜବାଦୀ ପାର୍ଟି ନିଜର ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୫ ଜଣ ପ୍ରାର୍ଥୀଙ୍କ ନାମ ସାମିଲ…

ଅତାବିରାକୁ ପଶିଲା ମହାବଳ: ଅତାବିରା ଜାଙ୍ଗେଡ଼ ଅଞ୍ଚଳରେ କୋକୁଆ ଭୟ, ରାତିରେ ଘରୁ ନବାହାରିବାକୁ…

ଅତାବିରା, ୨୪।୧୧ (ଯୁଧିଷ୍ଠିର ମହାପାତ୍ର): ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା ମହାବଳ ବାଘ ମଙ୍ଗଳବାର ଭୋରରୁ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଜାଙ୍ଗେଡ଼ ଗ୍ରାମ ଅଞ୍ଚଳକୁ ପଶିଆସିଥିବା…

୨ଟି ମ୍ୟାଚ୍‌ର ପ୍ରତିଶୋଧ, ପ୍ଲାନ କରି କଲେ ୨୦୪ ରନ୍‌; ବୈଭବ ଖୋଲିଲେ ଗୁମର

ନୂଆଦିଲ୍ଲୀ,୨୪।୧୧: ଇଣ୍ଡିଆ-ଏ (India-A) ପାଇଁ ବୈଭବ ସୂର୍ଯ୍ୟବଂଶୀ ୨୦୪ ରନ୍‌ର ବିସ୍ଫୋରକ ପାଳି ଖେଳିଛନ୍ତି। ମଙ୍ଗଳବାର (୨୪ ନଭେମ୍ୱର) ୨୦୨୬ ରାଇଜିଂ ଷ୍ଟାର ଏସିଆ କପ୍‌ରେ ଇଣ୍ଡିଆ-ଏ…

ୟୁପି ରାଜନୀତିରେ ହଲଚଲ: ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବଡ଼ ବୟାନ ଦେଲା ଭାଜପା

ନୂଆଦିଲ୍ଲୀ,୨୪।୧୧: ୟୁପି ବିଧାନସଭା ନିର୍ୱାଚନ ୨୦୨୭: ‘କୌଣସି ବ୍ୟକ୍ତି ନୁହେଁ, ପଦ୍ମ ଫୁଲ ହେବ ମୁଖ୍ୟମନ୍ତ୍ରୀ ଚେହେରା’; ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ର୍ମୌଯ୍ୟ…

ଥାନାଧିକାରୀ ବଦଳୁଛନ୍ତି, କିନ୍ତୁ ଧରାପଡ଼ୁନାହାନ୍ତି ଅଭିଯୁକ୍ତ: ୫ କୋଟିର ଜାଲି ଗ୍ୟାରେଣ୍ଟି ଦେଇ ଚମ୍ପଟ ମାରିଛନ୍ତି ଲିଜଧାରୀ

ହାଟଡିହୀ, ୨୪।୧୧ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅନ୍ତର୍ଗତ ଗିରିଗାଁ ବୈତରଣୀ ବାଲି ଘାଟ ନିଲାମରେ ୫.୧୫ କୋଟି ଟଙ୍କାର ଜାଲି ବ୍ୟାଙ୍କ ଗ୍ୟାରେଣ୍ଟି…

୨୮ ଛକା, ୨୦୪ ରନ୍‌ର ଝଡ଼; UAEକୁ ଧୂଳି ଚଟାଇଲେ ବୈଭବ: ସେମିଫାଇନାଲରେ ଭାରତ କଲା ଏଣ୍ଟ୍ରି

ନୂଆଦିଲ୍ଲୀ, ୨୪।୧୧: ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍‌ରେ ରନର ଝଡ଼। ମାତ୍ର ୫୩ଟି ବଲରେ ୭ଟି ଚୌକା ଓ ୨୮ଟି ଛକା ସହାୟତାରେ ୨୦୪ ରନର ଧୂଆଁଧାର ଇନିଂସ…

କ୍ରିକେଟ ଜଗତରେ ଚହଳ ପକାଇଲେ ବୈଭବ: ମାତ୍ର ଏତିକି ବଲରେ ଦ୍ୱିଶତକ ହାସଲ କରି କଲେ ବିଶ୍ୱ ରେକର୍ଡ, ସମସ୍ତେ ଚକିତ

ନୂଆଦିଲ୍ଲୀ, ୨୪।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ଶେଷରେ ଫର୍ମକୁ ଫେରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। UAE ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଲିଷ୍ଟ-A କ୍ରିକେଟରେ ଦ୍ରୁତତମ ଦ୍ୱିଶତକ…

ଡିସେମ୍ୱର ୧ରୁ ବଦଳୁଛି ୭ ବଡ଼ ନିୟମ: LPG ଦର, SBI କାର୍ଡ ଚାର୍ଜରୁ ପେନଶନ ଯାଏ ପଡ଼ିବ ସିଧା ପ୍ରଭାବ

ନୂଆଦିଲ୍ଲୀ,୨୪।୧୧: ନଭେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ମାତ୍ର କିଛି ଦିନ ମଧ୍ୟରେ ଡିସେମ୍ୱର ୨୦୨୬ ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟେକ ନୂଆ ମାସର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?