Posted inTrending, ଖେଳ

କ୍ରିକେଟ ଜଗତରେ ଚହଳ ପକାଇଲେ ବୈଭବ: ମାତ୍ର ଏତିକି ବଲରେ ଦ୍ୱିଶତକ ହାସଲ କରି କଲେ ବିଶ୍ୱ ରେକର୍ଡ, ସମସ୍ତେ ଚକିତ

ନୂଆଦିଲ୍ଲୀ, ୨୪।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ଶେଷରେ ଫର୍ମକୁ ଫେରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। UAE ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଲିଷ୍ଟ-A କ୍ରିକେଟରେ ଦ୍ରୁତତମ ଦ୍ୱିଶତକ ହାସଲ କରି ଇତିହାସ ରଚିଛନ୍ତି ସେ। ମାତ୍ର ୫୩ ବଲ୍‌ରେ ୨୦୪ ରନ୍‌ କରିଛନ୍ତି। ଏଥିରେ ୨୮ଟି ଛକା, ୭ଟି ଚୌକା ଅର୍ନ୍ତଭୁକ୍ତ। ସମସ୍ତଙ୍କୁ ଚକିତ କରି ମାତ୍ର ୨୮ଟି ବଲରେ ନିଜ ଶତକ ପୂରଣ କରିଥିଲେ। ଏହା ପୂର୍ବରୁ ମାତ୍ର ୧୬ଟି ବଲରେ ନିଜ ଅର୍ଦ୍ଧଶତକ ହାସଲ କରିଥିଲେ। UAE ବିପକ୍ଷରେ ତାଙ୍କର ଏହି ବିସ୍ଫୋରକ ଇନିଂସ କ୍ରିକେଟ୍‌ପ୍ରେମୀଙ୍କ ମନ ଜିଣିନେଇଛି। ଦ୍ରୁତତମ ଶତକ ହାସଲ କରି ନିଜ ନାଁରେ ଏକାଧିକ ବଡ଼ ରେକର୍ଡ ଯୋଡ଼ିଛନ୍ତି ବୈଭବ। ଏହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ କେବଳ ଛକାର ବର୍ଷା ହୋଇଥିଲା। ଆରମ୍ଭରୁ ହିଁ ସେ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ପ୍ରଥମ ଓଭରରେ ହିଁ ତିନୋଟି ଛକା ମାରି UAE ବୋଲର୍ସଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ୮ଟି ଛକା ମାରି ସେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହାପରେ ଆକ୍ରମଣ ଆହୁରି ଜୋରଦାର କରିଥିଲେ ବୈଭବ। ମୋଟ ୧୪ଟି ଛକା ସହାୟତାରେ ନିଜର ଶତକ ପୂରଣ କରିଥିଲେ। ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ UAE ବୋଲର୍ସଙ୍କୁ ଅସହାୟ କରିଦେଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୮ ଛକା, ୨୦୪ ରନ୍‌ର ଝଡ଼; UAEକୁ ଧୂଳି ଚଟାଇଲେ ବୈଭବ: ସେମିଫାଇନାଲରେ ଭାରତ କଲା ଏଣ୍ଟ୍ରି

ନୂଆଦିଲ୍ଲୀ, ୨୪।୧୧: ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍‌ରେ ରନର ଝଡ଼। ମାତ୍ର ୫୩ଟି ବଲରେ ୭ଟି ଚୌକା ଓ ୨୮ଟି ଛକା ସହାୟତାରେ ୨୦୪ ରନର ଧୂଆଁଧାର ଇନିଂସ…

ଡିସେମ୍ୱର ୧ରୁ ବଦଳୁଛି ୭ ବଡ଼ ନିୟମ: LPG ଦର, SBI କାର୍ଡ ଚାର୍ଜରୁ ପେନଶନ ଯାଏ ପଡ଼ିବ ସିଧା ପ୍ରଭାବ

ନୂଆଦିଲ୍ଲୀ,୨୪।୧୧: ନଭେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ମାତ୍ର କିଛି ଦିନ ମଧ୍ୟରେ ଡିସେମ୍ୱର ୨୦୨୬ ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟେକ ନୂଆ ମାସର ପ୍ରଥମ…

ଛକା ପରେ ଛକା ବର୍ଷା କଲେ ବୈଭବ, ମାତ୍ର ୧୬ ରନ୍‌ରେ କଲେ ଏତେ ରନ୍‌…ସବୁ ଖେଳାଳି ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ, ୨୪।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୨୦୨୬ରେ ଏପର୍ଯ୍ୟନ୍ତ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ବଡ଼ ଇନିଂସ ଦେଖିବାକୁ ମିଳିନଥିଲା। ନେପାଳ ଓ ପାକିସ୍ତାନ ବିପକ୍ଷରେ ସେ…

ୟୁପି ରାଜନୀତିରେ ହଲଚଲ: କଂଗ୍ରେସ ସହ ସିଟ୍‌ ବୁଝାମଣାକୁ ନେଇ ଅଖିଳେଶ ଦେଲେ ଏମିତି ବୟାନ, ସମସ୍ତେ ତାଜୁବ!

ନୂଆଦିଲ୍ଲୀ,୨୪।୧୧: ଏସପି ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣାକୁ ନେଇ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ସ୍ପଷ୍ଟ କରିଛନ୍ତି ଯେ ଉଭୟ ଦଳ ମଧ୍ୟରେ…

ଟି-୨୦ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କାହା ନାଁରେ? ଟପ୍‌ ୧୦ରେ ଜଣେ ଭାରତୀୟ ଖେଳାଳି, ଶୀର୍ଷରେ ଅଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ, ୨୪।୧୧: ଭାରତର ଷ୍ଟାର୍‌ ବ୍ୟାଟର୍‌ ପ୍ରିୟାଂଶ ଆର୍ଯ୍ୟ ଟି-୨୦ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି। ଟି-୨୦ ଫର୍ମାଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଭାରତୀୟ ଖେଳାଳି…

ରାଜନଗରରେ ବୋଇତ ବନ୍ଦାଣ ଉତ୍ସବ, ୨୬ ବର୍ଷ ଧରି ଚାଲିଛି ପରମ୍ପରା

ପାଟଣା,୨୪।୧୧(ବୀର କିଶୋର ଦାଶ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ଅବସରରେ କେନ୍ଦୁଝର ଜିଲା ରାଜନଗରସ୍ଥିତ ବୈତରଣୀ ନଦୀର ଶୈବ୍ୟା କାବେରୀ ପୀଠ ମଙ୍ଗଳବାରଉତ୍ସବମୁଖର ହୋଇ…

ଦିନେ ଭାରତ ପାଇଁ ଖେଳିବାର ଦେଖିଥିଲେ ସ୍ବପ୍ନ, ଏବେ UAE ଜର୍ସିରେ ଇଣ୍ଡିଆ-A ବିପକ୍ଷରେ ମାରିଲେ ଶତକ

ନୂଆଦିଲ୍ଲୀ, ୨୪।୧୧: ଦିନେ ଭାରତୀୟ କ୍ରିକେଟର ଭବିଷ୍ୟତ ହେବାର ସ୍ବପ୍ନ ଦେଖିଥିବା ଖେଳାଳି ଏବେ UAE ଟିମ ପକ୍ଷରୁ ଖେଳି ଚମତ୍କାର ପ୍ରଦର୍ଶନ କରୁଛନ୍ତି। ହରପ୍ରୀତ ସିଂହ…

ପଞ୍ଜାବରେ କିଏ ହେବେ NDAର ମୁଖ୍ୟମନ୍ତ୍ରୀ ଚେହେରା? BJP-ଅକାଳୀ ଦଳ ମେଣ୍ଟ ପରେ ବଡ଼ ଘୋଷଣା କଲେ ଶାହା

ନୂଆଦିଲ୍ଲୀ,୨୪।୧୧: ପଞ୍ଜାବ ରାଜନୀତିରେ ବଡ଼ ସମୀକରଣ: ୬ ବର୍ଷ ପରେ ପୁଣି ଏକାଠି ହେଲେ ଭାଜପା ଓ ଅକାଳୀ ଦଳ; ଜାଣନ୍ତୁ କିଏ ହେବେ NDA ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?