ମିସ୍‌ କୁଇନ୍‌ ଅଫ୍‌ ଏସିଆ ଟାଇଟଲ ଜିତିଲେ ରାଉରକେଲା ଝିଅ

ରାଉରକେଲା ଅଫିସ,୧୩।୨:ଏସିଆ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସେକ୍ଟର-୪ ଅଞ୍ଚଳର ଡି. ପୂଜା ମିସ୍‌ କୁଇନ ଅଫ୍‌ ଏସିଆ ଟାଇଟଲ ଜିତି ସୁନ୍ଦରଗଡ ଜିଲା ତଥା ରାଉରକେଲା ପାଇଁ ଗୌରବ ଆଣିଛନ୍ତି। ଗତ ୩ତାରିଖରେ ବମ୍ବେ ଅନ୍ଧେରୀ ଇଷ୍ଟରେ ମିସ୍‌ କୁଇନ ଅଫ୍‌ ଏସିଆ ଟାଇଟଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂଜା ଅନ୍‌ଲାଇନ ମାଧ୍ୟମରେ ଆବେଦନ କରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇଥିଲେ। ପ୍ରତିଯୋଗିତାରେ ଏସିଆର ବିଭିନ୍ନ ଦେଶରୁ ୪୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୂଜା ପ୍ରଥମ ରାଉଣ୍ଡରେ ୪୦, ଦ୍ୱିତୀୟ ରାଉଣ୍ଡରେ ୨୦ ଏବଂ ଶେଷ ରାଉଣ୍ଡରେ ୩ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଟାଇଟଲ ହାସଲ କରିଛନ୍ତି। ପୂଜା ତାଙ୍କର ସୌନ୍ଦର୍ଯ୍ୟ ଓ ବୁଦ୍ଧିମତାର ଦକ୍ଷତା ଦେଖାଇ ଏହି ଟାଇଟଲ ଅର୍ଜନ କରିଥିଲେ। ଏହା ପୂର୍ବରୁ ସେ ଭୁବନେଶ୍ୱରରେ ଆୟୋଜିତ ମିସ୍‌ ଭୁବନେଶ୍ୱର, ମିସ୍‌ ପଶ୍ଚିମାଞ୍ଚଳ, ଗ୍ଲୋରି ଅଫ୍‌ ଇଣ୍ଡିଆ, ଗ୍ଲୋରି ଅଫ୍‌ ଚାର୍ମିଙ୍ଗ, ମିସ୍‌ କଳିଙ୍ଗ ଟାଇଟଲ ଜିତିଥିଲେ। ପୂଜା ସେକ୍ଟର-୧୪ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଏକାଦଶ ଶ୍ରେଣୀର ବାଣିଜ୍ୟ ଛାତ୍ରୀ ଅଟନ୍ତି। ସେ ତାଙ୍କର ଏହି ସଫଳତାର ଶ୍ରେୟ ଗୁରୁଶ୍ରୀ ଲିନା ବିଶ୍ୱାଳ, ପରିବାର ଓ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଦେଇଛନ୍ତି। ଏ ନେଇ ଡି. ପୂଜାଙ୍କୁ ପଚାରିବାରୁ ସେ କହିଥିଲେ, ପିଲାବେଳୁ ଓଡିଶୀ ନୃତ୍ୟ ଶିଖୁଥିଲି। ୩ ବର୍ଷ ତଳେ ମୁ ଏହି ଲାଇନକୁ ଆସି ମଡେଲିଂ ଶିକ୍ଷା ଆରମ୍ଭ କଲି। କୌଣସି କ୍ଷେତ୍ରରେ ସଫଳତା ପାଇବାକୁ ହେଲେ ନିଷ୍ଠାର ସହ କଠୋର ପରିଶ୍ରମ କଲେ ନିଶ୍ଚିତ ସଫଳ ମିଳିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ଇଞ୍ଜିନିୟରଙ୍କ ଗଳିତ ମୃତଦେହ ଉଦ୍ଧାର

ସିମୁଳିଆ,୮।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ବରୀରୋଡ଼ ନୂଆପଲ୍ଲୀ ଅଞ୍ଚଳର ଜଣେ ଯୁବ ଇଞ୍ଜିନିୟରଙ୍କ ଗଳିତ ମୃତଦେହ ଶୁକ୍ରବାର ତାଙ୍କ ଘର ନିକଟସ୍ଥ ନୟନଜୋରି ମଧ୍ୟରୁ...

ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ଅନୁଗୋଳ ଅଫିସ,୧୧।୧୨: ଅନୁଗୋଳ ବଅଁରପାଳ ହାଟ ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି । ଟେନ୍‌ଟି ଦାମନଯୋଡ଼ିରୁ ନାଲ୍‌କୋକୁ ଆଲୁମିନା ଆଣୁଥିବା ବେଳେ ଲାଇନ୍‌ଚ୍ୟୁତ...

ଆଲୋକିତ ହେଲା ପଦ୍ମଶ୍ରୀଙ୍କ ଘର

କେନ୍ଦୁଝର,୧୮ା୧୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ତଳବୈତରଣୀ ଗ୍ରାମରେ ରହୁଥିବା ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଘର ଆଲୋକିତ ହେଲା। ଦୀର୍ଘ ଏକ ମାସ ଧରି ବିଦ୍ୟୁତ୍‌ କାଟ୍‌ ଯୋଗୁ...

କେନ୍ଦୁଝର ଜିଲାରେ ଆଉ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ

କେନ୍ଦୁଝର,୧୬।୬(ସ୍ବ.ପ୍ର.): କେନ୍ଦୁଝରରେ ମଙ୍ଗଳବାର ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି। ଚିହ୍ନଟ ୫ ଆକ୍ରାନ୍ତ...

ବଲାଙ୍ଗୀରରେ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ଧସେଇ ପଶିଲେ ଚାଷୀ

ବଲାଙ୍ଗୀର ଅଫିସ, ୬।୨- ବଲାଙ୍ଗୀର ଗସ୍ତରେ ଆସି ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସାଇଁ...

ମହିଳାଙ୍କୁ ଗଣବଳାତ୍କାର

କେନ୍ଦୁଝର,୧୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ବୁଧବାର ରାତିରେ ଜଣେ ୩୭ ବର୍ଷୀୟ ମହିଳାଙ୍କୁ ୩ ଯୁବକ ଗଣ ବଳାତ୍କାର କରିଥିବା ନେଇ ଅଭିଯୋଗ...

ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚିତ

ଛେଣ୍ଡିପଦା,୨୪ା୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡିଆ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବିଲି ପାଳନ ହେଉଛି। ସୋମବାର ଦ୍ୱିତୀୟ ଦିବସରେ ଡାକ ଲଫାପା ଉନ୍ମୋଚିତ ହୋଇଛି।...

ବାତ୍ୟା ଆଶ୍ରୟସ୍ଥଳୀରେ ଅସାମାଜିକଙ୍କ ଆଡ୍ଡା

ରାୟଗଡ଼(ଗଜପତି) ୧।୫(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ ବ୍ଲକ କାର୍ଯ୍ୟାଳୟକୁ ଲାଗି ରହିଥିବା ବାତ୍ୟା ଆଶ୍ରୟସ୍ଥଳି। ଯାହା ଏବେ  ଅସାମାଜିକଙ୍କ  ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ସ୍ଥାନୀୟ ଲୋକେ...

Advertisement
Archives

Model This Week