Posted inଖେଳ

ଭାରତୀୟ ବୋଲର୍‌ଙ୍କ ବଲ୍‌ ମାଡ଼ ଖାଉଥିବା ବେଳେ ହସୁଥିଲେ ରୋହିତ ଶର୍ମା, ରାଜକୋଟ ଟେଷ୍ଟରେ ଅଜବ ଦୃଶ୍ୟ

ରାଜକୋଟ,୧୬।୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ଚମତ୍କାର ବ୍ୟାଟିଂ କରି ୪୪୫ ରନ ସ୍କୋର କରିଥିଲା। କ୍ୟାପଟେନ ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଚମତ୍କାର ଶତକ ହାସଲ କରିଥିଲେ। କିନ୍ତୁ ଏହା ପରେ ଇଂଲଣ୍ଡ ମଧ୍ୟ ଟିମ ଇଣ୍ଡିଆକୁ ଉପଯୁକ୍ତ ଜବାବ ଦେଇଥିଲା।

ବିଶେଷକରି ବେନ ଡକେଟ ଏକ ଚମତ୍କାର ଇନିଂସ ଖେଳି ଏକ ଶତକ ହାସଲ କରିଥିଲେ। ଏହି ବାମହାତୀ ବୋଲର ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୧୩୩ ରନ୍‌ କରିଥିଲେ ଏବଂ ଏଥିପାଇଁ ସେ ମାତ୍ର ୧୧୮ ବଲ ଖେଳିଥିଲେ। ଡକେଟଙ୍କ ବିସ୍ଫୋରକ ଶତକ ଆଧାରରେ ଇଂଲଣ୍ଡର ସ୍କୋର ୨ ଉଇକେଟ ବିନିମୟରେ ୨୦୭ ରନରେ ପହଞ୍ଚିଛି। ଖେଳର ଦ୍ୱିତୀୟ ଦିନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା ଯେତେବେଳେ ଭାରତୀୟ ବୋଲରଙ୍କ ବଲ୍‌ ମାଡ଼ ଖାଉଥିବା ସମୟରେ ଅଧିନାୟକ ରୋହିତ ଶର୍ମା ଲଗାତର ଭାବରେ ହସୁଥିବା ନଜର ଆସିଥିଲା।

ରାଜକୋଟ ଟେଷ୍ଟର ଦ୍ୱିତୀୟ ଦିନରେ ଯେତେବେଳେ ଜାଡେଜା କିମ୍ବା ଅଶ୍ୱିନଙ୍କ ବଲ ମାଡ ହେଉଥିଲା ସେତେବେଳେ ରୋହିତ ଶର୍ମା ହସୁଥିଲେ। ରୋହିତଙ୍କ ହସ ହେବାର କାରଣ ହେଉଛି ଇଂଲଣ୍ଡ ଦଳର ସଟ୍‌ ଚୟନ। ବିଶେଷକରି ବେନ ଡକେଟ ଏବଂ ଓଲି ପୋପ ଦ୍ୱାରା ଖେଳାଯାଇଥିବା ଶଟ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଡକେଟ ଓଲଟା ସୁଇପ୍‌ ଖେଳିଥିଲେ ଏବଂ ଅଲି ପୋପ ତାଙ୍କଠାରୁ ଦୁଇ ପାଦ ଆଗରେ ଏକ ଓଲଟା ସ୍କୁପ୍‌ ଖେଳୁଥିବା ଦେଖିବାକୁ ମିଳିଥିଲା। ଏସବୁ ଦେଖି ରୋହିତ ଶର୍ମା ହସୁଥିଲେ। ତେବେ ତାଙ୍କ ହସରେ ଅସହାୟତା ଦୃଶ୍ୟମାନ ହେଉଥିଲା କାରଣ ଭାରତୀୟ ମଇଦାନରେ ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ ସେ ଏପରି ସଟ ଦେଖୁଥିଲେ।

ବର୍ତ୍ତମାନ ଇଂଲଣ୍ଡ ଦଳ ଭାରତଠାରୁ ୨୩୮ ରନ ପଛରେ ରହିଛି। ଏଭଳି ପରିସ୍ଥିତିରେ ରୋହିତ ଶର୍ମା ଖେଳର ତୃତୀୟ ଦିନରେ ଉଇକେଟ ଆଶା କରିବେ। ତୃତୀୟ ଦିନରେ ପ୍ରଥମେ ବେନ ଡକେଟ୍‌ଙ୍କ ଉଇକେଟ ନେବା ଆବଶ୍ୟକ ହେବ। ସେ ରନ ସ୍କୋର କରୁଥିବା ଦେଖିବା ପରେ ୪୪୫ ରନ ସ୍କୋର ମଧ୍ୟ ବର୍ତ୍ତମାନ ଛୋଟ ଦେଖାଯାଉଛି। ଏଥି ସହିତ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଜୋ ରୁଟ୍‌, ବେନ ଷ୍ଟୋକ୍ସଙ୍କ ଉଇକେଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ। ଏବେ ଟିମ ଇଣ୍ଡିଆ ତୃତୀୟ ଦିନରେ କେଉଁ ରଣନୀତି ଆପଣାଇବ ତାହା ଦେଖିବାକୁ ବାକି ରହିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଯୁଆଡ଼େ ଯାଇଛି ମର୍ଡର କରିଛି: ଜୟନାରାୟଣଙ୍କ ବିବାଦୀୟ ମନ୍ତବ୍ୟ

ସମ୍ବଲପୁର,୧୩ା୧୧(ପ୍ରମୋଦ ବହିଦାର):ସମ୍ବଲପୁର ଅଞ୍ଚଳରେ ଏନ୍‌ଏଲ୍‌ସି କମ୍ପାନୀର ମନମାନି ଓ ଦାଦାଗିରି ବିରୋଧରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସମ୍ବଲପୁର ଅଞ୍ଚଳରେ ଏନ୍‌ଏଲ୍‌ସି…

ବଡ଼ ଧରଣର ସଡ଼କ ଦୁର୍ଘଟଣା; ୨୩ଟି ଗାଡ଼ି ମଧ୍ୟରେ ଧକ୍କା ୧୪ ଜଣଙ୍କ ମୃତ୍ୟୁ; ମୃତକଙ୍କ ମଧ୍ୟରେ ଅଛନ୍ତି ଭାରତୀୟ

ଆବୁ ଧାବି,୧୩।୧୧: ସଂଯୁକ୍ତ ଆରବ ଏମିରେଟ୍ସ (UAE) ର ଫୁଜାଇରା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ନୂଆ ଇତିହାସ ଲେଖିଲେ ପାକିସ୍ତାନ ଖେଳାଳି: ଡେବ୍ୟୁ ମ୍ୟାଚ୍‌ରେ କଲେ କମାଲ୍‌

ରାୱଲପିଣ୍ଡି,୧୩।୧୦:ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିବା ପ୍ରତ୍ୟେକ ଖେଳାଳିଙ୍କ ସ୍ବପ୍ନ। ହେଲେ କିଛି ଖେଳାଳି ନିଜର ପ୍ରଥମ ମ୍ୟାଚ୍‌ରେ ଏମିତି ପ୍ରଦର୍ଶନ କରନ୍ତି, ଯାହା କ୍ରିକେଟ ଇତିହାସରେ ସବୁଦିନ…

ଚାଇନା ମହିଳାଙ୍କ ପରେ ଆଉ ଜଣେ! ଏନଭିଡିଆ ସହ-ପ୍ରତିଷ୍ଠାତାଙ୍କ ତୃତୀୟ ସମ୍ପର୍କକୁ ନେଇ ଚର୍ଚ୍ଚା

ହଙ୍ଗକଙ୍ଗ,୧୩।୧୧: ବିଶ୍ୱର ପ୍ରମୁଖ ଚିପ୍‌ ନିର୍ମାତା କମ୍ପାନୀ ଏନଭିଡିଆ (Nvidia)ର ସହ-ପ୍ରତିଷ୍ଠାତା ଜେନସେନ୍‌ ହୁଆଙ୍ଗଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚାଇନାର ଜଣେ ମହିଳାଙ୍କ…

ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସେବା ଠପ୍‌; ଲକ୍ଷ ଲକ୍ଷ ଉପଭୋକ୍ତା ଆଉଟଲୁକ (Outlook) ବ୍ୟବହାର କରିବାରେ ସମସ୍ୟା; OpenAI ଉପରେ ମଧ୍ୟ ପ୍ରଭାବ

ଓ୍ବାଶିଂଟନ,୧୩।୧୧: ଗୁରୁବାର ଏବଂ ଶୁକ୍ରବାର ସକାଳେ ଏକ ବୈଷୟିକ ତ୍ରୁଟି ଯୋଗୁ ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟର ଅନେକ ପ୍ରମୁଖ ପ୍ଲାଟଫର୍ମ ପ୍ରଭାବିତ ହୋଇଥିଲା। ଆଉଟଲୁକ (Outlook), ମାଇକ୍ରୋସଫ୍ଟ ଟିମ୍ସ…

୨ ନିଖୋଜ ଏସ୍‌ପିଓଙ୍କ ଗୁଳିବିଦ୍ଧ ମୃତଦେହ ଜବତ

ଜମ୍ମୁ,୧୩।୧୧(ପି.ଟି): ଜମ୍ମୁ-କଶ୍ମୀରର କିସ୍ତୱାଡ୍‌ ଜିଲାର ଦୁର୍ଗମ ଦଚ୍ଛନ ଅଞ୍ଚଳରୁ ନିଖୋଜ ହେବାର ଗୋଟିଏ ଦିନ ପରେ ଗୁରୁବାର ସକାଳେ ୨ଜଣ ସ୍ବତନ୍ତ୍ର ପୋଲିସ ଅଧିକାରୀ (ଏସ୍‌ପିଓ)ଙ୍କ ଗୁଳିବିଦ୍ଧ…

ଟସ ଜିତିଲା ଟିମ ଇଣ୍ଡିଆ: ଶ୍ରେୟସ ଆୟରଙ୍କ ହାତରେ ଅଧିନାୟକ ଦାୟିତ୍ୱ,ବାଦ୍‌ ପଡ଼ିଲେ…

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ଆଜି ଖେଳାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ…

ପୁଅର ସ୍ୱପ୍ନ ପାଇଁ ଶୋ’ରୁମ୍‌ ବିକିଥିଲେ ବାପା, ଅଣ୍ଡର-୧୯ ଏସିଆ କପ୍‌ରେ ଚମକିଲେ ୧୭ ବର୍ଷୀୟ ଇଶାନ ସୁଦ୍‌

ନୂଆଦିଲ୍ଲୀ,୧୩।୧୧: ଅଣ୍ଡର-୧୯ ଏସିଆ କପ୍‌ ୨୦୨୬ରେ ଭାରତୀୟ ଯୁବ ଖେଳାଳିମାନେ ନିଜ ପ୍ରଦର୍ଶନ ବଳରେ ଚର୍ଚ୍ଚାରେ ରହିଛନ୍ତି । ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗଙ୍କ ବ୍ୟାଟିଂକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?