Posted inଖେଳ

ପୁଅର ସ୍ୱପ୍ନ ପାଇଁ ଶୋ’ରୁମ୍‌ ବିକିଥିଲେ ବାପା, ଅଣ୍ଡର-୧୯ ଏସିଆ କପ୍‌ରେ ଚମକିଲେ ୧୭ ବର୍ଷୀୟ ଇଶାନ ସୁଦ୍‌

ନୂଆଦିଲ୍ଲୀ,୧୩।୧୧: ଅଣ୍ଡର-୧୯ ଏସିଆ କପ୍‌ ୨୦୨୬ରେ ଭାରତୀୟ ଯୁବ ଖେଳାଳିମାନେ ନିଜ ପ୍ରଦର୍ଶନ ବଳରେ ଚର୍ଚ୍ଚାରେ ରହିଛନ୍ତି । ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗଙ୍କ ବ୍ୟାଟିଂକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବୋଲିଂରେ ମଧ୍ୟ ଜଣେ ୧୭ ବର୍ଷୀୟ ଦ୍ରୁତ ବୋଲର ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । ସେ ହେଉଛନ୍ତି ଇଶାନ ସୁଦ୍‌। ନିଜର ଦ୍ରୁତ ଗତି ଓ ସଠିକ୍‌ ଲାଇନ୍‌-ଲେନ୍ଥ ବଳରେ ସେ ବିପକ୍ଷ ବ୍ୟାଟରଙ୍କୁ ଅସୁବିଧାରେ ପକାଉଛନ୍ତି । ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ସେ ସର୍ବାଧିକ ୱିକେଟ୍‌ ନେଇଥିବା ବୋଲର ହୋଇଛନ୍ତି । ଚାରିଟି ମ୍ୟାଚ୍‌ରୁ ତାଙ୍କ ଖାତାରେ ରହିଛି ୧୧ଟି ୱିକେଟ୍‌ ।

ସେମିଫାଇନାଲ୍‌ରେ ଆଫଗାନିସ୍ତାନ ବ୍ୟାଟରଙ୍କୁ ଖୋଲାଖୋଲି ଖେଳିବାର ସୁଯୋଗ ଦେଇନଥିଲେ ଇଶାନ । ପ୍ରଥମେ ସେ ଓପନର ଅବିଦୁଲ୍ଲା ନଦରାଜନଙ୍କୁ ୧୪ ରନ୍‌ରେ ଆଉଟ୍‌ କରିଥିଲେ । ପରେ ଭଲ ବ୍ୟାଟିଂ କରୁଥିବା ଶାହ ଫୈସଲ ରହିମିଙ୍କୁ ବୋଲ୍ଡ କରି ଭାରତକୁ ବଡ଼ ସଫଳତା ଦେଇଥିଲେ । ରହିମି ୫୧ ରନ୍‌ କରିଥିଲେ। ଶେଷରେ ମହମ୍ମଦ ଅଲିଙ୍କୁ ୮ ରନ୍‌ରେ ବୋଲ୍ଡ କରି ଇଶାନ ନିଜର ତୃତୀୟ ୱିକେଟ୍‌ ହାସଲ କରିଥିଲେ।

ପୂରା ଟୁର୍ଣ୍ଣାମେଣ୍ଟରେ ଇଶାନଙ୍କ ପ୍ରଦର୍ଶନ ଲଗାତାର ଭଲ ରହିଛି। ନେପାଳ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୧୮ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିଲେ। ପାକିସ୍ତାନ ବିପକ୍ଷରେ ତାଙ୍କୁ ଗୋଟିଏ ୱିକେଟ୍‌ ମିଳିଥିବା ବେଳେ ୟୁଏଇ ବିପକ୍ଷରେ ୩୭ ରନ୍‌ ଦେଇ ୪ ଜଣ ବ୍ୟାଟରଙ୍କୁ ଆଉଟ୍‌ କରିଥିଲେ । ଆଫଗାନିସ୍ତାନ ବିପକ୍ଷରେ ୩ଟି ୱିକେଟ୍‌ ନେଇ ସେ ନିଜର ଭଲ ଫର୍ମ ଜାରି ରଖିଛନ୍ତି । ଭାରତ ଖେଳିଥିବା ଚାରିଟି ମ୍ୟାଚ୍‌ ମଧ୍ୟରୁ ତିନୋଟିରେ ସେ ଦଳର ସଫଳତମ ବୋଲର ରହିଛନ୍ତି।

ଇଶାନଙ୍କ ସଫଳତା ପଛରେ ରହିଛି ପରିବାରର ବଡ଼ ତ୍ୟାଗ ଓ ବର୍ଷ ବର୍ଷର ପରିଶ୍ରମ । ଚଣ୍ଡିଗଡ଼ର ବାସିନ୍ଦା ଇଶାନଙ୍କ ଉଚ୍ଚତା ୬ ଫୁଟ୍‌ ୪ ଇଞ୍ଚ । ଅଷ୍ଟ୍ରେଲିଆର ମହାନ ଦ୍ରୁତ ବୋଲର ଗ୍ଲେନ୍‌ ମ୍ୟାକଗ୍ରା ତାଙ୍କ ପ୍ରିୟ ବୋଲର । ତାଙ୍କ ବାପା ଧୀରଜ ସୁଦ୍‌ ହିଁ ତାଙ୍କୁ କ୍ରିକେଟ୍‌ର ପ୍ରାରମ୍ଭିକ ପ୍ରଶିକ୍ଷଣ ଦେଇଥିଲେ।

ଇଶାନଙ୍କ ବଡ଼ ଭାଇ ମଧ୍ୟ କ୍ରିକେଟ୍‌ ଖେଳୁଥିଲେ। କିନ୍ତୁ ଆଘାତ କାରଣରୁ ତାଙ୍କ କ୍ରିକେଟ୍‌ କ୍ୟାରିୟର ଆଗକୁ ବଢ଼ିପାରିନଥିଲା। ଏହାପରେ ବାପା ଧୀରଜ ସାନ ପୁଅର କ୍ରିକେଟ୍‌ କ୍ୟାରିୟର ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଥିଲେ। ଇଶାନଙ୍କୁ ମାତ୍ର ୧୩ ବର୍ଷ ହୋଇଥିବା ବେଳେ ତାଙ୍କ ପ୍ରଶିକ୍ଷଣରେ କୌଣସି ଅଭାବ ନ ରହିବା ପାଇଁ ବାପା ନିଜର ଗାର୍ମେଣ୍ଟ ଶୋ’ରୁମ୍‌ ମଧ୍ୟ ବିକ୍ରି କରିଦେଇଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ଲେଖିଲେ ପାକିସ୍ତାନ ଖେଳାଳି: ଡେବ୍ୟୁ ମ୍ୟାଚ୍‌ରେ କଲେ କମାଲ୍‌

ରାୱଲପିଣ୍ଡି,୧୩।୧୦:ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିବା ପ୍ରତ୍ୟେକ ଖେଳାଳିଙ୍କ ସ୍ବପ୍ନ। ହେଲେ କିଛି ଖେଳାଳି ନିଜର ପ୍ରଥମ ମ୍ୟାଚ୍‌ରେ ଏମିତି ପ୍ରଦର୍ଶନ କରନ୍ତି, ଯାହା କ୍ରିକେଟ ଇତିହାସରେ ସବୁଦିନ…

ଚାଇନା ମହିଳାଙ୍କ ପରେ ଆଉ ଜଣେ! ଏନଭିଡିଆ ସହ-ପ୍ରତିଷ୍ଠାତାଙ୍କ ତୃତୀୟ ସମ୍ପର୍କକୁ ନେଇ ଚର୍ଚ୍ଚା

ହଙ୍ଗକଙ୍ଗ,୧୩।୧୧: ବିଶ୍ୱର ପ୍ରମୁଖ ଚିପ୍‌ ନିର୍ମାତା କମ୍ପାନୀ ଏନଭିଡିଆ (Nvidia)ର ସହ-ପ୍ରତିଷ୍ଠାତା ଜେନସେନ୍‌ ହୁଆଙ୍ଗଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚାଇନାର ଜଣେ ମହିଳାଙ୍କ…

ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସେବା ଠପ୍‌; ଲକ୍ଷ ଲକ୍ଷ ଉପଭୋକ୍ତା ଆଉଟଲୁକ (Outlook) ବ୍ୟବହାର କରିବାରେ ସମସ୍ୟା; OpenAI ଉପରେ ମଧ୍ୟ ପ୍ରଭାବ

ଓ୍ବାଶିଂଟନ,୧୩।୧୧: ଗୁରୁବାର ଏବଂ ଶୁକ୍ରବାର ସକାଳେ ଏକ ବୈଷୟିକ ତ୍ରୁଟି ଯୋଗୁ ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟର ଅନେକ ପ୍ରମୁଖ ପ୍ଲାଟଫର୍ମ ପ୍ରଭାବିତ ହୋଇଥିଲା। ଆଉଟଲୁକ (Outlook), ମାଇକ୍ରୋସଫ୍ଟ ଟିମ୍ସ…

୨ ନିଖୋଜ ଏସ୍‌ପିଓଙ୍କ ଗୁଳିବିଦ୍ଧ ମୃତଦେହ ଜବତ

ଜମ୍ମୁ,୧୩।୧୧(ପି.ଟି): ଜମ୍ମୁ-କଶ୍ମୀରର କିସ୍ତୱାଡ୍‌ ଜିଲାର ଦୁର୍ଗମ ଦଚ୍ଛନ ଅଞ୍ଚଳରୁ ନିଖୋଜ ହେବାର ଗୋଟିଏ ଦିନ ପରେ ଗୁରୁବାର ସକାଳେ ୨ଜଣ ସ୍ବତନ୍ତ୍ର ପୋଲିସ ଅଧିକାରୀ (ଏସ୍‌ପିଓ)ଙ୍କ ଗୁଳିବିଦ୍ଧ…

ଟସ ଜିତି ଜିତିଲା ନିଷ୍ପତ୍ତି ନେଲା ଟିମ ଇଣ୍ଡିଆ: ଶ୍ରେୟସ ଆୟରଙ୍କ ହାତରେ ଅଧିନାୟକ ଦାୟିତ୍ୱ,ବାଦ୍‌ ପଡ଼ିଲେ…

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ଆଜି ଖେଳାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ…

କେଜ୍ରିୱାଲଙ୍କୁ ହତ୍ୟା ଧମକ: ଲରେନ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ୭ କୋଟି ଟଙ୍କା ଦାବି

ମୋହାଲି, ୧୨ା୧୧: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଜର୍ନେଲ ସିଂହଙ୍କ ଅଭିଯୋଗ ଆଧାରରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରିଛି। ଦଳର ନେତା…

ଘରେ ଭୟଙ୍କର ବିସ୍ଫୋରଣ, ୩ ଗୁରୁତର, କାରଣ ଖୋଜୁଛି ବମ୍‌ ସ୍କ୍ବାଡ

ଖଲ୍ଲିକୋଟ,୧୨ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ସହର ଅରବିନ୍ଦ ନଗର ଦ୍ୱିତୀୟ ଗଳିରେ ବୁଧବାର ବିଳମ୍ବିତ ରାତିରେ ଜଣଙ୍କ ଘର ଭିତରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି।…

ପରଷ୍ପରଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ପରଷ୍ପରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କେ.ନୂଆଗାଁ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦା ଗ୍ରାମର ସୀମାଞ୍ଚଳ ଦଳାଇ(୨୮), ଅଭି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?