Posted inଖେଳ

ରୋହିତଙ୍କ ଛଡ଼ା ସବୁ ଫେଲ୍‌

କୋଲକାତା,୨୧।୧୧: ଐତିହାସିକ ଇଡେନ ଗାର୍ଡେନ୍ସରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କୁ ଛାଡ଼ି ଦେଲେ ଫେଲ୍‌ ମାରିଛନ୍ତି ପ୍ରତ୍ୟେକ ଭାରତୀୟ ବ୍ୟାଟର। ରୋହିତ ୩୧ ବଲରେ ୫୬ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ପାଳିରେ ଥିଲା ୫ ଚୌକା ଓ ୩ ଛକା। ଉପଅଧିନାୟକ ଲୋକେଶ ରାହୁଲଙ୍କ ବଦଳରେ ଖେଳିଥିବା ଇଶାନ କିଷନ ୨୯ (୬ ଚୌକା) ରନ୍‌ କରିଥିଲେ। ଦୁହେଁ ପାଓ୍ବରପ୍ଲେରେ ୬୯ ରନ୍‌ ଯୋଡ଼ିଥିଲେ। କିନ୍ତୁ ମଧ୍ୟକ୍ରମର ପ୍ରତ୍ୟେକ ବ୍ୟାଟର ବିଫଳ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ପାରି ନ ଥିବାବେଳେ ରିଷଭ ପନ୍ତ ୪, ଶେୟାସ ଆୟାର ୨୫, ଭେଙ୍କଟଶ ଆୟାର ୨୦ ରନ୍‌ କରି ପ୍ୟାଭେଲିଅନ ଫେରିଥିଲେ। ୧୬.୧ ଓଭର ସୁଦ୍ଧା ଭାରତ ୧୪୦ ରନ୍‌ରେ ୬ ଉଇକେଟ ହରାଇ ସାରିଥିଲା। ଲାଗୁଥିଲା ଟିମ୍‌ ଇଣ୍ଡିଆ ୧୭୦ ପାର କରିପାରିବ ନାହିଁ।

ମାତ୍ର ଶେଷ ଆଡ଼କୁ ହର୍ଶଲ ପଟେଲ (୧୮ ରନ୍‌, ୨ ଚୌକା ଓ ୧ ଛକା) ଓ ଦୀପକ ଚହର (୨୧ ରନ୍‌, ୨ ଚୌକା ଓ ୧ ଛକା)ଙ୍କ ପାଇଁ ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୧୮୪ ରନ୍‌ କରିବାକୁ ସକ୍ଷମ ହୋଇଛି। ନ୍ୟୁଜିଲାଣ୍ଡ ପାଇଁ ଅଧିନାୟକ ମିଚେଲ ସାଣ୍ଟନର ୩ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଷ୍ଟ ଜୋନ୍‌ ସ୍ନୁକର: ଶ୍ୟାମ, ଉଦ୍ଭାସଙ୍କ ପ୍ରଭାବୀ ପ୍ରଦର୍ଶନ

ଭୁବନେଶ୍ୱର, ୭।୯(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ପଟିଆ ସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ ଶ୍ୟାମ ଅଗ୍ରଓ୍ବାଲ ଓ ଉଦ୍ଭାସ...

ଏହି ବିରଳ କ୍ଲବରେ ସାମିଲ ହେବା ଲାଗି ବିରାଟଙ୍କ ନିକଟରେ ସୁଯୋଗ

ଆବୁଧାବି, ୩।୧୦: ଚଳିତ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କ ପ୍ରଦର୍ଶନ ବେଶ୍‌ ନୈରାଶ୍ୟଜନକ ରହିଛି। ପ୍ରଥମ ୩ଟି ମ୍ୟାଚ୍‌ରେ ସେ ଯଥାକ୍ରମେ...

ନିଆରା ଢଙ୍ଗରେ ରାଜସ୍ଥାନ ରୟାଲ୍ସ:ଜର୍ସି ଉନ୍ମୋଚିତ

ଦୁବାଇ, ୧୧ା୯: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ସ୍କାଏ-ଡାଇଭିଂ ଷ୍ଟଣ୍ଟ୍‌ ଜରିଆରେ ଏକ ଅଭିନବ ଢଙ୍ଗରେ ଏହାର ଜର୍ସି ଉନ୍ମୋଚନ କରିଛି।...

ଆହତ ଜାଡେଜା ଚତୁର୍ଥ ଟେଷ୍ଟରୁ ବାଦ୍:‌ ଇଞ୍ଜୁରି ସତ୍ତ୍ୱେ ପନ୍ତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବେ

ସିଡ୍‌ନୀ, ୧୦।୧(ପି.ଟି.): ଭାରତ ପାଇଁ ଏବେ ଖରାପ ସମୟ ଚାଲିଛି। ତୃତୀୟ ଟେଷ୍ଟର ତୃତୀୟ ଦିବସରେ ଭାରତର ଦୁଇଜଣ ଖେଳାଳି ରବୀନ୍ଦ୍ର ଜାଡେଜା ଓ ଉଇକେଟକିପର...

ଡେଭିସ୍‌ କପ୍‌: ପାକିସ୍ତାନକୁ ଦଳ ପଠାଇପାରେ ଆଇଟା

ନୂଆଦିଲ୍ଲୀ, ୧୫ା୧୦ (ପି.ଟି.)-ଜାତୀୟ ଟେନିସ ମହାସଂଘ ଏହାର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ଲାଗି ପାକିସ୍ତାନ ଭିଜା ଯୋଗାଡ଼ କରିବା ପ୍ରକ୍ରିୟା ଆରମ୍ଭ କରବା ଲାଗି...

ପୁଣି ବିଗିଡିଲା ନୀରଜ ଚୋପ୍ରାଙ୍କ ସ୍ବାସ୍ଥ୍ୟାବସ୍ଥା

ପାନିପତ,୧୭।୮: ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପୁଣି ଖରାପ ହୋଇଛି। ପଦକ ଜିତିବାର ଦଶ ଦିନ ପରେ ଚୋପ୍ରା ମଙ୍ଗଳବାର...

ମୋ ପାଖରେ କହିବାକୁ ଶବ୍ଦ ନାହିଁ: ଦିଲ୍ଲୀ ଅଧିନାୟକ

ଦୁବାଇ,୧୪।୧୦: ଆଇପିଏଲ୍‌-୨୦୨୦ରେ ରନର୍ସଅପ୍‌ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚଳିତ ସିଜନ ସାରା ଚମତ୍କାର ଖେଳି ଆସିଥିଲେ ହେଁ ବୁଧବାର କ୍ୱାଲିଫାୟର-୨ରେ କୋଲକାତା ନାଇଟ୍‌ ରାଇଡର୍ସଠାରୁ ଦଳ...

ଚୋରି ହୁଏ ରୋହିତ, କୋହଲିଙ୍କ ବ୍ୟାଟ୍‌

ନୂଆଦିଲ୍ଲୀ,୧୧।୧- ସମସ୍ତ କ୍ରିକେଟ ପାଗଳ ଦେଶରେ ଭାରତୀୟ କ୍ରିକେଟ ଦଳର ପ୍ରଶଂସକ ସଂଖ୍ୟା ଖୁବ ଅଧିକ। ଦଳର ଖେଳାଳିଙ୍କ ନିକଟକୁ ଯିବା ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ...

Advertisement
Archives

Model This Week