Posted inଖେଳ

କୋହଲିଙ୍କୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ଟି -୨୦ ଏବଂ ଦିନିକିଆ ଦଳର ନିୟମିତ ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା । ବିରାଟ କୋହଲିଙ୍କ ହାତରେ ଏବେ କେବଳ ଟେଷ୍ଟ ଦଳର ଅଧିନାୟକ ରହିଛି। ରୋହିତଙ୍କୁ ପ୍ରଥମେ ଟି -୨୦ ଏବଂ ପରେ ଦିନିକିଆ ଦଳର ଦାୟିତ୍ୱ ଦିଆଯାଇଥିଲା। ସୀମିତ ଓଭର ଦଳର ଅଧିନାୟକତ୍ୱ ପାଇବା ପରେ ରୋହିତ ପ୍ରଥମ ଥର ପାଇଁ ବିରାଟ କୋହଲିଙ୍କ ଅଧିନାୟକତ୍ୱ ବିଷୟରେ ଖୋାଲାଖୋଲି ମନ୍ତବ୍ୟ ଦେଇଛନ୍ତି। ବିସିସିଆଇ ରୋହିତ ଶର୍ମାଙ୍କ ଏକ ଭିଡିଓ ଶେୟାର କରିଛି ଯେଉଁଥିରେ ସେ କୋହଲିଙ୍କ ଅଧିନାୟକତ୍ୱ ବିଷୟରେ ଏକ ମନ୍ତବ୍ୟଦେଇଛନ୍ତି।
୨୦୧୭ ରେ କୋହଲି ସଂପୂର୍ଣ୍ଣ ସୀମିତ ଓଭରରେ ଭାରତୀୟ ଦଳର ଅଧିନାୟକ ହୋଇଥିଲେ। ସେ ପ୍ରାୟ ୫ ବର୍ଷ ପାଇଁ ଦଳର ନେତୃତ୍ୱ ନେଇଥିଲେ ଏବଂ ୨୦୨୧ ଶେଷର କିଛି ଦିନି ପୂର୍ବରୁ ଦଳର ଦାୟିତ୍ୱ ତାଙ୍କ ହାତରୁ ରୋହିତଙ୍କ ନିକଟକୁ ଆସିଥିଲା।

କୋହଲିଙ୍କ ଅଧିନାୟକତ୍ୱ ବିଷୟରେ ରୋହିତ କହିଛନ୍ତି ଯେ, କୋହଲି ଦଳର ନେତୃତ୍ୱ ନେଇଥିଲେ। ସେ ପ୍ରତ୍ୟେକ ମ୍ୟାଚରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚାହୁଁଥିଲେ। କୋହଲିଙ୍କ ୫ ବର୍ଷର ଅଧିନାୟକତ୍ୱ ସମୟରେ ଦଳ କେବେ ପଛକୁ ଫେରିନାହିଁ। କୋହଲିଙ୍କ ଅଧିନାୟକତ୍ୱରେ ଖେଳିବା ଆମ ପାଇଁ ଏକ ଅଦ୍ଭୁତ ଅନୁଭୂତି ଥିଲା। ଆମେ ଏକାଠି ଅନେକ କ୍ରିକେଟ ଖେଳିଛୁ ଏବଂ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିଛୁ। ଭବିଷ୍ୟତରେ ମଧ୍ୟ ଆମେ ସମାନ କାର୍ଯ୍ୟ କରିବୁ। ଏକ ଦଳ ଭାବରେ, ଆମକୁ ଉନ୍ନତ ହେବାକୁ ପଡିବ । ଜଣେ ଖେଳାଳି ଭାବରେ ମୁଁ ଲୋକମାନେ କ’ଣ କହୁଛନ୍ତି ସେଥିପ୍ରତି ଧ୍ୟାନ ଦେଉ ନାହିଁ। ଲୋକମାନେ କ’ଣ କହୁଛନ୍ତି ଆମେ ନିୟନ୍ତ୍ରଣ କରିପାରିବୁ ନାହିଁ। ଏଭଳି ପରିସ୍ଥିତିରେ ଦଳ ଏହି ଜିନିଷଗୁଡ଼ିକୁ ଛାଡ଼ି ନିଜ ଖେଳ ଉପରେ ଧ୍ୟାନ ଦିଏ, ଯାହାଦ୍ୱାରା ଏହା ମ୍ୟାଚ ଜିତିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

ବଢୁଛି କଙ୍ଗାରୁକୋର୍ଟ, ହଇରାଣ ହେଉଛନ୍ତି ଅସହାୟ ପରିବାର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ): ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହେଇଯାଏ। ତା’ହେଲେ ସଙ୍ଗେ ସଙ୍ଗେ ଗ୍ରାମ ସଭା ବସେ। ତା’ପରେ ଆରମ୍ଭ ହୁଏ ନିର୍ଯାତନା। ରମ୍ଭା…

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri