Posted inଖେଳ

କୋହଲିଙ୍କୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ଟି -୨୦ ଏବଂ ଦିନିକିଆ ଦଳର ନିୟମିତ ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା । ବିରାଟ କୋହଲିଙ୍କ ହାତରେ ଏବେ କେବଳ ଟେଷ୍ଟ ଦଳର ଅଧିନାୟକ ରହିଛି। ରୋହିତଙ୍କୁ ପ୍ରଥମେ ଟି -୨୦ ଏବଂ ପରେ ଦିନିକିଆ ଦଳର ଦାୟିତ୍ୱ ଦିଆଯାଇଥିଲା। ସୀମିତ ଓଭର ଦଳର ଅଧିନାୟକତ୍ୱ ପାଇବା ପରେ ରୋହିତ ପ୍ରଥମ ଥର ପାଇଁ ବିରାଟ କୋହଲିଙ୍କ ଅଧିନାୟକତ୍ୱ ବିଷୟରେ ଖୋାଲାଖୋଲି ମନ୍ତବ୍ୟ ଦେଇଛନ୍ତି। ବିସିସିଆଇ ରୋହିତ ଶର୍ମାଙ୍କ ଏକ ଭିଡିଓ ଶେୟାର କରିଛି ଯେଉଁଥିରେ ସେ କୋହଲିଙ୍କ ଅଧିନାୟକତ୍ୱ ବିଷୟରେ ଏକ ମନ୍ତବ୍ୟଦେଇଛନ୍ତି।
୨୦୧୭ ରେ କୋହଲି ସଂପୂର୍ଣ୍ଣ ସୀମିତ ଓଭରରେ ଭାରତୀୟ ଦଳର ଅଧିନାୟକ ହୋଇଥିଲେ। ସେ ପ୍ରାୟ ୫ ବର୍ଷ ପାଇଁ ଦଳର ନେତୃତ୍ୱ ନେଇଥିଲେ ଏବଂ ୨୦୨୧ ଶେଷର କିଛି ଦିନି ପୂର୍ବରୁ ଦଳର ଦାୟିତ୍ୱ ତାଙ୍କ ହାତରୁ ରୋହିତଙ୍କ ନିକଟକୁ ଆସିଥିଲା।

କୋହଲିଙ୍କ ଅଧିନାୟକତ୍ୱ ବିଷୟରେ ରୋହିତ କହିଛନ୍ତି ଯେ, କୋହଲି ଦଳର ନେତୃତ୍ୱ ନେଇଥିଲେ। ସେ ପ୍ରତ୍ୟେକ ମ୍ୟାଚରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚାହୁଁଥିଲେ। କୋହଲିଙ୍କ ୫ ବର୍ଷର ଅଧିନାୟକତ୍ୱ ସମୟରେ ଦଳ କେବେ ପଛକୁ ଫେରିନାହିଁ। କୋହଲିଙ୍କ ଅଧିନାୟକତ୍ୱରେ ଖେଳିବା ଆମ ପାଇଁ ଏକ ଅଦ୍ଭୁତ ଅନୁଭୂତି ଥିଲା। ଆମେ ଏକାଠି ଅନେକ କ୍ରିକେଟ ଖେଳିଛୁ ଏବଂ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିଛୁ। ଭବିଷ୍ୟତରେ ମଧ୍ୟ ଆମେ ସମାନ କାର୍ଯ୍ୟ କରିବୁ। ଏକ ଦଳ ଭାବରେ, ଆମକୁ ଉନ୍ନତ ହେବାକୁ ପଡିବ । ଜଣେ ଖେଳାଳି ଭାବରେ ମୁଁ ଲୋକମାନେ କ’ଣ କହୁଛନ୍ତି ସେଥିପ୍ରତି ଧ୍ୟାନ ଦେଉ ନାହିଁ। ଲୋକମାନେ କ’ଣ କହୁଛନ୍ତି ଆମେ ନିୟନ୍ତ୍ରଣ କରିପାରିବୁ ନାହିଁ। ଏଭଳି ପରିସ୍ଥିତିରେ ଦଳ ଏହି ଜିନିଷଗୁଡ଼ିକୁ ଛାଡ଼ି ନିଜ ଖେଳ ଉପରେ ଧ୍ୟାନ ଦିଏ, ଯାହାଦ୍ୱାରା ଏହା ମ୍ୟାଚ ଜିତିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଂଶୁ କୁମାର ରନର୍ସଅପ୍‌

ଭୁବନେଶ୍ୱର, ୧୯ା୫ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସୋଟର୍‌ସ ଟେନିସ୍‌ କମ୍ପ୍ଲେକ୍ସଠାରେ ଗୁରୁକୁଳ ଏଆଇଟିଏ-ଓଟିଏ ପୁରୁଷ ୧ ଲକ୍ଷ ଟେନିସ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।...

ଏସିଆନ ଗେମ୍ସ ୨୦୨୩: ତିଳକ ବର୍ମାଙ୍କୁ ଟିମ୍‌ ଇଣ୍ଡିଆରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୫।୭: ଏସିଆନ ଗେମ୍ସ ୨୦୨୩ ପାଇଁ ଭାରତ ଦଳ ଘୋଷଣା କରିଛି। ଋତୁରାଜ ଗାୟକୱାଡଙ୍କୁ ଅଧିନାୟକତ୍ୱ ଦିଆଯାଇଛି। ଏହି ଟୁର୍ନାମେଣ୍ଟ ପାଇଁ ଟିମ ଇଣ୍ଡିଆ ଅନେକ...

ପଶ୍ଚିମାଞ୍ଚଳ ତାରକା ବ୍ୟାଟର ବିଫଳ

ଅଲୁର, ୬।୭ (ପି.ଟି.): ଦୁଲିପ ଟ୍ରଫି କ୍ରିକେଟର ପ୍ରଥମ ସେମିଫାଇନାଲ ଏଠାରେ ବୁଧବାର ପଶ୍ଚିମାଞ୍ଚଳ ଓ କେନ୍ଦ୍ରାଞ୍ଚଳ ମଧ୍ୟରେ ଆରମ୍ଭ ହୋଇଛି। ତାରକା ବ୍ୟାଟରଙ୍କ ବିଫଳତା...

ଆଇପିଏଲ-୧୪: କୋଲକାତାର ଦିଲ୍ଲୀ ପରୀକ୍ଷା ଆଜି

ଅହମଦାବାଦ,୨୯।୪(ପି.ଟି.): ଇଅନ ମୋର୍ଗାନଙ୍କ କୋଲକାତା ନାଇଟ ରାଇଡର୍ସ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି। ଗୁରୁବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ କୋଲକାତା ରିଷଭ ପନ୍ତଙ୍କ ଦିଲ୍ଲୀ...

ଆଜିଠୁ ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତର ୨୧୫ ଆଥଲେଟ୍‌ କରିବେ ଅଂଶଗ୍ରହଣ

ବର୍ମିଂହାମ୍‌, ୨୭।୭: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଆଜିଠାରୁ ଇଂଲଣ୍ଡର ବର୍ମିଂହାମ ଠାରେ ଆରମ୍ଭ ହେବ। ଏଥିପାଇଁ ଭାରତୀୟ ଖେଳାଳିମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଇଂଲଣ୍ଡରେ ପହଞ୍ଚିଛନ୍ତି।...

୧ ନିୟୁତରୁ ଅଧିକ ଟିକେଟ ବିକ୍ରି

ସିଡ୍‌ନୀ,୧୦ା୬(ଏପି): ଆସନ୍ତା ମାସରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ହେବାକୁଥିବା ଫୁଟବଲ୍‌ ବିଶ୍ୱକପ୍‌ ଲାଗି ଇତିମଧ୍ୟରେ ୧ ନିୟୁତରୁ ଅଧିକ ଟିକେଟ ବିକ୍ରି ସରିଲାଣି, ଯାହାକି ଏହି...

ଧୋନୀଙ୍କ ଏହି ନିଷ୍ପତ୍ତିରେ ସାରା ଦେଶ ହୋଇଥିଲା ଚକିତ

ଅଗଷ୍ଟ ୧୫ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବିଶେଷ ଦିନ। ଏହି ଦିନ ଭାରତ ସ୍ବାଧୀନତା ପାଇଥିଲା। ଏହି ବର୍ଷ ଦେଶ ୭୫ ତମ ସ୍ବାଧୀନତା...

ବିଜୟ ସହ କ୍ଲେକୋର୍ଟ ସିଜନ ଆରମ୍ଭ କଲେ ହାଲେପ୍‌

ଷ୍ଟଟଗାର୍ଟ (ଜର୍ମାନୀ), ୨୪ା୪ ମାର୍କେଟା ଭୋନ୍ଦ୍ରୋସେଭୋଙ୍କୁ ୬-୧, ୬-୩ ସେଟ୍‌ରେ ହରାଇ ରୋମାନିଆର ସିମୋନା ହାଲେପ୍‌ ପୋର୍ଶ୍ଚେ ଗ୍ରଁାପ୍ରି ଟେନିସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।...

Advertisement
Archives

Model This Week