Posted inଫୁରସତ

ସଫଳତା ପଛରେ ଥିଲା ଉଦାରତା

ଶ୍ରୀପଦ୍ମକେଶର ନିର୍ମାଣ ସହିତ ରୂପାସଗଡ଼ ମୂଳରୁ ଜଡ଼ିତ ଥିଲା। ନରସିଂହଦେବ ରୂପାସ-ଗଡ଼କୁ ଗୁରୁତ୍ୱ ଦେବା ସହିତ ଓଡ଼ିଶାର ଆଶ୍ଚର୍ଯ୍ୟମୟ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ କାର୍ଯ୍ୟରେ ସାମିଲ କରିଥିଲେ। ଯେତେବେଳେ ପଥର ବୁହାହୋଇ ଯିବା ପାଇଁ ଜଳପଥ ନିର୍ଦ୍ଦିଷ୍ଟ ହେଲା, ସେତେବେଳେ କାଦୁଆ କେନାଲର ତଳଭାଗରୁ ରୂପାସଗଡ଼ର ପଛପଟ ଦେଇ ପଦ୍ମତୋଳାଗଣ୍ଡ ପର୍ଯ୍ୟନ୍ତ ଜଳପଥରେ ଯିବାକୁ ନିଷ୍ପତ୍ତି ହୋଇଥିଲା। ଆଠହଜାର ତିନିଶହ ଚାଳିଶ ମାଢ଼ ସୁନା ଖର୍ଚ୍ଚ ହୋଇ ଏହି ଜଳପଥ ଗଣ୍ଡର ପଶ୍ଚିମକୁ ଛୁଇଁଥିଲା। ଉଦ୍ଦେଶ୍ୟ ଥିଲା ଗଡୁଆଙ୍କ ସହଯୋଗ ରହିବ ପଥରବୁହା ସମୟରେ।
ରୂପାସଗଡ଼ରେ କେବଳ ୩୦୦ ବଢ଼େଇ ବା ମହାରଣା ଶିଳ୍ପୀ ରହୁ ନ ଥିଲେ, ୩୧୨ ଜଣ ପାଇଟିଆଳ ମଧ୍ୟ ରହୁଥିଲେ। ତାଙ୍କ ପାଇଁ ମଧ୍ୟ ଶିବିର ଥିଲା। ଗଡ଼ ଏକ ପେଣ୍ଠରେ ପରିଣତ ହୋଇଥିଲା। ବେପାରୀମାନେ ରାଜକୋଷକୁ ଖଜଣା ବି ଦେଉଥିଲେ। ଧାରଣା ଅଛି, ପ୍ରତି ଶିବିରରେ ୩୦୦ ଶିଳ୍ପୀ ରହୁଥିଲେ, ମାତ୍ର ବାୟାଚକଡ଼ା ପୋଥିର ୨୬ ସଂଖ୍ୟକ ପତ୍ରରୁ ଜଣାଯାଉଛି ୮୧୭ ଜଣ ଶିଳ୍ପୀଙ୍କୁ ଥରେ ବିବିଧ କାର୍ଯ୍ୟ ପାଇଁ ଶହେମାଢ଼ ସୁନା ଦିଆଯାଇଥିଲା। ତେଣୁ ପାଇଟିଆଳଙ୍କୁ ମିଶାଇଲେ ପାଖାପାଖି ୧୨୦୦ ଲୋକ ଏହି ଗଡ଼ର ଶିବିରରେ ରହୁଥିଲେ। କାରଣ ଶିଳ୍ପୀଙ୍କ ଖାଦ୍ୟ ବ୍ୟବସ୍ଥା ଓ ଅନ୍ୟାନ୍ୟ ସହଯୋଗ ପାଇଁ ଆନୁପାତିକ ଶ୍ରମିକ ବି ଥିବେ।
ମନ୍ଦିର ନିର୍ମାଣ ସମୟରେ ଗଜପତି ନରସିଂହଦେବଙ୍କର ଏହି ଗଡ଼ ଉପରେ ଏତେ ବିଶ୍ୱାସ ଥିଲା ଯେ, ଏଠାରେ ମହାଶ୍ରମ (ଗଜପତି)ଙ୍କର ନିଜସ୍ବ ଏକ ଭଣ୍ଡାର ରହିଥିଲା। ମନ୍ଦିରର ‘ଆମଳକ’ ନିର୍ମାଣ ସରିବା ପରେ ରୂପାସଗଡ଼ର ଶିବିର ବନ୍ଦ ହୋଇଥିଲା। ମନ୍ଦିର ନିକଟକୁ ଶିଳ୍ପୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଅର୍କବଟ ତଳେ ଅସ୍ଥାୟୀ ଶିବିର ନିର୍ମାଣ ହୋଇ ରୂପାସରେ ଥିବା ଶିଳ୍ପୀଙ୍କୁ ରଖାଯାଇଥିଲା। ସୂକ୍ଷ୍ମ କାରୁକାର୍ଯ୍ୟ ସୁବିଧା ପାଇଁ ଏସବୁ ବ୍ୟବସ୍ଥା ହୋଇଥିଲା। ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣର ସ୍ମାରକୀ ସ୍ବରୂପ ‘ପଦ୍ମଚିହ୍ନ’ର ମୁଦ୍ରା ପ୍ରଚଳନ କରିଥିଲେ ଗଜପତି। ପଦ୍ମଚିହ୍ନିତ ନୂଆମୁଦ୍ରା ୪୬୦ ମାଢ଼ ସୁନା ପ୍ରଥମେ ରୂପାସଗଡ଼ର ଶିଳ୍ପୀଙ୍କୁ ଦିଆଯିବା ଘଟଣା ପୋଥିରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଛି। ଅର୍କବଟ ଶିବିରରେ ରହିଲେ ମଧ୍ୟ ସେମାନେ ରୂପାସଗଡ଼ର ଶିଳ୍ପୀ ଭାବରେ ପରିଚିତ ହେଉଥିଲେ।
ଷୋଳଗଡ଼ର ଅବଦାନ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ସମୟରେ ରହିଥିଲା। ତାହା ପ୍ରସଙ୍ଗକ୍ରମେ ଆମେ ଆଲୋଚନା କରିବା। ଗୋଟିଏ ଗଡ଼ କଥା ଆମେ ଟିକିନିଖି ଆଲୋଚନା କଲେ ଏଇଥିପାଇଁ ଯେ, ଜାତି/ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଓଡ଼ିଆ ଏକ ପ୍ରାଣ, ଏକ ମନ ହୋଇ ଗଜପତିଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ଜୋର ଜୁଲମରେ ନୁହେଁ, ସମସ୍ତଙ୍କ ପରିଶ୍ରମର ମୂଲ୍ୟ ଦେବାକୁ ଗଜପତି କେବେ ବି ଆନମନା ହୋଇନାହାନ୍ତି। ମୂଲ୍ୟ ଦେଲେ ଯେ କଥା ସରିଗଲା ତାହା ନୁହେଁ, କାର୍ଯ୍ୟ ଦେଖି, ତ୍ୟାଗ ଓ ନିଷ୍ଠାକୁ ଆକଳନ କରି ଗଜପତି ସମ୍ମାନ ବୃଦ୍ଧି ପାଇଁ ଉପାଧି ବି ଦେଉଥିଲେ। ନ ହେଲେ କିଲ୍ଲା ବୈୟାଳିଶି ବାଟିର ଦଳବେହେରାଙ୍କୁ ‘ଭ୍ରମରବର’ ଉପାଧି ଦେଇଥାନ୍ତେ କାହିଁକି!
କେବଳ ସେତିକି ନୁହେଁ, ବୈୟାଳିଶି ବାଟିର ଦଳବେହେରାଙ୍କ ସହଯୋଗର ସମ୍ମାନ ସ୍ବରୂପ ବାରଟି ଗାଁର ରାଜସ୍ବ ବାତିଲ କରାଯାଇଥିଲା। ବୃତ୍ତିଗତ ଖଜଣା ବି ଛାଡ଼ କରାଯାଇଥିଲା। ଇୟେ କ’ଣ ଗଜପତିଙ୍କର ଅତ୍ୟାଚାରର ଉଦାହରଣ ନା ଗଡ଼ମୁଖିଆଙ୍କ ଯୋଗୁ ସାଧାରଣ ଗ୍ରାମବାସୀଙ୍କ ପ୍ରତି ଉଦାର ମନୋଭାବର ଉଦାହରଣ! ବାହାରିଆ ତ ବୁଝିଲେନି, ଆମେ ବି ସେଇ ରାସ୍ତାରେ ଗଲୁ! ଗପ, କବିତା, ଉପନ୍ୟାସ ଓ ନାଟକରେ ରୋମାଞ୍ଚ ସୃଷ୍ଟି କରିବା ପାଇଁ ନିଜ ଐତିହ୍ୟକୁ ଛୋଟ କରିଦେଲୁ! ସ୍ମରଣୀୟ ଗଜପତିଙ୍କୁ ଅତ୍ୟାଚାରୀ ନାୟକ ଭାବରେ ଉପସ୍ଥାପନ କଲୁ?
କ’ଣ ମିଳିଲା ଆମକୁ! ଗୌରବମୟ ଐତିହ୍ୟକୁ ବିଭ୍ରାନ୍ତ କରି ବାସ୍ତବ ସ୍ଥିତିକୁ, ବାସ୍ତବ ଘଟଣାକୁ ଅଘଟଣ ଭାବରେ ସଜେଇ! ପାଠକ ମନରେ ଦର୍ଶକ ମନରେ! କିନ୍ତୁ… ଭିଆଇଦେଲୁ! ଐତିହାସିକ ଗଡ଼ମାନଙ୍କର ଅବଦାନ, ସାଧାରଣ ଗ୍ରାମବାସୀଙ୍କର ସ୍ବତଃ ସହଯୋଗକୁ ଠିକ୍‌ ଭାବରେ ଚିତ୍ରଣ କରି ନ ପାରି ହୀନମନ୍ୟତା ସୃଷ୍ଟି କଲୁ। ଜାତିର ସ୍ବାଭିମାନକୁ ନିଜ ଲୋକଙ୍କୁ ଜଣାଇପାରିଲୁ ନାହିଁ କି ଦେଶକୁ ଜଣାଇପାରିଲୁ ନାହିଁ। ଐତିହ୍ୟର ଏକ ବିକଳ ଚିତ୍ର ଖିଆଲରେ ହେଉ, ଅଜାଣତରେ ହେଉ ସଭିଙ୍କ ପାଇଁ ଆଙ୍କିଦେଲୁ!

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri