Posted inଖେଳ

ରୋହିତଙ୍କ ପାଖରେ ବଡ଼ ସୁଯୋଗ, ଏତିକି ରନ୍‌ରେ ପଛରେ ପଡ଼ିବେ ଜୋ ରୁଟ୍‌

ନୂଆଦିଲ୍ଲୀ, ୧୮।୦୮: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସେପ୍ଟେମ଼୍ବରରେ ଦୁଇଟି ଟେଷ୍ଟ୍‌ ମ୍ୟାଚ୍‌ ହେବାକୁ ଯାଉଛି । ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ସେପ୍ଟେମ୍ବର ୧୯ ରୁ ଆରମ୍ଭ ହେବ । ଏହି ଦୁଇ ଟେଷ୍ଟ ମ୍ୟାଚ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଏକ ଅଂଶ। ଟେଷ୍ଟ ସିରିଜରେ ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ନିକଟରେ ବଡ଼ ସୁଯୋଗ ରହିଛି । ମାତ୍ର କିଛି ରନ୍‌ରେ ସେ ଜୋ ରୁଟ୍‌ଙ୍କୁ ପଛରେ ପକାଇପାରିବେ । ରୋହିତ ଏବେ ଭଲ ଫର୍ମରେ ଅଛନ୍ତି ଏବଂ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟର ୪୮୩ଟି ମ୍ୟାଚରେ ରୋହିତ ଶର୍ମା ୧୯,୨୩୪ ରନ କରିଛନ୍ତି। ଯଦି ସେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ୨୦୯ ରନ ସ୍କୋର କରନ୍ତି, ତେବେ ସେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସ୍କୋର କରିବାରେ ଜୋ ରୁଟ୍‌ଙ୍କୁୁ ଅତିକ୍ରମ କରିବେ। ରୁଟ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୧୯୪୪୨ ରନ ସଂଗ୍ରହ କରିଛନ୍ତି।

ଏହାଛଡ଼ା ରାହୁଲ ଦ୍ରାବିଡ଼ଙ୍କୁ ମଧ୍ୟ ପଛରେ ପକାଇବାର ସୁଯୋଗ ରହିଛି । ଆନ୍ତର୍ଜାତୀୟ କ୍ରିକେଟରେ ଉଭୟ ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡ ୪୮-୪୮ ଶତକ ହାସଲ କରିଛନ୍ତି। ସେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଶତକ ହାସଲ କରିବା ପରେ ରାହୁଲ ଦ୍ରାବିଡଙ୍କୁ ଅତିକ୍ରମ କରିବେ। ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ଭାରତ ପାଇଁ ଚତୁର୍ଥ ସର୍ବାଧିକ ରନ ସ୍କୋରର । ତାଙ୍କ ଅପେକ୍ଷା ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ରାହୁଲ ଦ୍ରାବିଡ ଭାରତ ପାଇଁ ଅଧିକ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶ୍ରୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ: ଛାତ୍ରୀମାନଙ୍କୁ ସଚେତନ କରାଇଲେ…

ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦…

ଅଚାନକ ଚଢାଉ କଲା ଅବକାରୀ ବିଭାଗ: ଜବତ ହେଲା ଏତେ ପରିମାଣର ମହୁଲି ଫୁଲ ସହ…

ମୋହନା,୧୦।୮( ମନ୍ମଥ ମିଶ୍ର ): ଗଜପତି ଜିଲାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଅଡବା ଥାନା ଅନ୍ତର୍ଗତ କଟାମା ଗାଁରୁ ୯୦୦ କିଲୋଗ୍ରାମ ମହୁଲି ଫୁଲ…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

ଜିଲାପାଳଙ୍କ ବଡ଼ ଆହ୍ବାନ: ପାଳନ ହେବ ‘ଘରେ ଘରେ ତ୍ରିରଙ୍ଗ’ କାର୍ଯ୍ୟକ୍ରମ

ଛତ୍ରପୁର,୧୦।୮୯(ଦିଲ୍ଲୀପ ସାମଲ/ଦାରିକା ପଟ୍ଟନାୟକ): ପବିତ୍ର ସ୍ବାଧୀନତା ଦିବସ ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ର ୧୫୦ତମ ବର୍ଷପୂର୍ତ୍ତି ଅବସରରେ ଦେଶରେ ‘ଘରେ ଘରେ ତ୍ରିରଙ୍ଗା-୨୦୨୬’ କାର୍ଯ୍ୟକ୍ରମ ପାଳନ…

ବ୍ରହ୍ମପୁର ଚାଲାଣ କରୁଥିଲେ ଗଞ୍ଜେଇ, ବାଟରେ ଧରି ପକାଇଲା ପୋଲିସ, ତା’ପରେ…

ପାରଳାଖେମୁଣ୍ଡି,୧୦।୮ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ୧୧ କିଲୋ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୋମବାର ସକାଳ ପ୍ରାୟ ୬ଟାରେ ଏସଆଇ ପ୍ରଫୁଲ୍ଲ…

ବଡ଼ ଯା’ ହତ୍ୟା ମାମଲା: ସାନ ଯା’ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ…

ହତ୍ୟା ଉଦ୍ୟମ ଘଟଣାରେ ଫେରାର ଥିଲେ ଅଭିଯୁକ୍ତ, ୧ ବର୍ଷ ପରେ ଘରକୁ ଫେରିଥିବାବେଳେ ହଠାତ୍‌ ପହଞ୍ଚିଲା ପୋଲିସ, ତା’ପରେ…

ଦିଗପହଣ୍ଡି,୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ପିଣ୍ଟୁ ଜେନା(୨୯)ଙ୍କୁ ସୋମବାର କେ.ନୂଆଗାଁ ପୋଲିସ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି…

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri