Posted inଖେଳ

କ୍ୟାପ୍‌ଟେନ୍ସ ମିଟ୍‌ରେ ଯୋଗ ଦେଲେନି ରୋହିତ

ଅହମ୍ମଦାବାଦ,୩୧ା୩:ଆଇପିଏଲ୍‌ର ୧୬ତମ ସଂସ୍କରଣ ଶୁକ୍ରବାର ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହେବ। ଏହା ପୂର୍ବରୁ ଗୁରୁବାର ୧୦ଟି ଯାକ ଫ୍ରାଞ୍ଚାଇଜିର ଅଧିନାୟକଙ୍କୁ ନେଇ ଏକ ଫଟୋଶୁଟ୍‌ କରାଯାଇଥିଲା। ତେବେ ଏହି କ୍ୟାପ୍‌ଟେନ୍ସ ମିଟ୍‌ରେ ଅନୁପସ୍ଥିତ ଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା। ରୋହିତଙ୍କ ଅନୁପସ୍ଥିତି ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅସୁସ୍ଥ ଥିବା କାରଣରୁ ରୋହିତ ମୁମ୍ବାଇରୁ ଅହମଦାବାଦ ଯାତ୍ରା କରି ପାରି ନ ଥିଲେ। ତେବେ ଏପ୍ରିଲ୍‌ ୨ ତାରିଖରେ ହେବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସେ ଫିଟ୍‌ ହୋଇଯାଇଥିବେ ବୋଲି ପ୍ରକାଶ। ରୋହିତଙ୍କ ବ୍ୟତୀତ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଏଡେନ୍‌ ମାରାକ୍ରମ ମଧ୍ୟ ଅନୁପସ୍ଥିତ ଥିଲେ। ତେବେ ମାରାକ୍ରମଙ୍କ ସ୍ଥାନରେ କାମଚଳା ଅଧିନାୟକ ଭାବେ ଭୁବନେଶ୍ୱର କୁମାର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସର ମହେନ୍ଦ୍ର ସିଂ ଧୋନୀ, ଗୁଜରାଟ ଟାଇଟନ୍ସର ହାର୍ଦ୍ଦିକ୍‌ ପାଣ୍ଡ୍ୟା, ପଞ୍ଜାବ କିଙ୍ଗ୍ସର ଶିଖର ଧାଓ୍ବନ, କୋଲକାତା ନାଇଟ୍‌ ରାଇଡର୍ସର ନୀତୀଶ ରାଣା, ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଲୋକେଶ ରାହୁଲ, ସନରାଇଜର୍ସ ହାଇଦ୍ରାବାଦର ଭୁବନେଶ୍ୱର କୁମାର, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଫାଫ ଡୁ ପ୍ଲେସିସ୍‌, ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସନ୍‌ ଓ ଦିଲ୍ଲୀ କ୍ୟାପିଟାଲ୍ସର ଡେଭିଡ୍‌ ଓ୍ବାର୍ନର ଯୋଗ ଦେଇଥିଲେ। ସମସ୍ତ ୯ ଫ୍ରାଞ୍ଚାଇଜିର ଅଧିନାୟକ ଟ୍ରଫି ସହିତ ଫଟୋ ଉଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri