ବନ୍ଧୁକ ଦେଖାଇ କୁକୁଡ଼ା ବୋଝେଇ ଗାଡ଼ି ନେଇଗଲେ

ଚମ୍ପୁଆ,୪।୨(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ବାସୁଦେବପୁର ନିକଟରେ ବନ୍ଧୁକ ଦେଖାଇ କୁକୁଡ଼ା ବୋଝେଇ ଗାଡ଼ିକୁ ଦୁର୍ବୃତ୍ତ ନେଇଯାଇଛନ୍ତି। ଏଥିସହ ଟଙ୍କା ଓ ମୋବାଇଲ ମଧ୍ୟ ଲୁଟି ନେଇଛନ୍ତି। ଏନେଇ ଚମ୍ପୁଆ ଥାନାରେ ଗାଡ଼ି ମାଲିକ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଛି। ପୋଲିସ ସୂଚନା ଅନୁଯାୟୀ, ଟାଟା ମାକ୍ସିମ ଗାଡ଼ିରେ କୁକୁଡ଼ା ବୋଝେଇ ହୋଇ ତୁରୁମୁଙ୍ଗା ଥାନା ପାଣପୋସିରୁ ସେରେଣ୍ଡାକୁ ଯାଉଥିଲା। ଗତ ମଙ୍ଗଳବାର ରାତି ୧୧ଟା ୩୦ ସମୟରେ ଏକ ନାନୋ ଗାଡ଼ିରେ କିଛି ଦୁର୍ବୃତ୍ତ ବାସୁଦେବପୁର ନିକଟରେ ୧୫ କୁଇଣ୍ଟାଲ କୁକୁଡ଼ା ବୋଝେଇ ହୋଇଥିବା ଗାଡ଼ିକୁ ଅଟକାଇଥିଲେ। ଗାଡ଼ିର ମାଲିକ କୁଞ୍ଜଲ ମୁଣ୍ଡା, ଡ୍ରାଇଭର ଓ ସାଥିଙ୍କୁ ଦୁର୍ବୃତ୍ତ ବନ୍ଧୁକ ଦେଖାଇ କୁକୁଡ଼ା ଗାଡ଼ିକୁ ଚଳାଇ ପଳାଇଯାଇଥିଲେ। ସେରେଣ୍ଡା ଜଙ୍ଗଲରେ ୩ ଜଣଙ୍କ ମୋବାଇଲ, ୯୫୩୦ ଟଙ୍କା ଓ ଫୋନ ମାଧ୍ୟମରେ ଦୁଇଟି ପର୍ଯ୍ୟାୟରେ ୧୦ ଓ ୯ ହଜାର ଟଙ୍କା ନେଇଯାଇଥିଲେ। ପରେ ନୁଆମୁଣ୍ଡି ରାସ୍ତାରେ ୩ ଜଣଙ୍କ ଆଖିରେ ପଟିବାନ୍ଧି ଛାଡ଼ିଦେଇଥିଲେ। ଅଭିଯୋଗ ଆଧାରରେ ଚମ୍ପୁଆ ପୋଲିସ (ନଂ-୧୪/୨୩) ମାମଲା ରୁଜୁ କରିି ଘଟଣାର ତଦନ୍ତ ଚଳାଇଥିବା ଆଇଆଇସି ଗଗନ ବିହାରୀ ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ଯୁବକ

ନବରଙ୍ଗପୁର,୨୧ା୫(ବି.ପ୍ର)- ନବରଙ୍ଗପୁର ସହର ଗୋରାମୁଣ୍ଡା ପୋଖରୀରେ ବୁଡି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ରାଜୁ ସାହିର ଅର୍ଜୁନ ନାୟକ (୩୫)।...

ବିନା ଗୃହରେ ଚାଲିଛି ୨୨୭ ଅଙ୍ଗନୱାଡି କେନ୍ଦ୍ର: ଉଦ୍‌ଘାଟନ ନ ହୋଇ ତାଲା ପଡ଼ିରହିଛି ବହୁ ଗୃହ

ରଣପୁର, ୧୨।୬ (ସ୍ବ.ପ୍ର.)-ଶିଶୁମାନଙ୍କୁ ଅପପୁଷ୍ଟିରୁ ରକ୍ଷା କରିବା ସହ ଶିକ୍ଷାର ପ୍ରସାର ପାଇଁ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି। ହେଲେ ଅନେକ ସମୟରେ ଅଧିକାଂଶ କେନ୍ଦ୍ରରେ ବିଭିନ୍ନ...

୧୨୨ ନମୁନାରୁ ୯୦ ନେଗେଟିଭ୍‌

ବାରିପଦା ଅଫିସ, ୮ା୪: କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଜିଲାର ୧୨୨ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୦ଟି ନମୁନା...

ଏସ୍‌ପିଙ୍କ ଅଫିସ ସମ୍ମୁଖରେ ନିର୍ଯାତିତା ମା’ ଝିଅଙ୍କ ଧାରଣା

ଭଦ୍ରକ ଅଫିସ, ୧୨।୬: ପୋଲିସ ଅଭିଯୋଗକୁ ଗୁରୁତ୍ୱ ନ ଦେବାରୁ ଜଣେ ନିର୍ଯାତିତା ମହିଳା ଓ ତାଙ୍କ ୫ ବର୍ଷର ଝିଅ ବୁଧବାର ଭଦ୍ରକ ଜିଲା...

ପଥର, ବାଲି ଚାଲାଣବେଳେ ୬ ଗାଡ଼ି ଜବତ

ଭଞ୍ଜନଗର,୨୪।୭(ଡି.ଏନଏ): ପଥର, ବାଲି, ଗୋଡ଼ି ବେନିୟମ ଚାଲାଣ ଯୋଗୁ ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ବୁଧବାର ଭଞ୍ଜନଗର ତହସିଲ ଓ ଗାଲେରୀ, ଭଞ୍ଜନଗର ପୋଲିସ ପକ୍ଷରୁ...

ବିନା ପ୍ରଶିକ୍ଷଣରେ ସଫଳ ଚିତ୍ରଶିଳ୍ପୀ

ପାଟଣା, ୭ା୪: କୁହାଯାଏ ବିଭୁଦତ୍ତ ପ୍ରତିଭା ଓ ନିଷ୍ଠା ଅନେକ ଅସମ୍ଭବକୁ ସମ୍ଭବ କରିବାର ସାମର୍ଥ୍ୟ ରଖେ। ଆଉ ପରେ ସଫଳତାର ଶୀର୍ଷ ସୋପାନରେ ଉପନୀତ କରିଥାଏ।...

ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର, ଅଭିଭାବକ

ଉମରକୋଟ, ୧୭।୯(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ନେଉରା ପଞ୍ଚାୟତ ତେଲଗାଁ ଗ୍ରାମସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଛାତ୍ରୀଛାତ୍ର ଓ ଅଭିଭାବକ ତାଲା...

ଗଞ୍ଜେଇ ବୋଝେଇ କାର ଦୁର୍ଘଟଣାଗ୍ରସ୍ତ, ଜଣେ ଗିରଫ

ସୋନପୁର,୫।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ବିଭିନ୍ନ ରାସ୍ତା ଦେଇ ରାଜ୍ୟ ଓ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀମାନେ ପୋଲିସ ଓ...

Advertisement
Archives

Model This Week