ବର୍ଷେ ହେଲା ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ତାଲା: ସେବା ନ ପାଇ ଯାତ୍ରୀ ହନ୍ତସନ୍ତ

ଭବାନୀପାଟଣା,୨୩ା୭(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ଅଧୀନରେ ଥିବା ୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଗତ ବର୍ଷେରୁ ଊଦ୍ଧର୍‌ବ ହେଲା ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଫଳରେ ଯାତ୍ରୀମାନେ ସେବା ନ ପାଇ ହନ୍ତସନ୍ତ ହୋଇଛନ୍ତି। ପ୍ରକାଶ ଯେ, ଜୁନାଗଡ ବ୍ଲକର ଚଞ୍ଚରାଭାଡି, ଭବାନୀପାଟଣା ବ୍ଲକର ବୋର୍ଡା, କୋକସରା ବ୍ଲକର ଆମପାଣି ଓ ଏମ୍‌ ରାମପୁର ବ୍ଲକର ରଙ୍ଗାପଦରଠାରେ ଏହି ପ୍ରଥପ୍ରାନ୍ତ ସୁବିଧା କେନ୍ଦ୍ର ରହିଛି। ଗତ ୨୦୧୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ପଥପ୍ରାନ୍ତ ସେବା କେନ୍ଦ୍ର ଲୋକାର୍ପିତ ହୋଇଥିଲା। ଏଠାରେ ଯାତ୍ରୀମାନେ ବିଶ୍ରାମ ନେବା, ଶୌଚାଳୟ ବ୍ୟବହାର କରିବା, ପିଇବା ପାଣିର ବ୍ୟବସ୍ଥା ଆଦି ରହିଥିଲା। ଏହାଦ୍ବାରା ରାସ୍ତାରେ ଯାଉଥିବା ଅନେକ ଯାତ୍ରୀ ଉପକୃତ ହେଉଥିଲେ। ହେଲେ ଗତ ବର୍ଷେରୁ ଊର୍ଦ୍ଧ୍ୱ ହେଲା ଏସବୁ କେନ୍ଦ୍ରରେ ତାଲା ଝୁଲୁଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜିଲାର ଉପରୋକ୍ତ ୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ କାର୍ଯ୍ୟରତ ୨୪ ଜଣ କର୍ମଚାରୀଙ୍କୁ ଛଟେଇ ପରେ ଏପରି ଅସୁବିଧା ଦେଖାଦେଇଛି। ପୂର୍ତ୍ତ ବିଭାଗ ଏକ ଘରୋଇ ଠିକା କମ୍ପାନୀକୁ ପରିଚାଳନା ପାଇଁ ଦାୟିତ୍ୱ ଦେଇଥିଲା। ୨୪ ଜଣ କର୍ମଚାରୀ ଠିକ୍‌ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ ମଧ୍ୟ ଠିକା କମ୍ପାନୀ ଗତ ଜୁନ ଶେଷରେ ସମସ୍ତ କର୍ମଚାରୀଙ୍କୁ ଛଟେଇ କରିଦେଇଥିଲା। ଫଳରେ ସେହିଦିନଠୁ ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ତାଲା ଝୁଲୁଛି। ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ଏହି କେନ୍ଦ୍ରଗୁଡିକ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଏଥିପ୍ରତି ଜିଲା ପ୍ରଶାସନ ତଥା ପୂର୍ତ୍ତ ବିଭାଗର ଦୃଷ୍ଟି ନ ପଡିବା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଛି। ଏ ନେଇ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁନାରାମ ମୁର୍ମୁଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଏହି କେନ୍ଦ୍ରଗୁଡିକ ଖୋଲିବ। ବର୍ତ୍ତମାନ ଏହାର ପରିଚାଳନା ଦାୟିତ୍ୱ ପର୍ଯ୍ୟଟନ ବିଭାଗକୁ ଦିଆଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧଦେବ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

ଲାଞ୍ଚ ନେବା ପଡିଲା ମହଙ୍ଗା: ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ବ ସହାୟକଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲାପାଳ

ଖଡ଼ିଆଳ,୫।୮(ସୁଜିତ କୁମାର ପ୍ରଧାନ ): ଦୁର୍ନୀତି ପ୍ରତି ନୂଆପଡ଼ା ଜିଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ…

ଆମେରିକାରେ ହଇଚଇ: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର! ଗଲ୍ଫ କ୍ଲବ ନିକଟରୁ ବନ୍ଧୁକଧାରୀ ସନ୍ଦିଗ୍ଧ ଗିରଫ

ଓ୍‌ବାଶିଂଟନ୍‌,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ…

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ପ୍ରଥମ ସ୍ତ୍ରୀ ମୃତ

ଚିତ୍ରକୋଣ୍ଡା, ୫।୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ପେଟିଆଗୁଡା ଗ୍ରାମରେ ଘରୋଇ କଳହକୁ ନେଇ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri