ନିର୍ଦ୍ଧାରିତ ସମୟରେ ସରୁନି ରାସ୍ତା କାମ, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ଦୁଇଟି ରାସ୍ତା ନିର୍ମାଣ କାମକୁ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେସିଙ୍ଗା ବ୍ଳକର ଜୋଲକୋ-ଟୁଟିଙ୍ଗପଦର ରାସ୍ତା ଏବଂ ଗାଈଦୋରୋ-ଦେଓଗାଁ ରାସ୍ତା ନିର୍ମାଣ କାମ ଚାଲିଛି। ହେଲେ ରାସ୍ତାରେ ମେଟାଲ ଓ କ୍ରଶର ଗୁଣ୍ଡ ବିଛାଇ ଠିକାଦାର ଚୁପ୍‌ ହୋଇପଡ଼ିଥିବା ବାଲସି, ମଶାଣିବନ୍ଦ, କାଣ୍ଡେଲ, ରୁପ୍ରା, ରେଙ୍ଗାଲି ଆଦି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଗ୍ରାମବାସୀ ଜିଲାପାଳଙ୍କୁ ଜଣାଇଛନ୍ତି।

ଅଭିଯୋଗ ମୁତାବକ, କେସିଙ୍ଗା ବ୍ଲକ ଜୋଲକୋଠାରୁ ଭାୟା କାଣ୍ଡେଲ, ମଶାଣିବନ୍ଧ ଓ ରେଙ୍ଗାଲି ଗ୍ରାମ ଦେଇ ନର୍ଲା ବ୍ଲକ ଟୁଟିଙ୍ଗପଦର ଗ୍ରାମ ପର୍ଯ୍ୟନ୍ତ ରାସ୍ତା କାମ ନିର୍ମାଣ ପାଇଁ ଅଟକଳ ମୂଲ୍ୟ ୯୪୪.୩୮ ଲକ୍ଷ ଟଙ୍କା ରହିଛି। ଏପରିକି ୫ ବର୍ଷ ମଧ୍ୟରେ ମରାମତି ପାଇଁ ୭୩ ଲକ୍ଷ ଟଙ୍କା ରଖାଯାଇଛି। ଏହି କାମକୁ ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ସୁଧୀର ପଣ୍ଡା କରୁଥିବା ବେଳେ ତାଙ୍କୁ ନଭେମ୍ବର ୨୦୨୨ରେ କାର୍ଯ୍ୟାଦେଶ ଦିଆଯାଇଥିଲା। କାମ ଆରମ୍ଭ ୭।୯।୨୦୨୨ରେ ହୋଇଥିବା ବେଳେ କାମ ଶେଷ ତାରିଖ ୬।୯।୨୦୨୩ ରହିଛି। କିନ୍ତୁ କାମ ସମ୍ପୂର୍ଣ୍ଣ ହେବାର ଶେଷ ତାରିଖ ସମାପ୍ତି ହୋଇଥିଲେ ସୁଦ୍ଧା ଏହି ରାସ୍ତା କାମ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ିରହିଛି। ସେହିପରି ଗାଈଦୋରୋଠାରୁ ଦେଓଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଅଟକଳ ମୂଲ୍ୟ ୫୨୨.୫୬ ଲକ୍ଷ ଟଙ୍କା ରହିଛି। ଏହି କାମ ଠିକାଦାର ସୁରେଶ ଅଗ୍ରୱାଲ କରୁଥିବା ବେଳେ କାମ ଆରମ୍ଭ ୧୫।୩।୨୦୨୩ ଏବଂ କାମ ଶେଷ ତାରିଖ ୧୫।୪।୨୦୨୪ ରହିଛି। ଏହି କାମ ମଧ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ବେଳେ ଗାର୍ଡୱାଲ କାମ ଅତି ନିମ୍ନମାନର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଏହି ଦୁଇଟି କାମରେ କିଛି ସ୍ଥାନରେ ପିଚୁ ପକାଇ ଠିକାଦାର ଚୁପ୍‌ ବସି ରାସ୍ତା ଉପରେ ମେଟାଲ ଓ କ୍ରଶର ଗୁଣ୍ଡ ବିଛାଇ ଛାଡ଼ି ଦେଇଛନ୍ତି। ଫଳରେ ରାସ୍ତା ଉପରେ ନିର୍ଭର
କରୁଥିବା ଜନସାଧାରଣ ଧୂଳିରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବାରମ୍ବାର କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ସୁଖୀଶ୍ୟାମ ନାଏକଙ୍କୁ ପଚାରିବାରୁ ଠିକାଦାରଙ୍କ ନାମରେ ଦୁଇ ଥର ସମନ ଜାରି କରାଯାଇଛି। ପୂର୍ବରୁ ୧୨ଫୁଟ ଓସାରିଆ ପିଚୁ ରାସ୍ତା କାମ କରିବା ପାଇଁ ଆଦେଶ ଥିଲା। ବର୍ତ୍ତମାନ ଏହା ୧୮ଫୁଟ ଓସାରରେ ପିଚୁ କାମ ହେବ। ଏନେଇ କେତେକ ଜମିରେ ଗଛ କାଟିବା ଆବଶ୍ୟକ ପଡୁଛି। ସମସ୍ତ କାମ ଶେଷ ହୋଇଛି। ଲଘୁଚାପଜନିତ ବର୍ଷା ଲାଗି ରହୁଛି। ବର୍ଷା ଛାଡ଼ିଲେ ପିଚୁ କାମ ହେବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?