ମେଶିନରେ ଚାଲିଛି ରାସ୍ତା କାମ

ଘଟଗାଁ,୫ା୫(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ବସନ୍ତପୁର ପଞ୍ଚାୟତରରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା)ବାଟବଣା ହୋଇଛି। ଏଠାରେ ଶ୍ରମିକଙ୍କୁ ଅଣଦେଖା କରାଯାଇ ଜେସିବି ଓ ଟ୍ରାକ୍ଟର ଦ୍ୱାରା ମାଟି, ମୋରମ ପକାଯାଇଥିବା ଅଭିଯୋଗ ହୋଇଛି। ଏସବୁ କାର୍ଯ୍ୟ ଦିନ ଦ୍ୱିପ୍ରପହରରେ କରାଯାଉଥିବା ବେଳେ ଜିଆରଏସ, ପିଇଓ ଓ ବ୍ଲକ୍‌ ପ୍ରଶାସନ ପାଖରେ ଖବର ନାହିଁ।
ପ୍ରକାଶ ଯେ, ପତ୍ର ୩୦୩ ଅନୁଯାୟୀ ବାସନ୍ତପୁର ପଞ୍ଚାୟତ ଅନ୍ତର୍ଗତ ଉକୁଛାବେଡ଼ା ଚତୁରୀ ସାହିଠାରୁ କ୍ରସର ରୋଡ଼ ରାସ୍ତା ସାହି ରାସ୍ତା କାର୍ଯ୍ୟ ଆର୍ଥିକ ବର୍ଷ ୨୦୨୧-୨୨ ଏମଜିଏନ୍‌ଆର୍‌ଇଜିଏସରେ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ମାତ୍ର ସୂଚନା ଫଳକରେ କାର୍ଯାରମ୍ଭ ତାରିଖ ଉଲ୍ଲେଖ ହୋଇନାହିଁ। କିମ୍ବା ଅନ୍ୟ କୌଣସି ସୂଚନା ଠିକ୍‌ ଭାବେ ଦିଆଯାଇନାହିଁ। ଉକ୍ତ କାର୍ଯ୍ୟର କୋଡ଼ ନଂ. ୨୪୦୩୦୦୪୦୦୬/ଆରସି/୧୦୪୭୮୯୯୧ ଦ୍ୱାରା ଏମ୍‌ଜିଏନ୍‌ଆର୍‌ଇଜିଏସ ୱେବ ସାଇଟ୍‌ରୁ କାର୍ଯ୍ୟଟି ଗତ ୧୩ ଜୁଲା ୨୧ ପ୍ରକଳ୍ପ ବ୍ୟୟ ମଞ୍ଜୁରୀ ଆଧାରରେ କରାଯାଇ ୧୦ ଦିନ ମଧ୍ୟରେ ଅର୍ଥାତ ୨୨ ଜୁଲାଇ ୨୧ରେ ୪ ଲକ୍ଷ ୫୯ହଜାର ୬୩୩ ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। ଦୀର୍ଘ ୯ ମାସ କାମ ବନ୍ଦ ପରେ ଗତ ସପ୍ତାହରେ ଗୋଟିଏ ଜେସିବି ମେଶିନ ଓ ୨ ଟ୍ରାକ୍ଟର ଲଗାଇ ଏକ ପୋଖରୀ ହୁଡ଼ାରୁ ମାଟିମିଶା ମୋରମ ଉକ୍ତ ରାସ୍ତା ବିଛେଇ ଦିଆଯାଇଛି। ଯାହାକୁ ନେଇ ସ୍ଥାନୀୟ ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କାର୍ଯ୍ୟ ଚାଲୁଥିବା ସମୟରେ ଶ୍ରମିକମାନଙ୍କ ଫଟୋ ସକାଳେ ସନ୍ଧ୍ୟାରେ ଉଠାଯାଇ ଏହାକୁ ଏମ୍‌ଜିଏନ୍‌ଆର୍‌ଇଜିଏସ ସାଇଟ୍‌ରେ ଅପଲୋଡ଼ ପାଇଁ ନିର୍ଦ୍ଦେଶ ଥିବାବେଳେ ଏହାକୁ ଉଲଂଘନ କରାଯାଇଛି। ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କାର୍ଯ୍ୟରେ ନୂତନ ଭାବେ ଯୋଗ ଦେଇଛନ୍ତି। ଏ ବାବଦରେ ଜାଣି ନ ଥିବା ପ୍ରକାଶ କରିଥିଲେ। ଏ ସଂକ୍ରାନ୍ତରେ ପୂର୍ବତନ ପିଇଓ ବୁଦ୍ଧଦେବ ମହାକୁଡ଼ଙ୍କୁ ପଚାରିବାରୁ ସେ ଏହା ଗତବର୍ଷର କାର୍ଯ୍ୟ ଏଣୁ ଏବେ କାମ ବିଷୟରେ ସେ ଜାଣି ନ ଥିବା କହିଥିଲେ। ପଞ୍ଚାୟତର ଜିଆରଏସ୍‌ଙ୍କୁ ପଚାରିବାରୁ ସେ ମଧ୍ୟ ନୂଆ ଆସିଥିବା ଓ ଏ କାର୍ଯ୍ୟ ପାଇଁ ଡିମାଣ୍ଡ ହୋଇ ନ ଥିବା ସୂଚନା ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?