Posted inଜାତୀୟ

ରାମ ମନ୍ଦିରକୁ ଯାଉଥିବା ରାସ୍ତାର ନାମ ହେବ କଲ୍ୟାଣ ସିଂ ମାର୍ଗ…

ଅଯୋଧ୍ୟା,୨୩।୮: ଅଯୋଧ୍ୟାରେ ରାମ ମନ୍ଦିରକୁ ଯାଉଥିବା ରାସ୍ତାର ନାମ କଲ୍ୟାଣ ସିଂ ମାର୍ଗ ହେବ। ଏହା ସହିତ ଲକ୍ଷ୍ନୌ, ପ୍ରୟାଗରାଜ, ବୁଲନ୍ଦଶହର ଏବଂ ଅଲିଗଡରେ ଗୋଟିଏ ଲେଖାଏଁ ରାସ୍ତା ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶରର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଦେହାନ୍ତ ପରେ ସୋମବାର ତାଙ୍କର ଶେଷ ରୀତିନୀତି ଅଲିଗଡର ଅତରୋଲିରେ ଅନୁଷ୍ଠିତ ହେବ। ତାଙ୍କ ମୃତ୍ୟୁରେ ରାଜ୍ୟରେ ତିନି ଦିନିଆ ଶୋକ ପାଳନ ଘୋଷଣା କରାଯାଇଛି।
ରବିବାର ଦିନ କଲ୍ୟାଣ ସିଂଙ୍କ ମୃତଦେହକୁ ଲକ୍ଷ୍ନୌରୁ ଅଲିଗଡକୁ ନିଆଯାଇଥିଲା। ଏହାପୂର୍ବରୁ ତାଙ୍କ ମୃତଦେହକୁ ଲକ୍ଷ୍ନୌର ବିଜେପି କାର୍ଯ୍ୟାଳୟରେ ରଖାଯାଇଥିଲା ସେଠାରେ ଦଳର କର୍ମୀମାନେ କଲ୍ୟାଣ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଲକ୍ଷ୍ନୌସ୍ଥିତ ବାସଭବନ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ।
ଅନ୍ତିମ ସଂସ୍କାର ପାଇଁ ଅତରୋଲିରେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ଏଠାରେ ଦୁଇଟି ହେଲିପ୍ୟାଡ ମଧ୍ୟ ନିର୍ମାଣ କରାଯାଇଛି। ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଆସିଥିବା ଦଳୀୟ ନେତାଙ୍କୁ ପିଡବ୍ଲୁଡି ଗେଷ୍ଟ ହାଉସରେ ରହିବାକୁ ବ୍ୟବସ୍ଥା କରାଯାଇଛି। କଲ୍ୟାଣ ସିଂଙ୍କ ମୃତଦେହକୁ କେଏମଭି ଇଣ୍ଟର କଲେଜର ଆନେକ୍ସ୍‌ରେ ସର୍ବସାଧାରଣ ଦର୍ଶନ ପାଇଁ ରଖାଯିବ। ଏହା ପରେ, ଅପରାହ୍ନ ୧ ଟା ବେଳେ ବୁଲନ୍ଦଶହରସ୍ଥିତ ନରୋରା ଗଙ୍ଗା ଘାଟକୁ ଅନ୍ତିମ ସଂସ୍କାର କରାଯିବ। ନରୋରା ଗଙ୍ଗା ଘାଟରେ ବୁଲନ୍ଦଶହର ପ୍ରଶାସନ ଦ୍ୱାରା ଚାରିଟି ହେଲିପ୍ୟାଡ ମଧ୍ୟ ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?