ସମାଧାନ ହେବ ଆୟକର ସାଇଟ୍‌ ସମସ୍ୟା

ନୂଆଦିଲ୍ଲୀ,୨୩।୮: ଚଳିତ ବର୍ଷ ଜୁନ୍‌ରୁ ବ୍ୟବହୃତ ହୋଇ ଆସୁଥିବା ଆୟକର ବିଭାଗର ନୂତନ ଆୟକର ‘ଇ-ଫାଇଲିଂ ପୋର୍ଟାଲ’ରେ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ ଦେବା ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଇନ୍‌ଫୋସିସ୍‌ ସିଇଓ ସଲିଳ ପାରେଖଙ୍କୁ ସୋମବାର ଆସିବାକୁ କୁହାଯାଇଛି। ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆୟକର ବିଭାଗର ଉକ୍ତ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଚିନ୍ତାପ୍ରକଟ କରିଥିଲେ। ବିଭାଗର ଏହି ପୋର୍ଟାଲକୁ ଅଧିକ ବିଶ୍ୱସନୀୟ ଏବଂ ସରଳ କରିବା ଲାଗି ଆବଶ୍ୟକ କାର୍ଯ୍ୟ ଓ ଜ୍ଞାନକୌଶଳକୁ ଠିକ୍‌ କରିବା ଲାଗି ପାରେଖ ଏବଂ କମ୍ପାନୀର ବରିଷ୍ଠ ଅଧିକାରୀ ପ୍ରବୀଣ ରାଓଙ୍କୁ କୁହାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ କହିଥିଲା।
ଶନିବାର ଭାରତର ଆୟକର ବିଭାଗର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ପୋଷ୍ଟରେ ଉଲ୍ଲେଖ ରହିଛି ଯେ, ଶୁଭାରମ୍ଭ ହେବାର ଅଢେଇ ମାସ ପରେ ମଧ୍ୟ କାହିଁକି ନୂତନ ଇ-ଫାଇଲିଂ ପୋର୍ଟାଲରେ ଦେଖାଦେଉଥିବା ସମସ୍ୟାର ସମାଧାନ ହୋଇ ପାରିନାହିଁ। ଏ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ପାଇଁ ଅର୍ଥ ମନ୍ତ୍ରଣାଳୟ ଅଗଷ୍ଟ ୨୩ ତାରିଖରେ ପାରେଖଙ୍କୁ ଅବଗତ କରାଇଛନ୍ତି। ବିଭାଗର ନୂତନ ସେବା ଆରମ୍ଭରୁ ହିଁ ଏହି ପୋର୍ଟାଲରେ ଅନେକ ବୈଷୟିକ ସମସ୍ୟା ରହିଥିବା ଜଣାପଡିଥିଲା। ଏହି ନୂତନ ପୋର୍ଟାଲର ଡିଜାଇନ୍‌ ଇନ୍‌ଫୋସିସ୍‌ କରିଥିଲା। ବିଭାଗର ସମସ୍ୟା ସମ୍ପର୍କରେ ସବୁବେଳେ ‘ସାଇଟ୍‌’ର ସ୍କ୍ରିନ୍‌ସଟ୍‌ ସହ ଅର୍ଥମନ୍ତ୍ରୀଙ୍କୁ ‘ଟ୍ୟାଗ୍‌’ କରି ବ୍ୟବହାରକାରୀମାନେ ପୋର୍ଟଲାର ସମସ୍ୟା ସଂକ୍ରାନ୍ତରେ ଅବଗତ କରାଇଥିଲେ। ଏହି ପୋର୍ଟାଲ ବିକଶିତ କରିବା ପାଇଁ ୨୦୧୯ ଜାନୁୟାରୀରୁ ୨୦୨୧ ଜୁନ୍‌ ମଧ୍ୟରେ ସରକାର ଇନ୍‌ଫୋସିସ୍‌କୁ ୧୬୪.୫ କୋଟି ଟଙ୍କା ଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ କହିଛି , ଆୟକରଦାତାମାନଙ୍କ ଉପରେ ଏହା କୁପ୍ରଭାବ ପକାଉଥିବାରୁ ଆଉ ଅଧିକ ସମୟ ନଷ୍ଟ ନ କରି ସବୁ ସମସ୍ୟାର ସମାଧାନ କରିବା ସହ ସେବା ଯୋଗାଣରେ ଉନ୍ନତି, ପ୍ରାଥମିକତା ଭିତ୍ତିରେ ଆପତ୍ତିର ସମାଧାନ ଆଦି ବ୍ୟବସ୍ଥା କରିବା ଲାଗି ଏହାର ଡିଜାଇନ କମ୍ପାନୀକୁ କୁହାଯାଇଛି। ଏ ସମ୍ପର୍କରେ ଇନ୍‌ଫୋସିସ୍‌ର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ନନ୍ଦନ ନିଲେକାନି ପ୍ରତି ସପ୍ତାହରେ ଅର୍ଥମନ୍ତ୍ରୀ ସୀତାରାମନଙ୍କୁ ରିପୋର୍ଟ ଦେଉଛନ୍ତି। ବିଭାଗର ପୋର୍ଟାଲକୁ ନେଇ ରହିଥିବା ସମସ୍ୟା ଖୁବ୍‌ଶୀଘ୍ର ସମାଧାନ ହୋଇଯିବ ବୋଲି କହି ସେ ଦୁଃଖ ପ୍ରକାଶ କରିବା ସହ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?