ବସ୍ତି ବାସିନ୍ଦାଙ୍କ ରାସ୍ତା ଅବରୋଧ

ଯୋଡ଼ା,୭ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ମୁଖ୍ୟ ରାସ୍ତାର ଧରଣୀଧର ଛକରେ ଚାଲିଥିବା ଫ୍ଳାଏ ଓଭର କାର୍ଯ୍ୟ ଯୋଗୁ ଲୋକେ ଧୂଳି ଧୂଆଁରେ ଅତିଷ୍ଠ ହେଉଛନ୍ତି। ଏହାର ପ୍ରତିକାର ପାଇଁ ସ୍ଥାନୀୟ ଲୋକେ ପୂର୍ବରୁ ପ୍ରତିବାଦ କରିଥିବା ବେଳେ କୌଣସି ସୁଫଳ ମିଳି ନାହିଁ। ଏନେଇ ସୋମବାର ସ୍ଥାନୀୟ ଭୂୟାଁ ବସ୍ତିର ଶତାଧିକ ମହିଳା ପୁରୁଷ ରାସ୍ତା ଅବରୋଧ କରିଥିଲେ। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିଲା।
ଅନୁଯାୟୀ, ପ୍ଲାଏ ଓଭର ତଳେ ନିର୍ମାଣ ହୋଇଥିବା ଅସ୍ଥାୟୀ ମାଟି ରାସ୍ତାରେ ଖଣିଜ ବୋଝେଇ ଭାରିଯାନ ଚଳାଚଳ କରୁଥିବାରୁ ଧୂଳିକଣା ପ୍ରବଳ ମାତ୍ରାରେ ଉଡୁଛି। ଧୂଳି ଧୂଆଁରେ ଘର ଦ୍ୱାର ଭର୍ତ୍ତି ହୋଇଯାଉଛି। ଏପରିକି ରାସ୍ତା କଡ଼ରେ ରହୁଥିବା ଲୋକେ ନିଃଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରୁଥିବା ଓ୍ବାର୍ଡବାସୀ ଅଭିଯୋଗ କରିଛନ୍ତି। ରୋଷେଇ ଘରେ ଭାତ ହାଣ୍ଡି ଉପରେ ଧୂଳିର ନାଲି ଆସ୍ତରଣ ପଡ଼ିଯାଉଛି। ପାନୀୟ ଜଳରେ ମଧ୍ୟ ଧୂଳି ଓ ତେଲ ଅଂଶ ଭାସୁଛି। ବହୁବାର ଏ ନେଇ ଅଞ୍ଚଳବାସୀ ପୌର ପାଳିକା, ଠିକା ସଂସ୍ଥାର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଏହାର କୌଣସି ପ୍ରତିକାର କରାଯାଉ ନାହିଁ। ପୂର୍ବରୁ ଅଞ୍ଚଳବାସୀ ୩ ଥର ରାସ୍ତାରେ ଜଳ ସିଞ୍ଚନ ଦାବିରେ ରାସ୍ତା ଅବରୋଧ କରିଛନ୍ତି। କିଛି ଦିନ ଜଳ ସିଞ୍ଚନ କରି ପୁଣି ବନ୍ଦ ହୋଇଯାଏ। ନିୟମିତ ପାଣି ସିଞ୍ଚନ ଦାବି କରି ପୁନର୍ବାର ବସ୍ତି ବାସିନ୍ଦା ରାସ୍ତା ଅବରୋଧ କରିଥିଲେ। ଫଳରେ ଦିନ ୨ଟାରୁ ୪ ଟା ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଚଳାଚଳ ଠକ୍‌ ହୋଇଯାଇଥିଲା। ରାସ୍ତା ଅବରୋଧ ସମ୍ପର୍କରେ ଜାଣିବା ପରେ ଠିକା ସଂସ୍ଥାର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡା ଓ ଯୋଡ଼ା ପୋଲିସ ପହଞ୍ଚତ୍ ଲୋକଙ୍କୁ ବୁଝାସୁଝା କରିଥିଲେ। ଦିନକୁ ୩ ଥର ୱାଟର ଟ୍ୟାଙ୍କର ଯୋଗେ ଜଳ ସିଞ୍ଚନର ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧରୁ ଲୋକେ ନିବୃତ ହୋଇଥିଲେ।
ଅନ୍ୟପକ୍ଷେ, ଧୂଳି ଧୂଆଁ ପାଇଁ ପୌର ପାଳିକାର ୨, ୩, ୪, ୫, ୭, ୮, ୯, ୧୦, ୧୧, ୧୨ ଓ ୧୩ ନଂ. ୱାର୍ଡବାସୀ ପ୍ରଭାବିତ ହେଉଛନ୍ତି। ଏ ନେଇ ପୌରପାଳିକା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅଞ୍ଚଳରେ ଜନଅସନ୍ତୋଷ ଦେଖା ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri