ସଡ଼କ ଦୁର୍ଘଟଣାରେ କ୍ଷତି

ସଡ଼କ ନିରାପତ୍ତା ସଂକ୍ରାନ୍ତରେ ସଚେତନ ନ ହେବା ଯୋଗୁ ଓଡ଼ିଶାରେ ବାର୍ଷିକ ପ୍ରଭୁତ କ୍ଷତି ଘଟୁଛି। ଅବକାରୀ, ପରିବହନ ଓ ପୋଲିସ ପ୍ରଶାସନ ଏ କ୍ଷେତ୍ରରେ ସମ୍ମିଳିତ ଉଦ୍ୟମ କଲେ ସଡ଼କ ଦୁର୍ଘଟଣା ଏବଂ ତଜ୍ଜନିତ ମୃତାହତଙ୍କ ସଂଖ୍ୟା ୫୦ପ୍ରତିଶତରୁ ଅଧିକ କମିପାରିବ ବୋଲି ନିକଟରେ ଏକ ଆଲୋଚନାଚକ୍ରର ଉପସ୍ଥାପିତ ତଥ୍ୟରୁ ଜଣାପଡ଼ିଛି। ଗତ ୧୨ବର୍ଷରେ ଓଡ଼ିଶାରେ ଲକ୍ଷାଧିକ ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୪୦ ହଜାରରୁ ଅଧିକ ଲୋକ ମରିଛନ୍ତି ଏବଂ ୫୦ହଜାରରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ପରିସଂଖ୍ୟାନରେ ଦର୍ଶାଯାଉଛି। ରାଜ୍ୟରେ ଯେତେ ସଂଖ୍ୟକ ସଡ଼କ ଦୁର୍ଘଟଣା ଘଟୁଛି ତାହାର ପ୍ରାୟ ୬୦ ପ୍ରତିଶତ ନିଶାଜନିତ କାରଣରୁ ହେଉଥିବାବେଳେ ବେପରୁଆ ଗାଡ଼ିଚାଳନାରୁ ଅନୂ୍ୟନ ୩୦ ପ୍ରତିଶତ ଦୁର୍ଘଟଣା ଘଟୁଛି।
ଉପରୋକ୍ତ ସରକାରୀ ପରିସଂଖ୍ୟାନକୁ ହିସାବକୁ ନେଲେ ଗତ ୧୨ବର୍ଷରେ ଅନୂ୍ୟନ ୨୪ ହଜାର ଲୋକ ନିଶାଜନିତ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୩୦ ହଜାର ଲୋକ ଓଡ଼ିଶାରେ ପଙ୍ଗୁ ହୋଇଛନ୍ତି। ଏହାଛଡ଼ା ଦୁର୍ଘଟଣାଜନିତ ସମ୍ପତ୍ତି କ୍ଷୟ ମଧ୍ୟ ରହିଛି। ସରକାରୀ ହିସାବ ଅନୁଯାୟୀ ୨୦୧୫ରେ ଓଡ଼ିଶାରେ ୪୩୦୩ ଜଣ ସଡ଼କ ଦୁର୍ଘଟଣାରେ ମରିଥିବାବେଳେ ବର୍ଷକୁ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଉଥିବା ବିଗତ ୧୦ ବର୍ଷର ପରିସଂଖ୍ୟାନରୁ ଜଣାପଡ଼ିଛି। ରାଜପଥ କଡ଼ରେ ମଦ ଦୋକାନ ଖୋଲା ଯିବାରୁ ସଂଖ୍ୟାଧିକ ଚାଳକ ମଦ ପିଇ ନିଶାସକ୍ତ ଅବସ୍ଥାରେ ଗାଡ଼ିଚାଳନା କରୁଛନ୍ତି ଓ ଏଥିପାଇଁ ବ୍ୟାପକ ସଂଖ୍ୟକ ଦୁର୍ଘଟଣା ଘଟୁଛି। ତେଣୁ ନିଶାପାନଜନିତ ଦୁର୍ଘଟଣା ଓ ତଜ୍ଜନିତ ଅପମୃତ୍ୟୁ ତଥା ଅନ୍ୟାନ୍ୟ କ୍ଷୟକ୍ଷତି ପାଇଁ ସରକାର ପ୍ରତ୍ୟକ୍ଷ ଭାବେ ଦାୟୀ ବୋଲି ମଦମୁକ୍ତି ଅଭିଯାନ ଅଭିଯୋଗ କରିଆସୁଛି। ଅର୍ଥନୀତିଜ୍ଞମାନେ କହୁଛନ୍ତି, ଓଡ଼ିଶାରେ ସଡ଼କ ଦୁର୍ଘଟଣାଜନିତ ବାର୍ଷିକ କ୍ଷୟକ୍ଷତିର ପରିମାଣ ଦେଢ଼ ହଜାର କୋଟି ଟଙ୍କାରୁ ଅଧିକ ହେଉଛି। କେବଳ ସେତିକି ନୁହେଁ ଯେଉଁ ଲୋକମାନେ ଦୁର୍ଘଟଣାରେ ମରୁଛନ୍ତି କିମ୍ବା ପଙ୍ଗୁ ହେଉଛନ୍ତି ସେମାନଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଲଦି ହୋଇଯାଉଛି। ମଦ୍ୟପ ଗାଡ଼ିଚାଳକମାନଙ୍କୁ ସାବାଡ଼ କରିବା ପାଇଁ ମୋଟର ଯାନ ଆଇନରେ କଡ଼ା ବ୍ୟବସ୍ଥା ଥିବାବେଳେ ତାହାର ଠିକଣା ଅନୁପାଳନ କରାଯାଉନାହିଁ। ପ୍ରତିବର୍ଷ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ବ୍ୟାପକ ଅର୍ଥ ବ୍ୟୟ କରାଯାଉଥିବାବେଳେ ବାସ୍ତବରେ ସଚେତନତା ଅଭାବରୁ ଦୁର୍ଘଟଣାଜନିତ କ୍ଷୟକ୍ଷତି ବଢ଼ୁଛି।
ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ହେଉଛି ମନୁଷ୍ୟକୃତ ତ୍ରୁଟି। କିନ୍ତୁ ଏହି ତ୍ରୁଟି ପାଇଁ ଖୋରାକ ଯୋଗାଉଛି ରାସ୍ତା କଡ଼ରେ ଉପଯୁକ୍ତ ସୂଚନା ଫଳକର ଅଭାବ। ଗୁରୁତ୍ୱପୂର୍ଣ୍ଣ ରାସ୍ତା କଡ଼ରେ ସୂଚନା ଫଳକ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ବାରମ୍ବାର ପରାମର୍ଶ ଦେଇ ଆସୁଥିଲେ। ତେବେ ସଡ଼କ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ ସ୍ବରୂପ ରାଜ୍ୟର ଶତପ୍ରତିଶତ ସଡ଼କରେ ସଙ୍କେତ ବ୍ୟବସ୍ଥା ପାଇଁ ଅଣ୍ଟା ଭିଡ଼ିଛି ପରିବହନ ବିଭାଗ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩୦୦୦କିମି ରାସ୍ତାରେ ସଙ୍କେତ ବ୍ୟବସ୍ଥା ଆରମ୍ଭ ହେବ। ସଡ଼କ ସୁରକ୍ଷା ଦିଗରେ ସାଇନେଜ ଅବା ସୂଚନା ଫଳକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଗାଡ଼ି ଚାଳକମାନଙ୍କୁ ସମ୍ଭାବ୍ୟ ବିପଦ ସମ୍ପର୍କରେ ସୂଚନା ଦେଇଥାଏ। ଉପଯୁକ୍ତ ସଡ଼କ ଚିହ୍ନ ଏବଂ ଟ୍ରାଫିକ୍‌ ସଙ୍କେତ, ସରଳ ସଡ଼କ ଇଞ୍ଜିନିୟରିଂ ପଦକ୍ଷେପ ଦୁର୍ଘଟଣାକୁ ବହୁ ମାତ୍ରାରେ ଦୂର କରିପାରିବ। କିନ୍ତୁ ତ୍ରୁଟିପୂର୍ଣ୍ଣ ସୂଚନା ଏବଂ ସିଗ୍‌ନାଲ ବ୍ୟବସ୍ଥା ସଡ଼କ ଦୁର୍ଘଟଣା ଏବଂ ଟ୍ରାଫିକ ଜାମ ପାଇଁ ଦାୟୀ। ତେବେ ବିଳମ୍ବରେ ହେଲେ ମଧ୍ୟ ପରିବହନ ବିଭାଗ ରାଜ୍ୟର ବ୍ୟସ୍ତବହୁଳ ରାସ୍ତାରେ ଠିକ୍‌ ସୂଚନା ଓ ସିଗ୍‌ନାଲ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ ଯେ ଓଡ଼ିଶାରେ ସଡ଼କ ଦୁର୍ଘଟଣା ଓ ମୃତାହତ ସଂଖ୍ୟା ହ୍ରାସ ପାଇବା ବଦଳରେ ବଢ଼ି ଚାଲିଛି। ପୂର୍ବ ବର୍ଷ ତୁଳନାରେ ଗତବର୍ଷ ସଡ଼କ ଦୁର୍ଘଟଣା ହାର ୧୨ ପ୍ରତିଶତ ବୃଦ୍ଧି ପାଇଛି। ସ୍ଥାନୀୟ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା, ମରାମତି ହେଉଥିବା ସ୍ଥାନ, ବ୍ଲାକ ସ୍ପଟ୍‌, ବିପଦପୂର୍ଣ୍ଣ ଅଞ୍ଚଳ ସମ୍ପର୍କରେ ସୂଚନା ଫଳକ ଲାଗିବା ଆବଶ୍ୟକ। ଏହା ଗାଡ଼ି ଚାଳକଙ୍କୁ ଆଗୁଆ ସତର୍କ କରିଥାଏ। ତେବେ ଏପରି ସୂଚନା ଓ ସିଗ୍‌ନାଲ ବ୍ୟବସ୍ଥାର ଘୋର ଅଭାବ ରହିଛି। ସିଂହଭାଗ ସୂଚନା ଫଳକ ଜରାଜୀର୍ଣ୍ଣ ହୋଇଛି। ଅନେକ ସୂଚନା ଫଳକରୁ ରଙ୍ଗ ଉଡିଗଲାଣି। ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଗ୍ରାମ୍ୟ ଉନ୍ନୟନ ତଥା ପୂର୍ତ୍ତ ବିଭାଗ ପକ୍ଷରୁ ନିଜ ନିଜ ରାସ୍ତାରେ ଉପଯୁକ୍ତ ସୂଚନା ଫଳକ ନ ଥିବାରୁ ଅନେକ ଲୋକ ମୃତାହତ ହେଉଛନ୍ତି।
ଗତବର୍ଷ ଡିସେମ୍ବରରେ ଲୋକ ସଭାରେ କେନ୍ଦ୍ର ସରକାର କହିଛନ୍ତି ଯେ, ୨୦୨୨ରେ ଜାତୀୟ ରାଜପଥ ଓ ଏକ୍ସପ୍ରେସ୍‌ ୱେଗୁଡ଼ିକରେ ଦୁର୍ଘଟଣା ଯୋଗୁ ୪୭୯୪୪ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୨୦ରେ ସେହି ସଂଖ୍ୟା ୫୩୮୭୨ଥିଲା। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ୨୦୨୨ରେ ଦେଶରେ ସବୁପ୍ରକାର ରାସ୍ତା ଦୁର୍ଘଟଣାରେ ୧.୬୪ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା। ଜାତୀୟ ରାଜପଥଗୁଡ଼ିକରେ ଦୁର୍ଘଟଣାର ପ୍ରଧାନ କାରଣ ହେଲା ଦ୍ରୁତଗତିରେ ଗାଡ଼ି ଚଳାଚଳ, ମଦ ପିଇ ଗାଡ଼ି ଚଲାଇବା, ଭୁଲ୍‌ ପଟେ ବା ରଙ୍ଗ୍‌ ସାଇଡ୍‌ରେ ଗାଡ଼ି ଚଳାଚଳ, ଯାନବାହନ ଡିଜାଇନରେ ତ୍ରୁଟି ଓ ଗାଡ଼ିଗୁଡ଼ିକର ଖରାପ ଅବସ୍ଥା, ରାସ୍ତା ନିର୍ମାଣରେ ବୈଷୟିକ ତ୍ରୁଟି ଏବଂ ମୋବାଇଲ ଫୋନ ବ୍ୟବହାର। ୨୦୨୨ରେ ଯେତିକି ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିଲା ସେଥିରୁ ୭୦ ପ୍ରତିଶତ ଗାଡ଼ି ସ୍ପିଡ୍‌ ଅଧିକ ଥିବାରୁ ହୋଇଥିଲା। ରାଜପଥରେ ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଆଇନ ଉଲ୍ଲଂଘନକାରୀଙ୍କୁ ଦଣ୍ଡ ଦେବା ସକାଶେ ବୈଷୟିକ କୌଶଳର ଅଧିକ ବ୍ୟବହାର କରିବାକୁ ପଡ଼ିବ। ତଦ୍ଦ୍ବାରା ଦୋଷୀ ଡ୍ରାଇଭରମାନଙ୍କର ତ୍ରୁଟିକୁ ତତ୍‌କ୍ଷଣାତ ଧରାଯାଇପାରିବ ଏବଂ ସେମାନଙ୍କ ପାଖକୁ ଚାଲାଣ ପଠାଇ ହେବ। ସଡ଼କ ଦୁର୍ଘଟଣା ପାଇଁ ଓଡ଼ିଶାରେ ଏହି ନୂଆ ସୂଚନା ଓ ସଙ୍କେତ ବ୍ୟବସ୍ଥା ଦୁର୍ଘଟଣା ହ୍ରାସ ସହ ସଚେତନତା ମଧ୍ୟ ସୃଷ୍ଟି କରିବ।

– ଅଲେଖ ଚନ୍ଦ୍ର ସାମଲ
ପୂର୍ବତନ ଡିଏଫ୍‌ଓ (କେନ୍ଦୁଲିଫ୍‌), ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର, ମୋ:୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri