ଧୂଆଁ ବଳୟରେ ଜଗତ୍‌ସିଂହପୁର ସହର

ଜଗତ୍‌ସିଂହପୁର ଅଫିସ, ୭ା୧: କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ଗୁରୁତ୍ୱାରୋପ କରୁଥିବା ନେଇ ଡେଙ୍ଗୁରା ପିଟୁଛନ୍ତି। ଏନେଇ ପ୍ରଚୁର ଅର୍ଥ ବ୍ୟୟ ହେଉଛି। ସ୍ବଚ୍ଛ ସର୍ବେକ୍ଷଣ ସହ ସ୍ବଚ୍ଛତା ପାଇଁ ପ୍ରତି ବର୍ଷ ସବୁଠୁ ଭଲ ସଫାସୁତୁରା ଥିବା ସହରକୁ ସାର୍ଟିଫିକେଟ୍‌ ଦିଆଯାଉଛି। କିନ୍ତୁ ଜଗତ୍‌ସିଂହପୁର ସହର କଥା ଦେଖିଲେ ଜଣାଯାଏ ସରକାରଙ୍କ ସ୍ବଚ୍ଛତା ଅଭିଯାନ କେବଳ କାଗଜକଲମରେ ସୀମିତ ରହିଛି। ବର୍ଷାଦିନ କଥା ଛାଡନ୍ତୁ ଶୀତ ଓ ଖରାଦିନେ ସହରରେ ପାଣି ଜମି ରହିବା ସାଙ୍ଗକୁ ଗଦା ଗଦା ଅଳିଆ ପରିବେଶ ପ୍ରଦୂଷିତ କରୁଛି। ଅଳିଆ ଗଦା ଯୋଗୁ ମଶା ଉପଦ୍ରବ ଚିନ୍ତାର କାରଣ ହୋଇଛି। ମଶା ଧୂଆଁ ସାତ ସପନ ପାଲଟିଛି। ଜନ ଅସନ୍ତୋଷକୁ ଦେଖି ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ସହରର କଲେଜ ଛକ ନିକଟ ଅଳିଆଗଦାରେ ନିଆଁ ଲଗାଇ ଦିଆଯାଉଛି। ଏହାଦ୍ୱାରା ଅଳିଆ ତ କିଛି ଅଂଶରେ ପୋଡିଯାଉଛି କିନ୍ତୁ ଧୂଆଁ ବଳୟରେ ସହରବାସୀ ଆଉଟୁପାଉଟୁ ହେଉଛନ୍ତି। ଏହାର ସ୍ଥାୟୀ ପ୍ରତିକାର ନ ହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ଜୋରଦାର କରାଯିବ ବୋଲି କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି।
ସହରର କଲେଜ ଛକ ନିକଟ ୧୦ନମ୍ବର କେନାଲ ଆରପଟେ ପ୍ରତ୍ୟହ ସହରର ବିଭିନ୍ନ ୱାର୍ଡରୁ ଟ୍ରାକ୍ଟର ଯୋଗେ ଅଳିଆ ଆସି ଗଦା ହେଉଛି। ଏହି ଅଳିଆରେ ବହୁ ସମୟରେ ନିଆଁ ଲଗାଇ ଦିଆଯାଉଛି। ଫଳରେ ନିକଟସ୍ଥ କଲେଜ ଛକ, ଲାଲା ସାହି, ବଡ଼ବଜାର, କଣ୍ଟାପଡ଼ା, ଗୋପାଳସାଗର ଆଦି ଅଞ୍ଚଳର ସହସ୍ରାଧିକ ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି। ବିଶେଷକରି ନିକଟସ୍ଥ ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀଛାତ୍ରମାନେ ଅଣନିଃଶ୍ୱାସ ହୋଇ ପଡୁଛନ୍ତି। ଏନେଇ ଅତୀତରେ ଛାତ୍ରୀଛାତ୍ର ଓ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ। ଆନ୍ଦୋଳନ ସମୟରେ ପୌର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ସ୍ଥାୟୀ ଡମ୍ପିଂୟାର୍ଡ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। କିନ୍ତୁ କିଛି ଦିନ ପରେ ଯଥା ପୂର୍ବଂ ତଥା ପରମ୍‌। ନିକଟରେ ୩ ଦିନ ଧରି କ୍ରମାଗତ ଭାବେ ଅଳିଆ ଗଦାରେ ନିଆଁ ଲାଗିବା ଯୋଗୁ ଧୂଆଁ ବଳୟରେ ସାରା ସହରବାସୀ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ସହରର ବିଭିନ୍ନ ସ୍ଥାନରୁ ପ୍ରତ୍ୟହ ଅଳିଆ ଉଠୁ ନ ଥିବାରୁ ଲୋକେ ବାଧ୍ୟ ହୋଇ ନିଆଁ ଲଗାଇ ଦେଉଛନ୍ତି। କିଛିଦିନ ପୂର୍ବରୁ ୫୫ ନଂ. ଜାତୀୟ ରାଜପଥ ପାର୍ଶ୍ୱ ଗୋପାଳସାଗରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଳିଆ ଗଦାରେ ୩ ଥର ନିଆଁ ଲାଗିଲାଣି। ଏଥିଯୋଗୁ ପାର୍ଶ୍ୱରେ ଥିବା ଜଣେ ବ୍ୟକ୍ତିଙ୍କ ବାଡ ପୋଡି ଯାଇଥିଲା। ସୌଭାଗ୍ୟ ବାଡ ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାର ଛିଡି ନ ଥିଲା । ନଚେତ୍‌ ଆକସ୍ମିକ ଦୁର୍ଘଟଣା ଘଟିବାର ଆଶଙ୍କା ରହିଥିଲା। ଦମକଳ ବାହିନୀ ଆସି ନିଆଁ ନ ନିଭାଇଥିଲେ ପ୍ରଭୂତ କ୍ଷୟକ୍ଷତି ହେବାର ଆଶଙ୍କା ଥିଲା ବୋଲି ସ୍ଥାନୀୟ କେତେଜଣ ବ୍ୟକ୍ତି କହିଛନ୍ତି । ଏହାପରେ ମଧ୍ୟ ଉକ୍ତ ସ୍ଥାନରେ ପ୍ରତ୍ୟହ ଅଳିଆ ଗଦା ହୋଇ ରହୁଛି । ବଡ କଥା ହେଲା ପୌର ପ୍ରଶାସନ ଏପରି କି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସନ୍ଧ୍ୟା ହେଲେ ମଶା କାରଣରୁ ଛିଡା ହେବା କଷ୍ଟକର ହୋଇପଡୁଛି । ହକି ବିଶ୍ୱକପ୍‌ ଯୋଗୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଫା ସାଙ୍ଗକୁ ପାଚେରି ରଙ୍ଗ କରାଯାଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇ ନ ଥିଲା ।
ଏ ସମ୍ପର୍କରେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂ କୁହନ୍ତି, ଜଗତ୍‌ସିଂହପୁର ପୌରାଞ୍ଚଳରେ ସରକାରୀ ଜମିର ଅଭାବ ଯୋଗୁ ଏଭଳି ସମସ୍ୟା ଉପୁଜିଛି। ତଥାପି ୨୧ ନଂ. ଓ୍ବାର୍ଡରେ ଆଉ ଏକ ଡମ୍ପିଂୟାର୍ଡ କରାଯିବା ପାଇଁ ଚିନ୍ତା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri