ଧୂଆଁ ବଳୟରେ ଜଗତ୍‌ସିଂହପୁର ସହର

ଜଗତ୍‌ସିଂହପୁର ଅଫିସ, ୭ା୧: କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ଗୁରୁତ୍ୱାରୋପ କରୁଥିବା ନେଇ ଡେଙ୍ଗୁରା ପିଟୁଛନ୍ତି। ଏନେଇ ପ୍ରଚୁର ଅର୍ଥ ବ୍ୟୟ ହେଉଛି। ସ୍ବଚ୍ଛ ସର୍ବେକ୍ଷଣ ସହ ସ୍ବଚ୍ଛତା ପାଇଁ ପ୍ରତି ବର୍ଷ ସବୁଠୁ ଭଲ ସଫାସୁତୁରା ଥିବା ସହରକୁ ସାର୍ଟିଫିକେଟ୍‌ ଦିଆଯାଉଛି। କିନ୍ତୁ ଜଗତ୍‌ସିଂହପୁର ସହର କଥା ଦେଖିଲେ ଜଣାଯାଏ ସରକାରଙ୍କ ସ୍ବଚ୍ଛତା ଅଭିଯାନ କେବଳ କାଗଜକଲମରେ ସୀମିତ ରହିଛି। ବର୍ଷାଦିନ କଥା ଛାଡନ୍ତୁ ଶୀତ ଓ ଖରାଦିନେ ସହରରେ ପାଣି ଜମି ରହିବା ସାଙ୍ଗକୁ ଗଦା ଗଦା ଅଳିଆ ପରିବେଶ ପ୍ରଦୂଷିତ କରୁଛି। ଅଳିଆ ଗଦା ଯୋଗୁ ମଶା ଉପଦ୍ରବ ଚିନ୍ତାର କାରଣ ହୋଇଛି। ମଶା ଧୂଆଁ ସାତ ସପନ ପାଲଟିଛି। ଜନ ଅସନ୍ତୋଷକୁ ଦେଖି ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ସହରର କଲେଜ ଛକ ନିକଟ ଅଳିଆଗଦାରେ ନିଆଁ ଲଗାଇ ଦିଆଯାଉଛି। ଏହାଦ୍ୱାରା ଅଳିଆ ତ କିଛି ଅଂଶରେ ପୋଡିଯାଉଛି କିନ୍ତୁ ଧୂଆଁ ବଳୟରେ ସହରବାସୀ ଆଉଟୁପାଉଟୁ ହେଉଛନ୍ତି। ଏହାର ସ୍ଥାୟୀ ପ୍ରତିକାର ନ ହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ଜୋରଦାର କରାଯିବ ବୋଲି କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି।
ସହରର କଲେଜ ଛକ ନିକଟ ୧୦ନମ୍ବର କେନାଲ ଆରପଟେ ପ୍ରତ୍ୟହ ସହରର ବିଭିନ୍ନ ୱାର୍ଡରୁ ଟ୍ରାକ୍ଟର ଯୋଗେ ଅଳିଆ ଆସି ଗଦା ହେଉଛି। ଏହି ଅଳିଆରେ ବହୁ ସମୟରେ ନିଆଁ ଲଗାଇ ଦିଆଯାଉଛି। ଫଳରେ ନିକଟସ୍ଥ କଲେଜ ଛକ, ଲାଲା ସାହି, ବଡ଼ବଜାର, କଣ୍ଟାପଡ଼ା, ଗୋପାଳସାଗର ଆଦି ଅଞ୍ଚଳର ସହସ୍ରାଧିକ ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି। ବିଶେଷକରି ନିକଟସ୍ଥ ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀଛାତ୍ରମାନେ ଅଣନିଃଶ୍ୱାସ ହୋଇ ପଡୁଛନ୍ତି। ଏନେଇ ଅତୀତରେ ଛାତ୍ରୀଛାତ୍ର ଓ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ। ଆନ୍ଦୋଳନ ସମୟରେ ପୌର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ସ୍ଥାୟୀ ଡମ୍ପିଂୟାର୍ଡ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। କିନ୍ତୁ କିଛି ଦିନ ପରେ ଯଥା ପୂର୍ବଂ ତଥା ପରମ୍‌। ନିକଟରେ ୩ ଦିନ ଧରି କ୍ରମାଗତ ଭାବେ ଅଳିଆ ଗଦାରେ ନିଆଁ ଲାଗିବା ଯୋଗୁ ଧୂଆଁ ବଳୟରେ ସାରା ସହରବାସୀ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ସହରର ବିଭିନ୍ନ ସ୍ଥାନରୁ ପ୍ରତ୍ୟହ ଅଳିଆ ଉଠୁ ନ ଥିବାରୁ ଲୋକେ ବାଧ୍ୟ ହୋଇ ନିଆଁ ଲଗାଇ ଦେଉଛନ୍ତି। କିଛିଦିନ ପୂର୍ବରୁ ୫୫ ନଂ. ଜାତୀୟ ରାଜପଥ ପାର୍ଶ୍ୱ ଗୋପାଳସାଗରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଳିଆ ଗଦାରେ ୩ ଥର ନିଆଁ ଲାଗିଲାଣି। ଏଥିଯୋଗୁ ପାର୍ଶ୍ୱରେ ଥିବା ଜଣେ ବ୍ୟକ୍ତିଙ୍କ ବାଡ ପୋଡି ଯାଇଥିଲା। ସୌଭାଗ୍ୟ ବାଡ ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାର ଛିଡି ନ ଥିଲା । ନଚେତ୍‌ ଆକସ୍ମିକ ଦୁର୍ଘଟଣା ଘଟିବାର ଆଶଙ୍କା ରହିଥିଲା। ଦମକଳ ବାହିନୀ ଆସି ନିଆଁ ନ ନିଭାଇଥିଲେ ପ୍ରଭୂତ କ୍ଷୟକ୍ଷତି ହେବାର ଆଶଙ୍କା ଥିଲା ବୋଲି ସ୍ଥାନୀୟ କେତେଜଣ ବ୍ୟକ୍ତି କହିଛନ୍ତି । ଏହାପରେ ମଧ୍ୟ ଉକ୍ତ ସ୍ଥାନରେ ପ୍ରତ୍ୟହ ଅଳିଆ ଗଦା ହୋଇ ରହୁଛି । ବଡ କଥା ହେଲା ପୌର ପ୍ରଶାସନ ଏପରି କି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସନ୍ଧ୍ୟା ହେଲେ ମଶା କାରଣରୁ ଛିଡା ହେବା କଷ୍ଟକର ହୋଇପଡୁଛି । ହକି ବିଶ୍ୱକପ୍‌ ଯୋଗୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଫା ସାଙ୍ଗକୁ ପାଚେରି ରଙ୍ଗ କରାଯାଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇ ନ ଥିଲା ।
ଏ ସମ୍ପର୍କରେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂ କୁହନ୍ତି, ଜଗତ୍‌ସିଂହପୁର ପୌରାଞ୍ଚଳରେ ସରକାରୀ ଜମିର ଅଭାବ ଯୋଗୁ ଏଭଳି ସମସ୍ୟା ଉପୁଜିଛି। ତଥାପି ୨୧ ନଂ. ଓ୍ବାର୍ଡରେ ଆଉ ଏକ ଡମ୍ପିଂୟାର୍ଡ କରାଯିବା ପାଇଁ ଚିନ୍ତା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri