‘ସ୍ଥିର ଚିତ୍ତ ପୁସ୍ତକ ରଚନା ଲେଖକଙ୍କୁ ଶୀର୍ଷରେ ପହଞ୍ଚାଏ’

ବଡବିଲ/ଯୋଡ଼ା,୭ା୧(ଡି.ଏନ.ଏ): ଲେଖକମାନେ ଆତ୍ମାର କମ୍ପନରୁ ଶବ୍ଦ ଆଣି ଲେଖନୀ ଚଳାଇଥାନ୍ତି। ସ୍ଥିର ଚିତ୍ତ ପୁସ୍ତକ ରଚନା ଲେଖକଙ୍କୁ ଶୀର୍ଷ ସ୍ଥାନକୁ ପହଞ୍ଚାଇ ଥାଏ। ଓଡ଼ିଶାର ଲେଖକଙ୍କ ଉପରେ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି। ଶତକଡ଼ା ୯୦ ଭାଗ ସାହିତି୍ୟକ, ଲେଖକ ମୁଖ୍ୟତଃ ଭାରତବର୍ଷରେ ନୀତିଶାସ୍ତ୍ର, ସମ୍ବନ୍ଧ ଶାସ୍ତ୍ର, ଅତମ୍ବିକା ଶାସ୍ତ୍ର ସମେତ ନେତୃତ୍ୱ ସମ୍ବନ୍ଧରେ ରଚନା କରନ୍ତି। ଲେଖକ ସର୍ବଦା ସର୍ବଧର୍ମ ପ୍ରିୟ ବୋଲି କେନ୍ଦୁଝର ଜିଲା ଯୋଡ଼ାଠାରେ ଭ୍ୟାଲିସିଟି ପୁସ୍ତକମେଳାର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଗଣେଣୀ ଲାଲ ଅଭିଭାଷଣରେ କହିଥିଲେ।
ଯୋଡ଼ା ଇଷ୍ଟ ଦୁର୍ଗାପୂଜା ପେଣ୍ଡାଲଠାରେ ଆୟୋଜିତ ପୁସ୍ତକମେଳାରେ ମା’ତାରିଣୀଙ୍କ ଫଟୋଚିତ୍ର ସମ୍ମୁଖରେ ରାଜ୍ୟପାଳ ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ରାଜପାଳ ବିଳମ୍ବରେ ସଭାରେ ପହଞ୍ଚତ୍ଥିବାରୁ ଉଦାରତା ସହ କ୍ଷମାପ୍ରାର୍ଥନା କରିଥିଲେ। ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଅଧ୍ୟାପିକା ଲେଖିକା ଡଃ ଆଭା ବଳଙ୍କ ଦ୍ୱାରା ଲିଖିତ ‘ତୁଳସୀ ମୁଣ୍ଡାଙ୍କ ସ୍ମୃତି’ ପୁସ୍ତକର ଉନ୍ମୋଚନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା, ଯୋଡ଼ା ପୌରାଧ୍ୟକ୍ଷ ଜଗଦିଶ ପ୍ରସାଦ ସାହୁ, ପୁସ୍ତକ ମେଳାର ଆୟୋଜନ କମିଟି ଆବାହକ ତାରିଣୀ ପ୍ରସାଦ ମହାନ୍ତି ଯୋଗଦେଇଥିଲେ। ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ପୁସ୍ତକମେଳାରେ ବିଭିନ୍ନ ପ୍ରକାଶନ ସଂସ୍ଥା ପକ୍ଷରୁ ବିଶିଷ୍ଟ ଳେଖିକା, ଲେଖକଙ୍କ ପୁସ୍ତକମାନ ସ୍ଥାନ ପାଇଥିଲା। ପରେ ରାଜ୍ୟପାଳ, ପଦ୍ମଶ୍ରୀ ଡ.ତୁଳସୀମୁଣ୍ଡାଙ୍କ ବଡବିଲ ସେରେଣ୍ଡାସ୍ଥିତ ଆଦିବାସୀ ବିକାଶ ସମିତି ଆଶ୍ରମ ପରିଦର୍ଶନ କରିଥିଲେ। ଅନ୍ତେବାସୀଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ସହ ବାର୍ତ୍ତାଳାପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri