ଇନୋଭା -ଟ୍ରକ ମୁହାଁମୁହିଁ ଧକ୍କା,୨ମୃତ

ଛେଣ୍ଡିପଦା ,୪।୧୨(ସ୍ବ.ପ୍ର): ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅନୁଗୋଳ- ଛେଣ୍ଡିପଦା ଯାଇଥିବା ୬୩ ନଂ ରାଜ୍ୟ ରାଜପଥର ଜିନ୍ଦଲଠାରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଅନୁଗୋଳ ଥାନା ଜରାସିଂହା ଗ୍ରାମର ସୈାମ୍ୟ ସାହୁ ଏବଂ ଅନ୍ୟ ଜଣେ ଛେଣ୍ଡିପଦା ଥାନା ଅଂଚଳରେ ହୋଇଥିବା ଜଣା ପଡିଛି।

ସୂଚନାନୁସାରେ, ଅନୁଗୋଳରୁ ଏକ ଇନୋଭା କାର ଛେଣ୍ଡିପଦା ଆଡକୁ ଯାଉଥିବା ବେଳେ ନିଶାସ୍ଥିତ ଜିନ୍ଦଲ ପ୍ଳାଣ୍ଟ ସମ୍ମୁଖରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ତେବେ ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ଥାନାକୁ ଆଣିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ର-ଶନିଙ୍କ ବଡ଼ ଯୋଗ: ଏହି ୪ ରାଶି ପାଇଁ ସୁବର୍ଣ୍ଣ ସୁଯୋଗ, ଘଟିବ ଏଭଳି ଯାହା କେବେ…

ଶୁକ୍ର ଗ୍ରହ ଏବଂ ଶନି ଗ୍ରହ ୨୧ ଅଗଷ୍ଟ ୨୦୨୬, ଶୁକ୍ରବାର ସନ୍ଧ୍ୟା ୬ଟା ୧୦ ମିନିଟରେ ପରସ୍ପର ୧୮୦ ଡିଗ୍ରୀରେ ଅବସ୍ଥାନ କରିବେ। ଏହି ସମୟରେ…

ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା: ଅଧା କିଲୋମିଟର ଖଟିଆରେ ବୁହା ହେଲେ ପ୍ରସୂତି

ଲାଞ୍ଜିଗଡ, ୧୮।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବାତେରପଡ଼ା ଗାଁର ମାଝୀପଡ଼ା ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଠାରେ…

ଝିପିଝିପି ବର୍ଷାରେ ଧାନ ରୁଆ: ଚାଷୀ ମନରେ ଖେଳିଗଲା ଖୁସିର ଲହରୀ

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଝିପିଝିପି ବର୍ଷା ଲାଗି ରହିଛି। ଲଘୁଚାପଜନିତ ବର୍ଷା ହେଉଛି। ଚାଷୀ ମନରେ ଖୁସିର ଲହରି ଖେଳି ଯାଉଛି। ଝିପି…

୬୨୦ ଫୁଟ ଟପିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ୍‌

ସମ୍ବଲପୁର,୧୮।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି।…

ଏକାସାଙ୍ଗରେ ଗଠନ ହେବ ୬ ଗ୍ରହଙ୍କ ବିରଳ ମହାସଂଯୋଗ: ମାଲାମାଲ ହେବେ କର୍କଟ ସମେତ ଏହି ୬ ରାଶି

ଗ୍ରହ ଗୋଚର ଦୃଷ୍ଟିରୁ ସେପ୍ଟେମ୍ବର ମାସର ପ୍ରଥମ ତାରିଖ ଅତ୍ୟନ୍ତ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ଦିନ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ…

ଯାହାକୁ ରଖିବେ ଅନନ୍ତ : ତାଳଗଛକୁ ଆଶ୍ରୟ କରି ବନ୍ୟା ପାଣିରେ ୫ ଦିନ ପରେ, ମୁଣ୍ଡ ଦେଖି…

ଧାମନଗର, ୧୮।୮ (ସନ୍ତୋଷ କୁମାର ମହାପାତ୍ର): ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଯୋଗୁ ବୈତରଣୀ ଓ ଏହାର ଶାଖା ନଦୀ କୋଚିଳା, ଗେଙ୍ଗୁଟି, କଣ୍ଡିଆ,…

‘ମଦ ପିଇ ସ୍କୁଲ ଆସୁଥିଲେ ପ୍ରଧାନଶିକ୍ଷକ’, ଅଭିଜିତ ଦୀପକେଙ୍କ ଚେତାବନୀ ପରେ…

ନୂଆଦିଲ୍ଲୀ, ୧୮।୮: କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ‘ସ୍କୁଲ ଠିକ କର’ ଅଭିଯାନ ଚଳାଉଛି। ଏହି ମଧ୍ୟରେ ମହାରାଷ୍ଟ୍ରର ହିଙ୍ଗୋଲି ଜିଲାର ଏକ ସ୍କୁଲରେ…

ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri