Posted inଖେଳ

ଏହି କାରଣରୁ ୨୪ ଲକ୍ଷ ଟଙ୍କା ଜୋରିମନା ଗଣିବେ ରିଷଭ ପନ୍ତ

ନୂଆଦିଲ୍ଲୀ,୪।୪: ଦିଲ୍ଲୀ କ୍ୟାପିଟାଲ୍ସ କୋଲକତା ନାଇଟ୍‌ ରାଇଡର୍ସଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଆଉ ଏକ ଝଟ୍‌କାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଉପରେ ୨୪ ଲକ୍ଷ ଟଙ୍କା ଜୋରିମନା କରାଯାଇଛି। ମନ୍ଥର ଓଭର ହାର ହେତୁ ରିଷଭଙ୍କୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଜୋରିମନା କରାଯାଇଛି। ତେବେ ଏହି ଜୋରିମାନା କେବଳ ତାଙ୍କ ଉପରେ ନୁହେଁ ବରଂ ଟିମ୍‌ ଉପରେ ଲାଗୁ କରାଯାଇଛି। ଚଳିତ ସିଜନରେ ତୃତୀୟ ଥର ପାଇଁ ଦିଲ୍ଲୀ ପରାଜୟର ସମ୍ମୁଖୀନ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଏକ ମ୍ୟାଚ ଜିତିଥିଲା ଦିଲ୍ଲୀ।
କୋଲକାତା ବିପକ୍ଷରେ ଦିଲ୍ଲୀକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ପରାଜୟ ପରେ ରିଷଭ ପନ୍ତଙ୍କ ସହିତ ଖେଳୁଥିବା ଏକାଦଶର ଅନ୍ୟ ଖେଳାଳିଙ୍କୁ ମଧ୍ୟ ଜୋରିମନା କରାଯାଇଥିଲା। ଏହା ଦ୍ୱିତୀୟ ଥର ପାଇଁ ପନ୍ତଙ୍କ ଦଳ ମନ୍ଥର ଓଭର ହାରରେ ଦୋଷୀ ସାବ୍ୟସ୍ତ ହୋଇଛି। ଏହି କାରଣରୁ ୨୪ ଲକ୍ଷ ଟଙ୍କା ଜୋରିମନା କରାଯାଇଛି। ଦିଲ୍ଲୀର ଅବଶିଷ୍ଟ ଖେଳାଳିଙ୍କୁ ୬ ଲକ୍ଷ ଟଙ୍କା କିମ୍ବା ମ୍ୟାଚ ଫି’ର ୨୫ ପ୍ରତିଶତ ଜୋରିମନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋର୍‌ଦାର ହେଲା ଆମେରିକା-ଇରାନ ଯୁଦ୍ଧ: ଭୟରେ ଥରହର ସାରା ବିଶ୍ୱ

ଦୁବାଇ,୧୫ା୭: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ସୁରକ୍ଷିତ ଜାହାଜ ଚଳାଚଳ ପାଇଁ ଆମେରିକା ୨୦ ପ୍ରତିଶତ ଟିକସ ଲଗାଇବା ସହ ଇରାନୀୟ ବନ୍ଦରଗୁଡ଼ିକ ଉପରେ ପୁଣିଥରେ ଅବରୋଧ ଲଗାଇବାକୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଭୀଷଣ ବର୍ଷା ଆଲର୍ଟ

ଭୁବନେଶ୍ୱର,୧୫।୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ। ବୁଧବାର ସକାଳ ୫.୩୦ରେ…

ବ୍ରେକ ଡାଉନ ଟ୍ରକ ପଛ ପଟେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ପଦ୍ମପୁର ରାସ୍ତାର କରକଚିଆ ସ୍କୁଲ ନିକଟରେ ବ୍ରେକ ଡାଉନ ପଡ଼ିଥିବା ଏକ ଟ୍ରକ ପଛପଟେ ମଙ୍ଗଳବାର ରାତିରେ…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ଜରାଜୀର୍ଣ୍ଣ ଘରେ ଜୀବନ କାଟୁଛନ୍ତି ତ୍ରିପୁରା: ସରକାରୀ ସହାୟତା ଅପେକ୍ଷାରେ …

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ):ବୟସର ଅପରାହ୍ନରେ ଜୀବନ ସହ ଲଢେଇ କରୁଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଲତରପାଲି ଗ୍ରାମର ୭୭ ବର୍ଷୀୟା ଅସହାୟ ବୃଦ୍ଧା ତ୍ରିପୁରା ମହାନନ୍ଦ। ସ୍ବାମୀ…

୨୪ ଘଣ୍ଟାରେ ଲଘୁଚାପ: ୩ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା, ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର, ୧୫ା୭ (ବନ୍ଦନା ସେଠୀ):ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସହ ବିଭିନ୍ନ ସ୍ଥାନରେ ପ୍ରବଳରୁ…

ବିଦ୍ୟୁତ୍‌ ସଂଯୋଗ ନ ହେଲେ ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ନୂଆପଡ଼ା,୧୫ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ମଧ୍ୟସ୍ଥ ଢେକୁନପାଣି ଗଁାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯୋଗୁ ଲୋକେ ଅନ୍ଧାରରେ ରାତି ବିଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri