Posted inଖେଳ

ଏହି ଭାରତୀୟ ଖେଳାଳି ଭବିଷ୍ୟତରେ କିମ୍ବଦନ୍ତୀ ଭାବେ ପରିଗଣିତ ହେବେ କହିଲେ ଦାଦା

ଅହମ୍ମଦାବାଦ,୫।୩ : ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଭବିଷ୍ୟତରେ ସମସ୍ତ ଫର୍ମାଟରେ ସର୍ବକାଳୀନ କିମ୍ବଦନ୍ତୀ ଆଖ୍ୟା ପାଇବେ ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତିମ ତଥା ଚତୁର୍ଥ ମ୍ୟାଚ୍‌ରେ ଉଭୟ ଦଳର ବ୍ୟାଟ୍ସମ୍ୟାନ ସଂଘର୍ଷ କରୁଥିବାବେଳେ ଶତକ ହାସଲ କରିଛନ୍ତି ପନ୍ତ। ପୂରା ଇନିଂସରେ ଆଟାକିଂ ବ୍ୟାଟିଂ କରିଥିବା ପନ୍ତ ୧୧୮ ବଲରେ ଖେଳିଥିଲେ ୧୦୧ ରନ୍‌ର ଇନିଂସ।

” ସେ ଏତେ ଭଲ ଖେଳୁଛନ୍ତି। ଚାପରେ ଥିବାବେଳେ ସେ ଯେଉଁଭଳି ଖେଳିଲେ, ତାହା ଅବିଶ୍ୱସନୀୟ। ତେବେ ଏହା ପ୍ରଥମ ଥର ନୁହେଁ ଓ ଶେଷ ଥର ମଧ୍ୟ ହେବ ନାହିଁ। ଆଗାମୀ ବର୍ଷରେ ପନ୍ତ ସମସ୍ତ ଫର୍ମାଟର ସର୍ବକାଳୀନ କିମ୍ବଦନ୍ତୀ ଭାବେ ପରିଗଣିତ ହେବେ। ଆଟାକିଂ ବ୍ୟାଟିଂ ଜାରି ରଖ। ଏହି କାରଣରୁ ତୁମେ ମ୍ୟାଚ୍‌ ଓ୍ବିନର ଓ ସ୍ବତନ୍ତ୍ର ହୋଇ ରହିବ “ ବୋଲି ଗାଙ୍ଗୁଲି ଟୁଇଟ୍‌ କରିଛନ୍ତି। ଉଲ୍ଲେଖଥାଉ କି, ସମସ୍ତ ଫର୍ମାଟରେ ଭାରତୀୟ ଦଳ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଥିବା ପନ୍ତ ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଉଇକେଟ ନେବା ପରେ ବି ସେଲିବ୍ରେଟ୍‌ କରନ୍ତି ନାହିଁ ସୁନୀଲ ନରେନ୍‌, ପଛରେ ରହିଛି ଏଭଳି କାରଣ…

ନୂଆଦିଲ୍ଲୀ,୧୦।୫: କୌଣସି ବୋଲର ପାଇଁ ଉଇକେଟ ନେବା ସବୁଠାରୁ ବଡ଼ ମୂହୁର୍ତ୍ତ ହୋଇଥାଏ। ଏହାକୁ ନେଇ ସେ ନିଜର ଖୁସିକୁ ସେଲିବ୍ରେଶନ ମାଧ୍ୟମରେ ପରିପ୍ରକାଶ କରିଥାଏ।...

ଏହା ଲଜ୍ଜାଜନକ କଥା; ରାଗରେ ଏଭଳି କହିଦେଲେ ଶାମି…

ନୂଆଦିଲ୍ଲୀ,୧୦।୫: ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ କେଏଲ୍‌ ରାହୁଲଙ୍କ ଉପରେ ବର୍ଷିଥିଲେ ଲକ୍ଷ୍ନୌ ମାଲିକ। ଏହାର ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକ ରାହୁଲଙ୍କ ସମର୍ଥନରେ...

ରାହୁଲ-ଗୋଏଙ୍କା ବିବାଦ ପରେ ଲକ୍ଷ୍ନୌ ଟିମ୍‌ରେ ହେବ ବଡ଼ ପରିବର୍ତ୍ତନ, ଏହି ଖେଳାଳି ହେବେ ଅଧିନାୟକ !

ନୂଆଦିଲ୍ଲୀ,୧୦।୫: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବୁଧବାର ଶୋଚନୀୟ ପରାଜୟ ପରେ ଆଇପିଏଲ୍‌ ପ୍ଲେ ଅଫ୍‌ ଦୌଡ଼ରୁ ପ୍ରାୟତଃ ବାହାର ହୋଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ଏହାକୁ...

ଆଇପିଏଲ୍‌ର ୧୦ ଟିମ୍‌ର ମାଲିକ କିଏ ଜାଣନ୍ତି

ଏବେ ଆଇପିଏଲ ଚାଲିଛି। ଏବେ ଏହି ମହାସମର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ମାତ୍ର ୨ ସପ୍ତାହ ମଧ୍ୟରେ ଚଳିତବର୍ଷର ବିଜେତା କିଏ ଜଣାପଡିବ। ତେବେ...

ଏହି ସର୍ତ୍ତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଣ୍ଟ୍ରାକ୍ଟ ଦେଇଛି ବିସିସିଆଇ, ଖୁଲାସା କଲେ ଜୟ ଶାହା

ମୁମ୍ବାଇ,୧୦।୫: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କାହିଁକି ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପଦାନ କଲା, ଏହାର ଖୁଲାସା କରିଛନ୍ତି ଜୟ ଶାହା। ବୁଧବାର...

ଆଇପିଏଲ୍‌ରୁ ବିଦା ହେଲେ ଏହି ୨ ଦଳ: ପ୍ଲେ ଅଫ୍‌ ଆଶା ଜୀବନ୍ତ ରଖିଛି ଆରସିବି

ନୂଆଦିଲ୍ଲୀ,୧୦।୫: ଆଇପିଏଲ ୨୦୨୪ର ୫୮ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୬୦ ରନରେ ପରାସ୍ତ କରିଛି। ଏହି ପରାଜୟ ସହିତ ପଞ୍ଜାବ ଦଳ...

ଆଖି ପିଛୁଳାକେ ଏମିତି କାମ କରିଦେଲେ କୋହଲି: ଭାଇରାଲ ହେଉଛି ଭିଡିଓ

ଧର୍ମଶାଳା,୧୦।୫: ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୬୦ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆରସିବି ୨୪୧ ରନ...

ଯେସାକୁ ତେସା କରିଦେଖାଇଲେ କୋହଲି

ନୂଆଦିଲ୍ଲୀ,୧୦।୫: ଆଇପିଏଲ ୨୦୨୪ର ୫୮ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲ। ବେଙ୍ଗାଲୁରୁ ପଞ୍ଜାବ ବିପକ୍ଷରେ ଅତି ସହଜରେ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri