ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ କି? ନା ଏହା କେବଳ ଗୋଟିଏ ଧାରଣା? ଯଦି ଆପଣ ବାଇକ୍‌ ଚଳାଉଛନ୍ତି, ତେବେ ଏହି ପ୍ରଶ୍ନ ଆପଣଙ୍କ ମନରେ ନିହାତି ଆସିଥାଇପାରେ। କାରଣ ପେଟ୍ରୋଲ ଦର ବଢ଼ିବାରେ ଲାଗିଛି ଏବଂ ମାଇଲେଜକୁ ନେଇ ଚିନ୍ତା ବଢ଼ିଛି। କହିବାକୁ ଗଲେ ଏହା କେବଳ ଧାରଣା ନୁହେଁ। ବାଇକ୍‌ର ସ୍ପିଡ ଓ ଇନ୍ଧନ ବ୍ୟବହାର (ମାଇଲେଜ) ମଧ୍ୟରେ ସମ୍ପର୍କ ରହିଛି।ଏହାକୁ ବୁଝିବା ପାଇଁ ରାସ୍ତା ଅବସ୍ଥା, ଇଞ୍ଜିନ କାର୍ଯ୍ୟଦକ୍ଷତା, ଚଳାଇବା ଶୈଳୀ ଭଳି ଅନେକ କାରଣ ଉପରେ ବିଚାର କରିବା ଆବଶ୍ୟକ।

ଇଞ୍ଜିନ କିପରି କାମ କରେ?
ପ୍ରଥମେ ଆପଣଙ୍କୁ ବୁଝିବାକୁ ପଡ଼ିବ ଇଞ୍ଜିନ କିଭଳି କାମ କରେ। କମ୍‌ କିମ୍ବା ମଧ୍ୟମ ସ୍ପିଡ (ଯେମିତି ୪୦-୬୦ କିମି/ଘଣ୍ଟା)ରେ ବାଇକ ଚଳାଇଲେ ଇଞ୍ଜିନ କମ୍‌ RPM (ରିଭୋଲ୍ୟୁସନ ପର୍‌ ମିନିଟ)ରେ କାମ କରେ। ଏହି ସ୍ଥିତିରେ ଇଞ୍ଜିନକୁ କମ ଶକ୍ତି ଲାଗେ ଏବଂ ଇନ୍ଧନ ବ୍ୟବହାର କମ ହୁଏ। କିନ୍ତୁ ସ୍ପିଡ ବଢ଼ାଇଲେ (ଯେମିତି ୮୦ କିମି/ଘଣ୍ଟାରୁ ଅଧିକ), ଇଞ୍ଜିନକୁ ଅଧିକ ଶକ୍ତି ଉତ୍ପାଦନ କରିବାକୁ ପଡିଥାଏ। ଏହା ପାଇଁ ଅଧିକ ଫ୍ୟୁଏଲ ଇଞ୍ଜେକ୍ଟ କରିବାକୁ ପଡ଼ିଥାଏ, ଯାହା ଫଳରେ ମାଇଲେଜ ହ୍ରାସ ପାଏ। ଏହି କାରଣରୁ ବାଇକ୍‌ ବେଗ ବଢ଼ିବା ଦ୍ୱାରା ଅଧିକ ଇନ୍ଧନ ବ୍ୟବହାର କରେ।

ଏୟାର ଡ୍ରାଗ (ବାୟୁ ପ୍ରତିରୋଧ)ର ଭୂମିକା:
ସବୁଠାରୁ ବଡ଼ କାରଣ ହେଉଛି ଏୟାର ଡ୍ରାଗ। କମ ସ୍ପିଡ୍‌ରେ ବାୟୁର ପ୍ରଭାବ କମ ହୁଏ, କିନ୍ତୁ ସ୍ପିଡ ବଢ଼ିବା ସହିତ ଏହା (square of speed)ରେ ବଢ଼ିଯାଏ। ଅର୍ଥାତ ସ୍ପିଡ ଦୁଇଗୁଣ ହେଲେ ପ୍ରତିରୋଧ ୪ ଗୁଣ ବଢ଼େ ଏବଂ ପାୱାର ଆବଶ୍ୟକତା ୮ ଗୁଣ ବଢ଼ିଯାଏ। ହାଇଓ୍ବେରେ ଦ୍ରୁତ ଗତିରେ ବାଇକ୍‌ ଚଳାଇଲେ ଏହି ପ୍ରଭାବ ସ୍ପଷ୍ଟ ଦେଖାଯାଏ। ବାଇକ ଅଧିକ ପେଟ୍ରୋଲ ଖାଏ।

ରାଇଡିଙ୍ଗ ଷ୍ଟାଇଲ୍‌ର ପ୍ରଭାବ:
ବାରମ୍ବାର ଦ୍ରୁତ ଏକ୍ସିଲରେସନ, ହଠାତ ବ୍ରେକ ଓ ଭୁଲ ଗିୟର୍‌ ବ୍ୟବହାର ମାଇଲେଜ ଖରାପ କରେ।
ସ୍ମୁଥ ଏକ୍ସିଲରେସନ, ସଠିକ ଗିୟର୍‌ ଶିଫ୍ଟିଙ୍ଗ ଓ ସ୍ଥିର ସ୍ପିଡ୍‌ ରଖିବା ପେଟ୍ରୋଲ ବଞ୍ଚାଏ।

ଭାରତରେ ଅଧିକାଂଶ ବାଇକ (ଯେମିତି Hero Splendor, Honda Shine, Bajaj Platina) ୪୦-୬୦ କିମି/ଘଣ୍ଟାରେ ସର୍ବୋତ୍ତମ ମାଇଲେଜ ଦିଅନ୍ତି (୬୫-୮୦ କିମି/ଲିଟର୍‌ ପର୍ଯ୍ୟନ୍ତ)।

କମ୍‌ ଗତିର ମଧ୍ୟ ଅସୁବିଧା ଅଛି:
ଅତି କମ୍‌ ସ୍ପିଡ୍‌ରେ (ଯେମିତି ୨୦-୩୦ କିମି/ଘଣ୍ଟାରେ ଲମ୍ବା ସମୟ) ମଧ୍ୟ ମାଇଲେଜ କମିଯାଏ, କାରଣ ଇଞ୍ଜିନ ସଠିକ ତାପମାତ୍ରା ଓ ଏଫିସିଏନ୍ସି(ଦକ୍ଷତା)ରେ କାମ କରିପାରେ ନାହିଁ। ତେଣୁ ବେଶି ଦ୍ରୁତ ନୁହେଁ କିମ୍ବା ଧୀର ନୁହେଁ, ସର୍ବଦା ସନ୍ତୁଳିତ ସ୍ପିଡ୍‌ (୪୦-୬୦ କିମି/ଘଣ୍ଟା) ହିଁ ସର୍ବୋତ୍ତମ ଫ୍ୟୁଏଲ ଏଫିସିଏନ୍ସି ପାଇଁ ଉପଯୁକ୍ତ। ଏହି ସରଳ ନିୟମ ଅନୁସରଣ କରି ଆପଣ ପ୍ରତି ଲିଟରରେ ଅଧିକ ଦୂରତା ପାଇପାରିବେ ଏବଂ ପେଟ୍ରୋଲ ଖର୍ଚ୍ଚ କମାଇପାରିବେ।

ସୁରକ୍ଷିତ ଓ ଇକୋ-ଫ୍ରେଣ୍ଡଲି ରାଇଡିଙ୍ଗ କରନ୍ତୁ!

 


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?