ପ୍ରଦୂଷଣ ବଢ଼ାଉଛି ରାଇସ୍‌ ମିଲ୍‌

କେନ୍ଦୁଝର,୧୬।୩(ସ୍ବ.ପ୍ର) – କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ରାଇସ୍‌ ମିଲ୍‌ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ବଢ଼ାଉଥିବାରୁ ଘୋର ଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ ଗରମ ବଢ଼ୁଥିବା ବେଳେ ରାଇସ୍‌ ମିଲ୍‌ ନିକଟ ଦେଇ ବହି ଯାଇଥିବା ନାଳରେ ଲୋକମାନେ ନିତି ଦିନ ଗାଧୋଇବା ସହିତ ପଶୁପକ୍ଷୀ ଶୋଷ ମେଣ୍ଟାଇବାକୁ ଆସିଥାନ୍ତି। କିନ୍ତୁ ସେଠାରେ ରାଇସମିଲ ପାଚେରୀ କଡ଼ରୁ ପାଇପ ଯୋଗେ କେନାଲ ଜଳରେ ଦୂଷିତ ପାଣି ମିଶୁଛି। ଫଳରେ ସେଠାରେ ଗାଧୋଉଥିବା ଲୋକେ ଓ ପଶୁପକ୍ଷୀଙ୍କ ବିଭିନ୍ନ ରୋଗ ବ୍ୟାଧିରେ ପଡୁଛନ୍ତି। ସ୍ଥାନୀୟ ଲୋକଙ୍କ ଚାଷ ଜମିରେ ବିଭିନ୍ନ ପନିପରିବା ଫସଲ ଚାଷ ଆଦି ଦିଗରେ ଏହି ପାଣି ବ୍ୟବହାର କରାଯାଉଛି। ନିକଟବର୍ତ୍ତି ପଦ୍ମପୁର ପଞ୍ଚାୟତ ଦାବାଙ୍କ ଗ୍ରାମରେ ଶତାଧିକ ଆଦିବାସୀ ଜନଜାତି ବସବାସ କରୁଛନ୍ତି। ସମସ୍ତେ ପାଣି ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି। ଏହି ସମସ୍ୟା ବିଷୟରେ ବହୁବାର ରାଇସ ମିଲ୍‌ ମାଲିକଙ୍କୁ ଅବଗତ କରାଯାଇଥିଲେ ହେଁ ସେ ଶୁଣୁ ନ ଥିବା ଗ୍ରାମବାସୀ କହିଛନ୍ତି।
ସୂଚନା ଥାଉ କି, ଗତ ୩ ସପ୍ତାହ ହେଲାଣି ବୀରକିଶୋରପୁର ବାଲିସାହିର ସଙ୍ଗୀତା ଓ ଯୁଧିଷ୍ଠିର ମହାନ୍ତଙ୍କ ୫ବର୍ଷର ଶିଶୁ ଭେଙ୍କେଟଶ ଦାବାଙ୍କ ପୋଲ ହରଡ଼ଗୁଡ଼ା ନିକଟରେ ରାଇସ ମିଲ୍‌ ପକ୍ଷରୁ ପକାଯାଇଥିବା ଗରମ ବର୍ଜ୍ୟବସ୍ତୁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ତେବେ ଏହି ଘଟଣାରେ ମିଲ ମାଲିକ ଔଷଧ ଖର୍ଚ୍ଚ ଦେଇ ଚୁପ ବସିଥିବା ତାଙ୍କ ବାପା ଯୁୁଧଷ୍ଠିର କହିଛନ୍ତି। ଏହି ରାଇସ ମିଲ୍‌ ରାତିରେ ଚାଲୁଥିବାରୁ ଶବ୍ଦ ପ୍ରଦୂଷଣ ମଧ୍ୟ ବଢ଼ାଉଛି। ପିଲାମାନଙ୍କ ପାଠପଢା ଓ ଶୋଇବାବେଳେ ବହୁତ ହଇରାଣ ହେବାକୁ ପଡ଼ୁଛି। ତୁରନ୍ତ ଜିଲା ପ୍ରଶାସନ ଏହି ଘଟଣାରେ ଉଚିତ ପଦକ୍ଷପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ମିଲ ମାଲିକ ଦିବ୍ୟ ରଞ୍ଜନ ସାହୁଙ୍କୁ ପଚାରିବାରୁ ଆହତଙ୍କୁ ଚିକିତ୍ସା କରାଯାଇଛି। ଲୋକଙ୍କ ସହମତିରେ ସବୁ କରାଯିବା ସହ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri